କଂଗ୍ରେସର ଭରସା ସାଜିଛି ଗ୍ୟାରେଣ୍ଟି କାର୍ଡ: ହାତରେ ଧରି ଭୋଟରଙ୍କୁ ବୁଝାଉଛନ୍ତି ନେତା

ବାଲେଶ୍ୱର ଅଫିସ,୧୭।୪-ଚଳିତ ନିର୍ବାଚନରେ କଂଗ୍ରେସର ବାଲେଶ୍ୱର ଲୋକ ସଭା ପ୍ରାର୍ଥୀ ତଥା ବିଧାନସଭା ପ୍ରାର୍ଥୀମାନଙ୍କର ଭରସା ସାଜିଛି ଗ୍ୟାରେଣ୍ଟି କାର୍ଡ। ଯୁବକ, ମହିଳା ଏବଂ ଚାଷୀମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥାର ଲିଖିତ ପ୍ରତିଶ୍ରୁତି ଦେଉଛି କଂଗ୍ରେସ। ଏହି ପରିପ୍ରେକ୍ଷୀରେ ଭୋଗରାଇ ବ୍ଲକ ବାଉଁଣ୍ଡା ଗ୍ରାମରେ ସୋମବାର ଏମ୍‌ପି ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ଓ ବିଧାୟକ ପ୍ରାର୍ଥୀ ସତ୍ୟଶିବ ଦାସ ଭୋଟରମାନଙ୍କ ନିକଟରେ ପହଞ୍ଚି ଏହି କାର୍ଡ ବିଷୟରେ ବୁଝାଇଛନ୍ତି। ଏହାକୁ ପରଖି କଂଗ୍ରେସ ଉପରେ ଭରସା କରିବାକୁ ପ୍ରାର୍ଥୀମାନେ ଭୋଟରଙ୍କୁ ନିବେଦନ କରୁଛନ୍ତି। ଯୁବକମାନଙ୍କ ପାଇଁ ମୋ ସମ୍ମାନ-ମୋ ରୋଜଗାର ସ୍ଲୋଗାନ ଦିଆଯାଉଥିବା ବେଳେ ଏଥିରେ ପ୍ରତ୍ୟେକ ଦରିଦ୍ର ପରିବାର ପାଇଁ ସର୍ବନିମ୍ନ ଆୟ ଏବଂ ସରକାରୀ ହେଉ ବା ବେସରକାରୀ ଚାକିରି ଯୋଗାଇଦେବା ସହ ଚୁକ୍ତିଭିତ୍ତିକ ନିଯୁକ୍ତିକୁ ସ୍ଥାୟୀ କରିବାରେ ଗ୍ୟାରେଣ୍ଟି ଦେଉଛନ୍ତି। ସେହିପରି ମହିଳାମାନଙ୍କ ପାଇଁ ମୋ ଶିକ୍ଷା-ମୋ ସମ୍ମାନ, ମୋ ସୁରକ୍ଷା ଯୋଜନାରେ କନ୍ୟାମାନଙ୍କୁ ମାଗଣା ଉଚ୍ଚଶିକ୍ଷା ଓ ବିବାହ ପାଇଁଁ ଆର୍ଥିକ ସହାୟତା, ଘରେ ଘରେ ପାଣି ଯୋଗାଇଦେବା ସହ ମହିଳାଙ୍କ ପ୍ରତି ଅତ୍ୟାଚାର ରୋକିବା ପାଇଁଁ ପ୍ରତି ପଞ୍ଚାୟତରେ ସ୍ବତନ୍ତ୍ର ମହିଳା ଅଧିକାରୀ ନିଯୁକ୍ତି କରାଯିବ ବୋଲି କଂଗ୍ରେସ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଉଛି। ସେହିଭଳି ଚାଷୀମାନଙ୍କ ପାଇଁ ଚାଷ ମୋର-ଦେଶ ମୋର ଯୋଜନାରେ କଂଗ୍ରେସ ସରକାର ଗଠନର ପ୍ରଥମଦିନରେ କୃଷି ଋଣ ଛାଡ଼, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୬ଶହ ଟଙ୍କା ଓ ଡାଲିଜାତୀୟ ଫସଲରେ ସର୍ବନିମ୍ନ ସହାୟକ ମୂଲ୍ୟ ସହ ବୋନସ ପ୍ରଦାନ, କୃଷକମାନଙ୍କୁ ୫ବର୍ଷ ପର୍ଯ୍ୟନ୍ତ ନିରନ୍ତର ଭାବେ ଆର୍ଥିକ ସହାୟତା ସହିତ ମାଗଣା ସୌରଚାଳିତ ପମ୍ପସେଟ୍‌ ଯୋଗାଇଦେବାର ପ୍ରତିଶ୍ରୁତି ଦେଇ ନିର୍ବାଚନୀ ପ୍ରଚାରକୁ ଜୋର୍‌ଦାର କରାଯାଇଛି। ଗ୍ୟାରେଣ୍ଟି କାର୍ଡକୁ କେତେକ ଅଞ୍ଚଳର ଲୋକେ ଗ୍ରହଣ କରିପାରୁ ନ ଥିବାବେଳେ କଂଗ୍ରେସ ଦଳରୁ ମୁହଁ ମୋଡ଼ିଥିବା ଲୋକଙ୍କୁ ନବାଗତ ଏମ୍‌ପି ପ୍ରାର୍ଥୀ ନବଜ୍ୟୋତି ମନାଇବାକୁ ଉଦ୍ୟମ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

ବିପଦ ସଂକେତ ଟପିଲା କାଂଶବାଂଶ: ନଦୀ ଉପକୂଳବର୍ତ୍ତୀ ଅଞ୍ଚଳ ଜଳମଗ୍ନ

ସିମୁଳିଆ,୨୬।୯(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ସିମୁଳିଆ-ଖଇରା ଏବଂ ସୋର ବ୍ଲକ ମଧ୍ୟରେ ପ୍ରବାହିତ କାଂଶବାଂଶ ନଦୀର ଜଳ ପତ୍ତନ ଶନିବାର ହଠାତ୍‌ ବଢ଼ିବାରେ ଲାଗିଛି। ଫଳରେ ଚତୁର୍ଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?