ଆମ ଜିଲା ଖବର

ଚାଷ ପାଇଁ ପାଣି ନାହିଁ: ମେଗା ପ୍ରକଳ୍ପ ଅଫିସ୍‌ରେ ତାଲା ପକାଇଲେ ଚାଷୀ

ଘଣ୍ଟାପଡା, ୧୯।୭ (ଡି.ଏନ.ଏ): ଅନିୟମିତ ବର୍ଷା ଯୋଗୁ ଘଣ୍ଟାପଡା ଅଞ୍ଚଳରେ ଧାନଚାଷ ଉଜୁଡିବାକୁ ବସିଲାଣି । ଆଷାଢ଼ ମାସ ସରି ଶ୍ରାବଣ ହେଲା, ବର୍ଷାର ନାଁ ଗନ୍ଧ ନାହିଁ । ପ୍ରଥମ ଲଘୁଚାପ ବର୍ଷାରେ ବୁଣା ହୋଇଥିବା ଧାନ ଓ ତଳି…

ବିକାଶ ଲାଗି ଅଣ୍ଟା ଭିଡିଲା ରୂପ୍‌ସା ଆଞ୍ଚଳିକ ବିକାଶ ପରିଷଦ

ରୂପ୍‌ସା,୧୯।୭(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ରୂପ୍‌ସା ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ରୂପ୍‌ସା ଡାକବଙ୍ଗଳାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରୂପ୍‌ସା ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ଦଳମତ ନିର୍ବିଶେଷରେ ସମସ୍ତଙ୍କ ସହଯୋଗ କାମନା କରାଯାଇଛି। ବୈଠକରେ ବିକାଶ ପରିଷଦର ସଭାପତି ଭଗବାନ…

ବ୍ୟାପୁଛି ଜଣ୍ଡିସ୍‌, ୨ ମୃତ: ୫୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ବାଲେଶ୍ୱର ଅଫିସ,୧୯।୭-ବାଲେଶ୍ୱର ମ୍ୟୁନିସିପାଲିଟି ଅଧୀନ ୧ନଂ. ଓ ୨ନଂ. ୱାର୍ଡ଼ରେ ଜଣ୍ଡିସ୍‌ରେ ୨ଜଣ ପ୍ରାଣ ହରାଇଥିବାବେଳେ ୫୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏନେଇ ‘ଆଚ୍ଛା’ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା.…

ସ୍ନାତକୋତ୍ତର ପରୀକ୍ଷାଫଳ: ୫ ବିଭାଗରେ ଛାତ୍ରୀ ଟପ୍ପର

ଭଦ୍ରକ ଅଫିସ, ୧୯।୭ – ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟରେ ଶୁକ୍ରବାର ସ୍ନାତକୋତ୍ତର(ପିଜି) ପରୀକ୍ଷାଫଳ ପ୍ରକାଶ ପାଇଛି। ମୋଟ ୭ଟି ବିଭାଗ ମଧ୍ୟରୁ ୫ଟିରେ ଛାତ୍ରୀ ଟପ୍ପର ହୋଇଛନ୍ତି। ରସାୟନ ବିଜ୍ଞାନରେ ଲକ୍ଷ୍ମୀପ୍ରଭା ରାଉତ ୯୯୦ ସର୍ବାଧିକ ନମ୍ବର ରଖି ଟପ୍ପର ହୋଇଥିବା…

ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର ଘଟଣା: ଆନନ୍ଦପୁର ପ୍ରେସ୍‌ କ୍ଲବ ପକ୍ଷରୁ କେନ୍ଦ୍ରାପଡା ଏସ୍‌ପିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଆନନ୍ଦପୁର,୧୯। ୭(ସ୍ବ.ପ୍ର.): ଗତ ୧୭ ତାରିଖ ବୁଧବାର ଦିନ ପାଟକୁରା ବିଧାନସଭା ଆସନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ଗସ୍ତ ସମୟରେ କେନ୍ଦ୍ରାପଡ଼ା ଏସ୍‌ପି ଜଣେ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର କରିଥିବା ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି। ଏ ନେଇ ଏସ୍‌ପିଙ୍କ…

ମୋଟୁର ସିଲେରୁ ନଦୀରେ ସେତୁ ନିର୍ମାଣ ପରେ ୩୩୨ ମିଟର ଆପ୍ରୋଚ ରୋଡ୍‌ ନିର୍ମାଣରେ ପ୍ରଶାସନର ବିଳମ୍ବ: ଗ୍ରାମବାସୀ ନିର୍ମାଣ କଲେ ରାସ୍ତା

ମାଲକାନଗିରି,୧୯।୭(ଡି.ଏନ୍‌.ଏ): ଗୁରୁପ୍ରିୟା ସେତୁ ପରେ ମାଲକାନଗିରି ଜିଲାବାସୀଙ୍କ ବହୁ ପ୍ରତୀକ୍ଷିତ ଅନ୍ୟ ଏକ ସ୍ବପ୍ନ ମୋଟୁର ସିଲେରୁ ନଦୀ ଉପରେ ପୋଲ ନିର୍ମାଣ ପରେ ମଧ୍ୟ କେବଳ ୩୩୨ ମିଟର ରାସ୍ତା ନିର୍ମାଣରେ ଜିଲା ପ୍ରଶାସନ ଅବହେଳା କରିବାରୁ ବାଧ୍ୟ ହୋଇ…

ରାସ୍ତା ଖରାପ ଯୋଗୁ ଆସି ପାରିଲାନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ପ୍ରସୂତି

ମାଲକାନଗିରି,୧୯।୭(ସ୍ବ.ପ୍ର.): ଦୁର୍ଗମ ଗ୍ରାମକୁ ନାହିଁ ରାସ୍ତା। ଫଳରେ ଖଟିଆରେ ବୁହା ହେଲେ ପ୍ରସୂତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲା ମାଥିଲି ବ୍ଲକ ଧୁଙ୍ଗିଆପୁଟ ପଞ୍ଚାୟତ ବେଙ୍ଗପାଣି ଗ୍ରାମରେ। ଉକ୍ତ ଗ୍ରାମର ମଙ୍ଗଳା ପାଙ୍ଗିଙ୍କ ସ୍ତ୍ରୀ ସୁରିଆଙ୍କୁ ଖଟିଆରେ…

ନକଲି ମୋବିଲ କାରଖାନା ଠାବ: ୨ ଗିରଫ

ବାଲେଶ୍ୱର ଅଫିସ,୧୯।୭: ବାଲେଶ୍ୱର ଜିଲା ସହଦେବଖୁଣ୍ଟା ଥାନା ଅଧୀନ ଆରଡ଼ି ବଜାର ମଜିତ୍‌ ଗଳି ନିକଟରେ ଶୁକ୍ରବାର ମଧ୍ୟାହ୍ନରେ ପୋଲିସ ଚଢ଼ାଉ କରି ନକଲି ମୋବିଲ କାରଖାନା ଠାବ କରିଛି। ଏଥିରେ ୨ଜଣଙ୍କୁ ଗିରଫ କରାଯିବା ସହ ୫ ଲକ୍ଷ ଟଙ୍କାର…

ଚୋରି ଟିପ୍ପର ଝାଡ଼ଖଣ୍ଡରୁ ଉଦ୍ଧାର : ଅଭିଯୁକ୍ତ ଚମ୍ପଟ

ବଡ଼ବିଲ,୧୯।୭(ସ୍ବ.ପ୍ର.) : କେନ୍ଦୁଝର ଜିଲା ବଡ଼ବିଲ ଥାନା ଭଦ୍ରାସାହିରୁ ଗୁରୁବାର ବିଳମ୍ବିତ ରାତିରେ ଏକ ହାଇଓ୍ବା ଟିପ୍ପର ଚୋରି ହୋଇଯାଇଥିଲା। ଖବରପାଇ ପୋଲିସ ଟିପ୍ପରର ପିଛା କରିଥିଲା। ଚମ୍ପୁଆ ଥାନାଞ୍ଚଳ ଦେଇ ଟିପ୍ପରଟି ଝାଡ଼ଖଣ୍ଡ ରାଜ୍ୟ ଆଡ଼କୁ ଯାଇଥିଲେ ହେଁ ପୋଲିସ…

ଚିକିତ୍ସାଳୟରୁ ମୃତା ନାବାଳିକାଙ୍କ ଆଖି ତାଡ଼ିନେବା ଅଭିଯୋଗ

ଅନୁଗୋଳ ଅଫିସ,୧୯।୭(ଡି.ଏନ୍‌.ଏ): ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଜିଲା ଚିକିତ୍ସାଳୟର ମୃତଦେହ ରଖାଯାଉଥିବା ପ୍ରକୋଷ୍ଠରେ ତୃପ୍ତି ଗୋଚ୍ଛାୟତ ନାମକ ଜଣେ ନାବାଳିକାଙ୍କ ମୃତଦେହରୁ ଦୁଇଟି ଆଖି ତାଡ଼ି ନିଆଯାଇଛି। ଏ ନେଇ ବଅଁରପାଳ ଥାନା…

ସାପକାମୁଡାରେ ବୃଦ୍ଧଙ୍କ ଜୀବନଗଲା

ରାଜନଗର,୧୯।୭(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ବ୍ରାହ୍ମଣୀ ପଞ୍ଚାୟତ ଓଲସାହି ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ସାପକାମୁଡାରେ ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଫକୀର ଚରଣ ରାଉତ (୬୦)। ଗୁରୁତର ଅବସ୍ଥାରେ ଫକୀରଙ୍କୁ ପ୍ରଥମେ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା।…

ଘଣ୍ଟାପଡ଼ା ମେଗା ପଏଣ୍ଟରେ ତାଲା ପକାଇଲେ ଚାଷୀ

ଘଣ୍ଟାପଡ଼ା,୧୯।୭(ଡି.ଏନ୍‌.ଏ.): ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ତମ୍ବାସିନା(ଘଣ୍ଟାପଡ଼ା)ରେ ସରକାରଙ୍କ ପକ୍ଷରୁ ଚାଷୀମାନଙ୍କ ଉନ୍ନତି ପାଇଁ ଏକ ମେଗା ପଏଣ୍ଟ ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଏଲ୍‌ଏନ୍‌ଟି କମ୍ପାନୀକୁ କାର୍ଯ୍ୟଭାର ଦିଆଯାଇଥିଲା। ଗତ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ କଣ୍ଟାମାଳରେ ପାଇପ ଯୋଗେ ପାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?