ହକ୍‌ଦାର ହିତାଧିକାରୀ ଗୁହାଲ ଯୋଜନାରୁ ବଁଚିତ: କାର୍ଯ୍ୟାଦେଶ ଲାଗି ୨୦ ହଜାର ଟଁକା ଲଁ।ଚ୍‌ ଅଭିଯୋଗ

ବେଲପଡ଼ା ୨୫।୪(ଡି.ଏନ.ଏ.):  ଗୃହପାଲିତ ପଶୁ ପାଲନ କରି ଗରିବ୍‌ ହିତାଧିକାରୀମାନେ କେନ୍‌ଥେଇ ଦୁଇପଏସା ରୁଜଗାର କରି ନିଜର ଗୁଡ଼େ ଠିଆ ହେବେ ସରକାର ସେଥିରଲାଗି ଗାଈ ଗୁହାଲ ଯୋଜନା କରିଛନ୍‌। ହେଲେ ଗାଁଗଁଲିରେ ରହୁଥିବାର ଅନେକ୍‌ ହକ୍‌ଦାର ହିତାଧିକାରୀ ଯୋଜନାରୁ ବଁଚିତ ହେଉଥିଲାବେଲେ ଅନେକ କୁଜିନେତା, ଥିଲାବାଲା ବିଭାଗୀୟ ଅଧ୍‌କାରୀମାନକୁ ଲଁାଚ୍‌ଖୁଁଚ୍‌ ଦେଇ ଯୋଜନା ହାତଉଥିବାର ଅଭିଯୋଗ ହେଉଛେ।  ଯେନ୍‌ଥିରଲାଗି ସରକାରକଁର ଇ ମହତ୍‌ ଉଦେଶ ବାଟବନା ହେଉଛେ। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବଲାଙ୍ଗୀର ଜିଲା ବେଲପଡ଼ା ବ୍ଲକ ପର୍ଲିମାଲ ପଁଚେତ୍‌ ପର୍ଲିମାଲ ଗାଁରେ। ଇ ଗାଁର ପରମାନନ୍ଦ ପୋଢ଼ ଗାଈ ଗୁହାଲ ଲାଗି ପଁଚେତ୍‌ କତୁରପକ୍ଷକୁଁ ଜନେଇ ନିରାଶ ହେଲା ଉତାରୁ ଗଲା ୨୨ ତାରିଖ ବେଲପଡ଼ା ବିଡିଓ ଆର ତହସିଲଦାରକୁଁ ଗୁହାରି କରବାକେ ଆସିଥିଲେ। ହେଲେ କେହେନ୍‌ସି କାରନ୍‌ରୁ ଅଧ୍‌କାରୀମାନକର ଭେଟ ନାଇଁପାଇ କରି ଘଟନା ବାବ୍‌ଦେ ଥାନୀୟ ଧରିତ୍ରୀ ପରତିନିଧିକୁଁ ଜନେଇଥିଲେ।

ପରମାନନ୍ଦକଁର ଅଭିଯୋଗ ହିସାବେ, ଗଲା ବଛ୍‌ରେ ହେଲା ସରକାରୀ ଯୋଜନାରେ ଗାଈ ଗୁହାଲ ଲାଗି ପର୍ଲିମାଲ ପଁଚେତ୍‌ରେ ଆବେଦନ କରିଛନ୍‌। ସେ ଇ ବାବ୍‌ଦେ ସରପଁଚ୍‌ ଆର ପଁଚେତ୍‌ ନିର୍ବାହୀ ଅଧ୍‌କାରୀକୁଁ ବାରବାର ଗୁହାରି କରି ନିରାଶ ହେଇଛନ୍‌। ଏନ୍‌ତା କି ଝନେ ଅଧ୍‌କାରୀକୁଁ ଗୁହାଲ ଲାଗି ୨୦ ହଜାର ଟଁକା ଲଁ।ଚ୍‌ ଦେବାକେ ପଡ଼ବା ବଲି ଜାନ୍‌ଲା ଉତାରୁ ସେ ଭାଂଗି ପଡ଼ିଛନ୍‌। ପରମାନନ୍ଦ ବ୍ଲକର ଭିନେ ଭିନେ ଅଧ୍‌କାରୀକୁଁ ଭେଟି ଗୁହାଲ ଲାଗି କାର୍ଯ୍ୟାଦେଶ ଦେବାକେ ଗୁହାରି କରିଥିଲେ। ହେଲେ ଅଧ୍‌କାରୀମାନେ ସରପଁଚ୍‌ ଆର ନିର୍ବାହୀ ଅଧ୍‌କାରୀକୁଁ ଘଟନା ବାବ୍‌ଦେ କହିଥିବାର କହି ତାହାକୁ ପରତିଶୁରତି ଦେଇଥିଲେ। ହେଲେ ଅଧ୍‌କାରୀମାନେ ଦେଇଥିବାର ପରତିଶୁରତି ଆଏଜ୍‌ତକ୍‌ ପୂରନ୍‌ ନାଇଁ ହେଇପାରି। ପରମାନନ୍ଦକଁର ୩୦ଟା ଦେଶୀ ଗାଈ ଅଛନ୍‌। ସେ ୧୦ ଲିଟରରୁ ଅଧ୍‌କା କ୍ଷୀର ପାଉଛନ୍‌। ଗାଈକୁ ଗୁହାଲଟା ସାନ୍‌ ପଡ଼ୁଥିଲାବେଲେ ଅଧା ଭାଂଗିରୁଜି ଯାଇଛେ। ଗଲା ୨ ବଛର ହେଲା ଟଁକା ପଏସା ଅଭାବୁ ସେ ଗୁହାଲଟା ବି ସାଜି ନାଇଁପାରବାର। ଯେନ୍‌ଥିରଲାଗି ସେ ଗାଈଗୋରୁକର ଦେଖ୍‌ଭାଲ, ଯତନ୍‌ ବି ଠିକ୍‌ ହିସାବେ କରି ନାଇଁ ପାରୁଥିବାର କହିଛନ୍‌। ଇଆଡ଼େ ଯେନ୍‌ମାନକର ଗାଈଗୋରୁ, ଛେଲମେଢ଼ି ନାଁଇଁନ ସେମାନେ ଇ ଯୋଜନାରେ ସାମିଲ ହେଉଥିବାର ସେ ଅଭିଯୋଗ କରିଛନ୍‌। ଇ ବାବ୍‌ଦେ ପର୍ଲିମାଲ ପଁଚେତ୍‌ ନିର୍ବାହୀ ଅଧ୍‌କାରୀକୁଁ ମତାମତ ଲାଗି ଯୋଗାଯୋଗ କରାଯାଇଥିଲେ ବି ମତାମତ ନାଇଁ ମିଲିପାରି। ସେନ୍‌ତା ପର୍ଲିମାଲ ସରପଁଚ୍‌ ସୁଷମା ବେହେରାକୁଁ ପଚରାଲାରୁ ପରମାନନ୍ଦ ଗୁହାଲ ଲାଗି ଆବେଦନ କରିଛନ୍‌। ହେଲେ ତାକର ଆଗରୁ ବହୁତ ହିତାଧିକାରୀ ଆବେଦନ କରିଛନ୍‌। ହକ୍‌ଦାର ହିତାଧିକାରୀକୁଁ ଯୋଜନାରେ ସାମିଲ କରାଯାଉଛେ। ପଁଚେତ୍‌ରେ କେହି ଗୁହାଲ ଲାଗି ଟଁକା ଦାବି ନାଇଁକରବାର। ଇ ଅଭିଯୋଗଟା ପୂରାପୂରି ମିଛ୍‌ ଆଏ। ବହୁତ୍‌ ଜଲଦି ତାହାକୁ କାର୍ଯ୍ୟାଦେଶ ଦିଆଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁର କଂଗ୍ରେସ ଯୁବନେତା ବିଜେଡି ମୁହାଁ

ସମ୍ବଲପୁର,୨୬ା୪(ଭବାନୀ ଶଙ୍କର ଭୋଇ):ରାଜ୍ୟରେ କଂଗ୍ରେସ ଦଳର ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଛନ୍ତି। ରାଜ୍ୟ କିମ୍ବା କେନ୍ଦ୍ରୀୟ ନେତୃତ୍ୱ ନିଜର କର୍ମୀମାନଙ୍କ ଭିତରେ ଉତ୍ସାହ...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

‘ହିଞ୍ଜିଳି ଦାଦନଙ୍କ ସମ୍ପର୍କରେ ଶ୍ୱେତପତ୍ର ପ୍ରକାଶ କରନ୍ତୁ’

ଆଠମଲ୍ଲିକ,୨୫ା୪(ଉଦୀପ୍ତ ପୁରୋହିତ)ସମ୍ବଲପୁର ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଥିବା ଅନୁଗୋଳ ଜିଲାର ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରେ ବୁଧବାର ନିର୍ବାଚନ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ...

ରାସେଶ୍ୱରୀଙ୍କ ଇସ୍ତଫା ନେଇ ବିଜେଡିକୁ ଝଟକା ଚର୍ଚ୍ଚା

ସମ୍ବଲପୁର,୨୪ା୪(ପ୍ରମୋଦ ବହିଦାର):ସମ୍ବଲପୁରର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ ମଙ୍ଗଳବାର ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସମ୍ବଲପୁର ବିଧାନ ସଭା ଓ ଲୋକ...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ପ୍ରଣବଙ୍କ ମନ୍ତବ୍ୟକୁ ଭାଜପାର କାଉଣ୍ଟର ଆଟାକ

କୁଚିଣ୍ଡା,୨୨ା୪(ବିରଞ୍ଚତ୍ ଦର୍କା):ଗତ ଶନିବାର ସମ୍ବଲପୁର ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କୁଚିଣ୍ଡା ଗସ୍ତରେ ଆସି ନବୀନ ପଟ୍ଟନାୟକ ସରକାର...

ସାଂସଦଙ୍କ ପ୍ରତିନିଧିରୁ ସାଂସଦ ପ୍ରାର୍ଥୀ

ସମ୍ବଲପୁର,୨୧ା୪(ପ୍ରମୋଦ ବହିଦାର)କଂଗ୍ରେସ ପକ୍ଷରୁ ଶନିବାର ୩ ଲୋକ ସଭା ୧୬ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରାଯାଇଛି। ସମ୍ବଲପୁର ଲୋକ ସଭା ଆସନରୁ ଦଳ ପୂର୍ବତନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri