ଏସ୍‌ଏଚଜିରୁ ୫ ଲକ୍ଷ ଟଙ୍କା ଠକେଇ

ବାଲେଶ୍ୱର ଅଫିସ,୧୬।୭-ବାଲେଶ୍ୱର ରୂପ୍‌ସା ଥାନା ବାଖରାବାଦ ଅଞ୍ଚଳର ଶିବବାବା ଏସ୍‌ଏଚ୍‌ଜି(ସ୍ବୟଂ ସହାୟକ ଗୋଷ୍ଠୀ) ଏବଂ ଲକ୍ଷ୍ମୀନାରାୟଣ ଏସ୍‌ଏଚଜିର ସଦସ୍ୟା ଥିବା ଜଣେ ମହିଳା ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟ୍‌ କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ଉଭୟ ଗୋଷ୍ଠୀ ମହିଳାମାନେ ଏନେଇ ସୋମବାର ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଜିଲାପାଳଙ୍କଠାରେ ଲିଖିତ ଅଭିଯୋଗ କରିଛନ୍ତି।
ଫେରାର ହୋଇଥିବା ଉକ୍ତ ମହିଳା ଗଡ଼ପଦା ପଞ୍ଚାୟତର ବାଖରାବାଦ ଗାଁର ୱାର୍ଡ଼ମେମ୍ବର ଅଛନ୍ତି। ସେ ବିଭିନ୍ନ ଅଞ୍ଚଳରେ ବୁଲି ସ୍ବୟଂ ସହାୟକ ଗୋଷ୍ଠୀ ତିଆରି କରିବା ପରେ ବ୍ୟାଙ୍କ ଦ୍ୱାରା ଲୋନ୍‌ ଓ ସବ୍‌ସିଡ଼ି ନେଣଦେଣରେ ସହାୟକ ହୋଇଥାନ୍ତି। ଉପରୋକ୍ତ ଦୁଇ ଗ୍ରୁପ୍‌ର ସଦସ୍ୟ ଭାବେ ରହି ସମସ୍ତ କାର୍ଯ୍ୟ ବୁଝାଶୁଝା କରିବା ସହ ଗ୍ରୁପ୍‌ ନିମନ୍ତେ ସ୍ଥାନୀୟ ଗ୍ରାମ୍ୟ ବ୍ୟାଙ୍କରୁ ଟଙ୍କା ନେଣଦେଣ କରିଆସୁଥିଲେ। ଗ୍ରୁପ୍‌ ନାମରେ ଋଣ କରାଯାଇଥିବା ଟଙ୍କାକୁ ମାତ୍ର ଜଣେ, ଦୁଇଜଣ ସଦସ୍ୟଙ୍କୁ ଟଙ୍କା ଦେଇ ମାସିକ ସୁଧମୂଳ ବ୍ୟାଙ୍କରେ ପୈଠ କରିବାର ସଦସ୍ୟାମାନଙ୍କୁ ପ୍ରତିଶ୍ରୁତି ଦେଇ ସମସ୍ତ ଟଙ୍କାକୁ ହାତେଇ ନେଇଥାନ୍ତି। ସଦସ୍ୟାମାନେ ତାଙ୍କୁ ବିଶ୍ୱାସ କରି ୨ ବର୍ଷ ଧରି ନିର୍ଦ୍ଧାରିତ ମାସିକ ଧାର୍ଯ୍ୟ ଟଙ୍କାକୁ ମଧ୍ୟ ଦେଇଆସୁଥିଲେ। ସେ ଉକ୍ତ ଟଙ୍କାକୁ ଡିପୋଜିଟ୍‌ କରି ନ ଥିବାର ଜଣାପଡ଼ିଛି। ଏସଏଚ୍‌ଜି ସମ୍ପାଦିକା ଓ ସଭାପତିଙ୍କୁ ବ୍ୟାଙ୍କରୁ କିସ୍ତି ଖିଲାପ ନୋଟିସ୍‌ ଆସିବା ପରେ ଠକେଇ ସମ୍ପର୍କରେ ଜଣାପଡ଼ିଥିଲା। ସଦସ୍ୟାଙ୍କ ପରିବାର ଲୋକ ସମ୍ପୃକ୍ତ ମହିଳାଙ୍କ ପାଖକୁ ଯାଇ ପଚରାଉଚରା କରି ବ୍ୟାଙ୍କକୁ ଯିବା ପାଇଁ ଡାକିଥିଲେ। ସେ ଚଞ୍ଚକତା କରି ଗତ ମାର୍ଚ୍ଚରୁ ଗଁାରୁ ଫେରାର ହୋଇଯାଇଥିଲେ। ବାଲେଶ୍ୱର ସଦର ଥାନା ତାମୁଳିଆ ଗାଁରେ ଏକ ଭଡ଼ାଘରେ ଉକ୍ତ ମହିଳା ରହୁଥିବା ଜାଣିପାରି ସଦସ୍ୟାମାନେ ସେଠାରେ ପହଞ୍ଚତ୍ଥିଲେ। ହେଲେ ଦେଖା ନ ପାଇ ସେଠାରୁ ନିରାଶ ହୋଇ ଫେରିଥିଲେ। ଏନେଇ ଉଭୟଗୋଷ୍ଠୀର ସମ୍ପାଦିକା ଓ ସଭାପତି ରୂପ୍‌ସା ଥାନାରେ ଗତ ଜୁନ୍‌ ୩୦ ତାରିଖରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ସେମାନଙ୍କ ଅଭିଯୋଗକୁ କାର୍ଯ୍ୟକାରୀ କରୁ ନ ଥିବାରୁ ସୋମବାର ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ବୋଲି ଶିବବାବା ସ୍ବୟଂ ସହାୟକ ଗୋଷ୍ଠୀର ସଭାପତି ପ୍ରଭାତି ରାଉତ, ସମ୍ପାଦିକା ସବିତା ନାୟକ ଏବଂ ଲକ୍ଷ୍ମୀନାରାୟଣ ସ୍ବୟଂ ସହାୟକ ଗୋଷ୍ଠୀର ସଭାପତି ମଞ୍ଜୁଲତା ଲେଙ୍କା, ସମ୍ପାଦିକା ଜୟନ୍ତୀ ବେହେରା। ସମ୍ପୃକ୍ତ ମହିଳା ଉକ୍ତ ପଞ୍ଚାୟତର ୨୦ରୁ ଊର୍ଦ୍ଧ୍ୱ ସ୍ବୟଂ ସହାୟକ ଗୋଷ୍ଠୀ, ଏସ୍‌କେଏସ୍‌ ଓ ବନ୍ଦନା ଗ୍ରୁପ ତିଆରି କରି ବହୁ ଟଙ୍କା ହଡ଼ପ କରିଥିବା ସଦସ୍ୟାମାନେ ଅଭିଯୋଗରେ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବସ୍ତା ରେଳ ଷ୍ଟେଶନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେଶନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

ବାଲେଶ୍ୱରରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା ଶାନ୍ତି ରେଷ୍ଟୁରାଣ୍ଟ

ବାଲେଶ୍ୱର, ୨୧ା୯( ବାଞ୍ଛାନିଧି ଦେ): ହୁତୁ ହୁତୁ ହୋଇ ଜଳୁଛି ରେଷ୍ଟୁରାଣ୍ଟ । ବାଲେଶ୍ୱର ଓଟି ରୋଡ୍‌ରେ ଥିବା ଶାନ୍ତି ରେଷ୍ଟୁରାଣ୍ଟରେ ସୋମବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି…

ଜଙ୍ଗଲରେ ପଡ଼ିଛି ହାତୀର ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

ଜଳେଶ୍ୱର,୨୦ା୯(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବରଡିହା ବନଖଣ୍ଡ କଳମା ପଞ୍ଚାୟତର ଆମ୍ବତୁମ୍ବା ଜଙ୍ଗଲରୁ ଏକ ମାଈହାତୀର ମୃତଦେହ ଉଦ୍ଧାର କରାଯାଇଛି। ପ୍ରାପ୍ତ ସୂଚନା…

ଗାଈକୁ ବଞ୍ଚାଇବାକୁ ଯାଇ ଓଲଟିଲା ଟୁରିଷ୍ଟ ବସ୍: ୧୫ରୁ ଊର୍ଦ୍ଦ୍ବ ଗୁରୁତର

ନୀଳଗିରି, ୧୯।୯, (ପ୍ରଶାନ୍ତ କୁମାର ବିଶ୍ବାଳ): ଶେରଗଡ଼ ନୀଳଗିରି ଦେଇ ମୟୁରଭଞ୍ଜକୁ ସଂଯୋଗ କରୁଥିବା ୧୯ନଂ ରାଜ୍ୟ ରାଜପଥର ଗୁହିରା ଏବଂ ଛତ୍ରପୁର ମଝି ରାସ୍ତା ଭୁଡୁରୁବଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?