ରେଳ ଧାରଣାରୁ ଯୁବକ, ମହିଳାଙ୍କ ମୃତଦେହ ଉଦ୍ଧାର
ବ୍ରହ୍ମପୁର ଅଫିସ,୧୭ା୪-ରେଳବାଇ ପୋଲିସ ସ୍ଥାନୀୟ ନାରୀ ସେବା ସଦନ ନିକଟ ରେଳ ଧାରଣାରୁ ମଙ୍ଗଳବାର ସକାଳେ ଜଣେ ଯୁବକ ଓ ଜଣେ ମହିଳାଙ୍କ ମୃତଦେହ ଜବତ କରିଥିଲା। ସେଠାରୁ ମିଳିଥିବା ମୋବାଇଲ ଫୋନରୁ ଯୁବକଙ୍କ ପରିବାର ସହ ପୋଲିସ ଯୋଗାଯୋଗ...
ବ୍ୟାଙ୍କ ଡକାୟତି ଯୋଜନା ପଣ୍ଡ, ୭ ଗିରଫ
ଗୋପାଳପୁର/କନିଷି,୧୭ା୪(ଡି.ଏନ.ଏ.)-ଗୋଳନ୍ଥରା ଥାନା ପୋଲିସ ସୋମବାର ରାତିରେ ଏକ ବ୍ୟାଙ୍କରୁ ଡକାୟତି ଯୋଜନା କରୁଥିବା ୭ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କୁନା ବେହେରା, ସୁରଜ ପରିଡା, ତୋଫାନ ଦାସ, ଲିଲୁ ଦଳେଇ, ଅମର କୁମାର ଦଳେଇ, ବିକ୍ରମ ଦାସ...
ରକ୍ତଭଣ୍ଡାର ଖାଲି, ଆବଶ୍ୟକଠାରୁ ସଂଗ୍ରହ କମ୍
ବ୍ରହ୍ମପୁର ଅଫିସ୍,୧୭ା୪-ବ୍ରହ୍ମପୁର ବଡ଼ମେଡ଼ିକାଲ୍ ପରିସରରେ ଥିବା ରକ୍ତଭଣ୍ଡାରରେ ରକ୍ତ ଖାଲି ହେବାରେ ଲାଗିଛି । ଏପରିକି ଅତ୍ୟାବଶ୍ୟକ ସ୍ଥଳେ ମଧ୍ୟ ରୋଗୀଙ୍କୁ ଦେବା ପାଇଁ ରକ୍ତ ନାହିଁ । ପ୍ରତି ବର୍ଷ ଗ୍ରୀଷ୍ମରେ ଏଭଳି ରକ୍ତ ସଂକଟ ଦେଖାଦେଇଥାଏ ।...
୧୮ରେ ୨ ବୁଥ୍ରେ ସାନି ମତଦାନ: ମାଲକାନଗିରି ଏମ୍.ପି.ଭି. ୬୫ର ୨୫୪ନଂ ବୁଥ୍ ଓ ବ୍ରହ୍ମପୁର ସିଟି ହାଇସ୍କୁଲ ୬୩ନଂ ବୁଥ୍ବ୍ରହ୍ମପୁର ସିଟି ହାଇସ୍କୁଲ ୬୩ନଂ ବୁଥ୍
ମାଲକାନଗିରି,(ସ୍ବ.ପ୍ର.)/ବ୍ରହ୍ମପୁର ଅଫିସ, ୧୬ା୪: ମାଲକାନଗିରି ଜିଲାର ମାଲକାନଗିରି ନିର୍ବାଚନ ମଣ୍ଡଳୀର ୨୫୪ନଂ ବୁଥରେ ସାନି ମତଦାନ ପାଇଁ କେନ୍ଦ୍ର ନିର୍ବାଚନ ଆୟୋଗ ଆସନ୍ତା ୧୮ ତାରିଖକୁ ଧାର୍ଯ୍ୟ କରିଛନ୍ତି। ଏହି ବୁଥ୍ ରେ ଉଭୟ ନବରଙ୍ଗପୁର ଲୋକସଭା ଏବଂ ମାଲକାନଗିରି...
କଂଗ୍ରେସ କର୍ମୀ ସମ୍ମିଳନୀ, ମିଶ୍ରଣ ପର୍ବ
ହାଟଡିହୀ,୧୭।୪(ଡି.ଏନ.ଏ.): ଆନନ୍ଦପୁର ନିର୍ବାଚନମଣ୍ଡଳୀ ହାଟଡିହୀ ବ୍ଲକ ୩୭ ନଂ ଜୋନ୍ର ସଡ଼ଙ୍ଗଠାରେ କଂଗ୍ରେସ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀ କଂଗ୍ରେସର ବରିଷ୍ଠ ନେତା ଶିଳ୍ପପତି ଅଲେଖ ଚନ୍ଦ୍ର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।...
ପାହାଡ଼ ଉପରେ ବିତୁଛି ଜୀବନ
ଝୁମ୍ପୁରା, ୧୭।୪(ଡି.ଏନ୍.ଏ.): କେନ୍ଦୁଝର ସଦର ନିର୍ବାଚନମଣ୍ଡଳୀ ତଥା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ନିଶ୍ଚିନ୍ତପୁର ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ପାହାଡ଼ ଉପରେ ଥିବା ୩ ଗାଁ କନକନା, ହରିଡ଼ାଯୋଡ଼ି, ଦେଓଝରକୁ ମୌଳିକ ସୁବିଧା ଅପହଞ୍ଚ ହୋଇଛି। ଏ ନେଇ ଲୋକେ ଚଳିତ...
ବିଦ୍ୟୁତ୍ ଷ୍ଟ୍ରକ୍ଚର କାର୍ଯ୍ୟକ୍ଷମ ହେବାରେ ବିଳମ୍ବ
ଚାନ୍ଦବାଲି,୧୭।୪(ଡି.ଏନ୍.ଏ.)-ଭଦ୍ରକ ନେସ୍କୋ ବିଦ୍ୟୁତ୍ ଡିଭିଜନ, ତିହିଡ଼ି ସବ୍ଡିଭିଜନ ଓ ଚାନ୍ଦବାଲି ସେକ୍ସନ ଅଧୀନ ମତୋ ୩୩/୧୧ କେଭି ବିଦ୍ୟୁତ୍ ଷ୍ଟ୍ରକ୍ଚର କାର୍ଯ୍ୟକ୍ଷମ ହେବାରେ ବିଳମ୍ବ ହେଉଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ବିଜୁଳି ସମସ୍ୟା ଲାଗିରହିଛି। ଖରାଦିନେ କାଳବୈଶାଖୀ ପ୍ରଭାବରେ ବିଦ୍ୟୁତ୍...
ତ୍ରୁଟିପୂର୍ଣ୍ଣ ପରିଚୟପତ୍ର: ଚିନ୍ତାରେ ଭୋଟର
ସିମୁଳିଆ,୧୭।୪(ଡି.ଏନ୍.ଏ.)-ଭୋଟର ତାଲିକା ସଂଶୋଧନ ଓ ନୂଆ ଭୋଟରଙ୍କ ନାମ ସଂଯୋଗ କାର୍ଯ୍ୟ ଠିକ୍ ଭାବେ କରା ନ ଯିବାରୁ ତଥ୍ୟଗତ ତ୍ରୁଟି ଥାଇ ବହୁ ଭୋଟରଙ୍କୁ ନୂଆ ପରିଚୟପତ୍ର ବଣ୍ଟାଯାଇଛି। ଅଭିଯୋଗକଲେ ସଫ୍ଟଓ୍ବେର ଅପ୍ଡେଟ୍ ନ ହେବା କାରଣରୁ ଏଭଳି...
ମତଦାନ ଉପରେ ପ୍ରଭାବ ପକାଇପାରେ ସ୍ଥାନୀୟ ସମସ୍ୟା
ପୁରୀ ଅଫିସ,୧୭ା୪: ପୁରୀ ଲୋକ ସଭା ଏବଂ ଏହା ଅଧୀନ ବିଧାନସଭା ନିର୍ବାଚନମଣ୍ଡଳୀଗୁଡ଼ିକରେ ଆସନ୍ତା ୨୩ ତାରିଖରେ ମତଦାନ ହେବ। ଆଉ ଅଳ୍ପଦିନ ମଧ୍ୟରେ କିଭଳି ଭୋଟରଙ୍କୁ ଆକୃଷ୍ଟ କରିହେବ ସେ ନେଇ ବିଭିନ୍ନ ଦଳୀୟ ଏବଂ ସ୍ବାଧୀନ ପ୍ରାର୍ଥୀମାନେ...
କଂଗ୍ରେସର ଭରସା ସାଜିଛି ଗ୍ୟାରେଣ୍ଟି କାର୍ଡ: ହାତରେ ଧରି ଭୋଟରଙ୍କୁ ବୁଝାଉଛନ୍ତି ନେତା
ବାଲେଶ୍ୱର ଅଫିସ,୧୭।୪-ଚଳିତ ନିର୍ବାଚନରେ କଂଗ୍ରେସର ବାଲେଶ୍ୱର ଲୋକ ସଭା ପ୍ରାର୍ଥୀ ତଥା ବିଧାନସଭା ପ୍ରାର୍ଥୀମାନଙ୍କର ଭରସା ସାଜିଛି ଗ୍ୟାରେଣ୍ଟି କାର୍ଡ। ଯୁବକ, ମହିଳା ଏବଂ ଚାଷୀମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥାର ଲିଖିତ ପ୍ରତିଶ୍ରୁତି ଦେଉଛି କଂଗ୍ରେସ। ଏହି ପରିପ୍ରେକ୍ଷୀରେ ଭୋଗରାଇ...
ମଉଲିକ ସୁବିଧାରୁ ବଁଚିତ ଗାଁବାସୀ: ଗାଁକେ ରାସ୍ତା ହେଲେ ବିକାଶ ଆପେ ହେବା
ଜାମଟିକ୍ରା, ୧୭।୪ (ଡି.ଏନ.ଏ): କେହେନ୍ସି ଗାଁର ବିକାଶ କଥା ଚିନ୍ତା କଲେ ସରକାର ପହେଲା ସେ ଗଁାକେ ରାସ୍ତାଘାଟର ସୁବିଧା କରସନ୍। ରାସ୍ତାଘାଟ, ବିଜଲି, ପିଇଲା ପାଏନ୍, ସୁଆସ୍ତିଅ ସେବା, ଶିକ୍ଷା ସମକର ମଉଲିକ୍ ଅଧିକାର ଆଏ। ହେଲେ ଇ...
ରାତିରେ ଅଁଧାର, ଦିନବେଲା ଜଲୁଛେ ଷ୍ଟ୍ରିଟ୍ଲାଇଟ୍
ଗୁଡ଼ଭେଲା,୧୭ା୪(ଡି.ଏନ.ଏ): ସରକାର ବିଦ୍ୟୁତ ସଞ୍ଚୟ ଲାଗି ଲୁକ୍କୁ ସଚେତନ କରୁଛନ୍। ହେଲେ ବଲାଙ୍ଗୀର ଜିଲା ତୁଷୁରା ସହରରେ ଥିବାର ଷ୍ଟ୍ରିଟଲାଇଟମାନ ଦିନବେଲା ଜଲୁଥିଲାବେଲେ ବଡ଼ଭାଗି ଲାଇଟ୍ ରାଏତ୍ବେଲି ବଁଦ୍ ରହୁଛେ। ଯେନ୍ଥିରଲାଗି ସହରଟା ଗୁଟେ ପରକାର ଅଁଧାର ରହୁଛେ। ଇଥିରଲାଗି...
Archives


