ସୋଲାର ସିଷ୍ଟମ୍ ନଳକୂପ ଅଚଳ: ଫେଲ୍ ମାରିଛି ଯୋଜନା
ଝୁମ୍ପୁରା, ୧୭।୭ (ଡି.ଏନ.ଏ.)-କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଖଣି କ୍ଷତିଗ୍ରସ୍ତ ଅଞ୍ଚଳ ଭାବେ ପ୍ରଥମ ଭାଗରେ ଚିହ୍ନଟ ହୋଇଥିବା ୫ଟି ପଞ୍ଚାୟତ (ବସନ୍ତପୁର, ମଲଦା, ନୟାଗଡ, କୁଟୁଗାଁ, ନିଶ୍ଚିନ୍ତପୁର) ବାସିନ୍ଦାଙ୍କୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ଗଭୀର ନଳକୂପ…
ବ୍ୟାଙ୍କ ପରିଚାଳକଙ୍କୁ ଘେରିଲେ ମହିଳା
ବାହାନଗା, ୧୭।୭(ଡି.ଏନ.ଏ.)-ଋଣ ନ ପାଇ ବାହାନଗା ବ୍ଲକ ଚିତ୍ତଳ ଗ୍ରାମର ‘ଜୟ ମହାବୀର’ ମହିଳା ଗ୍ରୁପ୍ର ସଦସ୍ୟାମାନେ ମଙ୍ଗଳବାର ଓଡିଶା ଗ୍ରାମ୍ୟ ବ୍ୟାଙ୍କ ପରିଚାଳକଙ୍କୁ ଘେରିଥିଲେ। ଶାଖା ପରିଚାଳକଙ୍କ କଥାରେ ମହିଳାମାନେ ରାଜି ନ ହୋଇ ଶେଷରେ ଆକାଉଣ୍ଟ ବନ୍ଦ କରି…
ସରକାରୀ ଜମିରୁ ମୋରମ ଲୁଟ୍: ରାଜସ୍ବ ହରାଉଛନ୍ତି ସରକାର
ଔପଦା, ୧୭।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ତହସିଲ ଅନ୍ତର୍ଗତ ଗଡ଼ସାହି ପଞ୍ଚାୟତର କୁସୁନଦାସପୁର, ରଙ୍ଗାମାଟିଆ, ପଣ୍ଡୁଆ, ପଥରପଦା ଆଦି ଗ୍ରାମରେ ଥିବା ସରକାରୀ ଜମିରୁ ମୋରମ ଲୁଟ୍ କରାଯାଉଛି। ସରକାର ହଜାର ହଜାର ଟଙ୍କାର ରାଜସ୍ବ ହରାଉଥିବା ବେଳେ ପ୍ରଶାସନ ଜାଣି ମଧ୍ୟ…
ମାଙ୍କଡ଼ ଉତ୍ପାତ, ୧୨ରୁ ଊର୍ଦ୍ଧ୍ୱ ଆହତ
ବସ୍ତା, ୧୭।୭(ସ୍ବ.ପ୍ର.)-ବସ୍ତା ଥାନା କୁଳିଦା ପଞ୍ଚାୟତରେ ଗତ ୧୫ଦିନ ହେଲା ମାଙ୍କଡ଼ଙ୍କ ଉପଦ୍ରବ ଜାରି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ୫୦ରୁ ଊର୍ଦ୍ଧ୍ୱ ମାଙ୍କଡ଼ ଏହି ପଞ୍ଚାୟତର ତେନ୍ତୁଳିଆ, କୁଳିଦା, ଆଗ୍ରଡ଼ା ଆଦି ଗ୍ରାମରେ ଉପତ୍ାତ କରିବା ସହିତ ରାସ୍ତାରେ ଯାତାୟାତ…
ପାରିବାରିକ ଅଶାନ୍ତି: ସ୍ତ୍ରୀକୁ ଠେଙ୍ଗାରେ ପିଟି ମାରିବା ପରେ ଟାଙ୍ଗିଦେଲେ ସ୍ବାମୀ
କୋରାପୁଟ,୧୬ା୭(ସ୍ବ.ପ୍ର.): ଦମ୍ପତିଙ୍କ ଭିତରେ ପାଟିତୁଣ୍ଡ ଚାଲେ। କିନ୍ତୁ ମଙ୍ଗଳବାର ଏହି ପାରିବାରିକ ଅଶାନ୍ତି ଉଗ୍ର ରୂପ ନେଇଥିଲା। କ୍ରୋଧରେ ଉନ୍ମତ୍ତ ସ୍ବାମୀ ଠେଙ୍ଗାରେ ସ୍ତ୍ରୀଙ୍କୁ ପିଟିପିଟି ମାରିବା ପରେ ଆତ୍ମହତ୍ୟାର ରୂପ ଦେବା ପାଇଁ ରଶି ଲଗାଇ ମୃତଦେହକୁ ଘରେ ଟାଙ୍ଗିଦେଇଛନ୍ତି।…
ଧରାପଡିଲେ ଚୋରଗ୍ୟାଙ୍ଗ: ୯ ଗିରଫ, ୩୯ ମୋବାଇଲ, ୩ ବାଇକ ଜବତ
ବାଲେଶ୍ୱର ଅଫିସ, ୧୬।୭-ବାଲେଶ୍ୱର ସହଦେବଖୁଣ୍ଟା ମଡ଼େଲ ଥାନା ପୋଲିସ ଏକ ଚୋରଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି। ଏହି ଗ୍ୟାଙ୍ଗରେ ୯ଜଣ ଚୋର ଅଛନ୍ତି। ସେମାନଙ୍କଠାରୁ ୩୯ ମୋବାଇଲ, ୩ ବାଇକ୍ ଜବତ କରାଯାଇଥିବା ମଙ୍ଗଳବାର ଅପରାହ୍ନରେ ଆୟୋଜିତ ଖବରଦାତା ସମ୍ମିଳନୀରେ…
ଲକ୍ଷାଧିକ ଟଙ୍କାର ଜିଞ୍ଜର ସହ ପିକଅପ୍ ଜବତ, ଜଣେ ଗିରଫ
ବାଲେଶ୍ୱର ଅଫିସ, ୧୬।୭-ବାଲେଶ୍ୱର ଭ୍ରାମ୍ୟମାଣ ଅବକାରୀ ବିଭାଗ ସୋମବାର ପୂର୍ବାହ୍ନ ସମୟରେ ଶିଳ୍ପାଞ୍ଚଳ ଥାନା ବାମପଦା ଛକରେ ଗୋଟିଏ ପିକଅପ୍ ଭ୍ୟାନ୍ (ନଂ. ଓଡ଼ି୦୧ୟୁ୪୨୨୨)ରେ ଯାଉଥିବା ୨୫ପେଟି ଜିଞ୍ଜର ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ଦେଢଲକ୍ଷ ଟଙ୍କା ହେବ। ଏହାକୁ…
ଦଧିବାମନଜୀଉ ମନ୍ଦିରରୁ ରାଧାକୃଷ୍ଣଙ୍କ ମୂର୍ତ୍ତି ଚୋରି: ବର୍ଷକ ତଳେ ମୁଖ୍ୟ ମନ୍ଦିରରୁ ଚୋରି ସୁନା ଚିତାର ଟେର ପାଇନି ପୋଲିସ
ଆନନ୍ଦପୁର,୧୬। ୭(ସ୍ବ.ପ୍ର.)-କେନ୍ଦୁଝର ଜିଲା ଆନନ୍ଦପୁରର ପୁରାତନ ଦଧିବାମନଜୀଉ ମନ୍ଦିର ବେଢ଼ାରୁ ପିତ୍ତଳ ନିର୍ମିତ ରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତି ମଙ୍ଗଳବାର ପୂର୍ବାହ୍ନରେ ଚୋରି ହୋଇଯାଇଛି। ଗତ ବର୍ଷ ଜୁନ୍ ୧ ତାରିଖରେ ମୁଖ୍ୟ ମନ୍ଦିରରୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ୩ ସୁନା ଚିତା…
ବନ୍ଧୁକ ମୁନରେ ବ୍ୟାଙ୍କମିତ୍ରଙ୍କଠାରୁ ୧.୭୬ ଲକ୍ଷ ଲୁଟ୍
କାମାକ୍ଷାନଗର, ୧୬।୭(ଡି.ଏନ୍.ଏ.)-ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା ତଣ୍ଡିମୁଣ୍ଡା ନିକଟରୁ ମଙ୍ଗଳବାର ପୂର୍ବାହ୍ନରେ ଲୁଟ୍ ହୋଇଛି। ଦୁର୍ବୃତ୍ତମାନେ ବନ୍ଧୁକ ମୁନରେ ଭୟଭୀତ କରାଇ ବାଟଗାଁ ଏସ୍ବିଆଇ ଗ୍ରାହକ ସେବା କେନ୍ଦ୍ରର ବ୍ୟାଙ୍କ ମିତ୍ର ସୁନୀଲ ମିଶ୍ରଙ୍କଠାରୁ ୧ ଲକ୍ଷ ୭୬ ହଜାର ଟଙ୍କା…
କାର୍ଯ୍ୟରେ ଯୋଗଦେଲେ ସୁବର୍ଣ୍ଣପୁରର ନୂଆ ଜିଲାପାଳ: ମୌଳିକ ସମସ୍ୟାର ସମାଧାନକୁ ଗୁରୁତ୍ୱ
ସୋନପୁର,୧୬।୭(ନି.ପ୍ର.): ସୁବର୍ଣ୍ଣପୁରର ନୂତନ ଜିଲାପାଳଭାବେ ମନୀଷା ବାନାର୍ଜୀ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ବାନାର୍ଜୀ ଗୃହ ବିଭାଗର ଉପସଚିବ ଭାବେ କାର୍ଯ୍ୟ କରୁଥିଲେ। ୨୦୧୩ ବ୍ୟାଚ୍ ଭାରତୀୟ ପ୍ରଶାସନିକ ସେବାର ଅଧିକାରୀ ବାନାର୍ଜୀ ପ୍ରଥମେ କଳାହାଣ୍ଡି ଜିଲାର ଉପଜିଲାପାଳ…
ଧରିତ୍ରୀ ପ୍ରଭାବ: ଯୋରାଡବରାଠାରେ ବିଦ୍ୟୁତ୍ ସଂଯୋଗ କାମ ଆରମ୍ଭ
କର୍ଲାମୁଣ୍ଡା,୧୬।୭(ଡି.ଏନ.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବ୍ରାବସ୍ତିଠାତେ ଗତ ଜୁନ ୧୫ ତାରିଖରେ ହୋଇଥିବା ଝଡତୋଫାନ ଯୋଗୁ ଟ୍ରାନ୍ସଫର୍ମର ପଡିଯାଇଥିଲା। ଦୀର୍ଘ ୨୮ ଦିନ ବିତିଥିଲେ ହେଁ ବିଦ୍ୟୁତ୍ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନେଇ ନ ଥିବା ଗ୍ରାମବାସୀ ଅଭିଯୋଗ…
ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ନେଇ ଭୁବନେଶ୍ୱରରେ ବୈଠକ: ବର୍ଷେ ପରେ ବଦଳିବ ସୁନ୍ଦରୀ ଠିକଣା
ବନ୍ତଳା,୧୬ା୭(ଡି.ଏନ.ଏ.)- ଅନୁଗୋଳ ଜିଲା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପକୁ ନେଇ ସୋମବାର ଭୁବନେଶ୍ୱରର ଅରଣ୍ୟ ଭବନରେ ଅନୁଷ୍ଠିତ ହୋଇଥିଲା ଏକ ଉଚ୍ଚସ୍ତରୀୟ ବୈଠକ। ଏଥିରେ ପ୍ରଥମ ଆନ୍ତଃ ରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକ୍ରିୟା ପ୍ରାଥମିକ ପର୍ଯ୍ୟାୟରେ ଅସଫଳ ହୋଇଥିବା କୁହାଯିବା ସହ ଏହାକୁ…
Archives


