ଆମ ଜିଲା ଖବର

ଦିଗପହଣ୍ଡିର ୩ ବର୍ଷୀୟ ବିସ୍ମୟ ବାଳକ ମୋକ୍ଷିତ: ଜାତୀୟ ସ୍ତରରେ ସୃଷ୍ଟି କଲେ ଇତିହାସ

ଦିଗପହଣ୍ଡି,୯।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିର ଜଣେ ମାତ୍ର ୩ ବର୍ଷ ବୟସର ଶିଶୁ ପୁଅ ଜାତୀୟ ସ୍ତରରେ ରେକର୍ଡ ସୃଷ୍ଟି କରି ସାରା ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ଏହି ଶିଶୁଟି ହେଉଛନ୍ତି ଶାସନ ସାହିର ମୋକ୍ଷିତ ମିଶ୍ର…

ନୂଆପଡ଼ା ଉପନିର୍ବାଚନ ପ୍ରଚାର ଶେଷ: ଫେରିଲେ କନ୍ଧମାଳ ଭାଜପା ନେତା, କର୍ମୀ

ଦାରିଙ୍ଗବାଡି,୯।୧୧(ଅରୁଣ ସାହୁ): ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରଚାରର ରବିବାର ଥିଲା ଶେଷ ଦିନ। ଏହି ଅବସରରେ କନ୍ଧମାଳ ଜିଲାର ବହୁ ଭାଜପା ନେତା ଓ କର୍ମୀ ପ୍ରଚାର ସମାପ୍ତ କରି ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ନିଜ ନିଜ ଅଞ୍ଚଳକୁ ଫେରିଛନ୍ତି।…

ଗୋଟିଏ ଦିନ ପରେ ଜିଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣୀ

ଦାରିଙ୍ଗବାଡି,୯।୧୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦଭୂଷଣ ଏବଂ ଏଏସପି ହରିଶ ବିସିଙ୍କ ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସୋମବାର ଦାରିଙ୍ଗବାଡ଼ି ବ୍ଲକ୍ ସଭାଗୃହ ପରିସରରେ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ଅଞ୍ଚଳବାସୀ ଏବଂ ଲୋକ ପ୍ରତିନିଧିମାନେ ବହୁ ସଂଖ୍ୟାରେ ଅଭିଯୋଗ ନେଇ…

ଦାରିଙ୍ଗବାଡ଼ିକୁ ବିଳମ୍ବରେ ଆସିଲା ଶୀତ: ଖସୁଛି ପାରଦ, ଘନ କୁହୁଡ଼ି ଯୋଗୁଁ ଯାତାୟାତ ବାଧାପ୍ରାପ୍ତ

ଦାରିଙ୍ଗବାଡି,୯।୧୧(ଅରୁଣ ସାହୁ): ‘ଓଡ଼ିଶାର କାଶ୍ମୀର’ ଭାବେ ପରିଚିତ ଦାରିଙ୍ଗବାଡ଼ିରେ ଚଳିତ ବର୍ଷ ଶୀତ ଆସିବାରେ ବିଳମ୍ବ ହୋଇଥିବା ବେଳେ ଗତ ଦୁଇ ଦିନ ହେବ ତାପମାତ୍ରା ଧୀରେ ଧୀରେ ଖସିବାରେ ଲାଗିଛି। ଫଳରେ ସହରରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ଘର…

ଛାଡ଼ଖାଇରେ କରୁଥିଲେ ଛେଳି ଚୋରି : ନିର୍ଧୁମ ଛେଚିଲେ ଗ୍ରାମବାସୀ

ଆନନ୍ଦପୁର,୯ା୧୧(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଚକ୍ରତୀର୍ଥ ନିକଟରୁ ଏକ ଛେଳିକୁ ବାଇକରେ ନେଇଯାଉଥିବା ବେଳେ ଗ୍ରାମବାସୀ ୨ ଜଣକୁ କାବୁ କରି ଉତ୍ତମ ମଧ୍ୟମ ଦେଇ ପୋଲିସ ଜିମା ଦେଇଛନ୍ତି। ୨ ଯୁବକ ସାଙ୍ଗଙ୍କ ସହ…

୩ ସନ୍ତାନ ପ୍ରସବ କଲେ ମହିଳା

ମୋହନା,୯ା୧୦(ମନ୍ମଥ ମିଶ୍ର ): ଗଜପତି ଜ଼ିଲା ମୋହନା ବ୍ଲକ ଖାରିଗୁଡା ପଞ୍ଚାୟତ ଅନ୍ତର୍ଗତ ବନ୍ଦ୍ରିରି ଗାଁର ଜଣେ ମହିଳା ରବିବାର ୩ଟି ସନ୍ତାନ ପ୍ରସବ କରିଛନ୍ତି l ଗ୍ରାମର ଜିତେନ୍ଦ୍ର ମାଝୀଙ୍କ ସ୍ତ୍ରୀ ପୁଲିନା ଗର୍ଭବତୀ ଥିଲେ। ତାଙ୍କ ପ୍ରସବ ଯନ୍ତ୍ରଣା…

ଦିଗପହଣ୍ଡି ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ: ଜଣେ ଅଟକ

ଦିଗପହଣ୍ଡି,୯।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ପୋଡ଼ାମାରି ଗ୍ରାମ ପୋଲିସ ଫାଣ୍ଡି ନିକଟରୁ ରବିବାର ସକାଳ ପ୍ରାୟ ସାଢ଼େ ୯ଟାରେ ଏକ ଗଞ୍ଜେଇ ବୋଝେଇ ଯାତ୍ରୀବାହୀ ଅଟୋକୁ ପାଟପୁର ପୋଲିସ ଜବତ କରିଛି। ପାଟପୁର ଥାନାର ଏସ୍.ଆଇ.…

ଦିଗପହଣ୍ଡିରେ ଜାତୀୟ ଆଇନ ସେବା ଦିବସ ପାଳିତ

ଦିଗପହଣ୍ଡି,୯।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ତାଲୁକା ଆଇନ ସହାୟତା କମିଟି ପକ୍ଷରୁ ରବିବାର ଆଙ୍କୋରଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଜାତୀୟ ଆଇନ ସେବା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଗ୍ରାମବାସୀଙ୍କୁ ସମାଜର ବିଭିନ୍ନ ବର୍ଗର…

କଲେଜ୍ ଛାତ୍ରୀ ଅପହରଣ ପରେ ବଳାତ୍କାର ମାମଲା: ୩ ମାସ ପରେ ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୯।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ଏକ ଗ୍ରାମର ଜଣେ ୧୭ ବର୍ଷୀୟା ନାବାଳିକା କଲେଜ୍ ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର ମାମଲାରେ ଫେରାର ଥିବା ଯୁବକକୁ ରବିବାର ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି।…

କଣ୍ଟାବାଞ୍ଜିରୁ ଚୋରି ହୋଇଥିବା ତେଲ ଟିଣ ଡୁମେରପିଟାରୁ ଜବତ

ବଲାଙ୍ଗିର,୯।୧୧(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ଡୁମେରପିଟା ଗାଁରୁ କଣ୍ଟାବାଞ୍ଜିରୁ ଚୋରି ହୋଇଥିବା ବିପୁଳ ପରିମାଣର ତେଲ ଟିଣକୁ କଣ୍ଟାବାଞ୍ଜି ପୋଲିସ ରବିବାର ଚଢ଼ାଉ କରି ଜବତ କରିଛି। ସୂଚନା ମୁତାବକ, କିଛି ଦିନ ପୂର୍ବରୁ କଣ୍ଟାବାଞ୍ଜି…

କାହିଁକି ସରୁନି ପ୍ରକଳ୍ପ ପଚାରି ବୁଝିଲେ ସଚିବ

ଗଞ୍ଜାମ,୯ା୧୧(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ୍‌ ଅନ୍ତର୍ଗତ ମଲାଡ଼ରେ ଥିବା ମେଗା ପାନୀୟ ଜଳ ପ୍ରକଳ୍ପକୁ ପଞ୍ଚାୟତରାଜ ବିଭାଗ ସଚିବ ତଥା କମିଶନର ଗିରିଶ ଏସ୍‌.ଏନ୍‌ ପରିଦର୍ଶନ କରିଛନ୍ତି। ଏହି ପ୍ରକଳ୍ପ ୨୦୧୮ରୁ ଆରମ୍ଭ ହୋଇଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ କାହିଁକି…

ନୂଆପଡ଼ା ଉପନିର୍ବାଚନ: ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ନୂଆପଡ଼ା,୯।୧୧: ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ଏନେଇ ରବିବାର ଅପରାହ୍ନ ୪ଟାରୁ ନୂଆପଡ଼ାରେ ନୀରବ ଅବଧି ଆରମ୍ଭ ହୋଇଯାଇଛି। ଏପରିକି ଉପନିର୍ବାଚନ ପାଇଁ ନୂଆପଡ଼ାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଅନ୍ୟପକ୍ଷେ ନୂଆପଡ଼ା ନିର୍ବାଚନମଣ୍ଡଳୀର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri