ମାନସିକ ବିକାରଗ୍ରସ୍ତ ଭଉଣୀଭାଇଙ୍କୁ ସହାୟତା
ଅନୁଗୋଳ ଅଫିସ, ୧୫।୫- ଅନୁଗୋଳ ପୌରପାଳିକା ୧୬ ନମ୍ବର ଓ୍ବାର୍ଡ ସୌଭାଗ୍ୟନଗରର ମାନସିକ ବିକାରଗସ୍ତ ସରୋଜିନୀ ଓ ଭାଇ ପ୍ରଫୁଲ୍ଲ ବେହେରାଙ୍କୁ ଥଇଥାନ କରିବାକୁ ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି। ‘ଜୀବନ ସଂଗ୍ରାମରେ ମାନସିକ ବିକାରଗସ୍ତ ଭଉଣୀଭାଇ, ପଡୋଶୀ ଦେଲେ ପେଟକୁ…
ବାତ୍ୟାଞ୍ଚଳ ବୁଲିଲେ କୃଷକ ମୋର୍ଚ୍ଚା ପ୍ରତିନିଧି: ‘କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଦିଅ’
ଢେଙ୍କାନାଳ ଅଫିସ, ୧୫।୫- ବାତ୍ୟା ‘ଫନୀ’ ପ୍ରଭାବରେ ଢେଙ୍କାନାଳ ଜିଲାର ଆମ୍ବ, କାଜୁ, ପରିବା ଚାଷ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। ଇତିମଧ୍ୟରେ ସରକାରୀସ୍ତରରେ କ୍ଷୟକ୍ଷତି ଆକଳନ ଶେଷ ହୋଇଥିବାବେଳେ ମଙ୍ଗଳବାର ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି କେନ୍ଦ୍ରୀୟ ଭାଜପା…
ବିଦ୍ୟୁତ୍ ବିଭ୍ରାଟରେ ହନ୍ତସନ୍ତ ତାଳଚେରବାସୀ: ସହରରେ ୧୦ ଘଣ୍ଟା ରହୁନି ବିଜୁଳି
ତାଳଚେର, ୧୫ା୫(ନି.ପ୍ର.)- ତତଲା ତାଓ୍ବାରେ ତାଳଚେର। ଡହ ଡହ ଖରାରେ ଡହଳବିକଳ ହେଉଛନ୍ତି ଲୋକେ। ପ୍ରତ୍ୟେକ ଦିନ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବାରୁ ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଜନସାଧାରଣ ସନ୍ତୁଳି ହେଉଛନ୍ତି। ହେଲେ ଏ ସବୁ ପ୍ରତି ଏନ୍ଜେନ୍ର ନିଘା…
ପାଣି ଚିନ୍ତାରେ ପୌରାଞ୍ଚଳବାସୀ: ଶିଳ୍ପ ଶୋଷୁଛି, ପିଇବାକୁ ମିଳୁନି
ଢେଙ୍କାନାଳ ଅଫିସ,୧୫।୫- ଶିଳ୍ପରେ ସମୃଦ୍ଧ। ପାଣ୍ଠିର ଅଭାବ ନାହିଁ। ତଥାପି ବିଶୁଦ୍ଧ ପାଣି ମୁନ୍ଦାଏ ପାଇଁ ଡହଳବିକଳ ହେଉଛନ୍ତି ଢେଙ୍କାନାଳ ସହରବାସୀ। ପାନୀୟ ଜଳର ବୃହତ୍ତମ ସାଧନ ବ୍ରାହ୍ମଣୀ ନଦୀ ଜଳକୁ ଶିଳ୍ପସଂସ୍ଥା ଶୋଷୁଥିବାବେଳେ ଖରାଦିନେ ଜଳସଙ୍କଟ ତୀବ୍ର ହେବାରେ ଲାଗିଛି।…
ବାତ୍ୟାରେ ଉଜୁଡ଼ିଲା କାଜୁ ବଗିଚା
ଢେଙ୍କାନାଳ ଅଫିସ, ୧୫।୫- ଢେଙ୍କାନାଳ ଜିଲାର କାଜୁ ଚାଷୀଙ୍କ ଅଣ୍ଟା ଭାଙ୍ଗିଦେଇଛି ସାମୁଦ୍ରିକ ବାତ୍ୟା ‘ଫନୀ’। ଫସଲ ହରାଇ ଚାଷୀମାନେ ଏବେ ମୁଣ୍ଡରେ ହାତଦେଇ ବସିଥିବାବେଳେ କ୍ଷତିଗ୍ରସ୍ତଙ୍କୁ ସହାୟତା ଯୋଗାଇଦେବାକୁ ଦାବି ହେଉଛି। ସଦର ବ୍ଲକ ନଡ଼ିଆଳୀ ଗ୍ରାମର ୩ ସ୍ବୟଂ…
ଉତ୍କଟ ଜଳ ସଙ୍କଟରେ କନ୍ୟାବେଡାବାସୀ: ୨ ବର୍ଷ ହେଲା ପାଣି ଯୋଗାଣ ବନ୍ଦ
ବଅଁରପାଳ, ୧୫।୫ (ଡି.ଏନ୍.ଏ.)- ଉତ୍କଟ ପାନୀୟ ଜଳ ସମସ୍ୟାରେ ଅନୁଗୋଳ ଜିଲା ବଅଁରପାଳ ବ୍ଲକର କନ୍ୟାବେଡା ଗ୍ରାମବାସୀ। ଗ୍ରାମରେ ଥିବା ନଳକୂଅ ଲୋକଙ୍କ ଆବଶ୍ୟକତା ମେଣ୍ଟାଇପାରୁ ନ ଥିବାରୁ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି ଲୋକେ। ଏପରିସ୍ଥିତିରେ ଗ୍ରାମକୁ ପାଇପ୍…
ଖୋଲାକୂଅରୁ ୫ ମୃତ ବାର୍ହା ଉଦ୍ଧାର
ବଇଣ୍ଡା,୧୫।୫(ଡି.ଏନ.ଏ.)- କିଶୋରନଗର ବ୍ଲକ ବାମୁର ରେଞ୍ଜ ଶାହାଜବାହାଳି ଗ୍ରାମର ଅକ୍ଷୟ ସାହୁଙ୍କ ଖୋଲାକୂଅରୁ ମଙ୍ଗଳବାର ବାମୁର ବନବିଭାଗ ୫ଟି ବାର୍ହାର ମୃତଦେହ ଉଦ୍ଧାର କରିଛି। ଘଟଣାରୁ ଜଣାପଡ଼ିଛି, ଅକ୍ଷୟ ତାଙ୍କ ଜମିରେ ପାଣି ମଡ଼ାଇବା ପାଇଁ ଏକ ଖୋଲାକୂଅ ନିର୍ମାଣ କରିଛନ୍ତି।…
ରାଶନ କାର୍ଡ ହିତାଧିକାରୀଙ୍କୁ ରିଲିଫ
କୃଷ୍ଣପ୍ରସାଦ,୧୫ା୫(ଡି.ଏନ.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକସ୍ଥ ବ୍ରହ୍ମପୁର ପଞ୍ଚାୟତ ଅଧୀନ ଖିରିସାହି ଗ୍ରାମରେ ରାଶନ କାର୍ଡ ହିତାଧିକାରୀଙ୍କୁ ମଙ୍ଗଳବାର ରିଲିଫ ପ୍ରଦାନ କରାଯାଇଛି| ପ୍ରତି କାର୍ଡ ପିଛା ୫୦କେଜି ଚାଉଳ, ୨ହଜାର ଟଙ୍କା, ପଲିଥିନ୍ ଯୋଗାଇ ଦିିଆଯାଇଛି ା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ…
ଅସରଳା ଗ୍ରାମରେ ଚୋରି :୬ଲକ୍ଷ ଟଙ୍କା,୯ ଭରି ସୁନା ଲୁଟ୍
୧୫ା୫(ଡି.ଏ.ଏନ.)-ବୋଲଗଡ଼ ଥାନା ବାଙ୍କୋଇ ଫାଣ୍ଡିସ୍ଥିତ ଅସରଳା ଗ୍ରାମରେ ସୋମବାର ବିଳମ୍ବିତ ରାତ୍ରିରେ ଏକ ବଡ ଧରଣର ଚୋରି ହୋଇଯାଇଛି। ଚୋରମାନେ ଗ୍ରାମର ୫ ପରିବାରଙ୍କ ଘରେ ପଶିଥିଲେ । ମାତ୍ର ଦୁର୍ବୃତ୍ତମାନେ ଗ୍ରାମର ଶ୍ରୀନିବାସ ସ୍ବାଇଁ ଏବଂ ତାଙ୍କ ବଡଭାଇ ଭାଗୀରଥି…
ବ୍ରହ୍ମପୁର, ଛତ୍ରପୁର, ଭଞ୍ଜନଗରରେ ହେବ ଭୋଟ ଗଣତି
ଛତ୍ରପୁର,୧୫ା୫(ଡି.ଏନ.ଏ)-ଆସନ୍ତା ୨୩ ତାରିଖରେ ହେବାକୁ ଥିବା ଭୋଟ ଗଣତି ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛିା ଜିଲାର ବ୍ରହ୍ମପୁର, ଛତ୍ରପୁର ଓ ଭଞ୍ଜନଗରସ୍ଥିତ କେନ୍ଦ୍ରଠାରେ ଭୋଟ ଗଣତି କରାଯିବ। ୨୩ ତାରିଖ ସକାଳ ୮ ଟାରେ ପ୍ରଥମେ…
ତିତ୍ଲିରେ ହୋଇଥିଲା ଧ୍ୱଂସ : ପୁରିଆ ସାହି କ୍ଷୁଦ୍ର ସେଚ ପ୍ରକଳ୍ପ ଡ୍ୟାମ୍ ପୁନଃ ନିର୍ମାଣ
ବ୍ରହ୍ମପୁର ଅଫିସ,୧୫ା୫-ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଅନ୍ତର୍ଗତ ଉପାନ୍ତ ଅଞ୍ଚଳ ପୂରିଆ ସାହିରେ ପୁନଃ ନିର୍ମାଣ କରାଯାଉଛି ପୂରିଆ ସାହି କ୍ଷୁଦ୍ର ଜଳସେଚନ ଯୋଜନା। ଏହାର ମୁଖ୍ୟବନ୍ଧ (ହେଡୱାକ୍ସ) ନିର୍ମାଣ ଓ କେନାଲ ପୁନରୁଦ୍ଧାର ବାବଦରେ ପ୍ରଥମ ପର୍ଯ୍ୟାୟରେ ୨.୬୦ କୋଟି…
ବୁଢ଼ାଦାନୀ ଗ୍ରାମବାସୀଙ୍କୁ ନାଳ ଭରସା
ଫୁଲବାଣୀ ଅଫିସ, ୧୫ା୫-କନ୍ଧମାଳ ଏକ ପାହାଡିଆ ଅଞ୍ଚଳ ହୋଇଥିବାରୁ ଏଠାରେ ପାଣିର ଘୋର ଅଭାବ| ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ(ଆରଡବ୍ଲ୍ୟୁଏସ୍ଏସ୍) ପକ୍ଷରୁ ବହୁ ପ୍ରକଳ୍ପ କରାଯାଇଛି। ଏବେ ପ୍ରବଳ ଗ୍ରୀଷ୍ମ…
Archives


