ଅବ୍ୟବସ୍ଥା ମଧ୍ୟରେ ଚାଲିଛି ଅବକାରୀ କାର୍ଯ୍ୟାଳୟ
ଖଣ୍ଡପଡ଼ା,୩୦ା୪(ସ୍ବ.ପ୍ର.)-ଖଣ୍ଡପଡ଼ା ସହରର ୧୨ ନଂ ୱାର୍ଡ ଚିନିକଳ ସାହିରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଅବକାରୀ ବିଭାଗର ନୂତନ କାର୍ଯ୍ୟାଳୟଟି ନିର୍ମାଣ କରାଯାଇଥିଲା। ତେବେ ସମ୍ପ୍ରତି ଏହା ବିଭିନ୍ନ ଅବ୍ୟବସ୍ଥା ମଧ୍ୟରେ ଚାଲିଥିବା ଅଭିଯୋଗ ହେଉଛି। ଏଠାରେ କାର୍ଯ୍ୟରତ କର୍ମଚାରୀ ନାହିଁ ନ…
ମାସେ ହେଲା ଘୂରି ବୁଲୁଛନ୍ତି ଅଜଣା ବ୍ୟକ୍ତି:ପ୍ରଶାସନ ପକ୍ଷରୁ ତଦନ୍ତ ଦାବି
ନିରାକାରପୁର,୩୦ା୪(ଡି.ଏନ.ଏ.)-ଖୋର୍ଦ୍ଧା ଜିଲା ନିରାକାରପୁର ଷ୍ଟେଶନ୍ ଅଞ୍ଚଳରେ ଦୀର୍ଘ ମାସେ ହେବ ଆଟାଚି ଧରି ଜଣେ ଅଜଣା ବ୍ୟକ୍ତି ଖରାରେ ଘୁରି ବୁଲୁଛନ୍ତି ା ସେ କେବଳ ଖରାରେ ଏକୁଟିଆ ବସୁଛନ୍ତି ା ଖାଇବାକୁ କାହାକୁ କିଛି ନ ମାଗି ନିଜସ୍ବ ଖର୍ଚ୍ଚରେ…
ବିଜେଡି ବିରୋଧରେ ଏସ୍ପିଙ୍କୁ ଫେରାଦ ହେଲା ଭାଜପା
ବ୍ରହ୍ମପୁର ଅଫିସ,୩୦ା୪-ପ୍ରଥମ ପର୍ଯ୍ୟାୟ ଅର୍ଥାତ ଗତ ୧୧ ତାରିଖରେ ଚିକିଟି ବିଧାନସଭା ଆସନ ଲାଗି ହୋଇଥିବା ମତଦାନ ପରେ ବିଜେଡି ନେତା ଓ କର୍ମୀମାନେ ଭାଜପା ନେତା, କର୍ମୀ ଓ ସାଧାରଣ ଲୋକଙ୍କ ଉପରେ ଆକ୍ରମଣ କରିଛନ୍ତି। ଏପରିକି ଭାଜପାକୁ ସମର୍ଥନ…
ମଦ କାରବାରକୁ ବିରୋଧ କରିବାରୁ ଯୁବକଙ୍କୁ ହତ୍ୟା
ଖଲ୍ଲିକୋଟ,୩୦ା୪(ଡି.ଏନ.ଏ.)-ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା କୁଶଢ଼ିପ ଛକ ନିକଟରେ ରବିବାର ରାତିରେ ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଛକରେ ଚାଲିଥିବା ବେଆଇନ ମଦ କାରବାରକୁ ବିରୋଧ କରିବାରୁ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି। ମୃତକ ହେଲେ କୈଳାସ…
ଦିବ୍ୟାଙ୍ଗ, ବୟୋଜ୍ୟେଷ୍ଠଙ୍କୁ ସହାୟତା
ବାଲେଶ୍ୱର ଅଫିସ, ୩୦।୪-ଚଳିତ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ଦିବ୍ୟାଙ୍ଗ ଓ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ମତଦାନରେ ଛାତ୍ର ସ୍ବେଚ୍ଛାସେବୀମାନେ ସହାୟତା କରିଛନ୍ତି। ପ୍ରତ୍ୟେକ ବୁଥ୍ରେ ୨ଜଣ ଛାତ୍ର ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି। ନବମ ଓ ଦଶମ ଶ୍ରେଣୀର ଛାତ୍ରମାନେ ନିର୍ବାଚନରେ ଦିବ୍ୟାଙ୍ଗ ଓ…
ଶାନ୍ତି ଶୃଙ୍ଖଳା ସହିତ ସରିଲା ନିର୍ବାଚନ: ଇଭିଏମରେ ସିଲ୍ ୮୧ ପ୍ରାର୍ଥୀଙ୍କ ଭାଗ୍ୟ
ବାରିପଦା ଅଫିସ, ୩୦।୪- ଚତୁର୍ଥ ପର୍ଯ୍ୟାୟ ମତଦାନ ସୋମବାର ସକାଳୁ ମୟୂରଭଞ୍ଜ ଜିଲାରେ ଶାନ୍ତିଶୃଙ୍ଖଳା ସହିତ ଅନୁଷ୍ଠିତ ହୋଇଯାଇଛି। କିଛି ବୁଥରେ ଆରମ୍ଭରୁ ଇଭିଏମ ଖରାପ ହେବାରୁ ବିଳମ୍ବରେ ଭୋଟ ଗ୍ରହଣ କରାଯାଇଥିବା ସୂଚନା ମିଳିଛି। ତେବେ ଅନ୍ୟ କିଛି ବୁଥରେ…
ଚାଷୀଙ୍କ ନୂଆ ଆଶା ‘ସୂର୍ଯ୍ୟମୁଖୀ’
କେନ୍ଦୁଝର, ୩୦ା୪(ସ୍ବ.ପ୍ର.): ସରକାର ଚାଷୀଙ୍କ ବିକାଶ ପାଇଁ ବହୁ ଯୋଜନା ପ୍ରଣୟନ କରୁଛନ୍ତି। ଅର୍ଥ ଆମଦାନୀ ଫସଲ ସୂର୍ଯ୍ୟମୁଖୀ, ବିରି, ମୁଗ। ଏହି ଚାଷୀଙ୍କୁ ପ୍ରୋତ୍ସାହନ କରାଯାଉଥିଲା ବେଳେ ଜଳସେଚନର ସୁବିଧା ନ ଥିବାରୁ ଅନେକେ ଉତ୍ସାହୀ ଚାଷୀ ଏହି ଚାଷ…
କାଜୁ ଚାରାରୋପଣ ପ୍ରହସନ
କେନ୍ଦୁଝର, ୩୦ା୪(ଡି.ଏନ.ଏ.): କେନ୍ଦୁଝର ଜିଲାରେ କାଜୁ ଚାରାରୋପଣ ଯୋଜନା ପ୍ରହସନରେ ପରିଣତ ହୋଇଛି। ଜିଲାର ବିଭିନ୍ନ ସ୍ଥାନରେ ପତିତ ଜମିରେ କାଜୁ ଚାରାରୋପଣ କରାଯାଇଥିଲା। ଏଥିପାଇଁ ସରକାରଙ୍କ ବହୁ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଆଶାନୁରୂପ ଭାବେ ଏହି ଯୋଜନା ସଫଳ…
ମତଦାନ ବିଳମ୍ବିତ, ରାତି ପର୍ଯ୍ୟନ୍ତ ବୁଥ୍ରେ ଭୋଟର
ଭଦ୍ରକ ଅଫିସ,୩୦ା୪- ଭଦ୍ରକ ଜିଲାରେ ସୋମବାର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି। ସୋମବାର ସକାଳ ୭ ଟାରୁ ମତଦାନ ଆରମ୍ଭ ହୋଇଥିଲା। ବିଭିନ୍ନ ବୁଥ୍ରେ ଇଭିଏମ୍ରେ ତ୍ରୁଟି ଦେଖାଦେବା ଯୋଗୁ ମତଦାନରେ ବିଳମ୍ବ ଘଟିଥିଲା। ଏଥିଲାଗି ରାତି ୯ଟା…
ବାଲିମେଳା ବିଦ୍ୟୁତ୍ ପ୍ରକଳ୍ପ ପାଓ୍ବାର ହାଉସ୍ କୋଠାରେ ଫାଟ
ମାଲକାନଗିରି,୩୦।୪ (ଡି.ଏନ୍.ଏ.)- ମାଲକାନଗିରି ଜିଲା ବାଲିମେଳା ଜଳବିଦ୍ୟୁତ୍ ପ୍ରକଳ୍ପରେ ଫାଟ ସୃଷ୍ଟି ହୋଇଛି। ତେବେ ଏନେଇ ସବୁ ଜାଣି ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି। ୫୦ ବର୍ଷର ପ୍ରକଳ୍ପ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପହଞ୍ଚତ୍ଛି। ଏହି ପାଓ୍ବାରହାଉସ୍ କୋଠାର ବିଭିନ୍ନ ସ୍ଥାନରେ…
ପୁଡ଼ିଗଲା ଘର: ଭଗବାନ ଭରସାରେ ଭିନ୍ନକ୍ଷମ ମା’ପୁଓ
ପାଟଣାଗଡ଼,୨୯।୪(ଡି.ଏନ.ଏ.): ପାଟଣଗଡ଼ ବ୍ଲକ ଅଧୀନ ଯୋଗୀମୁଣ୍ଡା ପଁଚେତ୍ ନେହେନାବନ୍ଧ ଗଁାର ଦିବ୍ୟାଙ୍ଗ ହେମ ପରାଭୁଏକଁର ଘର ଗଲା ରଏବାର ନିଅଁା ଲାଗି ପୁଡ଼ିଯାଇଛେ। ସେଥି ତାକର ସବୁ ଜିନିଷପାତି ପୁଡ଼ି ଖାର ହେଇଯାଇଥିବାର ଜନାପଡ଼ିଛେ। ସୂଚନା ହିସାବେ ହେମ ସଖାଲୁ…
ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଟିକିରି, ୨୯।୪(ଡି.ଏନ୍.ଏ.)-ରାୟଗଡ଼ା ଜିଲା କାଶୀପୁର ବ୍ଲକ ବାଙ୍କମ୍ବା ପଞ୍ଚାୟତ ମାଙ୍କଡଝୋଲା ଗ୍ରାମସ୍ଥିତ ଏକ ଆମ୍ବ ଗଛରୁ ଟିକିରି ପୋଲିସ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି। ମୃତକ ଜଣଙ୍କ ଉକ୍ତ ଗାଁର ଅଲି ମାତଗୁଲଙ୍କ ସ୍ତ୍ରୀ କମଳା(୩୬)। ପ୍ରକାଶ ଯେ,…
Archives


