ଆମ ଜିଲା ଖବର

ଇଭିଏମ୍‌ ଅଚଳ, ବନ୍ଦ ରହିଛି ମତଦାନ

ତିହିଡ଼ି,୨୯।୪(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ନିର୍ବାଚନ ମଣ୍ତଳୀ ଅଧୀନ ତିହଡ଼ି ବ୍ଲକ କୋହ୍ଲ ପଞ୍ଚାୟତର ମୂଷାଙ୍ଗ ପ୍ରାଥମିକ ସ୍କୁଲ ୨୧୯ନଂ ବୁଥ୍‌ରେ ଇଭିଏମ୍‌ ଅଚଳ ଯୋଗୁ ମତଦାନ ବନ୍ଦ ରହିଛି। ସୋମବାର ସକାଳ ୭ଟାରେ ମତଦାନ ପୂର୍ବରୁ ଏମ୍‌ପି ପାଇଁ ଉଦ୍ଦିଷ୍ଟ…

ଶାନ୍ତିଶୃଙ୍ଖଳାରେ ଚାଲିଛି ମତଦାନ

ଭଦ୍ରକ ଅଫିସ,୨୯।୪ : ଭଦ୍ରକ ପୌରାଞ୍ଚଳରେ ଶାନ୍ତିଶୃଙ୍ଖଳା ସହ ମତଦାନ ଚାଲିଛି।  ଜିଲା ସ୍କୁଲ ପରିସର ମଡେଲ ବୁଥରେ ଭୋଟରମାନେ ଧାଡ଼ିରେ ମତଦାନ କରୁଥିବା ଦେଖିବାକୁ ମିଳିଛି। ଦିବ୍ୟାଙ୍ଗ ମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।

ଇଭିଏମ ଖରାପ : ମତଦାନ ବିଳମ୍ବ

ବନ୍ତ,୨୯।୪(ସ୍ବ.ପ୍ର.) : ଭଦ୍ରକ ଜିଲା ବନ୍ତ ବ୍ଲକ ଆଡ଼ିଆ ପଞ୍ଚାୟତ ୪୭ନଂ ବୁଥ୍‌ରେ ଲୋକସଭା ଇଭିଏମ ଖରାପ ଯୋଗୁଁ ମତଦାନ ହୋଇପାରିନାହିଁ । ଫଳରେ  ଭୋଟରଙ୍କ ମଧ୍ୟରେ ଅସନ୍ତୋଷ  ପ୍ରକାଶ ପାଇଛି। ନୂଆ ମେସିନ ଆସିବା ପରେ ମତଦାନ ହେବ ବୋଲି…

ଅଂଶୁଘାତ ଓ୍ବାର୍ଡରେ କେକ୍‌ କାଟିଲେ ଦିଦି: ଦେଢ଼ଘଣ୍ଟାର ନୃତ୍ୟ, ଗୀତ ନେଇ ଅସନ୍ତୋଷ

ଅନୁଗୋଳ ଅଫିସ, ୨୯।୪:  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ବତନ୍ତ୍ର ଭାବେ ଖୋଲାଯାଇଛି ଅଂଶୁଘାତ ଓ୍ବାର୍ଡ। ଆକ୍ରାନ୍ତମାନଙ୍କୁ ଜରୁରୀ ଚିକିତ୍ସା ଯୋଗାଇ ଦେବାକୁ ଶୀତତାପ ନିୟନ୍ତ୍ରିତ ଏହି କକ୍ଷରେ ସମସ୍ତ ବ୍ୟବସ୍ଥା କରାଯାଇଛି। ହେଲେ…

କାର୍ଯ୍ୟକ୍ଷମ ହୋଇନି ନାଲ୍‌କୋ ସୋକାଷ୍ଟିଙ୍ଗ ପ୍ଲାଣ୍ଟ: ପାଣିରେ ପଡ଼ିଲା ୧୦୦ କୋଟି

ବଅଁରପାଳ, ୨୯।୪ (ଡି.ଏନ୍‌.ଏ.)  ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋ ସ୍ମେଲଟର ପ୍ଲାଣ୍ଟ କାଷ୍ଟହାଉସ ବି ପରିସରରେ ଥିବା ଡାଇରେକ୍ଟ ସୋକାଷ୍ଟିଙ୍ଗ ପ୍ଲାଣ୍ଟ ଉଦ୍‌ଘାଟନ ହେବାର ୬ ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଫଳରେ ନିର୍ମାଣରେ ଖର୍ଚ୍ଚ ହୋଇଥିବା ପ୍ରାୟ ଶହେ…

୫୩ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ ବଢ଼ାଇଛି ସମସ୍ୟା: ପାଉଁଶଗୁଣ୍ଡରେ ଅଣନିଃଶ୍ୱାସୀ

ପରଜଙ୍ଗ, ୨୯।୪(ଡି.ଏନ.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ଦେଇ ଯାଇଥିବା ୫୩ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ବ୍ୟବହୃତ ପାଉଁଶଗୁଣ୍ଡ ଚିନ୍ତା ବଢ଼ାଇଛି। ରାସ୍ତା ନିର୍ମାଣକାରୀ ସଂସ୍ଥା ଆଇନକୁ ମାଡ଼ିମକଚି କାମ କରୁଥିବାବେଳେ ଉଡୁଥିବା ବିଷାକ୍ତ ପାଉଁଶରେ ଅଣନିଃଶ୍ୱାସୀ ହୋଇଗଲେଣି ଜନସାଧାରଣ। ପ୍ରଶାସନ ପକ୍ଷରୁ…

ଆଜି ସରିବ ଯାତ୍ରା, ନିଜସ୍ବ ମନ୍ଦିରକୁ ବାହୁଡ଼ିବେ ମା’

ବ୍ରହ୍ମପୁର ଅଫିସ,୨୯ା୪-ମାସାଧିକ ସମୟ ଧରି ଅନୁଷ୍ଠିତ ହୋଇଥିବା ବ୍ରହ୍ମପୁର ପ୍ରସିଦ୍ଧ ମା’ ବୁଢୀଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରା ସୋମବାର ଶେଷ ହେବ।   ରବିବାର ଥିଲା ମା’ଙ୍କ ଯାତ୍ରାର ୩୦ତମ ଦିବସ ତଥା ଅସ୍ଥାୟୀ ପୀଠରେ ଶେଷ ରଜନୀ। ଏହି ଅବସରରେ ରବିବାର ମା’ଙ୍କ ଘଟ…

ଶତାଧିକ ମହିଳା ସଂଘକୁ ମିଳୁନି ବ୍ୟାଙ୍କ ଋଣ

ବ୍ରହ୍ମପୁର ଅଫିସ,୨୯ା୪-ବ୍ରହ୍ମପୁରର ୩ ଶତାଧିକ ମହିଳା ସଂଘ ବ୍ୟାଙ୍କ ଋଣ ପାଇବାରୁ ବଞ୍ଚିତ ହୋଇଛନ୍ତି। ଏଥିପାଇଁ ବିଏମ୍‌ସି (ମହାନଗର ନିଗମ)ର ଅବହେଳା ଓ ପ୍ରତାରଣାକୁ ଦାୟୀ କରାଯାଇଛି। ସହରାଞ୍ଚଳ ମହିଳାଙ୍କ ସ୍ବାର୍ଥ ପାଇଁ କାର୍ଯ୍ୟ କରୁଥିବା ସ୍ବେଚ୍ଛାସେବୀ ‘ସଂଗଠନ ଶ୍ରୁତାଇ’ର ରବିବାର…

ଏନ୍‌ଏସି ଖୋଲିନି, ଲୋକେ ଖୋଲିଲେ ଜଳଛତ୍ର

ଭଞ୍ଜନଗର,୨୯।୪(ଡି.ଏନ.ଏ.)-ଭଞ୍ଜନଗର ଅଞ୍ଚଳରେ ବିଗତ କିଛିଦିନ ହେବ ତାପମାତ୍ରା ସର୍ବାଧିକ ୪୨ ଡିଗ୍ରୀ ରହୁଛି। ଫଳରେ ଲୋକେ ଗରମରେ ଛଟପଟ ହେଉଛନ୍ତି। ସହରର ପ୍ରମୁଖ ରାସ୍ତା ଜନଶୂନ୍ୟ ହୋଇପଡୁଛି। ଖରାଦିନେ ଜଳଛତ୍ର ଏନ୍‌ଏସି ପକ୍ଷରୁ ପ୍ରତ୍ୟେକ ବର୍ଷ ଖୋଲାଯାଉଥିଲା। କିନ୍ତୁ ଚଳିତବର୍ଷ ଏପର୍ଯ୍ୟନ୍ତ…

ପ୍ରସୂତି, ଶିଶୁ ମୃତ୍ୟୁର କାରଣ ଖୋଜିବାକୁ ନିର୍ଦ୍ଦେଶ

ଛତ୍ରପୁର,୨୯ା୪(ଡି.ଏନ.ଏ.)-ଗଞ୍ଜାମ ଜିଲାରେ ଦିଆଯାଉଥିବା ସ୍ବାସ୍ଥ୍ୟ ସେବାର ଏକ ସମୀକ୍ଷା ବୈଠକ ରବିବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରି ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇଦେବା ଉପରେ ଗୁରୁତ୍ୱାରୋପ କରିଥିଲେ। ଗତ…

ବେଆଇନ ଜମିରେ ନିର୍ମିତ ହୋଇଛି ନବୀନ ନିବାସ

ବ୍ରହ୍ମପୁର ଅଫିସ୍‌,୨୯ା୪-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସସ୍ଥାନ ନବୀନ ନିବାସ ଜମିକୁ ନେଇ ବିବାଦ ଦେଖାଦେଇଛି। ଭାରତୀୟ ବିକାଶ ପରିଷଦ ପକ୍ଷରୁ ରାଜ୍ୟ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ଏ ନେଇ ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଛନ୍ତି। ଆସନ୍ତା ୧୦ତାରିଖରେ…

ଆତଙ୍କ ଖେଳାଇଛନ୍ତି କୁଲଡ଼ିହା ହାତୀ: ଜଣଙ୍କୁ କଚାଡ଼ି ମାରିଲେ

ନୀଳଗିରି/ସଜନାଗଡ଼, ୨୯।୪(ଡି.ଏନ.ଏ.)-କିଛିମାସ ହେଲା ନୀଳଗିରି ବ୍ଲକ ଅଧୀନ କୁଲଡ଼ିହା ଅଭୟାରଣ୍ୟର ହାତୀପଲ ବନାଞ୍ଚଳ ନିକଟସ୍ଥ ଗ୍ରାମରେ ପଶି ବହୁ ଘର, ବିଭିନ୍ନ ପ୍ରକାର ଫସଲ ନଷ୍ଟ କରିଆସୁଛନ୍ତି। ଏଥିପ୍ରତି ବନବିଭାଗର ଚେତା ପଶୁନି। ରବିବାର ଏକ ହାତୀ ଜଣେ ବ୍ୟକ୍ତିଙ୍କୁ କଚାଡ଼ି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri