ବିଦ୍ୟୁତ୍‌ ବିଭ୍ରାଟରେ ହନ୍ତସନ୍ତ ତାଳଚେରବାସୀ: ସହରରେ ୧୦ ଘଣ୍ଟା ରହୁନି ବିଜୁଳି

ତାଳଚେର, ୧୫ା୫(ନି.ପ୍ର.)- ତତଲା ତାଓ୍ବାରେ ତାଳଚେର। ଡହ ଡହ ଖରାରେ ଡହଳବିକଳ ହେଉଛନ୍ତି ଲୋକେ। ପ୍ରତ୍ୟେକ ଦିନ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବାରୁ ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଜନସାଧାରଣ ସନ୍ତୁଳି ହେଉଛନ୍ତି। ହେଲେ ଏ ସବୁ ପ୍ରତି ଏନ୍‌ଜେନ୍‌ର ନିଘା ନାହିଁ। ପ୍ରଚଣ୍ଡ ତାତିରେ ଏନ୍‌ଜେନ୍‌ର ମନମୁଖୀ କାମ ଲୋକଙ୍କୁ ସମସ୍ୟା ମୁହଁକୁ ଠେଲି ଦେଇଛି। ମୃତ କର୍ମଚାରୀଙ୍କ ପରିବାରକୁ କ୍ଷତିପୂରଣ ମିଳୁ ନ ଥିବାରୁ ଏନ୍‌ଜେନ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନରେ ବସିଛନ୍ତି। ଫଳରେ ତାଳଚେର ଅଞ୍ଚଳବାସୀ ଦୀର୍ଘ ୨୩ ଦିନ ହେଲାଣି ଠିକ୍‌ ଭାବେ ବିଦ୍ୟତ୍‌ ସେବା ପାଇବାରୁ ବଞ୍ଚିତ ହୋଇଛନ୍ତି। ସହରରେ ଦିନକୁ ୧୦ରୁ ଊର୍ଦ୍ଧ୍ୱ ଘଣ୍ଟା ବିଦ୍ୟୁତ୍‌ କାଟ ହେଉଥିବାବେଳେ ଗ୍ରାମାଞ୍ଚଳରେ ୧୫ରୁ ୨୦ ଘଣ୍ଟା ବିଜୁଳି ରହୁନି। ଫଳରେ ଅଞ୍ଚଳବାସୀଙ୍କ ଜୀବନ ଦୁର୍ବିସହ ହୋଇପଡିଛି। ଆଉ ଏ ସବୁକୁ ଦେଖି ଜାଣି ବି ପ୍ରଶାସନ, ଏନ୍‌ଜେନ୍‌ କର୍ତ୍ତୃପକ୍ଷ ଚୁପ୍‌ ହୋଇ ବସି ରହିଛନ୍ତି।

ତାଳଚେର ବିଦ୍ୟୁତ୍‌ ସବଡିଭିଜନ ଅଧୀନରେ ତାଳଚେର, ବଲଣ୍ଡା, ସମଲ, କଣିହାଁ, ହାଟତୋଟା ଅଞ୍ଚଳ ରହିଛି। ପ୍ରାୟ ୩୫ ହଜାର ଉପଭୋକ୍ତା ଏହି ସବ୍‌ଡିଭିଜନ ଉପରେ ନିର୍ଭରଶୀଳ। ଅଞ୍ଚଳରୁ ମାସକୁ ରାଜସ୍ବ ଆଦାୟ ପ୍ରାୟ ୩ କୋଟି ଟଙ୍କା। ୨୦୧୨ରୁ ବିଦ୍ୟୁତ୍‌ ବଣ୍ଟନ ସହଭାଗିତାରେ ଏନ୍‌ଜେନ କମ୍ପାନୀ ତାଳଚେରରେ କାମ କରୁଛି। ହେଲେ ଲୋକଙ୍କୁ ଉନ୍ନତମାନର ସେବା ଯୋଗାଇବାେରେ ଏନ୍‌ଜେନ୍‌ ବିଫଳ ବୋଲି ଅଭିଯୋଗ ହୋଇଆସୁଛି। ଚୋରି ଓ କ୍ଷତି କମିବା ପରିବର୍ତ୍ତେ ବଢି ଚାଲୁଛି। ଗତ ଏପ୍ରିଲ ୨୨ରେ ହାଟତୋଟା ରାସ୍ତାରେ ବିଦ୍ୟୁତ୍‌ ଖୁଣ୍ଟରେ ଚଢି ମରାମତି କାମ କରୁଥିବା ବେଳେ ରାସୋଳର ଅଭିଜିତ ସାହୁ ନାମକ ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ମୃତ କର୍ମଚାରୀଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ଓ ଜଣଙ୍କୁ ନିଯୁକ୍ତି ପାଇଁ କର୍ମଚାରୀମାନେ ଦାବି କରିଥିଲେ। ହେଲେ କ୍ଷତିପୂରଣ ନ ମିଳିବାରୁ ସେହିଦିନଠାରୁ  ଚାଇଁପାଳ ଡିଭିଜନରେ କାର୍ଯ୍ୟରତ ସମସ୍ତ ଏନଜେନ୍‌ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଛନ୍ତି। ଫଳରେ ଏଠାରେ ବିଦ୍ୟୁତ୍‌ ସମସ୍ୟା ଗମ୍ଭୀର ହୋଇପଡିଛି। ସହର ଓ ଗ୍ରାମାଞ୍ଚଳରେ ୧୦ ଘଣ୍ଟାରୁ ଅଧିକ ସମୟ ଧରି ବିଦ୍ୟୁତ୍‌ ସେବା ବନ୍ଦ ରହୁଛି। ପ୍ରବଳ ଖରା ଓ ଗରମ ଯୋଗୁ ଲୋକେ ଘରେ କି ବାହାରେ ରହିପାରୁନାହାନ୍ତି। ବହୁ ଜରୁରୀ କାମ ହୋଇପାରୁନାହିଁ। କୌଣସି କାରଣରୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହୋଇଗଲେ ଏହାର ମରାମତି କରାଯାଉନାହିଁ। ସେସୁର କେତେଜଣ କର୍ମଚାରୀ କାମଚଳା ଭାବେ କାମ କରୁଥବାବେଳେ ଆବଶ୍ୟକ ସ୍ଥଳେ ସେମାନେ ଖୁଣ୍ଟରେ ଚଢି ବିଦ୍ୟୁତ ମରାମତି କରିବେ ନାହିଁ ବୋଲି ମନା କରି ଦେବାରୁ ସମସ୍ୟା ଆହୁରି ବଢିଛି। ଏନଜେନ କମ୍ପାନୀ କେବଳ ଜୁଲମ କରି ବିଦ୍ୟୁତ ବିଲ୍‌ ଆଦାୟକୁ ପ୍ରାଧାନ୍ୟ ଦେଉଥିବାବେଳେ ଲୋକେ ପ୍ରକୃତ ସେବା ପାଇପାରୁ ନ ଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।

ଏ ସମ୍ପର୍କରେ ଏନ୍‌ଜେନ୍‌ ଏସଡିଓ ଏସ. ପାଲଙ୍କୁ ପଚାରିବାରେ ସେ ତାଙ୍କ ଅସହାୟତା ପ୍ରକାଶ କରି କହିଲେ, ମୁଁ ଜଣେ ଛୋଟିଆ କର୍ମଚାରୀ। କିଛି କହି ପାରିବି ନାହିଁ। ଏ ବାବଦରେ ଏଚ.ଆର ବିଭାଗକୁ ପଚାରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri