ଆମ ଜିଲା ଖବର

ଅନୁଗୋଳ ଜିଲାରେ ୭୭.୩୭ ପ୍ରତିଶତ ମତଦାନ: ୫ କ୍ଷେତ୍ର ମଧ୍ୟରୁ ପାଲଲହଡ଼ାର ରେକର୍ଡ

ଅନୁଗୋଳ ଅଫିସ, ୨୫।୪- ଅନୁଗୋଳ ଜିଲାର ୫ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ମଙ୍ଗଳବାର ମତଦାନ ପ୍ରକ୍ରିୟା ଶେଷ ହୋଇଛି। ମୋଟ୍‌ ୭୭.୩୭ ପ୍ରତିଶତ ମତଦାତା ମତଦାନ କରିଥିବା ଜିଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ପାଲଲହଡ଼ା ନିର୍ବାଚନମଣ୍ଡଳୀରେ ସର୍ବାଧିକ…

ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣବଳାତ୍କାର ଅଭିଯୋଗ

ଛେଣ୍ଡିପଦା,୨୫।୪(ସ୍ବ.ପ୍ର.)- ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅଞ୍ଚଳର ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣ ବଳାତ୍କାର କରାଯାଇଥିବା ନେଇ ବୁଧବାର ଅପରାହ୍ନରେ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତିକରି ପୋଲିସ ନଂ. ୧୩୩/୧୯ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।…

ମହିଳାଙ୍କ ମତଦାନ ହାର ବେଶୀ

ଢେଙ୍କାନାଳ ଅଫିସ, ୨୫।୪- ଢେଙ୍କାନାଳ ଲୋକ ସଭା କ୍ଷେତ୍ରରେ ମଙ୍ଗଳବାର ଶାନ୍ତିଶୃଙ୍ଖଳାର ସହ ଭୋଟଗ୍ରହଣ ଶେଷହୋଇଛି। ବିଳମ୍ବିତ ରାତି ସୁଦ୍ଧା ସମସ୍ତ ପୋଲିଂ ପାର୍ଟି ଇଭିଏମ୍‌ ଏବଂ ଭିଭିପିଏଟି ମେଶିନ ସହ ସୁରକ୍ଷିତ ଭାବେ ଗନ୍ତବ୍ୟ ସ୍ଥଳରୁ ଫେରିଛନ୍ତି। ଢେଙ୍କାନାଳ ସଂସଦୀୟ…

ପରୀକ୍ଷା ପରିଚାଳନାରେ ଅବ୍ୟବସ୍ଥା : କଲେଜରେ ତାଲା ପକାଇଲେ ଛାତ୍ରୀଛାତ୍ର

ଭାପୁର, ୨୫।୪(ଡି.ଏନ୍‌.ଏ.)- ପରୀକ୍ଷା ପରିଚାଳନାରେ ଅବ୍ୟବସ୍ଥା ପ୍ରତିବାଦରେ ଢେଙ୍କାନାଳ ସଦର ବ୍ଲକ ଭାପୁରସ୍ଥିତ ଦେବେନ୍ଦ୍ର  ଶତପଥୀ ସ୍ମାରକୀ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖାଦେଇଛି। ଏହାର ପ୍ରତିବାଦରେ ଉତ୍ତ୍ୟକ୍ତ ଛାତ୍ରୀଛାତ୍ର  ବୁଧବାର କଲେଜ ଗେଟ୍‌ରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି। ଅଭିଯୋଗ ଅନୁଯାୟୀ,…

ଆସିକା ଲୋକ ସଭା ନିର୍ବାଚନମଣ୍ଡଳୀ : ପ୍ରଥମକରି ଦୁଇ ମହିଳା ପ୍ରାର୍ଥୀଙ୍କ ଲଢ଼େଇ ତୀବ୍ର

ବ୍ରହ୍ମପୁର ଅଫିସ,୨୫ା୪-ଗଞ୍ଜାମ ଜିଲାର ଆସିକା ଲୋକ ସଭା ନିର୍ବାଚନ ମଣ୍ଡଳୀର ୨୦୧୯ ନିର୍ବାଚନରେ ପ୍ରଥମ କରି ଦୁଇ ମହିଳା ଭାଜପାରୁ ଅନିତା ଶୁଭଦର୍ଶିନୀ ଏବଂ ବିଜେଡରୁ ପ୍ରମିଳା ବିଷୋୟୀଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଛି। ଏହି ଲୋକ ସଭା କ୍ଷେତ୍ର ଅଧୀନ…

ରେଣ୍ଟିର ୧୮୨ନଂ. ବୁଥ୍‌ରେ ସାନି ମତଦାନ ଆଜି : ଭିଡିଓଗ୍ରାଫି, ୱେବ୍‌କାଷ୍ଟିଂ ବ୍ୟବସ୍ଥା ଅନୁଧ୍ୟାନ କଲେ ଜିଲାପାଳ

ଛତ୍ରପୁର/ସୋରଡ଼ା, ୨୫ା୪(ଡି.ଏନ.ଏ)-ଗଞ୍ଜାମ ଜିଲା ସୋରଡା ବ୍ଲକ ୧୮୨ନଂ. ରେଣ୍ଟି ବୁଥ୍‌ରେ ଗୁରୁବାର ସାନି ମତଦାନ ହେବ ା ଏଥିପାଇଁ  ଜିଲା ପ୍ରଶାସନ ଓ ଗଞ୍ଜାମ ପୋଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି ା ଶାନ୍ତିଶୃଙ୍ଖଳାରେ ମତଦାନ ହେବ। ବୁଧବାର ନିଜେ ଯାଇ…

ଦିନ୍‌ଦାହାଡ଼େ ଚାଲିଛେ ଗଛ୍‌କଟା: ଉଜ୍‌ଡ଼ି ଯାଉଛେ ରଙ୍ଗମାଟିଆ ରାଜସ୍ବ ଜଂଗଲ

କଣ୍ଟାମାଳ, ୨୫ା୪ (ଡିଏନଏ): ବୌଦ୍ଧ ଜିଲା କଣ୍ଟାମାଳ ରେଞ୍ଜର ଚନ୍ଦନିଆମୁଣ୍ଡା ପାସର ରଙ୍ଗମାଟିଆ ରାଜସ୍ବ ଜଂଗଲ ଉଜଡ଼ି ଯାଉଛେ। ଗଲା ମାସେ ହେଲା ଇଠାନେ ଦିନ୍‌ଦାହାଡ଼େ ଆସର ପାସର ଗାଁବାସୀ ଗଛ୍‌ କାଟୁଥିଲେ ବି ବନବିଭାଗ ଜାନିଶୁନି ତୁମ୍‌ପଡ଼ିଥିବାର ଅଭିଯୋଗ ହେଉଛେ। ସେନ୍‌ତା…

ଚିକିତ୍ସା ଲାଗି ଟଁକା ବାଧକ୍‌: ରକ୍ତ କର୍କଟ ରୋଗ୍‌ରେ ପୀଡ଼ିତ ଲକ୍ଷ୍ମୀପ୍ରିୟା

ରାଉରକେଲା ଅଫିସ,୨୫।୪: ଟଁକା ପଏସା ଅଭାବ ଥିଲେ ବି ଝି’କେ ପାଠ୍‌ ପଢ଼ାବାରେ କେହେନ୍‌ସି ପରକାର ଉନା ନାଇଁକରି। ତାକର ଗୁଟେନ ଉଦେଶ ଥିଲା ଝି’କେ ପାଠ୍‌ ପଢ଼େଇ ଉଚ୍‌ ଶିକ୍ଷିତ କରବାର। କୁଲି ମଜୁରି କରି ପରିବାର ଚଲବାର ସଂଗେ ଝି’ର…

ମରଣ ଫାଶରୁ ମୁକୁଳୁଛି ଗଞ୍ଜାମ ଜିଲା

ବ୍ରହ୍ମପୁର ଅଫିସ୍‌,୨୫ା୪-ଏକଦା ମ୍ୟାଲେରିଆ ପ୍ରବଣ ଜିଲା ଭାବେ ଦୁର୍ନାମ ମୁଣ୍ଡାଇଥିବା ଗଞ୍ଜାମ ଜିଲାରେ ଏବେ ସ୍ଥିତି ସୁଧୁରିବାରେ ଲାଗିଛି। ବର୍ଷକୁ ବର୍ଷ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ସେହିପରି ଆକ୍ରାନ୍ତଙ୍କ ସହ କମୁଛି ମୃତକଙ୍କ ସଂଖ୍ୟା। ମ୍ୟାଲେରିଆର ମରଣ ଫାଶରୁ ମୁକୁଳିବାରେ…

ହକ୍‌ଦାର ହିତାଧିକାରୀ ଗୁହାଲ ଯୋଜନାରୁ ବଁଚିତ: କାର୍ଯ୍ୟାଦେଶ ଲାଗି ୨୦ ହଜାର ଟଁକା ଲଁ।ଚ୍‌ ଅଭିଯୋଗ

ବେଲପଡ଼ା ୨୫।୪(ଡି.ଏନ.ଏ.):  ଗୃହପାଲିତ ପଶୁ ପାଲନ କରି ଗରିବ୍‌ ହିତାଧିକାରୀମାନେ କେନ୍‌ଥେଇ ଦୁଇପଏସା ରୁଜଗାର କରି ନିଜର ଗୁଡ଼େ ଠିଆ ହେବେ ସରକାର ସେଥିରଲାଗି ଗାଈ ଗୁହାଲ ଯୋଜନା କରିଛନ୍‌। ହେଲେ ଗାଁଗଁଲିରେ ରହୁଥିବାର ଅନେକ୍‌ ହକ୍‌ଦାର ହିତାଧିକାରୀ ଯୋଜନାରୁ ବଁଚିତ ହେଉଥିଲାବେଲେ…

ଭଞ୍ଜନଗର ଆହାର କେନ୍ଦ୍ରରେ ଅଗ୍ନିକାଣ୍ଡ

ଭଞ୍ଜନଗର,୨୫।୪(ଡି.ଏନ.ଏ.)-ଭଞ୍ଜନଗର ଆହାର କେନ୍ଦ୍ରରେ ବୁଧବାର ସକାଳେ ରୋଷେଇ ଚାଲିଥିବା ବେଳେ ସିଲିଣ୍ଡରରୁ କୌଣସି ପ୍ରକାରେ ଗ୍ୟାସ୍‌ ଲିକ୍‌ ହୋଇ ନିଆଁ ଲାଗିଯାଇଥିଲା। ଫଳରେ ସେଠାରେ ଥିବା ବିଭିନ୍ନ ପ୍ଲାଷ୍ଟିକ୍‌ ଜିନିଷ ପୋଡ଼ିଯାଇଥିଲା। ଭଞ୍ଜନଗର ଦମକଳ ବାହିନୀ ତୁରନ୍ତ ପହଞ୍ଚତ୍ ନିଆଁକୁ ଆୟତ୍ତ…

କେନ୍ଦୁଝରରେ ୭୮.୧୬% ମତଦାନ: ମହିଳା ଭୋଟର ସଂଖ୍ୟା ଅଧିକ

କେନ୍ଦୁଝର,୨୫ା୪ (ସ୍ବ.ପ୍ର./ଡି.ଏନ.ଏ.)- କେନ୍ଦୁଝର ଲୋକ ସଭା ନିର୍ବାଚନ ମଙ୍ଗଳବାର ଶେଷ ହୋଇଛି ା ଜିଲାରେ ମୋଟ ୭୮.୧୬ ପ୍ରତିଶତ ମତଦାନ ହୋଇଛି। ନିର୍ବାଚନ ବିଭାଗ ତଥ୍ୟ ଅନୁଯାୟୀ, ଜିଲାରେ ମୋଟ ୧୫,୧୫,୬୪୧ ଭୋଟର ରହିଥିବା ବେଳେ ୧୧,୮୪,୬୯୭ ଜଣ ଭୋଟଦାନ କରିଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri