ଡେଙ୍ଗୁ ପ୍ରତିରୋଧ ପାଇଁ ସାମୂହିକ ଉଦ୍ୟମ ଲୋଡା

ସୋନପୁର,୧୭।୫(ନି.ପ୍ର.)- ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଜାତୀୟ ଡେଙ୍ଗୁ ଦିବସ ପାଳିତ ହୋଇଯାଇଛି। ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସରୋଜ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନତା ସଭାରେ ଜିଲାପାଳ ମଧୁସୂଦନ ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ସାମୂହିକ ଉଦ୍ୟମ ଦ୍ୱାରା ଜିଲାରେ ଡେଙ୍ଗୁକୁ ପ୍ରତିରୋଧ କରାଯାଇପାରିବ। ତେଣୁ ଗାଁ ଓ ସହରର ପରିବେଶକୁ ସଫା ରଖିବାକୁ ଜିଲାପାଳ ମିଶ୍ର କହିଥିଲେ। ଜିଲା ମ୍ୟାଲେରିଆ ଅଧିକାରୀ ଡାକ୍ତର ନବ କିଶୋର ବେହେରା ଜିଲାର ସ୍ଥିତି ଉପରେ ଆଲୋଚନା କରିଥିଲେ। ଡାକ୍ତର ବେହେରା କହିଥିଲେ, ୨୦୧୨ରୁ ୨୦୧୯ ମଧ୍ୟରେ ଜିଲାରେ ଜଣେ ବି ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ବାହାର ଜିଲା ଓ ରାଜ୍ୟରେ କାମ କରୁଥିବା ଲୋକ ଜ୍ୱରରେ ଆକ୍ରାନ୍ତ ହୋଇ ଆସିଥିଲେ। ଉତ୍ତମ ଚିକିତ୍ସା ଯୋଗୁଁ ସମସ୍ତେ ଏହି ମାରାତ୍ମକ ରୋଗରୁ ସୁସ୍ଥ ହୋଇଛନ୍ତି। ଗତ ସାଢେ ୭ବର୍ଷରେ ଜିଲାରେ ଡେଙ୍ଗୁଜନିତ ମୃତ୍ୟୁ ଶୂନ୍ୟ ରହିଛି ବୋଲି ମ୍ୟାଲେରିଆ ଅଧିକାରୀ କହିଥିଲେ। ସିଡିଏମପିଏଚଓ ଡାକ୍ତର ନାୟକ ଏଡିସ୍‌ ମଶା କିଭଳି ବ୍ୟାପେ, ତାର ନାରାକରଣ ଓ ଚିକିତ୍ସା ସୁବିଧା ସମ୍ପର୍କରେ ବୁଝାଇଥିଲେ। ବର୍ଷାଋତୁରେ ସାଧାରଣତଃ ସନ୍ତସନ୍ତିଆ ପରିବେଶରେ ଡେଙ୍ଗୁ ବ୍ୟାପି ଥାଏ। ସଫା ଓ ସ୍ଥିର ଜଳରେ ଡେଙ୍ଗୁ ମଶା ଅଣ୍ଡା ଦିଏ ବୋଲି ଜଣାଇଥିଲେ। ପୂର୍ବରୁ ଭେଷଜ ବିଶେଷଜ୍ଞ ଡାକ୍ତର ଜିତାରାମ ବିଦ୍‌ ଡେଙ୍ଗୁ ରୋଗର କାରଣ, ନିରାକରଣ ଓ ପ୍ରକାର ଭେଦ ବିଷୟରେ ଆଲୋଚନା କରିଥିଲେ। ଡିଏମଓ ଏମଏସ ଡାକ୍ତର ପ୍ରଦୀପ କୁମାର ଗୁରୁ, ଅତିରିକ୍ତ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ(ପରିବାର କଲ୍ୟାଣ) ଡାକ୍ତର ଦୈତ୍ୟ ନାରାୟଣ ପାଢୀ ପ୍ରମୁଖ ମଞ୍ଚାସୀନ ଥିଲେ। ଡାକ୍ତର ପଦ୍ମାହଂସ ଦୋରା, ଡାକ୍ତର ରମେଶ ଚନ୍ଦ୍ର ସ୍ବାଇଁ, ଡାକ୍ତର ଜୟପ୍ରକାଶ ପ୍ରଧାନ, ଚକ୍ଷୁ ବିଶେଷଜ୍ଞ ଡାକ୍ତର ସଞ୍ଜିବ କୁମାର କର, ଏନଏଚଏମ ଡିପିଏମ ମୌସୁମୀ ମିଶ୍ର, ପ୍ରୋଗ୍ରାମ ଅଫିସର ଅନିତା ଗୁରୁ ପ୍ରମୁଖ ଜୁନ୍‌ରୁ ନଭେମ୍ବର ମାସ ପର୍ଯ୍ୟନ୍ତ ସତେତନତାମୂଳକ କାର୍ଯ୍ୟକ୍ରମ ଗ୍ରହଣ ଉପରେ ଗୁରୁତ୍ୱ ଦେଇଥିଲେ। ଏପରିକି ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ସ୍ବାସ୍ଥ୍ୟ ବିଭାଗ ସମେତ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟ ଯଥା ପଞ୍ଚାୟତିରାଜ ଲୋକ ପ୍ରତିନିଧି, ଅଙ୍ଗନୱାଡି କର୍ମୀ, ଆଶକର୍ମୀ, ଗ୍ରାମାଞ୍ଚଳର ସ୍ବାସ୍ଥ୍ୟକର୍ମୀ, ସ୍ବୟଂ ସହାୟକ ଗୋଷ୍ଠୀ ଓ ସ୍ବେଚ୍ଛାସେବୀ ସଂଗଠନଙ୍କୁ ସାମିଲ କରିବା ନେଇ ଆଲୋଚନା ହୋଇଥିଲା। ମହିଳା ସ୍ବାସ୍ଥ୍ୟକର୍ମୀ ତାଲିମ କେନ୍ଦ୍ରର ଛାତ୍ରୀମାନେ ଉପସ୍ଥିତ ଥିଲେ। ସଭା ପରେ ଏକ ଦସ୍ତଖତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ସମ୍ବଲପୁର କଂଗ୍ରେସ ଯୁବନେତା ବିଜେଡି ମୁହାଁ

ସମ୍ବଲପୁର,୨୬ା୪(ଭବାନୀ ଶଙ୍କର ଭୋଇ):ରାଜ୍ୟରେ କଂଗ୍ରେସ ଦଳର ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଛନ୍ତି। ରାଜ୍ୟ କିମ୍ବା କେନ୍ଦ୍ରୀୟ ନେତୃତ୍ୱ ନିଜର କର୍ମୀମାନଙ୍କ ଭିତରେ ଉତ୍ସାହ...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

‘ହିଞ୍ଜିଳି ଦାଦନଙ୍କ ସମ୍ପର୍କରେ ଶ୍ୱେତପତ୍ର ପ୍ରକାଶ କରନ୍ତୁ’

ଆଠମଲ୍ଲିକ,୨୫ା୪(ଉଦୀପ୍ତ ପୁରୋହିତ)ସମ୍ବଲପୁର ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଥିବା ଅନୁଗୋଳ ଜିଲାର ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରେ ବୁଧବାର ନିର୍ବାଚନ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ...

ରାସେଶ୍ୱରୀଙ୍କ ଇସ୍ତଫା ନେଇ ବିଜେଡିକୁ ଝଟକା ଚର୍ଚ୍ଚା

ସମ୍ବଲପୁର,୨୪ା୪(ପ୍ରମୋଦ ବହିଦାର):ସମ୍ବଲପୁରର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ ମଙ୍ଗଳବାର ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସମ୍ବଲପୁର ବିଧାନ ସଭା ଓ ଲୋକ...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ପ୍ରଣବଙ୍କ ମନ୍ତବ୍ୟକୁ ଭାଜପାର କାଉଣ୍ଟର ଆଟାକ

କୁଚିଣ୍ଡା,୨୨ା୪(ବିରଞ୍ଚତ୍ ଦର୍କା):ଗତ ଶନିବାର ସମ୍ବଲପୁର ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କୁଚିଣ୍ଡା ଗସ୍ତରେ ଆସି ନବୀନ ପଟ୍ଟନାୟକ ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri