ଅନୁଗୋଳରେ କାଳବୈଶାଖୀ:ଗଛ ଭାଙ୍ଗି ରାସ୍ତା ବନ୍ଦ, ବିଦ୍ୟୁତ୍ ସେବା ବିଚ୍ଛିନ୍ନ
ଅନୁଗୋଳ ଅଫିସ, ୨୩।୪ଅନୁଗୋଳରେ ସୋମବାର ଅପରାହ୍ନରେ କାଳବୈଶାଖୀ ଯୋଗୁ ଲୋକଙ୍କୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ବହୁ ସ୍ଥାନରେ ଗଛ ଡାଳ ଭାଙ୍ଗି ରାସ୍ତା ଅବରୋଧ ହୋଇଥିବା ବେଳେ ଦୀର୍ଘ ସମୟ ଧରି ବିଦ୍ୟୁତ୍ ସେବା ବିଚ୍ଛିନ୍ନ ହୋଇଯାଇଥିଲା। ସକାଳେ ଚିକ୍ଚିକ୍…
ମଇଦାନରେ ୪ ପୂର୍ବତନ ମନ୍ତ୍ରୀ
ଯାଜପୁର ଅଫିସ,୨୩।୪: ଯାଜପୁର ଜିଲା ପ୍ରାକୃତିକ ସମ୍ପଦରେ ଭରପୂର ହୋଇରହିଛି। ଶିଳ୍ପ କ୍ଷେତ୍ରରେ ମଧ୍ୟ ଏହି ଜିଲା ସମୃଦ୍ଧ। କିନ୍ତୁ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଜିଲାକୁ ପଛୁଆ କରିଦେଇଛି। ଜିଲାରୁ ନିର୍ବାଚିତ ହୋଇ ଯାଉଥିବା ଜନପ୍ରତିନିଧିଙ୍କ ଅବହେଳା ଯୋଗୁ ବିକାଶର ପଥ…
ସଫଳ ବ୍ୟାଡ଼ମିଣ୍ଟନ ଖେଳାଳି ସମ୍ମାନିତ
ବାଲେଶ୍ୱର ଅଫିସ, ୨୩।୪-ବାଲେଶ୍ୱର ବ୍ୟାଡ୍ମିଣ୍ଟନ କ୍ଲବ ଆନୁକୂଲ୍ୟରେ ରାଜ୍ୟ ଓ ରାଜ୍ୟ ବାହାରେ ଆୟୋଜିତ ହେଉଥିବା ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳତା ହାସଲ କରିଥିବା ବାଲେଶ୍ୱର ବ୍ୟାଡ୍ମିଣ୍ଟନ କ୍ଲବର ଖେଳାଳିମାନଙ୍କୁ କ୍ଲବର ବରିଷ୍ଠ ସଦସ୍ୟ ବିନୟ ଶାହା, ସିଦ୍ଧାର୍ଥ ଦାସ, ଅଜୟ…
ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ, ପାଣି ପାଇଁ ଲୋକେ ହିନସ୍ତା: ହାଣ୍ଡି, ବାଲ୍ଟି ରଖି ରାସ୍ତା ଅବରୋଧ
ବଡବିଲ, ୨୩ା୪(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲ ପୌରାଞ୍ଚଳ ପିଏଚ୍ଡି ରୋଡସ୍ଥିତ ଗୋପବନ୍ଧୁ ସ୍କୁଲ ନିକଟବର୍ତ୍ତୀ ଅଞ୍ଚଳରେ ପାନୀୟଜଳ ଅଭାବ ଦେଖାଦେଇଛି। ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ଯୋଗୁ ଏହି ଅଞ୍ଚଳକୁ ପମ୍ପ ଯୋଗେ ଜଳ ଯୋଗାଣ ହୋଇପାରୁନାହିଁ। ସ୍ଥାନୀୟ ବାସିନ୍ଦା ଏଥିରେ ଅତିଷ୍ଠ ହୋଇ…
ମିଳୁନି ପ୍ରୋତ୍ସାହନ ଓ ସହାୟତା ସଙ୍କଟରେ କୌଳିକ ବୃତ୍ତି
କେନ୍ଦୁଝର, ୨୩ା ୪ (ସ୍ବ.ପ୍ର.)-ଖରା ଦିନ ଆସିଲେ ଟିକେ ଥଣ୍ଡା ପାଣି ପାଇଁ ଖୋଜା ପଡ଼େ ହାଣ୍ଡି, ମାଠିଆ, କଳସୀ। ସେତେବେଳେ କୁମ୍ଭକାରଙ୍କ କଥା ସମସ୍ତଙ୍କର ମନେ ପଡ଼େ। ଆଧୁନିକ ପ୍ଲାଷ୍ଟିକ, ଷ୍ଟିଲ, ସିଲଭର ବାସନ ଯୁଗରେ ଏହି ବେଉସା ବୁଡିଯିବାକୁ ବସିଥିଲେ ହେଁ…
ପ୍ରଚାର ବେଳେ ଉତ୍ତେଜନା
ଚାନ୍ଦବାଲି, ୨୩।୪ (ଡି.ଏନ.ଏ.)- ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଅଧୀନ ଯଶୀପୁର ପଞ୍ଚାୟତର ବିଭିନ୍ନ ଗ୍ରାମରେ ସୋମବାର ବିଜେଡି ପକ୍ଷରୁ ନିର୍ବାଚନ ପ୍ରଚାର ହୋଇଥିଲା। ବିଜେଡି ବିଧାୟକ ପ୍ରାର୍ଥୀ ବ୍ୟୋମକେଶ ରାୟ ସମର୍ଥକଙ୍କ ସହ କୁଦକାନ୍ଥି ନିକଟରୁ ଶୋଭାଯାତ୍ରାରେ ବାହାରି…
ପୋଷ୍ଟର ଲଗାଇବାକୁ ବିରୋଧ କରିବାରୁ ଆକ୍ରମଣ
ଭଦ୍ରକ ଅଫିସ, ୨୩।୪ – ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗେଲପୁର ଗ୍ରାମରେ ରବିବାର ନିର୍ଦ୍ଦିଷ୍ଟ ଏକ ଦଳର ପୋଷ୍ଟର ଲଗାଇବାକୁ ବିରୋଧ କରିବାରୁ ଏକ ପରିବାର ଲୋକଙ୍କ ଉପରେ ମରଣାନ୍ତକ ଆକ୍ରମଣ କରାଯାଇଛି। ଏ ନେଇ ଆକ୍ରମଣର ଶିକାର ହୋଇଥିବା…
ରୋଡ୍ଶୋ ବେଳେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ
ଭଦ୍ରକ ଅଫିସ, ୨୩।୪ – ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଜଳଙ୍ଗା ଗ୍ରାମରେ ସୋମବାର ପୂର୍ବାହ୍ନରେ ପ୍ରଦୀପ ଦୀକ୍ଷିତ(୨୭) ନାମକ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଗୁରୁତର ଅବସ୍ଥାରେ ସେ ଜିଲା ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି। ଏନେଇ ଗ୍ରାମାଞ୍ଚଳ ଥାନାରେ…
ଦଳୀୟ ପତାକା ପୋଡ଼ି, ଭଙ୍ଗାରୁଜା
ଚାନ୍ଦବାଲି, ୨୩।୪ (ଡି.ଏନ.ଏ.) – ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଘଣ୍ଟେଶ୍ୱର ଅଞ୍ଚଳରେ ରାଜନୈତିକ ବିବାଦକୁ ନେଇ ବିଜେଡି ଓ ଭାଜପା ସମର୍ଥକମାନେ ମୁହଁାମୁହିଁ ହେବା ସହ ସୋମବାର ସନ୍ଧ୍ୟାରେ ଉତ୍ତେଜନା ଦେଖାଯାଇଥିଲା। ଦଳୀୟ ପତାକା ପୋଡ଼ି ସାଙ୍ଗକୁ ଅସ୍ଥାୟୀ ଟୁଙ୍ଗୀକୁ…
ମତସାବ୍ୟସ୍ତ କଲେ ତଥାଗତ
ଢେଙ୍କାନାଳ ଅଫିସ, ୨୩।୪-ଢେଙ୍କାନାଳ ଜିଲାରେ ଆରମ୍ଭ ହୋଇଛି ମତଦାନ। ଏଠାରେ ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ଅନଷ୍ଠିତ ହେଉଥିବାବେଳେ ସବୁଠି ବ୍ୟାପକ ଉତ୍ସାହ ପରିଲକ୍ଷିତ ହୋଇଛି। କୁଞ୍ଜକାନ୍ତସ୍ଥିତ ୧୭୧ନଂ. ବୁଥ୍ରେ ଢେଙ୍କାନାଳ-ଅନୁଗୋଳ ଏମ୍ପି ତଥାଗତ ସତପଥୀ ଏବଂ ‘ଧରିତ୍ରୀ’ ଓ ‘ଓଡ଼ିଶାପୋଷ୍ଟ’ର ମୁଖ୍ୟ…
୬ ବର୍ଷ ହେଲା ବୋରଓ୍ବେଲ ପାଇଁ ଟଙ୍କା ଦେଇ ୨୪ ଚାଷୀ ହତାଶ
ଚିତ୍ରକୋଣ୍ଡା,୨୩।୪(ଡି.ଏନ୍.ଏ.)- କୃଷି ଏବଂ ଚାଷୀର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଆଦିବାସୀ ଅଞ୍ଚଳରେ ଆଦିବାସୀ ଚାଷୀଙ୍କୁ ଅନେକ ପ୍ରୋତ୍ସାହନ ଦେଉଛନ୍ତି। ମାତ୍ର ସରକାରୀ କଳର କେତେକ ନ୍ୟସ୍ତସ୍ବାର୍ଥ କର୍ମଚାରୀଙ୍କ ପାଇଁ ସରକାରଙ୍କ ଯୋଜନାରୁ ସୁଫଳ ପାଉନାହାନ୍ତି ଚାଷୀ।…
ବାପ୍ ଆରପାରେ, ମା’ର ପତା ନାଇଁଅଁଧାରକେ ଠେଲି ହେଉଛେ ୩ ଛୁଆକର ଭବିଷତ୍
ରାଉରକେଲା ଅଫିସ,୨୩ା ୪: କାମଧଁଦା ଖୁଜବାର ଲାଗି ମା’ ଘର ଛାଡ଼ି କେନ୍ଆଡ଼େ ପଲେଇଗଲେ। ଆଏଜ୍ତକ୍ ତାକର ପତା ନାଇଁ ମିଲବାର। କିଏ କହୁଛେ ଦଲାଲମାନକର ଶିଖାପଢ଼ାରେ ଦିଲ୍ଲୀ ଯାଇଛନ୍ ତ ଆର କିଏ କହୁଛେ ମୁମ୍ବାଇ। ଇ ବାବ୍ଦେ ଗଲା…
Archives


