ଚନ୍ଦନପୁର ମଦ ମୃତ୍ୟୁ ଘଟଣା: ୬ ମାସ ପରେ ବି ଆସିଲାନି ଭିସେରା ରିପୋର୍ଟ
ଅନୁଗୋଳ ଅଫିସ, ୧।୭: ଅନୁଗୋଳ ଜିଲା ବନ୍ତଳା ଥାନା ଚନ୍ଦନପୁରଠାରେ ଏକ କୁକୁଡା ଫାର୍ମରେ ବିଷାକ୍ତ ମଦ ପିଇ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା। ଘଟଣାକୁ ୬ ମାସ ପୂରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଭିସେରା ରିପୋର୍ଟ ଆସିପାରିନାହିଁ।…
ଆଦର୍ଶ ସ୍କୁଲ କ୍ୟାମ୍ପସ ନିର୍ମାଣ ସରିଲାନି; ଛେଣ୍ଡିପଦା ହାଇସ୍କୁଲରେ ଶିକ୍ଷାଦାନ
ଛେଣ୍ଡିପଦା,୧।୭(ଡି.ଏନ.ଏ.) ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଟେଣ୍ଟୁଲୋଇ ପଞ୍ଚାୟତ ଗୋପୀନାଥପୁର ଗ୍ରାମଠାରେ ଚଳିତ ବର୍ଷ ନୂତନ କରି ଆଦର୍ଶ ବିଦ୍ୟାଳୟରେ ଶିକ୍ଷାଦାନ ପାଇଁ ପ୍ରବେଶିକା ପରୀକ୍ଷା ହୋଇଥିଲା। ପ୍ରଥମ କରି କେବଳ ଷଷ୍ଠ ଶ୍ରେଣୀରେ ପାଠପଢା ଆରମ୍ଭ ହୋଇଥିବାବେଳେ ମୋଟ ୮୧ ଜଣ…
କମ୍ପାନୀ କର୍ମଚାରୀଙ୍କ କଲୋନୀରେ ସରକାରୀ ବାବୁ, ପୋଲିସ; ନାଲ୍କୋ ଉପରେ ଚାପ ଚର୍ଚ୍ଚା
ଅନୁଗୋଳ ଅଫିସ/ବଅଁରପାଳ, ୧।୭(ଡି.ଏନ.ଏ.) କର୍ମଚାରୀଙ୍କ ପାଇଁ କଲୋନୀ ନିର୍ମାଣ କରିଛି ନାଲ୍କୋ। ହେଲେ ପ୍ରାୟ ଶତାଧିକ କ୍ୱାର୍ଟର୍ସରେ ରହୁଛନ୍ତି ସରକାରୀ ଅଧିକାରୀ ଓ ପୋଲିସ। ଭଡ଼ା ଦେଉଥିଲେ ବି ସେମାନେ ଏଠାରେ ରହିବା ନିୟମ ବହିର୍ଭୂତ। ତଥାପି ନାଲ୍କୋ ଉପରେ ଚାପ ପକାଇ…
ଡିଜେ ସହ ଗାଡ଼ି ଜବତ କଲା ପୋଲିସ
ପୁରୁଷୋତ୍ତମପୁର,୧ା୭(ଡି.ଏନ୍.ଏ.)-ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର ସମେତ ଆଖପାଖ ଅଞ୍ଚଳରେ ବିନା ଅନୁମତିରେ ବେଆଇନ ଭାବେ ବହୁଳ ମାତ୍ରାରେ ଡିଜେ ବ୍ୟବହାର ହେଉଥିଲା। ଶନିବାର ଏନେଇ ଏକ ଖବର ଧରିତ୍ରୀରେ ପ୍ରକାଶ ପାଇବା ପରେ ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।…
ଗୁଣିଗାରେଡ଼ି ସନ୍ଦେହ: ଦମ୍ପତିଙ୍କୁ ଖୁଣ୍ଟରେ ବାନ୍ଧି ବିଷ୍ଟା ଖୁଆଇଲେ
ପୁରୁଷୋତ୍ତମପୁର,୧ା୭(ଡି.ଏନ.ଏ.)- ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ରାଣୀଗାଁରେ ଗୁଣିଗାରେଡି ସନ୍ଦେହରେ କେତେଜଣ ଲୋକେ ରବିବାର ଜନୈକ ବ୍ୟକ୍ତିଙ୍କ ଘରେ ପଶି ଭଙ୍ଗାରୁଜା ସହ ସ୍ବାମୀ, ସ୍ତ୍ରୀଙ୍କୁ ଆକ୍ରମଣ କରିଥିଲେ। ପରେ ଉଭୟଙ୍କୁ ଗାଁ ଦାଣ୍ଡରେ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ମାଡମାରି ଦାନ୍ତ…
ଅନ୍ସ୍ଲୋରେ ଖୋଲିବ କେନ୍ଦ୍ରୀୟ ବିଦ୍ୟାଳୟ ଅସ୍ଥାୟୀ କ୍ୟାମ୍ପସ
ଛତ୍ରପୁର,୧।୭(ଡି.ଏନ.ଏ.)-ଗଞ୍ଜାମ ଜିଲା ସଦରମହକୁମା ଛତ୍ରପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ଚଳିତ ବର୍ଷ ଖୋଲିବା ଏକ ପ୍ରକାର ନିଶ୍ଚିତ ହୋଇଛି। ଛତ୍ରପୁରସ୍ଥିତ ଅନସ୍ଲୋ ସରକାରୀ ହାଇସ୍କୁଲରେ ଖୋଲିବାକୁ ଥିବା କେନ୍ଦ୍ରୀୟ ବିଦ୍ୟାଳୟର ଅସ୍ଥାୟୀ କ୍ୟାମ୍ପସ ପାଇଁ କୋଠା ଓ ନୂତନ କୋଠା ନିର୍ମାଣ ପାଇଁ…
ମେଡିକାଲରେ ସିକ୍ୟୁରିଟି ଗାର୍ଡ କାମ କରୁନାହାନ୍ତି; ଡାକ୍ତର-କର୍ମଚାରୀଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ
ଫୁଲବାଣୀ ଅଫିସ, ୧ା୭-କନ୍ଧମାଳ ଜିଲା ମୁଖ୍ୟ ଚିକିିତ୍ସାଳୟରେ ମୁତୟନ ହୋଇଥିବା ସିକ୍ୟୁରିଟି ଗାର୍ଡ ମନମୁଖି କାର୍ଯ୍ୟ କରୁଛନ୍ତି। ସେମାନେ କାହାରି କଥା ଶୁଣୁ ନାହାନ୍ତିି। ସ୍ଥାନୀୟ ଅଞ୍ଚଳର ହୋଇଥିବାରୁ ସାଧାରଣ ଲୋକଙ୍କ ସମେତ ଡାକ୍ତର, ମେଡିକାଲରେ କାର୍ଯ୍ୟରତ ଅନ୍ୟ କର୍ମଚାରୀଙ୍କ କଥାକୁ…
ବିଭିନ୍ନ ଦାବି ନେଇ ଧାରଣାରେ ବସିଲେ ସୁରକ୍ଷା କର୍ମୀ
ବ୍ରହ୍ମପୁର ଅଫିସ,୧ା୭- ଏମ୍କେସିଜି ମେଡିକାଲରେ କାର୍ଯ୍ୟରତ ଶତାଧିକ ସୁରକ୍ଷା କର୍ମୀ ବିଭିନ୍ନ ଦାବି ନେଇ ରବିବାର ଅପରାହ୍ନରେ ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ଦାବିଗୁଡିକ ମଧ୍ୟରେ ରହିଛି, ସେମାନଙ୍କୁ ନିୟମିତ ଭାବେ ମାସକୁ ମାସ ଦରମା ପ୍ରଦାନ କରିବା,…
ସିରିଜ୍ ଏଟିଏମ୍ ଲୁଟ୍ ଘଟଣା ବର୍ଷେ ପୂରିଲା; ୫ କାଉଣ୍ଟରରୁ ୧୭ ଲକ୍ଷ ଲୁଟ୍
ବ୍ରହ୍ମପୁର ଅଫିସ,୧ା୭- ୨୦୧୮ ଜୁନ ୨୬ ତାରିଖରେ ବ୍ରହ୍ମପୁର ସହର ଓ ସହର ତଳି ଅଞ୍ଚଳର ୬ ଏଟିମ୍ କାଉଣ୍ଟରକୁ ଲୁଟେରାମାନେ ଟାର୍ଗେଟ କରିଥିଲେ। ସେଥିମଧ୍ୟରୁ ୫ କାଉଣ୍ଟର ଭାଙ୍ଗି ୧୭ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ପୋଲିସକୁ ଚ୍ୟାଲେଞ୍ଜ ଦେଇ…
ଏବେ ସହରକୁ ବିପଦ ସାଳନ୍ଦୀ
ଭଦ୍ରକ ଅଫିସ, ୧।୭ – ସାଳନ୍ଦୀ ନଦୀକୁ ଭଦ୍ରକ ଜିଲାର ଜୀବନରେଖା ବୋଲି କୁହାଯାଉଛି। ହେଲେ ବର୍ତ୍ତମାନ ନଦୀର ଯାହା ଅବସ୍ଥା ବର୍ଷାଋତୁରେ କରାଳ ରୂପ ଧାରଣ କରି ବନ୍ୟାବିତ୍ପାତ ଘଟାଇବ ବୋଲି ଆଶଙ୍କା କରାଯାଉଛି। ଏହି ନଦୀ ଏବେ ଭଦ୍ରକ…
ବର୍ଷା ଋତୁ ଆରମ୍ଭ ସତ୍ତ୍ୱେ ସରିଲାନି ପୋଲ କାମ; ୬ରୁ ଅଧିକ ଗାଁ ବିଚ୍ଛିନ୍ନ ହେବା ଆଶଙ୍କା
ଖଇରା, ୧।୭ (ଉତ୍କଳବନ୍ଧୁ ପଣ୍ଡା)- ବାଲେଶ୍ୱର ଜିଲା ଖଇରା ଓ ଔପଦା ବ୍ଲକକୁ ସଂଯୋଗ କରୁଥିବା କଣ୍ଟାବଣିଆ-ଡଗରପଡା ରାସ୍ତାର ଦିଘିତେନ୍ତୁଳି ଗ୍ରାମ ନିକଟରେ ନିର୍ମାଣାଧୀନ ଥିବା ପୋଲ ଅଧାପନ୍ତରିଆ ଅବସ୍ଥାରେ ପଡିରହିଛି। ବର୍ଷାଋତୁ ଆରମ୍ଭ ହୋଇଯାଇଥିବାରୁ ପୋଲ କାମ ଶେଷ ହେବା…
ଟ୍ରେନରୁ ଧରାପଡ଼ିଲେ ୨ ନାବାଳକ ଲୁଟେରା
ବାଲେଶ୍ୱର ଅଫିସ, ୧।୭-ଏକ ନାବାଳକ ଲୁଟେରା ଗ୍ୟାଙ୍ଗ ଦ୍ୱାରା ଚଳନ୍ତା ରେଳଗାଡ଼ିରୁ ମୋଇବାଲ ଫୋନ୍ ଚୋରି ଘଟଣା ପଦାକୁ ଆସିଛି। ଏହି ସୂଚନାକୁ ଆଧାର କରି ରେଲବାଇ ପୋଲିସ ତନାଘନା ଚଳାଇଛି। ଶନିବାର ରାତି ପ୍ରାୟ ଦେଢଟା ସମୟରେ ଅପ୍ ଲାଇନରେ…
Archives


