ଆନନ୍ଦପୁର,୧୯। ୭(ସ୍ବ.ପ୍ର.): ଗତ ୧୭ ତାରିଖ ବୁଧବାର ଦିନ ପାଟକୁରା ବିଧାନସଭା ଆସନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ଗସ୍ତ ସମୟରେ କେନ୍ଦ୍ରାପଡ଼ା ଏସ୍ପି ଜଣେ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର କରିଥିବା ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି। ଏ ନେଇ ଏସ୍ପିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିକରି ଆନନ୍ଦପୁର ପ୍ରେସ୍ କ୍ଲବ ପକ୍ଷରୁ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଆନନ୍ଦପୁର ଉପଜିଲାପାଳ ରବୀନ୍ଦ୍ର କୁମାର ସାହୁଙ୍କୁ ପ୍ରଦାନ କରାଯାଇଛି। ପ୍ରେସ୍ କ୍ଲବ ସମ୍ପାଦକ ସନ୍ତୋଷ ରାଉତଙ୍କ ସଂଯୋଜନାରେ ସଭାପତି ଗୋପାଳ କୃଷ୍ଣ ରାଉତ, ଉପସଭାପତି ଶ୍ରୀକୁମାର ମିଶ୍ର, ଯୁଗ୍ମ ସମ୍ପାଦକ ଶୁଭକାନ୍ତ ନାୟକ, ରାଜୀବ ଲୋଚନ ଜେନା, ଅନୀଲ କୁମାର ସାହୁ, କୋଷାଧ୍ୟକ୍ଷ ଦିଲ୍ଲୀପ କୁମାର ମିଶ୍ର, ବରିଷ୍ଠ ଖବରଦାତା ଲୋକନାଥ ସିଂହ, ସୁବାଷ ପଣ୍ଡା ପ୍ରମୁଖଙ୍କ ସମେତ ବହୁ ଖବରଦାତା ଉପସ୍ଥିତ ରହି ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରତି ବିଭିନ୍ନ ସମୟରେ ହେଉଥିବା ଆକ୍ରମଣ ଓ ଦୁର୍ବ୍ୟବହାରକୁ ନିନ୍ଦା କରିବା ସହ ଦୃଢ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି।
ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର ଘଟଣା: ଆନନ୍ଦପୁର ପ୍ରେସ୍ କ୍ଲବ ପକ୍ଷରୁ କେନ୍ଦ୍ରାପଡା ଏସ୍ପିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି
ବରଗଡ଼ ମୁଖ୍ୟ କେନାଲରେ ୨ମାସ ଆସିବନି ପାଣି: ଏହି ଦିନଠାରୁ ଯୋଗାଣ ବନ୍ଦ, ଚିନ୍ତାରେ ଚାଷୀ
ବରଗଡ଼, ୨୪।୧୦ (ପ୍ରେମାନନ୍ଦ ଖମାରୀ): ବରଗଡ଼ ମୁଖ୍ୟ କେନାଲରେ ଆସନ୍ତା ନଭେମ୍ବର ମାସ ୧ ତାରିଖରୁ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ କରାଯିବ। ଦୀର୍ଘ ୨ ମାସ…
ମା’ଙ୍କ ଶ୍ରାଦ୍ଧ ଲାଗି ଛୁଟିରେ ଗାଁକୁ ଆସିଥିଲେ, ଦୁର୍ଘଟଣାରେ ଚାଲିଗଲା ଯବାନଙ୍କ ଜୀବନ
କୋକସରା,୨୪।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଦେଶ ସେବାରେ ନିୟୋଜିତ ଥିବା ଆସାମ ରାଇଫଲ୍ସ ହାବିଲଦାର ସରୋଜ କୁମାର ଶବରଙ୍କୁ ଶନିବାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ…
ଆସୁଛି ବାତ୍ୟା: ଇନ୍ଦ୍ରାବତୀର ୨ ଗେଟ୍ ଖୋଲିଲା
ନବରଙ୍ଗପୁର,୨୪।୧୦: ସମ୍ଭାବ୍ୟ ବାତ୍ୟା ଏବଂ ବର୍ଷାକୁ ଦୃଷ୍ଟିରେ ରଖି ଶନିବାର ଇନ୍ଦ୍ରାବତୀ ଜଳଭଣ୍ଡାରର ୨ଟି ଗେଟ୍ ଖୋଲାଯାଇଛି। ଡ୍ୟାମ୍ର ୩ ଓ ୬ ନମ୍ବର ଗେଟ୍ରୁ ୧୩୩…
୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ସହ ୯ ମୋବାଇଲ ଜବତ, ୭ ଜୁଆଡ଼ିଙ୍କୁ ଗିରଫ କରି…
ଗଞ୍ଜାମ,୨୪ା୧୦(ବିଦ୍ୟାଧର ସାହୁ): ରମ୍ଭା ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପୋଇରାଶି ପଞ୍ଚାୟତ ବରପଲ୍ଲୀ ଓ ଭୁଆଁଭୂଇଁ ଗ୍ରାମ ନିକଟସ୍ଥ ଠାକୁରାଣୀ ମନ୍ଦିରଠାରେ ଜୁଆଆଡ୍ଡା ଚାଲିଥିବାବେଳେ ରମ୍ଭା…
ଏହି ୫ ଜିଲାରେ ୨୮ ଓ ୨୯ରେ ସ୍କୁଲ୍, କଲେଜ ଛୁଟି : ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଲେ…
ଭୁବନେଶ୍ୱର, ୨୪ା୧୦: ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟର ୫ଟି ଜିଲାରେ ଆସନ୍ତା ୨୮ ଓ ୨୯ ତାରିଖରେ ସ୍କୁଲ୍ ଓ କଲେଜ…
ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ପାଇଁ ପ୍ରଶାସନର ପ୍ରସ୍ତୁତି: ୩୦ ତାରିଖ ପର୍ଯ୍ୟନ୍ତ ଲକ୍ଷ୍ମୀପୂଜା ତୋରଣ ଖୋଲା ରହିବ
କେନ୍ଦ୍ରାପଡ଼ା, ୨୪ା୧୦ (ଜଗନ୍ନାଥ ଧଳ): ଅକ୍ଟୋବର ମାସରେ ସମ୍ଭାବ୍ୟ ସାମୁଦ୍ରିକ ଝଡ଼କୁ ନେଇ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ପାଣିପାଗ ବିଶେଷଜ୍ଞଙ୍କ ଆକଳନ…
ବଟେଶ୍ୱର ପୀଠକୁ ମୁଖ୍ୟମନ୍ତ୍ରୀ ବସ୍ ସେବା ବନ୍ଦ, ବଢୁଛି ଅସନ୍ତୋଷ
ଗଞ୍ଜାମ,୨୪ା୧୦(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ କଣ୍ଟିଆଗଡ଼ ନିକଟରେ ଅବସ୍ଥିତ ପ୍ରସିଦ୍ଧ ଶୈବ ପୀଠ ବଟେଶ୍ୱର ପୀଠକୁ ଦୀର୍ଘ ଦଶ ମାସରୁ ଊର୍ଦ୍ଧ୍ୱ ହେବ…
କୋଟିଆରେ ଭଙ୍ଗା ଯାଇଥିବା ବୋର୍ଡ ପୁନଃସ୍ଥାପନ କଲା ଆନ୍ଧ୍ର: ନିର୍ବାଚନ ପାଇଁ ତତ୍ପରତା ପ୍ରକାଶ କରି…
ପଟ୍ଟାଙ୍ଗି,୨୪ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ମଧ୍ୟରେ ବିବାଦ ପୁଣି ଥରେ…

