ଅସରଳା ଗ୍ରାମରେ ଚୋରି :୬ଲକ୍ଷ ଟଙ୍କା,୯ ଭରି ସୁନା ଲୁଟ୍‌

୧୫ା୫(ଡି.ଏ.ଏନ.)-ବୋଲଗଡ଼ ଥାନା ବାଙ୍କୋଇ ଫାଣ୍ଡିସ୍ଥିତ ଅସରଳା ଗ୍ରାମରେ ସୋମବାର ବିଳମ୍ବିତ ରାତ୍ରିରେ ଏକ ବଡ ଧରଣର ଚୋରି ହୋଇଯାଇଛି। ଚୋରମାନେ ଗ୍ରାମର ୫ ପରିବାରଙ୍କ ଘରେ ପଶିଥିଲେ । ମାତ୍ର ଦୁର୍ବୃତ୍ତମାନେ ଗ୍ରାମର ଶ୍ରୀନିବାସ ସ୍ବାଇଁ ଏବଂ ତାଙ୍କ ବଡଭାଇ ଭାଗୀରଥି ସ୍ବାଇଁଙ୍କ ଘରୁ ପ୍ରାୟ ୬ ଲକ୍ଷ ନଗଦ ଟଙ୍କା, ୯ ଭରି ସୁନା ଅଳଙ୍କାର, ୧୭ ଭରି ରୁପା ଗହଣା ସହ ଗୃହରେ ଥିବା ଅନ୍ୟ ଆସବାବ ପତ୍ର ଚୋରି କରିଥିବା ଶ୍ରୀନିବାସ ପୋଲିସ ନିକଟରେ ଅଭିଯୋଗ କରିଛନ୍ତିି। ଶ୍ରୀନିବାସ କହିଛନ୍ତି ଯେ, ସେ ତାଙ୍କ ବଡଭାଇଙ୍କ ଝିଅ ବାହାଘର ପାଇଁ ନଗଦ ଟଙ୍କା ରଖିଥିଲେ। ସେମାନେ ଖାଇସାରି ଶୋଇପଡ଼ିିଥିବାବେଳେ ଚୋରମାନେ କବାଟ ଭାଙ୍ଗି ଧନ ସମ୍ପଦ ଲୁଟି ନେଇଥିଲେ। ଦୁର୍ବୃତ୍ତମାନେ ଗ୍ରାମର ଲକ୍ଷ୍ମଣ ପ୍ରଧାନ, ବାବାଜୀ ପାଇକରାୟ, ପବନା ବଳିୟାରସିଂ ଓ ଭୁଜବଳ ସାମନ୍ତରାୟଙ୍କ ଘରେ ମଧ୍ୟ ଚୋରି କରିବାକୁ ଉଦ୍ୟମ କରି ସଫଳ ହୋଇପାରି ନ ଥିଲେ। ସୁର ମିଶ୍ରଙ୍କ ଘରେ ପଶି ଆଲମାରି ଭାଙ୍ଗୁଥିବାବେଳେ ପରିବାର ଲୋକେ ଉଠିପଡିବାରୁ ଦୁବୃର୍ତ୍ତମାନେ ଚମ୍ପଟ ମାରିଥିଲେ। ଶ୍ରୀନିବାସଙ୍କ ଅଭିଯୋଗ ପାଇ ବାଙ୍କୋଇ ଫାଣ୍ଡି ପୋଲିସ ଅସରଳାରେ ପହଞ୍ଚତ୍ ଘଟଣାର ସନ୍ଧାନ ଚଳାଇଥିଲେ ମଧ୍ୟ କୌଣସି ଅଭିଯୁକ୍ତଙ୍କୁ ଗିରଫ କରାଯାଇପାରିନି। ଏହି ପରିପ୍ରେକ୍ଷୀରେ ସାଧାରଣ ଲୋକଙ୍କ ଧନ, ଜୀବନ ସୁରକ୍ଷା ନିମନ୍ତେ ରାତିରେ ପୋଲିସ ପାଟ୍ରୋଲିଂ ପାଇଁ ଗ୍ରାମବାସୀ ଦାବି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଗକୁ ନିର୍ବାଚନ: ବଦଳିଲେ ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ

ଭଦ୍ରକ,୨୯।୩(ସନାତନ ରାଉତ): ସାଧାରଣ ନିର୍ବାଚନ ପୂର୍ବରୁ ଭଦ୍ରକ ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ପଦରେ ବଦଳ କରାଯାଇଛି। ଭଦ୍ରକ ବ୍ଲକ ଅଧୀନ କୋରକୋରା ପଞ୍ଚାୟତ ନୂଆସାହିର...

ଦ୍ୱିତୀୟ ଥର ଭରସା ରଖିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବିଷ୍ଣୁବ୍ରତ

ବାସୁଦେବପୁର,୨୯ା୩(ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁର ବିଜେଡି ଶିବିର ଏବେ ଚଳଚଞ୍ଚଳ ହୋଇପଡ଼ିଛି। ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ପୁନର୍ବାର ଏହି ନିର୍ବାଚନ ମଣ୍ଡଳୀରୁ...

ଆଜି ଗୁଡ୍‌ ଫ୍ରାଇଡେ: ବାଇବେଲ ପାଠକରି ସାମୂହିକ ପ୍ରାର୍ଥନା କଲେ ଶ୍ରଦ୍ଧାଳୁ

ଦାରିଙ୍ଗବାଡି,୨୯।୩ (ଅରୁଣ ସାହୁ ): ଆଜି ଗୁଡ୍‌ ଫ୍ରାଇଡେ। ଏହାକୁ ଶ୍ରଦ୍ଧାଳୁମାନେ ରୀତିନୀତି ଅନୁସାରେ ପାଳନ କରିଛନ୍ତି। ଯିଶୁଖ୍ରୀଷ୍ଟଙ୍କୁ ଆଜିର ଦିନରେ କାଲବରୀ ନାମକ ଏକ...

ବିଜେଡି-ଭାଜପା-କଂଗ୍ରେସକୁ ମୟୂରଭଞ୍ଜରେ ଟକ୍କର ଦେବ ଏହି ଦଳ, ଘୋଷଣା କଲା ପ୍ରାର୍ଥୀ

ମୟୂରଭଞ୍ଜ,୨୯।୩: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଝିଅ ପୁଣିଥରେ ଚଳିତ ନିର୍ବାଚନରେ ମଇଦାନକୁ ଓହ୍ଲାଇଛନ୍ତି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(JMM) ଶିବୁ ସୋରେନଙ୍କ ଝିଅ ଅଞ୍ଜନି...

ପୈତୃକ ଗାଁରୁ ପ୍ରଚାର ମଇଦାନକୁ ଓହ୍ଲାଇଲେ ପ୍ରଦୀପ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲୋକସଭା ଆସନ ପାଇଁ ଭାଜପା ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଛି। ବରଗଡ଼ ଲୋକସଭା କ୍ଷେତ୍ର ଅଧୀନ ବିଜେପୁର ନିର୍ବାଚନ ମଣ୍ଡଳି ପୈତୃକ...

ନବବିବାହିତ ଯୁବକଙ୍କୁ ଗଳାକାଟି ହତ୍ୟା

ଗଜପତି,୨୯।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋସାଣି ବ୍ଲକ ଗୁରାଣ୍ଡି ଥାନା ଅଧୀନ ତୋଟାଗୁମ୍ବୁଡା ଗାଁରେ ଏକ ଅଘଟଣ ଘଟିଛି। ଜଣେ ନବବିବାହିତ ଯୁବକଙ୍କୁ ଗଳାକାଟି ଅତି...

ଗୁଡ୍‌ ଫ୍ରାଇଡେରେ ପ୍ରାର୍ଥନା କରି ନିର୍ବାଚନ ପ୍ରଚାର ଆରମ୍ଭ କଲେ ଦିଲୀପ ତିର୍କୀ

ସୁନ୍ଦରଗଡ,୨୭ା୩(ଜୟ ନାରାୟଣ ମେଣ୍ଡୁଳି): ଚର୍ଚ୍ଚରେ ପ୍ରାର୍ଥନା କରି ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ଲୋକସଭା ପ୍ରାର୍ଥୀ ଦିଲୀପ ତିର୍କୀ। ପ୍ରାର୍ଥୀ ଘୋଷଣା ହେବା ପରେ ଶୁକ୍ରବାର...

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri