ବିଦ୍ୟୁତ୍‌ ବିଭ୍ରାଟରେ ହନ୍ତସନ୍ତ ତାଳଚେରବାସୀ: ସହରରେ ୧୦ ଘଣ୍ଟା ରହୁନି ବିଜୁଳି

ତାଳଚେର, ୧୫ା୫(ନି.ପ୍ର.)- ତତଲା ତାଓ୍ବାରେ ତାଳଚେର। ଡହ ଡହ ଖରାରେ ଡହଳବିକଳ ହେଉଛନ୍ତି ଲୋକେ। ପ୍ରତ୍ୟେକ ଦିନ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବାରୁ ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଜନସାଧାରଣ ସନ୍ତୁଳି ହେଉଛନ୍ତି। ହେଲେ ଏ ସବୁ ପ୍ରତି ଏନ୍‌ଜେନ୍‌ର ନିଘା ନାହିଁ। ପ୍ରଚଣ୍ଡ ତାତିରେ ଏନ୍‌ଜେନ୍‌ର ମନମୁଖୀ କାମ ଲୋକଙ୍କୁ ସମସ୍ୟା ମୁହଁକୁ ଠେଲି ଦେଇଛି। ମୃତ କର୍ମଚାରୀଙ୍କ ପରିବାରକୁ କ୍ଷତିପୂରଣ ମିଳୁ ନ ଥିବାରୁ ଏନ୍‌ଜେନ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନରେ ବସିଛନ୍ତି। ଫଳରେ ତାଳଚେର ଅଞ୍ଚଳବାସୀ ଦୀର୍ଘ ୨୩ ଦିନ ହେଲାଣି ଠିକ୍‌ ଭାବେ ବିଦ୍ୟତ୍‌ ସେବା ପାଇବାରୁ ବଞ୍ଚିତ ହୋଇଛନ୍ତି। ସହରରେ ଦିନକୁ ୧୦ରୁ ଊର୍ଦ୍ଧ୍ୱ ଘଣ୍ଟା ବିଦ୍ୟୁତ୍‌ କାଟ ହେଉଥିବାବେଳେ ଗ୍ରାମାଞ୍ଚଳରେ ୧୫ରୁ ୨୦ ଘଣ୍ଟା ବିଜୁଳି ରହୁନି। ଫଳରେ ଅଞ୍ଚଳବାସୀଙ୍କ ଜୀବନ ଦୁର୍ବିସହ ହୋଇପଡିଛି। ଆଉ ଏ ସବୁକୁ ଦେଖି ଜାଣି ବି ପ୍ରଶାସନ, ଏନ୍‌ଜେନ୍‌ କର୍ତ୍ତୃପକ୍ଷ ଚୁପ୍‌ ହୋଇ ବସି ରହିଛନ୍ତି।

ତାଳଚେର ବିଦ୍ୟୁତ୍‌ ସବଡିଭିଜନ ଅଧୀନରେ ତାଳଚେର, ବଲଣ୍ଡା, ସମଲ, କଣିହାଁ, ହାଟତୋଟା ଅଞ୍ଚଳ ରହିଛି। ପ୍ରାୟ ୩୫ ହଜାର ଉପଭୋକ୍ତା ଏହି ସବ୍‌ଡିଭିଜନ ଉପରେ ନିର୍ଭରଶୀଳ। ଅଞ୍ଚଳରୁ ମାସକୁ ରାଜସ୍ବ ଆଦାୟ ପ୍ରାୟ ୩ କୋଟି ଟଙ୍କା। ୨୦୧୨ରୁ ବିଦ୍ୟୁତ୍‌ ବଣ୍ଟନ ସହଭାଗିତାରେ ଏନ୍‌ଜେନ କମ୍ପାନୀ ତାଳଚେରରେ କାମ କରୁଛି। ହେଲେ ଲୋକଙ୍କୁ ଉନ୍ନତମାନର ସେବା ଯୋଗାଇବାେରେ ଏନ୍‌ଜେନ୍‌ ବିଫଳ ବୋଲି ଅଭିଯୋଗ ହୋଇଆସୁଛି। ଚୋରି ଓ କ୍ଷତି କମିବା ପରିବର୍ତ୍ତେ ବଢି ଚାଲୁଛି। ଗତ ଏପ୍ରିଲ ୨୨ରେ ହାଟତୋଟା ରାସ୍ତାରେ ବିଦ୍ୟୁତ୍‌ ଖୁଣ୍ଟରେ ଚଢି ମରାମତି କାମ କରୁଥିବା ବେଳେ ରାସୋଳର ଅଭିଜିତ ସାହୁ ନାମକ ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ମୃତ କର୍ମଚାରୀଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ଓ ଜଣଙ୍କୁ ନିଯୁକ୍ତି ପାଇଁ କର୍ମଚାରୀମାନେ ଦାବି କରିଥିଲେ। ହେଲେ କ୍ଷତିପୂରଣ ନ ମିଳିବାରୁ ସେହିଦିନଠାରୁ  ଚାଇଁପାଳ ଡିଭିଜନରେ କାର୍ଯ୍ୟରତ ସମସ୍ତ ଏନଜେନ୍‌ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଛନ୍ତି। ଫଳରେ ଏଠାରେ ବିଦ୍ୟୁତ୍‌ ସମସ୍ୟା ଗମ୍ଭୀର ହୋଇପଡିଛି। ସହର ଓ ଗ୍ରାମାଞ୍ଚଳରେ ୧୦ ଘଣ୍ଟାରୁ ଅଧିକ ସମୟ ଧରି ବିଦ୍ୟୁତ୍‌ ସେବା ବନ୍ଦ ରହୁଛି। ପ୍ରବଳ ଖରା ଓ ଗରମ ଯୋଗୁ ଲୋକେ ଘରେ କି ବାହାରେ ରହିପାରୁନାହାନ୍ତି। ବହୁ ଜରୁରୀ କାମ ହୋଇପାରୁନାହିଁ। କୌଣସି କାରଣରୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହୋଇଗଲେ ଏହାର ମରାମତି କରାଯାଉନାହିଁ। ସେସୁର କେତେଜଣ କର୍ମଚାରୀ କାମଚଳା ଭାବେ କାମ କରୁଥବାବେଳେ ଆବଶ୍ୟକ ସ୍ଥଳେ ସେମାନେ ଖୁଣ୍ଟରେ ଚଢି ବିଦ୍ୟୁତ ମରାମତି କରିବେ ନାହିଁ ବୋଲି ମନା କରି ଦେବାରୁ ସମସ୍ୟା ଆହୁରି ବଢିଛି। ଏନଜେନ କମ୍ପାନୀ କେବଳ ଜୁଲମ କରି ବିଦ୍ୟୁତ ବିଲ୍‌ ଆଦାୟକୁ ପ୍ରାଧାନ୍ୟ ଦେଉଥିବାବେଳେ ଲୋକେ ପ୍ରକୃତ ସେବା ପାଇପାରୁ ନ ଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।

ଏ ସମ୍ପର୍କରେ ଏନ୍‌ଜେନ୍‌ ଏସଡିଓ ଏସ. ପାଲଙ୍କୁ ପଚାରିବାରେ ସେ ତାଙ୍କ ଅସହାୟତା ପ୍ରକାଶ କରି କହିଲେ, ମୁଁ ଜଣେ ଛୋଟିଆ କର୍ମଚାରୀ। କିଛି କହି ପାରିବି ନାହିଁ। ଏ ବାବଦରେ ଏଚ.ଆର ବିଭାଗକୁ ପଚାରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରାରେ ସୁଯୋଗ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଗଣବଳାତ୍କାର, ବନ୍ଧା ହେଲେ ଯାତ୍ରାପାର୍ଟିର ୨ ମ୍ୟାନେଜର

ପଟ୍ଟାମୁଣ୍ଡାଇ,୩୦।୫ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଯାତ୍ରାପାର୍ଟିରେ ସୁଯୋଗ ଦେବାର ପ୍ରତିଶ୍ରୁତି ଦେଇ ଚଉଦକୁଲାଟ ଅଞ୍ଚଳର ଜଣେ ଯୁବତୀଙ୍କୁ ମୃଦୁପାନୀୟରେ…

ଶାଳପଡା ହାଟପଡ଼ିଆରେ ପୋଲିସର ଚଢ଼ାଉ: ବ୍ରାଉନ୍ ସୁଗାର ସହ ଯୁବକ ଗିରଫ

ହାଟଡିହୀ/ଆନନ୍ଦପୁର/ବଞ୍ଚୋ , ୩୦।୫ (ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ/ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ନିଶା କାରବାର ବିରୋଧରେ ପୋଲିସର କଡ଼ା ଆଭିମୁଖ୍ୟ…

ଛତ୍ରପୁରରେ ମାତିଛନ୍ତି ‘ଭ୍ୟାନିଟି ବ୍ୟାଗ୍’ ଲୁଟେରା: ଠାକୁରାଣୀଙ୍କ ଯାତ୍ରା ଗହଳିରୁ ଚୋରି କରୁଥିବା ଗ୍ୟାଙ୍ଗ୍‌ର ୪ ଗିରଫ…

ଛତ୍ରପୁର, ୩୦।୫ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା  ସଦର ମହକୁମା ଛତ୍ରପୁର ସହର ଓ ଆଖପାଖ ଅଞ୍ଚଳରେ ଗତ କିଛି ସପ୍ତାହ ହେବ ମା’ ଠାକୁରାଣୀଙ୍କ ଯାତ୍ରା…

୩ରୁ କୋରାପୁଟରେ ରବିଧାନ କିଣା ଆରମ୍ଭ

ଜୟପୁର,୩୦।୫(ପବନ ପାଣିଗ୍ରାହୀ): କୋରାପୁଟ ଜିଲାରେ ଆସନ୍ତା ଜୁନ ୩ରୁ ଚାଷୀଙ୍କ ଅମଳ ରବିଧାନ କ୍ରୟ ନେଇ ମଣ୍ଡି ଶୁଭାରମ୍ଭ ହେବ। ଏହା ପୂର୍ବରୁ ଶନିବାର ଜୟପୁର ଉପଖଣ୍ଡର…

ସିସିଟିଭିରେ ସେଲୋଟେପ୍ ଲଗାଇ ମୁଖ୍ୟ ଡାକ୍ତରଖାନାରୁ ଟିଭି ଚୋରି, ଆମ୍ବୁଲାନ୍ସ ଡ୍ରାଇଭର ଗିରଫ

ବରଗଡ଼,୩୦।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ଉପକଣ୍ଠ ଖେଦାପାଲି(ଟୁକୁର୍ଲା)ସ୍ଥିତ ଜିଲା ମୁଖ୍ୟ ଡାକ୍ତରଖାନାରୁ ଏଲ୍‌ଇଡି ଟିଭି ଚୋରି ଘଟଣାର ପର୍ଦ୍ଦାଫାଶ ହୋଇଛି। ଶନିବାର ଭଟଲି ଥାନା ପୋଲିସ ଏହି…

ଆକ୍ସନ ମୁଡ୍‌ରେ ଦାରିଙ୍ଗବାଡି ପୋଲିସ୍: ସପ୍ତାହରେ ଏକାଧିକ ଗାଡ଼ି ଜବତ, ନିୟମ ଖିଲାପକାରୀଙ୍କ ନିଦ ହଜାଇଲେ…

ଦାରିଙ୍ଗବାଡି, ୩୦।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସ ଏବେ ଆକ୍ସନ ମୁଡ୍‌ରେ। ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀ ଏବଂ ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ ପୋଲିସ…

ଭଞ୍ଜନଗରରେ କାଳବୈଶାଖୀର ତାଣ୍ଡବ: ପ୍ରବଳ ଝଡ଼ବର୍ଷା ଯୋଗୁ ବିଦ୍ୟୁତ୍ ସେବା ବିପର୍ଯ୍ୟସ୍ତ, ଗରମରୁ…

ଭଞ୍ଜନଗର, ୩୦।୫ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ କାଳବୈଶାଖୀର ପ୍ରକୋପ ଦେଖିବାକୁ ମିଳିଛି। ସନ୍ଧ୍ୟା ପ୍ରାୟ ୬ଟା…

ତୁମୁଡିବନ୍ଧରେ କାଳବୈଶାଖୀର ଭୟଙ୍କର ତାଣ୍ଡବ: ପତ୍ର ଭଳି ଉଡ଼ିଲା ଆଜବେଷ୍ଟସ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ତୁମୁଡିବନ୍ଧ, ୩୦।୫ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ କୋପ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୩୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri