ଅନୁଗୋଳ ଜିଲାରେ ୭୭.୩୭ ପ୍ରତିଶତ ମତଦାନ: ୫ କ୍ଷେତ୍ର ମଧ୍ୟରୁ ପାଲଲହଡ଼ାର ରେକର୍ଡ

ଅନୁଗୋଳ ଅଫିସ, ୨୫।୪- ଅନୁଗୋଳ ଜିଲାର ୫ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ମଙ୍ଗଳବାର ମତଦାନ ପ୍ରକ୍ରିୟା ଶେଷ ହୋଇଛି। ମୋଟ୍‌ ୭୭.୩୭ ପ୍ରତିଶତ ମତଦାତା ମତଦାନ କରିଥିବା ଜିଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ପାଲଲହଡ଼ା ନିର୍ବାଚନମଣ୍ଡଳୀରେ ସର୍ବାଧିକ ମତଦାନ ହୋଇଥିବାବେଳେ ତାଳଚେରରେ ସର୍ବନିମ୍ନ ଥିବା ଜିଲା ପ୍ରଶାସନ ପକ୍ଷରୁ ନିର୍ବାଚନ ଅଧିକାରୀଙ୍କ ନିକଟକୁ ରିପୋର୍ଟ ପଠାଯାଇଛି। ସେହିପରି ମତଦାନ ସମୟରେ ୧୭ଟି ଇଭିଏମ୍‌ ଓ ୮ଟି ଭିଭିପିଏଟି ଅଚଳ ସମ୍ପର୍କିତ ତଥ୍ୟ ମଧ୍ୟ ନିର୍ବାଚନ ଅଧିକାରୀଙ୍କୁ ଦିଆଯାଇଛି। ତେବେ ଗ୍ରାମାଞ୍ଚଳର ଗୋଟିଏ ଗୋଟିଏ ମତଦାନ କେନ୍ଦ୍ରରେ ଶତପ୍ରତିଶତ ଭୋଟ ପଡ଼ିଥିବାବେଳେ ଆଉ କେତେକ କେନ୍ଦ୍ରରେ ୮୦ ପ୍ର୍ରତିଶତରୁ ଊର୍ଦ୍ଧ୍ୱ ମତଦାତା ମତଦାନ କରିଛନ୍ତି। ସହରାଞ୍ଚଳ ଗୁଡ଼ିକରେ ମତଦାନ ହାର ୪୦ରୁ ୪୫ ପ୍ରତିଶତ ରହିଛି।

ମିଳିଥିବା ସୂଚନା ଅନୁଯାୟୀ, ଅନୁଗୋଳ ଜିଲାର ୫ଟି ନିର୍ବାଚନମଣ୍ଡଳୀରେ ହୋଇଥିବା ମୋଟ୍‌ ୧୧୬୩ ମତଦାନ କେନ୍ଦ୍ରରେ ୭ ଲକ୍ଷ ୫୩ ହଜାର ୮୭୦ ଜଣ ଭୋଟ ଦେଇଛନ୍ତି। ସେଥିମଧ୍ୟରୁ ମହିଳାଙ୍କ ସଂଖ୍ୟା ୩ ଲକ୍ଷ ୬୩ ହଜାର ୯୯୫ ଥିବା ବେଳେ ୩ ଲକ୍ଷ ୮୯ ହଜାର ୮୭୪ ଜଣ ପୁରୁଷ ନିଜ ମତ ସାବ୍ୟସ୍ତ କରିଛନ୍ତି। ୫ ନିର୍ବାଚନମଣ୍ଡଳୀ ମଧ୍ୟରୁ ୩ଟିରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି। ଅନୁଗୋଳ ନିର୍ବାଚନମଣ୍ଡଳୀରେ ମୋଟ୍‌ ୨ ଲକ୍ଷ ୧୭ ହଜାର ୫୭୩ ଜଣ ମତାଦାତାଙ୍କ ମଧ୍ୟରୁ ୭୩.୩୩ ପ୍ରତିଶତ ଅର୍ଥାତ୍‌ ୧ ଲକ୍ଷ ୫୯ ହଜାର ୫୪୯ ଜଣ ମତସାବ୍ୟସ୍ତ କରିଛନ୍ତି। ସେମାନଙ୍କ ମଧ୍ୟରେ ପୁରୁଷ ମତଦାତାଙ୍କ ସଂଖ୍ୟା ୮୩ ହଜାର ବା ୭୩.୪୯% ରହିଛି। ସେହିପରି ୭୩.୧୬ ଅର୍ଥାତ୍‌ ୭୫ ହଜାର ୭୦୩ ଜଣ ମହିଳା ମତଦାନ କରିଛନ୍ତି। ତାଳଚେର ନିର୍ବାଚନମଣ୍ଡଳୀରେ ମୋଟ୍‌ ୧ ଲକ୍ଷ ୭୮ ହଜାର ୬୦୯ ଭୋଟରଙ୍କ ମଧ୍ୟରୁ ୭୨.୫ ପ୍ରତିଶତ ବା ୧ ଲକ୍ଷ ୨୯ ହଜାର ୪୯୧ ଜଣ ଭୋଟ ଦେଇଛନ୍ତି। ସେଥିରେ ପୁରୁଷଙ୍କ ସଂଖ୍ୟା ୬୯ ହଜାର ୮୫ (୭୨.୮୭%) ଓ ୭୨.୧୧ ପ୍ରତିଶତ ବା ୬୦ ହଜାର ୪୦୬ ମହିଳା ମତଦାନ କରିଛନ୍ତି। ଛେଣ୍ଡିପଦା ନିର୍ବାଚନମଣ୍ଡଳୀର ମୋଟ୍‌ ୨ ଲକ୍ଷ ୭ ହଜାର ୨୮୨ ଭୋଟରଙ୍କ ମଧ୍ୟରୁ ୧ ଲକ୍ଷ ୬୬ ହଜାର ୧୩ ଜଣ (୮୦.୯ ପ୍ରତିଶତ) ମତସାବ୍ୟସ୍ତ କରିଛନ୍ତି। ଏଠାରେ ପୁରୁଷ ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୮ ହଜାର ୨୮ ଥିବା ବେଳେ ସେଥିରୁ ୮୦.୩ ପ୍ରତିଶତ ହାରରେ ୮୬ ହଜାର ୪୫୪ ଜଣ ମତଦାନ କରିଛନ୍ତି। ସେହିପରି ୯୯ ହଜାର ୨୪୮ ମହିଳା ଭୋଟରଙ୍କ ମଧ୍ୟରୁ ୭୯ ହଜାର ୫୫୯ ଜଣ ବା ୮୦.୧୬ ପ୍ରତିଶତ ଭୋଟ ଦେଇଛନ୍ତି। ଆଠମଲ୍ଲିକ ନିର୍ବାଚନମଣ୍ଡଳୀରେ ମୋଟ୍‌ ୨ ଲକ୍ଷ ୧ ହଜାର ୫୪୮ ଭୋଟରଙ୍କ ମଧ୍ୟରୁ ୧ ଲକ୍ଷ ୬୧ ହଜାର ୪୭୭ ଜଣ ମତସାବ୍ୟସ୍ତ କରିଛନ୍ତି। ଏଠାରେ ଭୋଟହାର ରହିଛି ୮୦.୧୨ ପ୍ରତିଶତ। ୧ ଲକ୍ଷ ୨ ହଜାର ୮୦୨ ପୁରୁଷ ଭୋଟରଙ୍କ ମଧ୍ୟରୁ ୭୮.୫୩ ପ୍ରତିଶତ ବା ୮୦ ହଜାର ୭୩୨ ଜଣ ଭୋଟ ଦେଇଛନ୍ତି। ସେହିପରି ମହିଳା ଭୋଟର ୯୮ ହଜାର ୭୪୩ରୁ (୮୧.୭୭% ) ୮୦ ହଜାର ୭୪୪ ଜଣ ମତଦାନ କରିଛନ୍ତି। ପାଲଲହଡ଼ା ନିର୍ବାଚନମଣ୍ଡଳୀରେ ମୋଟ୍‌ ୧ ଲକ୍ଷ ୬୯ ହଜାର ୯୪୬ ଜଣ ଭୋଟରଙ୍କ ମଧ୍ୟରୁ ୧ ଲକ୍ଷ ୩୭ ହଜାର ୩୪୦ ଜଣ ମତସାବ୍ୟସ୍ତ କରିଛନ୍ତି। ଏଠାରେ ଭୋଟ ହାର ରହିଛି ୮୦.୮୧ ପ୍ରତିଶତ। ୮୭ ହଜାର ୬୦୮ ପୁରୁଷ ଭୋଟରଙ୍କ ମଧ୍ୟରୁ ୭୯.୬୨ ପ୍ରତିଶତ ହାରରେ ୬୯ ହଜାର ୭୫୭ ଜଣ ମତଦାନ କରିଥିବା ବେଳେ ୮୨.୦୬ ପ୍ରତିଶତ ମହିଳା ଭୋଟର ଅର୍ଥାତ୍‌ ୮୨ ହଜାର ୩୫୬ରୁ ୬୭ ହଜାର ୫୮୩ ଜଣ ସେମାନଙ୍କ ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରିଛନ୍ତି। ବିଗତ ବର୍ଷଗୁଡ଼ିକ ଅପେକ୍ଷା ପାଲଲହଡ଼ାରେ ରେକର୍ଡ ମତଦାନ ହୋଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ପୋଲିଂ ପାର୍ଟି ମଙ୍ଗଳବାର ରାତି ୧୧ଟାରୁ ବୁଧବାର ମଧ୍ୟାହ୍ନ ମଧ୍ୟରେ ଇଭିଏମ୍‌ ଓ ଭିଭିପିଏଟି ମେଶିନକୁ ନିଜ ନିଜ କାଉଣ୍ଟରରେ ଜମା କରିଥିଲେ। ଅନୁଗୋଳ ସରକାରୀ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ମଙ୍ଗଳବାର ରାତିରେ ଜଣେ ପୋଲିଂ ଅଧିକାରୀ ବେହୋସ ହୋଇଯିବାରୁ ତାଙ୍କୁ ତୁରନ୍ତ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଉପଜିଲାପାଳ ତଥା ରିଟର୍ନିଂ ଅଫିସର ବାସୁଦେବ ଶତପଥୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଂଘାପଶି ଗ୍ରାମରେ ହାତୀ ଆତଙ୍କ: ଯୁବକଙ୍କୁ ମାରିବା ପରେ ମୃତଦେହ ଜଗି ରହିଛନ୍ତି ୧୮ ହାତୀ !

ରିଆମାଳ, ୧୦ା୬ (ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ଅନ୍ତର୍ଗତ କୁଣ୍ଢେଇଗୋଳା ସେକ୍ସନ ସଂଘାପଶି ଗ୍ରାମରେ ବୁଧବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ହାତୀ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ଅକାଳ ବିୟୋଗ, ଅଞ୍ଚଳରେ ଶୋକର ଛାୟା

ଛତ୍ରପୁର,୧୦।୬( ଦିଲ୍ଲୀପ ସାମଲ) : ଛତ୍ରପୁର ପୌର ପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଅକାଳ ବିୟୋଗ ହୋଇଛି । ସେ ଗତ ଏକ ମାସରୁ ଅଧିକ ଦିନ…

ମୟୂରଭଞ୍ଜ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି

କଟକ,୧୦ା୬(ପ୍ରଭୁକଲ୍ୟାଣ ପାଲ୍): ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି ଯୋଗେଶ ବାହାଦୂର ଖୁରାନିଆ। ଚଳିତ ମାସ ୧୯ ଓ ୨୦ ତାରିଖରେ…

ଖଜୁରଗୁଡା ସାନ୍ଦୁଲ ନଦୀ ବ୍ରିଜ ନିର୍ମାଣରେ ବିଳମ୍ବ, ନିମ୍ନ ମାନର କାମକୁ ନେଇ ଅସନ୍ତୋଷ ଗ୍ରାମବାସୀ

ଲାଞ୍ଜିଗଡ,୧୦।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ ଖଜୁରଗୁଡା ଗାଁ ନିକଟରେ ଥିବା ସାନ୍ଦୁଲ ନଦୀ ବ୍ରିଜ ନିର୍ମାଣରେ ବିଳମ୍ବ ଏବଂ…

ଖାଦ୍ୟ ନିରାପତ୍ତା ବିଭାଗର ବଡ଼ ଆକ୍ସନ! ବିଭିନ୍ନ ହୋଟେଲରେ ଚଢ଼ାଉ, କୁଢ଼ କୁଢ଼ ବାସି ଖାଦ୍ୟ…

ଜୁନାଗଡ଼,୧୦।୬(ସୁନୀଲ କୁମାର ସିଂହ)- ଜନସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ବୁଧବାର ଜୁନାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ ଏ ସି) ଅଞ୍ଚଳରେ ଥିବା ବିଭିନ୍ନ ଖାଦ୍ୟ ଷ୍ଟଲ୍‌…

ଓଡ଼ିଶା ପୋଲିସରେ ବଡ଼ ହଲଚଲ! କଳାହାଣ୍ଡି ଭାର ସମ୍ଭାଳିବେ ଏଡିଜିପି ଯତୀନ୍ଦ୍ର କୋଏଲ

ଭବାନୀପାଟଣା,୧୦।୬(ଉତ୍ତମ କୁମାର ଦାଶ): ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ଚରମ ସୀମାରେ ପହଞ୍ଚିବା ଏବଂ ପୋଲିସର କାର୍ଯ୍ୟଦକ୍ଷତା ଉପରେ ଚାରିଆଡ଼ୁ ସମାଲୋଚନା ହେବା ପରେ ଶେଷରେ ରାଜ୍ୟ ପୋଲିସ…

ରହସ୍ୟଘେରରେ ମହିଳାଙ୍କ ମୃତ୍ୟୁ, ବିଷ କ୍ରିୟାରେ ମହିଳାଙ୍କ ମୃତ୍ୟୁକୁ ନେଇ…

ହାଟଡିହୀ/ଛେନାପଦୀ,୧୦।୬(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଶାଳକଣିଆଁ ଗ୍ରାମରେ ଜଣେ ମହିଳାଙ୍କୁ ବିଷ ଦେଇ ମାରି ଦେଇଥିବା ଅଭିଯୋଗ ହୋଇଛି । ଏହି ଆଧାରରେ…

ଧରିତ୍ରୀ ପ୍ରଭାବ: ସାହୁ ଜଙ୍ଗଲ ରାସ୍ତାରୁ ହଟିଲା ବିପଦପୂର୍ଣ୍ଣ ଗଛ

ଥୁଆମୂଳ ରାମପୁର,୧୦।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର – କାଶୀପୁର ମୁଖ୍ୟ ପିଡବ୍ଲୁଡି ରାସ୍ତାର ସାହୁ ଜଙ୍ଗଲ ନିକଟରେ ଥିବା ବିପଦସଙ୍କୁଳ ଶୁଖିଲା ଗଛ ସମ୍ପର୍କରେ ‘ଧରିତ୍ରୀ’ରେ ଖବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri