ଆମ ଜିଲା ଖବର

ନିର୍ବାଚନରେ ବ୍ୟାନର ଛିଣ୍ଡା ପ୍ରସଙ୍ଗ : ହୋମଗାର୍ଡଙ୍କୁ ବିଜେଡି ନେତାଙ୍କ ଧମକ

ଯାଜପୁର ଅଫିସ,୧୧ା୧୦: ଯାଜପୁର ଜିଲା ବରୀ-ରାମଚନ୍ଦ୍ରପୁର ଥାନାରେ ଗତ ସାଧାରଣ ନିର୍ବାଚନରେ ବ୍ୟାନର ଛିଣ୍ଡାଇବା ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳର କେତେକ ବିଜେଡି ନେତା ଜଣେ କର୍ତ୍ତବ୍ୟରତ ହୋମଗାର୍ଡଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଏହିମର୍ମରେ ହୋମଗାର୍ଡ…

ଗ୍ୟାସ ଲିକ୍‌ରୁ ୪ବଖରା ଜଳିଗଲା

ବିଞ୍ଝାରପୁର,୧୧।୧୦(ଡି.ଏନ.ଏ): ବିଞ୍ଝାରପୁର ଥାନା ଅନ୍ତର୍ଗତ କପିଳା ପଞ୍ଚାୟତ ଗୁହାଳି ଗ୍ରାମରେ ଗୁରୁବାର ମଧ୍ୟାହ୍ନ ସମୟରେ ଗ୍ୟାସ ଟାଙ୍କି ଲିକ୍‌ କରି ୪ବଖରା ଘର ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଖବର ମୁତାବକ କପିଳା ପଞ୍ଚାୟତ ଗୁହାଳି ଗ୍ରାମର ନୟନ ମଲ୍ଲିକଙ୍କ ଘରେ…

ତେଲିଙ୍ଗିରି ପ୍ରକଳ୍ପ: କାର୍ଯ୍ୟକ୍ଷମ ସତ୍ତ୍ୱେ ଚାଷଜମିକୁ ମାଡୁନି ଜଳ

ଜୟପୁର,୧ା୧୦(ନି.ପ୍ର.): ତେଲିଙ୍ଗିରି ପ୍ରକଳ୍ପ ହେବ ଆଉ ହଜାର ହଜାର ହେକ୍ଟର ଚାଷଜମିକୁ ପାଣି ମାଡ଼ିବ। ଫସଲ ଦୁଇଗୁଣା ହେବ। ଚାଷୀଙ୍କ ମୁହଁରେ ହସ ଫୁଟିବ। ଏହି ଉଦ୍ଦେଶ୍ୟ ରଖି କୋରାପୁଟ ଜିଲାରେ ୨୦୦୫ରେ ତେଲିଙ୍ଗିର ପ୍ରକଳ୍ପର ଶିଳାନ୍ୟାସ ହୋଇଥିଲା। କିନ୍ତୁ ପ୍ରକଳ୍ପ…

ବିଛଣା ଧରିଲା ଘର ଚଳାଉଥିବା ଯୁଆନ ପୁଅ

ଦଶମନ୍ତପୁର,୧୧ା୧୦(ଡି.ଏନ୍‌.ଏ.): ଦିନେ ସେ ଘର ଚଳାଉଥିବା ଯୁଆନ ପୁଅ ଥିଲେ। କିନ୍ତୁ ଏବେ ସକାଳ ହେଲେ ପରିବାର ଲୋକେ ତାଙ୍କୁ ଘରୁ ଟେକି ଆଣି ବାରଣ୍ଡାରେ ବସାଇ ଦେଉଛନ୍ତି। ସନ୍ଧ୍ୟାରେ ପୁଣି ଟେକି ନେଇ ଘରେ ଶୁଆଇ ଦେଉଛନ୍ତି। ୨୬ ବର୍ଷର…

ଟ୍ରକ୍‌ ଧକ୍କାରେ ୩ ଜଣଙ୍କ ମୃତ୍ୟୁ ମାମଲା: ବିଷପିଇ ଜୀବନ ହାରିଲେ ଅଭିଯୁକ୍ତ ଫେରାର ଡ୍ରାଇଭର

ଢେଙ୍କାନାଳ ଅଫିସ, ୧୧ା୧୦-ଢେଙ୍କାନାଳ ସହରସ୍ଥିତ ୫୫ନଂ. ଜାତୀୟ ରାଜପଥର ଶକ୍ତିସୁଗାର କମ୍ପାନୀ ଏବଂ ଉତ୍କଳ ଆଜ୍‌ବେଷ୍ଟସ କାରଖାନା ନିକଟରେ ଗତ ୨୩ ତାରିଖରେ ଆଇରନ୍‌ ଓର୍‌ ବୋଝେଇ ଟ୍ରକ୍‌ ଧକ୍କାରେ ଜଣେ ଗର୍ଭବତୀଙ୍କ ସମେତ ୨ଜଣ ମୂର୍ତ୍ତି କାରିଗରଙ୍କ ମୃତ୍ୟୁ ଘଟିଥିଲା।…

ଅନାସ୍ଥା ବୈଠକ ସ୍ଥଗିତ: ରାତି ଅଧିଆ ଚିଠିକୁ ନେଇ ଅସନ୍ତୋଷ

ଅନୁଗୋଳ ଅଫିସ, ୧୧।୧୦-ଅନୁଗୋଳ ବ୍ଲକ ଖଲାରୀ ସରପଞ୍ଚ କନ୍ଦର୍ପ ମହାରଣାଙ୍କ ବିରୋଧରେ ଶୁକ୍ରବାର ହେବାକୁ ଥିବା ଅନାସ୍ଥା ବୈଠକ ସ୍ଥଗିତ ରହିଛି। ଗୁରୁବାର ସନ୍ଧ୍ୟା ୭ଟା ପରେ ବ୍ଲକ ପକ୍ଷରୁ ଏ ନେଇ ପଞ୍ଚାୟତର ସରପଞ୍ଚ, ସଭ୍ୟାସଭ୍ୟଙ୍କୁ ଅବଗତ କରାଯିବା ସହ…

ରାଜନୈତିକ ଦଳ ପ୍ରତିନିଧିଙ୍କ ସହ ପ୍ରଶାସନର ବୈଠକ: ଆସନ୍ତା ୧୫ରୁ ଭୋଟର ତାଲିକା ସଂଶୋଧନ

ଅନୁଗୋଳ ଅଫିସ, ୧୧।୧୦- ଭାରତର ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ଭୋଟର ତାଲିକାକୁ ଶତ ପ୍ରତିଶତ ତ୍ରୁଟିଶୂନ୍ୟ କରିବା ପାଇଁ ଚଳିତ ମାସ ୧୫ ତାରିଖରୁ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ ହେଉଛି। ଭୋଟର ସତ୍ୟ ପ୍ରମାଣ କାର୍ଯ୍ୟକ୍ରମ ଗତ ମାସ…

ଜେରିଆଟିକ ୱାର୍ଡରେ ତାଲା: ବୟସ୍କ ରୋଗୀଙ୍କ ମଧ୍ୟରେ ଅସନ୍ତୋଷ

ଅନୁଗୋଳ ଅଫିସ, ୧୧।୧୦-ବୟସ୍କ ରୋଗୀ ବା ବରିଷ୍ଠ ନାଗରିକଙ୍କ ଚିକିତ୍ସା ପାଇଁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜେରିଆଟିକ ୱାର୍ଡ ଖୋଲାଯାଇଛି। କିନ୍ତୁ ଗତ ସପ୍ତାହେ ହେଲା ଉକ୍ତ ଓ୍ବାର୍ଡରେ ତାଲା ଝୁଲାଇ ଦିଆଯାଇଥିବାରୁ ମେଡିକାଲକୁ ଆସୁଥିବା ବୟସ୍କ ରୋଗୀମାନେ ଅନ୍ୟ…

୫ମ ଥର ଖୋଲିଲା ରେଙ୍ଗାଳି ଗେଟ୍‌

କଣିହାଁ,୧୧।୧୦(ଡି.ଏନ.ଏ)-ଅନୁଗୋଳ ଜିଲା କଣିହାଁ ବ୍ଲକସ୍ଥିତ ବ୍ରାହ୍ମଣୀ ନଦୀ ବନ୍ଧ ଯୋଜନାର ରେଙ୍ଗାଳି ଡ୍ୟାମରେ ଜଳସ୍ତର ବୃଦ୍ଧି ପାଇଛି। ଏଥିଯୋଗୁ ଡ୍ୟାମ କର୍ତ୍ତୃପକ୍ଷ ୫ମ ଥର ବନ୍ୟାଜଳ ନିଷ୍କାସନ ପାଇଁ ଗୁରୁବାର ସାରେ ଗୋଟିଏ ଗେଟ ଖୋଲିଛନ୍ତି। ନିର୍ବାହୀ ଯନ୍ତ୍ରୀ ଅଜିତ କୁମାର…

କୋଇଲା ପରିବହନକୁ ନେଇ ମାରପିଟ: ଥାନାରେ ଅଭିଯୋଗ, ଧାରଣା

ତାଳଚେର,୧୧ା୧୦(ନି.ପ୍ର.)- ଏମ୍‌ସିଏଲ୍‌ର ଭୁବନେଶ୍ୱରୀ କୋଇଲା ଖଣିରେ କୋଇଲା ପରିବହନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗୁରୁବାର ସନ୍ଧ୍ୟାରେ ମାରପିଟ ହୋଇଛି। ଏହାକୁ ନେଇ ଉଭୟ ପକ୍ଷ ତାଳଚେର ଥାନାରେ ଅଭିଯୋଗ କରିବା ସହ ଧାରଣା ଦେଇଛନ୍ତି। ଭୁବନେଶ୍ୱରୀ କୋଇଲା ଖଣିରେ ଟ୍ରକ୍‌ମାଲିକ…

ପୂଜା ପାଇଁ ସଜେଇ ହେଉଛି କୁଲାଡ଼ ଗାଁ: ୯ ମଣ୍ଡପରେ ପୂଜା ପାଇବେ ମା’ ଲକ୍ଷ୍ମୀ

ବଅଁରପାଳ, ୧୧।୧୦ (ଡି.ଏନ୍‌.ଏ.)-କୁମାର ପୂର୍ଣ୍ଣିମା ତିଥିରୁ ଆରମ୍ଭ ହେବ ମା’ ଲକ୍ଷ୍ମୀଙ୍କ ପୂଜା। ଢେଙ୍କାନାଳ ପରି ଅନୁଗୋଳ ଜିଲା ବଅଁରପାଳ ବ୍ଲକ କୁଲାଡ଼ ଗ୍ରାମରେ ଏହି ପୂଜାର ସ୍ବତନ୍ତ୍ରତା ରହିଛି। କୁଲାଡ଼ ଗ୍ରାମବାସୀ ମା’ ଲକ୍ଷ୍ମୀଙ୍କ ପୂଜାକୁ ଗଣପର୍ବ ଭାବେ ପାଳନ…

ସିଆର୍‌ପିଏଫ୍‌କୁ ଜାଗା ଦେବାରୁ ଗ୍ରାମବାସୀଙ୍କ ବିରୋଧ

ବାଲିଗୁଡା,୧୧ା୧୦(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗଁା ବ୍ଲକ ମହାସିଙ୍ଗ ପଞ୍ଚାୟତରେ ଏକ ଜାଗାକୁ ସରକାର କେନ୍ଦ୍ରୀୟ ସଂରକ୍ଷଣ ପୋଲିସ ବାହିନୀ (ସିଆର୍‌ପିଏଫ୍‌)କୁ କ୍ୟାମ୍ପ କରିବାକୁ ଦେଇଥିବାରୁ ଗ୍ରାମବାସୀ ଏହାକୁ ବିରୋଧ କରିଛନ୍ତି। ଗ୍ରାମବାସୀଙ୍କ କହିବା ପ୍ରକାରେ ଏହି ପଞ୍ଚାୟତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?