ଚିତ୍ରକୋଣ୍ଡା,୨୩।୪(ଡି.ଏନ୍.ଏ.)- କୃଷି ଏବଂ ଚାଷୀର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଆଦିବାସୀ ଅଞ୍ଚଳରେ ଆଦିବାସୀ ଚାଷୀଙ୍କୁ ଅନେକ ପ୍ରୋତ୍ସାହନ ଦେଉଛନ୍ତି। ମାତ୍ର ସରକାରୀ କଳର କେତେକ ନ୍ୟସ୍ତସ୍ବାର୍ଥ କର୍ମଚାରୀଙ୍କ ପାଇଁ ସରକାରଙ୍କ ଯୋଜନାରୁ ସୁଫଳ ପାଉନାହାନ୍ତି ଚାଷୀ। ଏପରି ଏକ ଘଟଣା ଘଟିଛି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲ୍ଳକ ଅଞ୍ଚଳରେ। ଉକ୍ତ ଅଞ୍ଚଳରେ ଚାଷୀ ଜମିରେ ବୋରଓ୍ବେଲ ଖୋଳାଇବା ଲାଗି ପାଣି ପରୀକ୍ଷା କରିବାକୁ ସ୍ଥାନ ଚିହ୍ନଟ ଲାଗି ବିଭାଗ ନିକଟରେ ୧ହଜାର ଲେଖାଏ ଟଙ୍କା ବାନ୍ଧି ୬ବର୍ଷ ବିତିଯାଇଥିଲେ ମଧ୍ୟ ଏଯାଏ ପାଣି ପରୀକ୍ଷା ହୋଇପାରିନାହିଁ। ଏନେଇ ଚାଷୀମାନେ ବାରମ୍ବାର କାର୍ଯ୍ୟାଳୟକୁ ଦୌଡି ନିରାଶ ହୋଇଛନ୍ତି। ଜିଲା ପ୍ରଶାସନ ନିକଟରେ ଅଭିଯୋଗ କଲେ ମଧ୍ୟ କିଛି ପଦକ୍ଷେପ ନିଆଯାଉନାହିଁ।
ଖବରରୁ ଜଣାପଡିଛି ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ୩ଟି ପଞ୍ଚାୟତ ଦୋରାଗୁଡା,ଗୁଣ୍ଠାୱାଡା ଓ ନୂଆଗୁଡାର ୨୪ ଜଣ ଚାଷୀ ଜଳସେଚନ ପାଇଁ ଚାଷଜମିରେ ବୋରୱେଲ ଖୋଳିବା ପାଇଁ ମାଲକାନଗିରି ଉଠା ଜଳସେଚନ ନିଗମକୁ ଦରଖାସ୍ତ କରି ପାଣି ପରୀକ୍ଷା ଲାଗି ସ୍ଥାନ ଚିହ୍ନଟ ପାଇଁ ଗତ ୬ା୬ା୨୦୧୩ରେ ଜଣ ପିଛା ୧ହଜାର ଲେଖାଏ ମୋଟ ୨୪ହଜାର ଟଙ୍କା ଦାଖଲ କରିଥିଲେ। ପାଣି ପରୀକ୍ଷା ପରେ ବୋରୱେଲ ଖୋଳିବା ସମୟରେ ଉଠାଜଳସେଚନ ନିଗମକୁ ଏନେଇ ଏସାର ଫାଉଣ୍ଡେସନ ସହାୟତା କରିଥାନ୍ତା। ମାତ୍ର ଚାଷୀମାନେ ଟଙ୍କା ବାନ୍ଧିବାର ୬ ବର୍ଷ ବିତିଯାଇଥିଲେ ମଧ୍ୟ ମାଲକାନଗିରି ଉଠାଜଳସେଚନ ନିଗମ ପାଣି ବାହାରିବା ପାଇଁ ସ୍ଥାନ ପରୀକ୍ଷା କରି ଚିହ୍ନଟ କରୁନାହିଁ। ଏନେଇ ବାରମ୍ବାର ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ,ଜିଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିନି। ପ୍ରଶାସନ ଚାଷୀଙ୍କ ଜମିରେ ବୋରଓ୍ବେଲ ଖୋଳିବା ପାଇଁ ସ୍ଥାନ ପରୀକ୍ଷା କରି ଚିହ୍ନଟ କରୁନି କିମ୍ବା ଚାଷୀ ଦେଇଥିବା ଅର୍ଥ ଫେରସ୍ତ କରୁନାହିଁ। ଉଠାଜଳସେଚନ ନିଗମର ଅଧିକାରୀଙ୍କୁ ଚାଷୀ ମାନେ ଭେଟିବାରୁ ସେ କହିଥିଲେ ଯେ, ଆଉ ପୂର୍ବଭଳି ଦରଖାସ୍ତ ରଖି ବୋରୱେଲ ଖୋଳାଯାଉନାହିଁ। ଏବେ ଅନଲାଇନ ମାଧ୍ୟମରେ ଦରଖାସ୍ତ ଗ୍ରହଣ କରାଯାଇ ଟଙ୍କା ଜମା କଲେ ସିଧାସଳଖ ବୋରୱେଲ ଖୋଳା ଯାଉଛି। ଆଉ ପାଣି ବାହାରିବା ପାଇଁ ସ୍ଥାନ ପରୀକ୍ଷା କରିବା ଦରକାର ନାହିଁ ବୋଲି କହି ଏଥିପାଇଁ ବିଜ୍ଞାପନ ବାହାରିବା ସମୟରେ ଦରଖାସ୍ତ କରିବା ପାଇଁ କହିଥିଲେ। ତେବେ ଏଠାରେ ପ୍ରଶ୍ନ ଉଠୁଛି ଚାଷୀ ବାନ୍ଧିଥିବା ଅର୍ଥ ସେମାନେ କିପରି ଫେରିପାଇବେ। ସେ ନେଇ ଅଧିକାରୀ ଜଣକ କିଛି କହି ନ ଥିଲେ।
ଗାଁରେ ପଶି ଲୋକଙ୍କୁ କାମୁଡ଼ିଲା ପାଗଳା କୁକୁର
ଗୁଡ଼ାରି,୨୮।୫(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ର ଅସଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସିଲିମି ଗ୍ରାମରେ ଗୁରୁବାର ପାଗଳା କୁକୁର ଆତଙ୍କ ଦେଖିବାକୁ ମିଳିଥିଲା। କୁକୁର…
ପତ୍ନୀଙ୍କୁ ହତ୍ୟା, ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ ରାୟଗଡା ଏଡିଜେ
ଗୁଣପୁର,୨୭।୫( ସୁଜାତା ପାଢ଼ୀ ): ଘରୋଇ କନ୍ଦଳ ପରେ ପତ୍ନୀଙ୍କୁ ନିର୍ମମ ଭାବେ ହତ୍ୟା କରିବା ଘଟଣାରେ ବିଚାରଣା କରି ରାୟଗଡା ଏଡିଜେ ଅଳ୍ପନା ସ୍ବାଇଁ ଅଭିଯୁକ୍ତ…
ରାଜ୍ ପ୍ରସାଦ ରାୟଗଡ଼ାର ନୂଆ ଏସ୍ପି; ଦାୟିତ୍ବ ଗ୍ରହଣ କରୁକରୁ କହିଦେଲେ ଏହି କଥା, ଛାନିଆ…
ଗୁଣପୁର,୨୭।୫(ସୁଜାତା ପାଢ଼ୀ): ରାୟଗଡ଼ା ଜିଲାର ନୂତନ ଏସପି ଭାବେ ରାଜ୍ ପ୍ରସାଦ ବୁଧବାର କାର୍ଯ୍ୟରେ ଯୋଗଦାନ କରିଛନ୍ତି । ପୂର୍ବତନ ଏସପି ସ୍ୱାତି ଏସ କୁମାରଙ୍କ ଠାରୁ…
ସୁନା ବ୍ୟବସାୟୀଙ୍କୁ ଆକ୍ରମଣ: ଗୁଡାରିରେ ଆତଙ୍କ
ଗୁଡାରି,୨୬।୫ (ପ୍ରମୋଦ କୁମାର ପତି): ରାୟଗଡା ଜିଲାର ଗୁଡାରି ସହରରେ ସୋମବାର ବିଳମ୍ବିତ ରାତିରେ ଅଭାବନୀୟ ଘଟଣା ଘଟିଛି। ଜଣେ ସୁନା ବ୍ୟବସାୟୀଙ୍କୁ ଡକାୟତ ଗ୍ୟାଙ୍ଗ ମରଣାନ୍ତକ…
ଚଳନ୍ତା ଟ୍ରେନରୁ ଖସିପଡିଲେ ବ୍ୟାଙ୍କ କର୍ମଚାରୀ, ଡାକ୍ତରଖାନା ନେବା ରାସ୍ତାରେ…
ଗୁଣପୁର,୨୫।୫( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଅମ୍ବାଦଳା ରେଳ ଷ୍ଟେଶନରେ ଚଳନ୍ତା ଟ୍ରେନରୁ ଓହ୍ଲାଉଥିବା ବେଳେ ଗୋଡ଼ ଖସିଯିବାରୁ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ମୃତ୍ୟୁ ଘଟିଛି ।…
ଦୁଇ ଆଇପିଏସ୍ ଅଫିସରଙ୍କୁ ବଦଳି ରାଜ ପ୍ରସାଦ ରାୟଗଡ଼ା ଏସ୍ପି
ଗୁଣପୁର,୨୫।୫(ସୁଜାତା ପାଢ଼ୀ):ରାୟଗଡ଼ା ଜିଲାର ଦୁଇ ଆଇପିଏସ୍ ଅଧିକାରୀଙ୍କୁ ଶନିବାର ରାଜ୍ୟ ସରକାର ବଦଳି କରିଛନ୍ତି। ଏସ୍ପି ସ୍ବାତି ଏସ୍. କୁମାରଙ୍କୁ ଏସଟିଏଫ ଭୁବନେଶ୍ୱରକୁ ବଦଳି ହୋଇଛି ।…
ନିଖିଲ ହାଡପା ଗୁଳିକାଣ୍ଡ ମାମଲା: ପୋଲିସର ଫ୍ଲାଗମାର୍ଚ୍ଚ, ୯ ଅଭିଯୁକ୍ତ ଜିଲ୍ଲା ବାହାର ଜେଲକୁ ସ୍ଥାନାନ୍ତର
ଗୁଣପୁର, ୨୩।୫ (ସୁଜାତା ପାଢ଼ୀ): ନିଖିଲ ହାଡପା ଗୁଳିକାଣ୍ଡ ଘଟଣା ପରେ ରାୟଗଡା ସହରରେ ଉତ୍ତେଜନା ଜାରି ରହିଛି। ଶୁକ୍ରବାର ରାତିରେ ରାୟଗଡା ଟାଉନ ଥାନା ସମ୍ମୁଖରେ…
୨ ସାହି ମଧ୍ୟରେ ମହାଭାରତ: ଥାନା ସମ୍ମୁଖରେ ମାରପିଟ ହୋଇ…
ରାୟଗଡ଼ା,୨୩।୫( ସୁଜାତା ପାଢ଼ୀ): ରାୟଗଡ଼ ସହର ଥାନା ସମ୍ମୁଖରେ ଦୁଇ ଗୋଷ୍ଠୀର ଲୋକଙ୍କ ମଧ୍ୟରେ ମାରପିଟ ସହ ଅଶାନ୍ତି ଦେଖାଦେଇଛି । ଦୁଇ ସାହି ମଧ୍ୟରେ ବଚ୍ସା…
Archives

