ବିନିକା ପ୍ରିମିୟର ଲିଗ୍‌ : ପାଓ୍ବାର ବ୍ଲାଷ୍ଟର ଚାମ୍ପିୟନ

ବିନିକା, ୧୭ା୫(ଡି.ଏନ୍‌.ଏ.)- ସୁବର୍ଣ୍ଣପୁର ଜିଲା ବିନିକାରେ ଚାଲିଥିବା ଦ୍ୱିତୀୟ ବିନିକା ପ୍ରିମିୟର ଲିଗ୍‌(ବିପିଏଲ)କ୍ରିକେଟ ଟୁର୍ନାମେଣ୍ଟ ଗୁରୁବାର ଉଦ୍‌ଯାପିତ ହୋଇଯାଇଛି। ବିନିକା ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟରେ ଦୀର୍ଘ ଏକ ମାସ ଧରି ଖେଳା ଯାଇଥିବା ଏହି ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚରେ ତ୍ରିରଙ୍ଗା ୟୁଥ କ୍ଲବକୁ ହରାଇ ପାଓ୍ବାର ବ୍ଲାଷ୍ଟର ଦଳ ଚାମ୍ପିୟନ ହୋଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ତ୍ରିରଙ୍ଗା ୟୁଥ କ୍ଲବ ନିର୍ଦ୍ଧାରିତ ୧୨ଓଭରରେ ୪ଉଇକେଟ ହରାଇ ୯୫ରନ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଜିତ ସର୍ବାଧିକ ୨୫ ଓ ଅଜୁ ୨୪ରନ ସଂଗ୍ରହ କରିଥିଲେ। ଜବାବରେ ପାଓ୍ବାର ବ୍ଲାଷ୍ଟର ଦଳ ୧ ଉଇକେଟ ବିନିମୟରେ ୧୧.୪ଓଭରରେ ୯୯ରନ ସଂଗ୍ରହ କରି ବିଜୟୀ ହୋଇଥିଲେ। ଏହି ଉପଲକ୍ଷେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ବିନିକା ବ୍ଲକ ଅଧ୍ୟକ୍ଷ ଅଶୋକ ନନ୍ଦ ଯୋଗଦେଇଥିଲେ। ସମ୍ମାନୀତ ଅତିଥିଭାବେ ଯୁବଦ୍ୟୋଗୀ ପ୍ରଶାନ୍ତ କୁମାର ବାବୁ, ବିନିକା ଥାନା ଅଧିକାର ରାଜେନ୍ଦ୍ର ସାମରିଆ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଦୁଃଖିରାମ ନାୟକ, ଜିଲା ପରିଷଦ ସଦସ୍ୟ ସୁଶାନ୍ତ ପଣ୍ଡା, ଶଙ୍କରା ପ୍ୟାକ୍ସ ସମ୍ପାଦକ ଧର୍ମରାଜ ପଣ୍ଡା, ବିଡିସିସି ବ୍ୟାଙ୍କ ନିର୍ଦ୍ଦେଶକ ତପସ୍ବିନୀ ମେହେର ପ୍ରମୁଖ ଉପସ୍ଥିତ ଥିଲେ। ଚାମ୍ପିୟନ ଦଳକୁ ଟ୍ରଫି ସହ ୧୫ହଜାର ଟଙ୍କା ଓ ରନର୍ସ ଅଫ ଦଳକୁ ଟ୍ରଫି ସହ ୧୦ହଜାର ଟଙ୍କା ଅତିଥିମାନେ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁର କଂଗ୍ରେସ ଯୁବନେତା ବିଜେଡି ମୁହାଁ

ସମ୍ବଲପୁର,୨୬ା୪(ଭବାନୀ ଶଙ୍କର ଭୋଇ):ରାଜ୍ୟରେ କଂଗ୍ରେସ ଦଳର ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଛନ୍ତି। ରାଜ୍ୟ କିମ୍ବା କେନ୍ଦ୍ରୀୟ ନେତୃତ୍ୱ ନିଜର କର୍ମୀମାନଙ୍କ ଭିତରେ ଉତ୍ସାହ...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

‘ହିଞ୍ଜିଳି ଦାଦନଙ୍କ ସମ୍ପର୍କରେ ଶ୍ୱେତପତ୍ର ପ୍ରକାଶ କରନ୍ତୁ’

ଆଠମଲ୍ଲିକ,୨୫ା୪(ଉଦୀପ୍ତ ପୁରୋହିତ)ସମ୍ବଲପୁର ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଥିବା ଅନୁଗୋଳ ଜିଲାର ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରେ ବୁଧବାର ନିର୍ବାଚନ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ...

ରାସେଶ୍ୱରୀଙ୍କ ଇସ୍ତଫା ନେଇ ବିଜେଡିକୁ ଝଟକା ଚର୍ଚ୍ଚା

ସମ୍ବଲପୁର,୨୪ା୪(ପ୍ରମୋଦ ବହିଦାର):ସମ୍ବଲପୁରର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ ମଙ୍ଗଳବାର ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସମ୍ବଲପୁର ବିଧାନ ସଭା ଓ ଲୋକ...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ପ୍ରଣବଙ୍କ ମନ୍ତବ୍ୟକୁ ଭାଜପାର କାଉଣ୍ଟର ଆଟାକ

କୁଚିଣ୍ଡା,୨୨ା୪(ବିରଞ୍ଚତ୍ ଦର୍କା):ଗତ ଶନିବାର ସମ୍ବଲପୁର ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କୁଚିଣ୍ଡା ଗସ୍ତରେ ଆସି ନବୀନ ପଟ୍ଟନାୟକ ସରକାର...

ସାଂସଦଙ୍କ ପ୍ରତିନିଧିରୁ ସାଂସଦ ପ୍ରାର୍ଥୀ

ସମ୍ବଲପୁର,୨୧ା୪(ପ୍ରମୋଦ ବହିଦାର)କଂଗ୍ରେସ ପକ୍ଷରୁ ଶନିବାର ୩ ଲୋକ ସଭା ୧୬ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରାଯାଇଛି। ସମ୍ବଲପୁର ଲୋକ ସଭା ଆସନରୁ ଦଳ ପୂର୍ବତନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri