ଅନୁଗୋଳ ଜିଲାରେ ୭୭.୩୭ ପ୍ରତିଶତ ମତଦାନ: ୫ କ୍ଷେତ୍ର ମଧ୍ୟରୁ ପାଲଲହଡ଼ାର ରେକର୍ଡ

ଅନୁଗୋଳ ଅଫିସ, ୨୫।୪- ଅନୁଗୋଳ ଜିଲାର ୫ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ମଙ୍ଗଳବାର ମତଦାନ ପ୍ରକ୍ରିୟା ଶେଷ ହୋଇଛି। ମୋଟ୍‌ ୭୭.୩୭ ପ୍ରତିଶତ ମତଦାତା ମତଦାନ କରିଥିବା ଜିଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ପାଲଲହଡ଼ା ନିର୍ବାଚନମଣ୍ଡଳୀରେ ସର୍ବାଧିକ ମତଦାନ ହୋଇଥିବାବେଳେ ତାଳଚେରରେ ସର୍ବନିମ୍ନ ଥିବା ଜିଲା ପ୍ରଶାସନ ପକ୍ଷରୁ ନିର୍ବାଚନ ଅଧିକାରୀଙ୍କ ନିକଟକୁ ରିପୋର୍ଟ ପଠାଯାଇଛି। ସେହିପରି ମତଦାନ ସମୟରେ ୧୭ଟି ଇଭିଏମ୍‌ ଓ ୮ଟି ଭିଭିପିଏଟି ଅଚଳ ସମ୍ପର୍କିତ ତଥ୍ୟ ମଧ୍ୟ ନିର୍ବାଚନ ଅଧିକାରୀଙ୍କୁ ଦିଆଯାଇଛି। ତେବେ ଗ୍ରାମାଞ୍ଚଳର ଗୋଟିଏ ଗୋଟିଏ ମତଦାନ କେନ୍ଦ୍ରରେ ଶତପ୍ରତିଶତ ଭୋଟ ପଡ଼ିଥିବାବେଳେ ଆଉ କେତେକ କେନ୍ଦ୍ରରେ ୮୦ ପ୍ର୍ରତିଶତରୁ ଊର୍ଦ୍ଧ୍ୱ ମତଦାତା ମତଦାନ କରିଛନ୍ତି। ସହରାଞ୍ଚଳ ଗୁଡ଼ିକରେ ମତଦାନ ହାର ୪୦ରୁ ୪୫ ପ୍ରତିଶତ ରହିଛି।

ମିଳିଥିବା ସୂଚନା ଅନୁଯାୟୀ, ଅନୁଗୋଳ ଜିଲାର ୫ଟି ନିର୍ବାଚନମଣ୍ଡଳୀରେ ହୋଇଥିବା ମୋଟ୍‌ ୧୧୬୩ ମତଦାନ କେନ୍ଦ୍ରରେ ୭ ଲକ୍ଷ ୫୩ ହଜାର ୮୭୦ ଜଣ ଭୋଟ ଦେଇଛନ୍ତି। ସେଥିମଧ୍ୟରୁ ମହିଳାଙ୍କ ସଂଖ୍ୟା ୩ ଲକ୍ଷ ୬୩ ହଜାର ୯୯୫ ଥିବା ବେଳେ ୩ ଲକ୍ଷ ୮୯ ହଜାର ୮୭୪ ଜଣ ପୁରୁଷ ନିଜ ମତ ସାବ୍ୟସ୍ତ କରିଛନ୍ତି। ୫ ନିର୍ବାଚନମଣ୍ଡଳୀ ମଧ୍ୟରୁ ୩ଟିରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି। ଅନୁଗୋଳ ନିର୍ବାଚନମଣ୍ଡଳୀରେ ମୋଟ୍‌ ୨ ଲକ୍ଷ ୧୭ ହଜାର ୫୭୩ ଜଣ ମତାଦାତାଙ୍କ ମଧ୍ୟରୁ ୭୩.୩୩ ପ୍ରତିଶତ ଅର୍ଥାତ୍‌ ୧ ଲକ୍ଷ ୫୯ ହଜାର ୫୪୯ ଜଣ ମତସାବ୍ୟସ୍ତ କରିଛନ୍ତି। ସେମାନଙ୍କ ମଧ୍ୟରେ ପୁରୁଷ ମତଦାତାଙ୍କ ସଂଖ୍ୟା ୮୩ ହଜାର ବା ୭୩.୪୯% ରହିଛି। ସେହିପରି ୭୩.୧୬ ଅର୍ଥାତ୍‌ ୭୫ ହଜାର ୭୦୩ ଜଣ ମହିଳା ମତଦାନ କରିଛନ୍ତି। ତାଳଚେର ନିର୍ବାଚନମଣ୍ଡଳୀରେ ମୋଟ୍‌ ୧ ଲକ୍ଷ ୭୮ ହଜାର ୬୦୯ ଭୋଟରଙ୍କ ମଧ୍ୟରୁ ୭୨.୫ ପ୍ରତିଶତ ବା ୧ ଲକ୍ଷ ୨୯ ହଜାର ୪୯୧ ଜଣ ଭୋଟ ଦେଇଛନ୍ତି। ସେଥିରେ ପୁରୁଷଙ୍କ ସଂଖ୍ୟା ୬୯ ହଜାର ୮୫ (୭୨.୮୭%) ଓ ୭୨.୧୧ ପ୍ରତିଶତ ବା ୬୦ ହଜାର ୪୦୬ ମହିଳା ମତଦାନ କରିଛନ୍ତି। ଛେଣ୍ଡିପଦା ନିର୍ବାଚନମଣ୍ଡଳୀର ମୋଟ୍‌ ୨ ଲକ୍ଷ ୭ ହଜାର ୨୮୨ ଭୋଟରଙ୍କ ମଧ୍ୟରୁ ୧ ଲକ୍ଷ ୬୬ ହଜାର ୧୩ ଜଣ (୮୦.୯ ପ୍ରତିଶତ) ମତସାବ୍ୟସ୍ତ କରିଛନ୍ତି। ଏଠାରେ ପୁରୁଷ ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୮ ହଜାର ୨୮ ଥିବା ବେଳେ ସେଥିରୁ ୮୦.୩ ପ୍ରତିଶତ ହାରରେ ୮୬ ହଜାର ୪୫୪ ଜଣ ମତଦାନ କରିଛନ୍ତି। ସେହିପରି ୯୯ ହଜାର ୨୪୮ ମହିଳା ଭୋଟରଙ୍କ ମଧ୍ୟରୁ ୭୯ ହଜାର ୫୫୯ ଜଣ ବା ୮୦.୧୬ ପ୍ରତିଶତ ଭୋଟ ଦେଇଛନ୍ତି। ଆଠମଲ୍ଲିକ ନିର୍ବାଚନମଣ୍ଡଳୀରେ ମୋଟ୍‌ ୨ ଲକ୍ଷ ୧ ହଜାର ୫୪୮ ଭୋଟରଙ୍କ ମଧ୍ୟରୁ ୧ ଲକ୍ଷ ୬୧ ହଜାର ୪୭୭ ଜଣ ମତସାବ୍ୟସ୍ତ କରିଛନ୍ତି। ଏଠାରେ ଭୋଟହାର ରହିଛି ୮୦.୧୨ ପ୍ରତିଶତ। ୧ ଲକ୍ଷ ୨ ହଜାର ୮୦୨ ପୁରୁଷ ଭୋଟରଙ୍କ ମଧ୍ୟରୁ ୭୮.୫୩ ପ୍ରତିଶତ ବା ୮୦ ହଜାର ୭୩୨ ଜଣ ଭୋଟ ଦେଇଛନ୍ତି। ସେହିପରି ମହିଳା ଭୋଟର ୯୮ ହଜାର ୭୪୩ରୁ (୮୧.୭୭% ) ୮୦ ହଜାର ୭୪୪ ଜଣ ମତଦାନ କରିଛନ୍ତି। ପାଲଲହଡ଼ା ନିର୍ବାଚନମଣ୍ଡଳୀରେ ମୋଟ୍‌ ୧ ଲକ୍ଷ ୬୯ ହଜାର ୯୪୬ ଜଣ ଭୋଟରଙ୍କ ମଧ୍ୟରୁ ୧ ଲକ୍ଷ ୩୭ ହଜାର ୩୪୦ ଜଣ ମତସାବ୍ୟସ୍ତ କରିଛନ୍ତି। ଏଠାରେ ଭୋଟ ହାର ରହିଛି ୮୦.୮୧ ପ୍ରତିଶତ। ୮୭ ହଜାର ୬୦୮ ପୁରୁଷ ଭୋଟରଙ୍କ ମଧ୍ୟରୁ ୭୯.୬୨ ପ୍ରତିଶତ ହାରରେ ୬୯ ହଜାର ୭୫୭ ଜଣ ମତଦାନ କରିଥିବା ବେଳେ ୮୨.୦୬ ପ୍ରତିଶତ ମହିଳା ଭୋଟର ଅର୍ଥାତ୍‌ ୮୨ ହଜାର ୩୫୬ରୁ ୬୭ ହଜାର ୫୮୩ ଜଣ ସେମାନଙ୍କ ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରିଛନ୍ତି। ବିଗତ ବର୍ଷଗୁଡ଼ିକ ଅପେକ୍ଷା ପାଲଲହଡ଼ାରେ ରେକର୍ଡ ମତଦାନ ହୋଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ପୋଲିଂ ପାର୍ଟି ମଙ୍ଗଳବାର ରାତି ୧୧ଟାରୁ ବୁଧବାର ମଧ୍ୟାହ୍ନ ମଧ୍ୟରେ ଇଭିଏମ୍‌ ଓ ଭିଭିପିଏଟି ମେଶିନକୁ ନିଜ ନିଜ କାଉଣ୍ଟରରେ ଜମା କରିଥିଲେ। ଅନୁଗୋଳ ସରକାରୀ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ମଙ୍ଗଳବାର ରାତିରେ ଜଣେ ପୋଲିଂ ଅଧିକାରୀ ବେହୋସ ହୋଇଯିବାରୁ ତାଙ୍କୁ ତୁରନ୍ତ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଉପଜିଲାପାଳ ତଥା ରିଟର୍ନିଂ ଅଫିସର ବାସୁଦେବ ଶତପଥୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?