ମଇଦାନରେ ୪ ପୂର୍ବତନ ମନ୍ତ୍ରୀ

ଯାଜପୁର ଅଫିସ,୨୩।୪: ଯାଜପୁର ଜିଲା ପ୍ରାକୃତିକ ସମ୍ପଦରେ ଭରପୂର ହୋଇରହିଛି। ଶିଳ୍ପ କ୍ଷେତ୍ରରେ ମଧ୍ୟ ଏହି ଜିଲା ସମୃଦ୍ଧ। କିନ୍ତୁ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଜିଲାକୁ ପଛୁଆ କରିଦେଇଛି। ଜିଲାରୁ ନିର୍ବାଚିତ ହୋଇ ଯାଉଥିବା ଜନପ୍ରତିନିଧିଙ୍କ ଅବହେଳା ଯୋଗୁ ବିକାଶର ପଥ ଉନ୍ମୁକ୍ତ ହୋଇପାରିନାହିଁ। ଅତୀତରେ ଓ ବର୍ତ୍ତମାନ ଜିଲାକୁ ପ୍ରତିନିଧିତ୍ୱ କରିଥିବା ବିଧାୟକମାନେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ହୋଇଥିଲେ ହେଁ ବିକାଶ ପ୍ରତି ଆଖି ବୁଜି ଦେଇଛନ୍ତି ବୋଲି ମତପ୍ରକାଶ ପାଉଛି। ଚଳିତ ନିର୍ବାଚନରେ ୪ଜଣ ପୂର୍ବତନ ମନ୍ତ୍ରୀ ନିର୍ବାଚନୀ ମଇଦାନରେ ଲଢେଇ କରୁଛନ୍ତି। ମନ୍ତ୍ରୀପଦର ଉଚିତ ବିନିଯୋଗ ନ କରି ଅଧିକାଂଶ ସମୟରେ ଏମାନେ ଦୁର୍ନୀତି ଓ କ୍ଷମତାର ଅପବ୍ୟବହାରରେ ବୁଡି ରହିଥିବା ଯୋଗୁ ଚଳିତ ନିର୍ବାଚନରେ ସେମାନେ କଡ଼ା ମୁକାବିଲାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି।

ପୂର୍ବରୁ ଯାଜପୁର ଅବିଭକ୍ତ କଟକ ଜିଲାରେ ଅନ୍ତର୍ଭୁକ୍ତ ଥିଲା। ୧୯୯୩ରେ ଏହା ଜିଲାର ମାନ୍ୟତା ପାଇଲା। ବର୍ତ୍ତମାନ ଯାଜପୁର ଜିଲାରେ ୭ଟି ବିଧାନସଭା ନିର୍ବାଚନମଣ୍ଡଳୀ ରହିଛି। ସେଗୁଡିକ ହେଲା ବିଞ୍ଝାରପୁର, ବରୀ, ବଡଚଣା, ଧର୍ମଶାଳା, ଯାଜପୁର, କୋରେଇ ଓ ସୁକିନ୍ଦା। ଏଥିରୁ ମାତ୍ର ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ତଫସିଲଭୁକ୍ତ ଜାତିଙ୍କ ପାଇଁ ସଂରକ୍ଷିତ ଥିବାବେଳେ ବାକି ୬ଟି ନିର୍ବାଚନମଣ୍ଡଳୀ ଅଣସଂରକ୍ଷିତ। ଏହି ଜିଲାରୁ ପ୍ରତିନିଧିତ୍ୱ କରିଥିବା ନେତାଙ୍କୁ ରାଜସ୍ବ, ଶକ୍ତି, ଅର୍ଥ, ଶିକ୍ଷା ବିଭାଗ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଅବକାରୀ, ମହିଳା ଓ ଶିଶୁ ବିକାଶ ବିଭାଗ, କ୍ରୀଡା, କୃଷି, ପର୍ଯ୍ୟଟନ ଓ ଲୋକସମ୍ପର୍କ ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀପଦ ମିଳିଛି। କିନ୍ତୁ କୌଣସି ପ୍ରକାର ଆଖିଦୃଶିଆ ଉନ୍ନୟନମୂଳକ କାର୍ଯ୍ୟ କରାଯାଇ ନାହିଁ। ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂଦେଓଙ୍କ ସମୟରେ ଜିଲାକୁ ପ୍ରଥମ ମନ୍ତ୍ରୀପଦ ମିଳିଥିଲା। ଯାଜପୁର ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଥିବା ଶାନ୍ତନୁ ଦାଶଙ୍କୁ ତଫସିଲଭୁକ୍ତ ଜାତି ଓ ଜନଜାତି ଉନ୍ନୟନ ଏବଂ ଅବକାରୀ ମନ୍ତ୍ରୀଭାବେ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଥିଲା। ପରବର୍ତ୍ତୀ ସମୟରେ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀ ସମୟରେ ଚିତ୍ତ ନାୟକ ବିଞ୍ଝାରପୁର ଆସନରୁ ଡେପୁଟି ମନ୍ତ୍ରୀ ପଦବୀ ପାଇଥିଲେ। ନନ୍ଦିନୀ ଶତପଥୀଙ୍କ ମୁଖ୍ୟମନ୍ତ୍ରିତ୍ୱ କାଳରେ ଧର୍ମଶାଳା ଆସନରୁ ବାଙ୍କବିହାରୀ ଦାସଙ୍କୁ ରାଜସ୍ବ ମନ୍ତ୍ରୀ ପଦ ମିଳିଥିଲା। ଏହାପରେ ଯାଜପୁର ଆସନରୁ ଜଗନ୍ନାଥ ମଲ୍ଲିକ କୃଷି ମନ୍ତ୍ରୀ, ସୁକିନ୍ଦା ଆସନରୁ ଶରତ ରାଉତ ପର୍ଯ୍ୟଟନ ଓ ଲୋକ ସମ୍ପର୍କ, ବଡଚଣା ଆସନରୁ ସୀତାକାନ୍ତ ମହାପାତ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଧର୍ମଶାଳା ଆସନରୁ କଳ୍ପତରୁ ଦାଶ ପଞ୍ଚାୟତିରାଜ, ବରୀ ଆସନରୁ ଦେବାଶିଷ ନାୟକ କ୍ରୀଡା, ବଡଚଣା ଆସନରୁ ଅମରପ୍ରସାଦ ଶତପଥୀ କୃଷି, ବିଞ୍ଝାରପୁର ଆସନରୁ ପ୍ରମିଳା ମଲ୍ଲିକ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ, ଯାଜପୁର ଆସନରୁ ପ୍ରଣବ ପ୍ରକାଶ ଦାସ ଶକ୍ତିମନ୍ତ୍ରୀ ହୋଇଛନ୍ତି। ତେବେ ପ୍ରଫୁଲ୍ଲ ଘଡେଇ ଜିଲାରୁ ୪ଥର ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡିକର ମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଅର୍ଥମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀ ଓ ଅବକାରୀ ମନ୍ତ୍ରୀଭାବେ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅବସ୍ଥାପିତ କରିଥିଲେ। ଏମାନଙ୍କ ମଧ୍ୟରୁ ଚଳିତ ନିର୍ବାଚନରେ ୪ଜଣ ପୂର୍ବତନ ମନ୍ତ୍ରୀ ସୁକିନ୍ଦାରୁ କଂଗ୍ରେସର ଶରତ ରାଉତ, ବଡଚଣାରୁ ବିଜେଡିର ଅମରପ୍ରସାଦ ଶତପଥୀ, ବିଞ୍ଝାରପୁରରୁ ବିଜେଡିର ପ୍ରମିଳା ମଲ୍ଲିକ ଓ ଯାଜପୁରରୁ ବିଜେଡିର ପ୍ରଣବ ପ୍ରକାଶ ଦାସ ପ୍ରାର୍ଥୀ ହୋଇଛନ୍ତି। ବିଞ୍ଝାରପୁର ବିଜେଡି ପ୍ରାର୍ଥୀ ପ୍ରମିଳା ମଲ୍ଲିକ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଥିବା ସମୟରେ ମଧ୍ୟାହ୍ନଭୋଜନ (ଏମ୍‌ଡିଏମ୍‌) ଏବଂ ପୁଷ୍ଟିକର ଖାଦ୍ୟ ଯୋଗାଣ କାର୍ଯ୍ୟକ୍ରମରେ ନିମ୍ନମାନର ଡାଲି ଚଢା ଦରରେ କିଣାଯାଇ ଯୋଗାଣ ହୋଇଥିବା ଅଭିଯୋଗ ହୋଇଥିଲା। ଏହା ପର୍ଦ୍ଦାଫାଶ ହେବା ପରେ ସାରା ରାଜ୍ୟରେ ଚହଳ ପଡିଥିଲା। ବିରୋଧୀ ଏହାକୁ ମୁଖ୍ୟ ପ୍ରସଙ୍ଗ କରି ବିଧାନସଭାରେ ହୋହାଲ୍ଲା କରିଥିଲେ। ଏଥିରେ ତକତ୍ାଳୀନ ମନ୍ତ୍ରୀ ପ୍ରମିଳାଙ୍କୁ ୨୦୧୧ ଫେବୃୟାରୀ ୫ରେ ଇସ୍ତଫା ଦେବାକୁ ପଡିଥିଲା। ରାଜ୍ୟ ସରକାର ଏହି ଦୁର୍ନୀତିର ତଦନ୍ତ ଦାୟିତ୍ୱ ଭିଜିଲାନ୍ସ ବିଭାଗକୁ ନ୍ୟସ୍ତ କରିଥିଲେ। ଏହି ତଦନ୍ତ ଚାଲିଥିବା ସମୟରେ ୨୦୧୫ ନଭେମ୍ବରରେ ଡାଲି ଯୋଗାଣକାରୀ ସଂସ୍ଥା ଓଡ଼ିଶା ଅର୍ଡର ସପ୍ଲାଏର୍ସକୁ ବକେୟା ଅର୍ଥ ବାବଦକୁ ୮କୋଟି ୨୫ଲକ୍ଷ ୯୦ହଜାର ୨୯ ଟଙ୍କା ପ୍ରଦାନ କରାଯାଇଥିଲା। ଏହି ଅଯାଚିତ ଅନୁକମ୍ପାରେ ସେତେବେଳେ ଜିଲାର ଜଣେ ଅନ୍ୟତମ ମନ୍ତ୍ରୀଙ୍କ ହାତ ଥିଲା ବୋଲି ଚର୍ଚ୍ଚା ହୋଇଥିଲା। ଚଳିତ ନିର୍ବାଚନରେ ଏହି ଘଟଣାକୁ ବିରୋଧୀ ପ୍ରସଙ୍ଗ କରିଛନ୍ତି। ସେହିପରି ଅମରପ୍ରସାଦ ଶତପଥୀ କୃଷି ମନ୍ତ୍ରୀ ଥିବା ସମୟରେ ବାଦାମ ବିହନ ଦୁର୍ନୀତି ଅଭିଯୋଗ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା। ଏଥିପାଇଁ ଅମରଙ୍କ ମନ୍ତ୍ରୀପଦ ମଧ୍ୟ ଯାଇଥିଲା। ସୁକିନ୍ଦା କଂଗ୍ରେସର ଶରତ ରାଉତ ମନ୍ତ୍ରୀ ଥିଲା ସମୟରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଛନ୍ଦିହୋଇଥିଲେ। ପ୍ରଣବପ୍ରକାଶ ଦାସ ଶକ୍ତିମନ୍ତ୍ରୀ ରହିଥିଲେ ହେଁ ସେତେଟା ବିକାଶ ସମ୍ଭବ ହୋଇପାରି ନ ଥିଲା। ଶକ୍ତି ବିଭାଗରେ ଆବଶ୍ୟକ ପରିଚାଳନାଗତ ଅଭାବରୁ ୨ ବର୍ଷ ପରେ ତାଙ୍କ ମନ୍ତ୍ରୀପଦ ଯାଇଥିଲା। ଏଭଳି ଭାବରେ ଜିଲାରେ ଏତେସବୁ ମନ୍ତ୍ରୀପଦ ମିଳିଥିଲେ ବି ଯାଜପୁର ଜିଲା ବିକାଶ କ୍ଷେତ୍ରରେ ସମ୍ପୂର୍ଣ୍ଣ ଭାବରେ ପଛାଇଯାଇଛି। ଜିଲାରେ ସ୍ବାସ୍ଥ୍ୟ ସମସ୍ୟା ଏକ ମୁଖ୍ୟ ପ୍ରସଙ୍ଗ ହୋଇ ରହିଥିବାବେଳେ ବର୍ଷା ମାସରେ ପ୍ରମୁଖ ନଦୀନାଳ ଜିଲାବାସୀଙ୍କ ପାଇଁ ଦୁଃଖ ସାଜିଛି। ଶିକ୍ଷା, ପାନୀୟ ଜଳ, ଜଳସେଚନ, ନିଯୁକ୍ତି, ଗମନାଗମନ ସମସ୍ୟା ମଧ୍ୟ ଉକତ୍ଟ ରୂପ ନେଇଛି। ଖଣି ଓ ଶିଳ୍ପାଞ୍ଚଳରେ ପ୍ରଦୂଷଣ ସମସ୍ୟାରେ ଲୋକେ ଅତିଷ୍ଠ ହୋଇ ପଡୁଛନ୍ତି। ସହରର ଡ୍ରେନେଜ ଓ ପରିମଳ ସମସ୍ୟାରେ ଲୋକେ ରୁନ୍ଧି ହେଉଛନ୍ତି। ପୂର୍ବତନ ମନ୍ତ୍ରୀମାନଙ୍କ ଏଭଳି ଅବହେଳା ଓ ଦୁର୍ନୀତିକୁ ଏବେ ବିରୋଧୀ ପ୍ରାର୍ଥୀମାନେ ପ୍ରସଙ୍ଗ କରିଛନ୍ତି।

ହର୍ଷବର୍ଦ୍ଧନ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଦୃଷ୍ଟିବାଧିତ ଛାତ୍ରୀଛାତ୍ରଙ୍କୁ ଲାପଟପ ବଣ୍ଟନ: ଶିକ୍ଷାକୁ ସହଜ କରିବାକୁ ଉଦ୍ୟମ

କର୍ଲାମୁଣ୍ଡା,୩।୯(ପ୍ରଦୀପ କୁମାର ସାହୁ):ଦୃଷ୍ଟିବାଧିତ ଛାତ୍ରୀଛାତ୍ରଙ୍କ ଶିକ୍ଷାକୁ ସହଜ ଓ ଡିଜିଟାଲ ମାଧ୍ୟମରେ ଆହୁରି ସୁଗମ କରିବା ଉଦ୍ଦେଶ୍ୟରେ ଜିଲାପାଳଙ୍କ ପକ୍ଷରୁ ଲାପଟପ ବଣ୍ଟନ କରାଯାଇଛି। ଜିଲାପାଳଙ୍କ ଆବାସିକ…

ବହୁ ଚର୍ଚ୍ଚିତ ACF ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା, ପତ୍ନୀଙ୍କ ଆବେଦନର ଶୁଣାଣି ଶେଷ କଲେ ହାଇକୋର୍ଟ

କଟକ,୩ା୯(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାକୁ ନେଇ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ଆବେଦନ ଉପରେ ଆଜି ଶୁଣାଣି ଶେଷ ହୋଇଛି ।…

ଢେଙ୍କାନାଳର ପୂର୍ବତନ ଜିଲାପାଳ ଦୋଷୀ ସାବ୍ୟସ୍ତ, ବର୍ଷେ ଜେଲ୍‌ ଦଣ୍ଡ ସହ ସମ୍ପୂର୍ଣ୍ଣ ସରକାରୀ ପେନ୍‌ସନ୍‌କୁ…

ଢେଙ୍କାନାଳ,୩ା୯(ରତନ ନାୟାର): ସରକାରୀ ପଦବୀର ଅପବ୍ୟବହାର, ଅନିୟମିତତା ଓ ଠିକାଦାରଙ୍କୁ ଅହେତୁକ ଅନୁକମ୍ପା ଦେଖାଇବା ମାମଲାରେ ଢେଙ୍କାନାଳର ପୂର୍ବତନ ଜିଲାପାଳ ନିତ୍ୟାନନ୍ଦ ମହାନ୍ତି ଦୋଷୀ ସାବ୍ୟସ୍ତ ହୋଇଛନ୍ତି।…

ଶ୍ରାଦ୍ଧକାର୍ଯ୍ୟକୁ ଯିବାବେଳେ ବାଟରେ ଛକିଥିଲା ଯମ: ଆଉ ତା’ପରେ ଘଟିଲା…

ବରଗଡ଼,୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥ ଉପରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଥିଲା। ଏକ ଟ୍ରକ ଅନ୍ୟ…

ଦେଢ଼ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ, ଜଣଙ୍କୁ ଗିରଫ କରି…

ସମ୍ବଲପୁର,୩ା୯(ପ୍ରମୋଦ): ଧନୁପାଲି ଥାନା ଅନ୍ତର୍ଗତ ସୁନାପାଲି ଛକ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ କରାଯାଇ ପ୍ରାୟ ୧୨ ଗ୍ରାମ ବ୍ରାଉନସୁଗାର ଜବତ…

୩ ଦିନ ବିତିଗଲାଣି, ମିଳୁନି ରବୀନ୍ଦ୍ରଙ୍କ ପତ୍ତା: କଲେଜ ଯାଉଛି କହି…

ଭଞ୍ଜନଗର,୩।୯(ବାବୁଲା ପ୍ରଧାନ): ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରେ ପାଠ ପଢ଼ିଲେ। ସକାଳୁ କଲେଜ ଯାଉଛି କହି ମୋବାଇଲ ଫୋନ ଘରେ ଛାଡ଼ି ଘରୁ ବାହାରିଥିଲେ। ଏହାପରେ ଛାତ୍ର…

ଜଙ୍ଗଲରୁ ରକ୍ତାକ୍ତ ମୃତଦେହ ଉଦ୍ଧାର, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ

ଗୁଣପୁର,୩ା୯(ସୁଜାତା ପାଢ଼ୀ): ଜଙ୍ଗଲରୁ ମିଳିଲା ଯୁବକଙ୍କ ରକ୍ତାକ୍ତ ମୃତଦେହ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲା ଗୁଣପୁର ବ୍ଲକ୍ ଗଠଳପଦର ପଞ୍ଚାୟତ କାକିତାରା…

ଆକ୍ସନ ମୋଡ୍‌ରେ ବିଇଓ: ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ, ଦୁଇ ଶିକ୍ଷକଙ୍କ ଦରମା ବନ୍ଦ

ଉଦଳା,୩ା୯(ସନ୍ତୋଷ ବାଛିନୀ): ଆକ୍ସନ ମୋଡ୍‌ରେ କପ୍ତିପଦା ବିଇଓ। କାର୍ଯ୍ୟରେ ଅବହେଳା ଏବଂ ନିୟମ ଉଲ୍ଲଂଘନ ପାଇଁ ଜଣେ ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ କରିବା ସହିତ ଦୁଇ ଜଣଙ୍କ ଦରମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri