ଆମ ଜିଲା ଖବର

୫ ବଛର ହେଲା ପମ୍ପ ହାଉସ ଅଚଲ: ପାଏନ୍‌ ଲାଗି ଛଟକୁଛନ୍‌ ୩ ଖଁଡ଼ ଗାଁର ଲୋକ୍‌

ସୋହେଲା,୧୭ା୫(ଡି.ଏନ୍‌.ଏ): ବରଗଡ଼ ଜିଲା ସୋହେଲା ବ୍ଲକ ଅଧୀନ ଲୁହୁରାଚଟିରେ ଥିବାର ପମ୍ପ ହାଉସ ଆଏଜ୍‌କେ ୫ ବଛର ହେଲା ଅଚଲ ହେଇ ପଡ଼ିଛେ। ଯେନ୍‌ଥିରଲାଗି ଗଁାବାସୀ ପିଇଲା ପାଏନ୍‌ ପାଏବାରୁ ବଁଚିତ ହେବାର ସଂଗେ ନାନା ଅସବିଧାର ସାମନା କରୁଛନ୍‌। ସୂଚନା…

ଡେଙ୍ଗୁ ପ୍ରତିରୋଧ ପାଇଁ ସାମୂହିକ ଉଦ୍ୟମ ଲୋଡା

ସୋନପୁର,୧୭।୫(ନି.ପ୍ର.)- ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଜାତୀୟ ଡେଙ୍ଗୁ ଦିବସ ପାଳିତ ହୋଇଯାଇଛି। ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସରୋଜ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନତା ସଭାରେ ଜିଲାପାଳ ମଧୁସୂଦନ ମିଶ୍ର ମୁଖ୍ୟ ଅତିଥିଭାବେ…

ବିନିକା ପ୍ରିମିୟର ଲିଗ୍‌ : ପାଓ୍ବାର ବ୍ଲାଷ୍ଟର ଚାମ୍ପିୟନ

ବିନିକା, ୧୭ା୫(ଡି.ଏନ୍‌.ଏ.)- ସୁବର୍ଣ୍ଣପୁର ଜିଲା ବିନିକାରେ ଚାଲିଥିବା ଦ୍ୱିତୀୟ ବିନିକା ପ୍ରିମିୟର ଲିଗ୍‌(ବିପିଏଲ)କ୍ରିକେଟ ଟୁର୍ନାମେଣ୍ଟ ଗୁରୁବାର ଉଦ୍‌ଯାପିତ ହୋଇଯାଇଛି। ବିନିକା ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟରେ ଦୀର୍ଘ ଏକ ମାସ ଧରି ଖେଳା ଯାଇଥିବା ଏହି ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚରେ ତ୍ରିରଙ୍ଗା…

ଶୋଇବା ଘରେ ୩୦ରୁ ଊର୍ଦ୍ଧ୍ୱ ବିରଳ ପ୍ରଜାତିର ସାପ, ୨ଟି ଉଦ୍ଧାର

କେନ୍ଦୁଝର,୧୭।୫(ସ୍ବ.ପ୍ର.): ଘଟଗାଁ ବ୍ଲକ କାଶିବେଡ଼ା ମୁଣ୍ଡା ସାହିର ଧୃବ ମୁଣ୍ଡା ଓରଫ (ପୋଟଳ)ଙ୍କ ରହିବା ଘରୁ ଶୁକ୍ରବାର ୩୦ରୁ ଊର୍ଦ୍ଧ ବିରଳ ପ୍ରଜାତିର ବିଷଧର ସାପ ରହିଥିବା ଘର ଲୋକେ ଦେଖିଥିଲେ । ସକାଳୁ ଘର ଝାଡ଼ୁ କରିବା ସମୟରେ ଘର…

ପିଇବା ଉପଯୋଗୀ ନୁହେଁ ଟ୍ୟାଙ୍କର ପାଣି: ଚୁଆ ଜଳରେ ଚଳୁଛି ଘର

ତାଳଚେର,୧୭ା୫(ନି.ପ୍ର.)- ଶିଳ୍ପ ନଗରୀ ତାଳଚେରରେ ପାନୀୟ ଜଳ ସମସ୍ୟା ଧୀରେ ଧୀରେ ଉତ୍କଟ ହେବାରେ ଲାଗିଛି। ବର୍ଷ ସାରା ଜଳାଭାବ ରହୁଥିଲେ ବି ଖରାଦିନେ ତାହା ଢେରଗୁଣ ବଢ଼ିଯାଉଛି। ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ ହେଉଥିଲେ ମଧ୍ୟ ସ୍ଥାୟୀ ସମାଧାନ ବ୍ୟବସ୍ଥା…

ନିଆରା ମଣିଷ ମନ୍ଦରଧର ସାହୁ: ଦିନରେ କାକୁଡି ବେପାରୀ, ରାତିରେ କଳାର ପୂଜାରୀ

ବନ୍ତଳା,୧୭ା୫-୧୯୬୪ରେ ବନ୍ତଳା ସରକାରୀ ହାଇସ୍କୁଲରୁ ମାଟ୍ରିକ ପାସ୍‌ କରିଥିଲେ। ଚାକିରି ପାଇଁ ସମସ୍ତ ଯୋଗ୍ୟତା ମଧ୍ୟ ଥିଲା। ହେଲେ କଳାର ନିଶା ତାଙ୍କୁ ଏପରି ମତୁଆଲା କରିଥିଲା ଯେ ଚାକିରି କ୍ଷେତ୍ରକୁ ମନ ବଳାଇ ନ ଥିଲେ। ଗୁରୁଙ୍କଠାରୁ ମୃଦଙ୍ଗ ବାଦନା…

ସପ୍ତାହେ ପରେ ନିର୍ବାଚନ ଫଳ: ପ୍ରାର୍ଥୀ ଜାଳିଲେଣି ଅଖଣ୍ଡ ଦୀପ

ବଅଁରପାଳ, ୧୭।୫(ଡି.ଏନ୍‌.ଏ.) ଆସନ୍ତା ୨୩ ତାରିଖରେ ହେବ ଭୋଟ ଗଣତି। ପରିସମାପ୍ତି ଘଟିବ ଫଳାଫଳକୁ ନେଇ ଥିବା ସବୁ ଉତ୍କଣ୍ଠା, ଉଦ୍ଦୀପନାର। ଭୋଟରମାନେ କାହାକୁ ପସନ୍ଦ କରିଛନ୍ତି ଏବଂ କାହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ତାହା ସ୍ପଷ୍ଟ ହେବ। ଆଉ ମାତ୍ର ସପ୍ତାହେ…

ବଅଁରପାଳରେ ଆରମ୍ଭ ହେଲାଣି ଧାନବୁଣା: ୨୪,୮୧୦ ହେକ୍ଟରରେ ହେବ ଖରିଫ ଫସଲ

ଉପେନ୍ଦ୍ର ରାଉତ ବଅଁରପାଳ, ୧୭।୫ ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇଛି ଖରିଫ ଚାଷକାର୍ଯ୍ୟ। ମୁଖ୍ୟତଃ ଉଚ୍ଚ ତଥା ଜଳସେଚନ ସୁବିଧା ନ ଥିବା ଜମିରେ ଚାଷୀମାନେ ଧାନ ବୁଣା ଚଳାଇଛନ୍ତି। ଆଗାମୀ ମାସରେ ମୌସୁମୀ ବର୍ଷା ଆସିବା ପରେ ଚାଷ କାର୍ଯ୍ୟ…

ମାସେ ମଧ୍ୟରେ କାର୍ଯ୍ୟକ୍ଷମ ହେବ ବୀରାଶାଳ ଏୟାର ଷ୍ଟ୍ରିପ୍‌

କାମାକ୍ଷାନଗର, ୧୭।୫(ଡି.ଏନ.ଏ.)- ମାସେ ମଧ୍ୟରେ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ବହୁ ପ୍ରତୀକ୍ଷିତ ବୀରାଶାଳ ଏୟାରଷ୍ଟ୍ରିପ୍‌। ଏଥିପାଇଁ ସବୁଜ ସଙ୍କେତ ମିଳିଛି। ଗୁରୁବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ନିର୍ଦ୍ଦେଶକ ଏୟାରଷ୍ଟ୍ରିପ୍‌ ପରିଦର୍ଶନ କରିବା ସହ ଭିତ୍ତିଭୂମିକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି।…

ଭୋଜିରୁ ଫେରିବାବେଳେ ଧକ୍କା ଦେଲା ଟ୍ରକ୍‌: ବାପା-ସାନ ପୁଅ ମୃତ, ବଡ଼ ଗୁରୁତର

ବଇଣ୍ଡା, ୧୭।୫(ଡି.ଏନ.ଏ.)- ଭୋଜି ଖାଇ ବାଇକ୍‌ରେ ଘରକୁ ଫେରୁଥିବାବେଳେ ଟ୍ରକ୍‌ ଧକ୍କାରେ ପ୍ରାଣ ହରାଇଛନ୍ତି ବାପା ଓ ସାନ ପୁଅ। ଗୁରୁତର ଅବସ୍ଥାରେ ବଡ ପୁଅ ଚିକିତ୍ସାଧୀନ ଅଛନ୍ତି। କଟକ-ସମ୍ବଲପୁର ୫୫ ନଂ. ଜାତୀୟ ରାଜପଥର କିଶୋରନଗର ଥାନା ସୀମାନ୍ତ ରେଢାଖୋଲ…

ଜିଲାସ୍ତରୀୟ ଡେଙ୍ଗୁ ଦିବସ ପାଳିତ: ୫ ବର୍ଷ ହେଲା ଡେଙ୍ଗୁ ମୃତ୍ୟୁ ଶୂନ

ଢେଙ୍କାନାଳ ଅଫିସ, ୧୭।୫- ଢେଙ୍କାନାଳ ଜିଲାରେ ୨୦୧୩ରୁ ଡେଙ୍ଗୁରେ କାହାରି ମୃତ୍ୟୁ ହୋଇନାହିଁ। ହେଲେ ଏପରି ମାରାତ୍ମକ ଜ୍ୱରକୁ ଦମନ କରିବା ଦିଗରେ ସ୍ବାସ୍ଥ୍ୟ ବିଭାଗକୁ ଶତ ପ୍ରତିଶତ ସଫଳତା ମିଳିନାହିଁ। ଜିଲାସ୍ତରୀୟ ଜାତୀୟ ଡେଙ୍ଗୁ ଦିବସ ଏବଂ ମ୍ୟାଲେରିଆ ନିରାକରଣ…

ଶରଣକୁଳର ନିଆରା ମୁଣ୍ଡ ରାମଲୀଳା

ନୟାଗଡ଼ ଅଫିସ,୧୭।୫(ରଞ୍ଜନ କୁମାର ପ୍ରଧାନ)-ରାଜ୍ୟ ତଥା ଜିଲାର ବିଭିନ୍ନ ସ୍ଥାନରେ ରାମଲୀଳା ଯାତ୍ରା ଭିନ୍ନ ଭିନ୍ନ ସମୟରେ ଅନୁଷ୍ଠିତ ହୁଏ। ହେଲେ ନୟାଗଡ଼ ଜିଲା ଶରଣକୁଳ ଗୁଡ଼ିଆସାହିରେ ଅନୁଷ୍ଠିତ ଶ୍ରୀ ଶ୍ରୀ ରଘୁନାଥ ଜୀଉଙ୍କ ମୁଣ୍ଡ ରାମଲୀଳା ଯାତ୍ରା ନିଆରା। ହନୁମାନ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri