ବ୍ରହ୍ମପୁର ଅଫିସ,୧୭ା୪-ରେଳବାଇ ପୋଲିସ ସ୍ଥାନୀୟ ନାରୀ ସେବା ସଦନ ନିକଟ ରେଳ ଧାରଣାରୁ ମଙ୍ଗଳବାର ସକାଳେ ଜଣେ ଯୁବକ ଓ ଜଣେ ମହିଳାଙ୍କ ମୃତଦେହ ଜବତ କରିଥିଲା। ସେଠାରୁ ମିଳିଥିବା ମୋବାଇଲ ଫୋନରୁ ଯୁବକଙ୍କ ପରିବାର ସହ ପୋଲିସ ଯୋଗାଯୋଗ କରିଥିଲା। ପୋଲିସଠାରୁ ସୂଚନା ପାଇ ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ଖରିଡା ଗ୍ରାମର ଲକ୍ଷ୍ମୀ ନାହାକ ଓ ତାଙ୍କ ସାନ ପୁଅ ବିକ୍ରମ ଘଟଣାସ୍ଥଳରେ ପହଞ୍ଚିଥିଲେ। ମୃତ ଯୁବକ ଜଣକ ନିଜ ପୁଅ ଗୋପାଳ ବୋଲି ଲକ୍ଷ୍ମୀ ଚିହ୍ନଟ କରିଥିବା ପୋଲିସ ସ୍ପଷ୍ଟ କରିଛି। ସେହିପରି ମୃତ ମହିଳା ଜଣକ କୁକୁଡ଼ଖଣ୍ଡିର ଦେବକୀ ଦାସ ବୋଲି ତାଙ୍କ ଶ୍ୱଶୁର ମେଡିକାଲରେ ଚିହ୍ନଟ କରିଛନ୍ତି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ମୃତଦେହ ୨ଟି ପଞ୍ଚନାମା କରାଯାଇଛି। ୧୧/୧୯ରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ କରାଇଛି। ଅନୈତିକ ପ୍ରେମ ସମ୍ପର୍କକୁ କେନ୍ଦ୍ରକରି ଉଭୟେ ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି। ଗୋପାଳ ଇଚ୍ଛାପୁର ଅଞ୍ଚଳରେ ଏକ ଇଟାଭାଟିରେ ଶ୍ରମିକ କାମ କରୁଥିଲେ। କିଛିଦିନ ତଳେ ସେ ଗ୍ରାମକୁ ଆସିଥିଲେ। ସୋମବାର ଅପରାହ୍ନରେ ଇଚ୍ଛାପୁର ଯାଉଛି କହି ଘରୁ ବାହାରିଥିଲେ ବୋଲି ତାଙ୍କ ମା’ ଗଣମାଧ୍ୟମକୁ କହିଛନ୍ତି।
Posted inଆଞ୍ଚଳିକ ଖବର, ବାଲେଶ୍ୱର View All
ବିଚିତ୍ରପୁର ଜଙ୍ଗଲରେ ବିରଳ ପ୍ରଜାତିର ଜୀବ: ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼
ଭୋଗରାଇ, ୮।୯ (ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସମୁଦ୍ରକୂଳକୁ ଲାଗିଥିବା ବିଚିତ୍ରପୁର ଜଙ୍ଗଲରୁ ୫ଟି ଅଜଣା ଜୀବ ଉଦ୍ଧାର ହୋଇଛି। ଏକାଥରେ ୫ଟି ବିରଳ…
ହଷ୍ଟେଲରେ ଝୁଲିପଡ଼ିଲେ ଇଞ୍ଜିନିୟରିଂ ଛାତ୍ରୀ: ମା’ଙ୍କୁ ଫୋନ୍ କରି କହିଲେ…
ବାହାନଗା,୮।୯(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ଘରୋଇ ଇଞ୍ଜିନିୟରିଂ କଲେଜ ବିସିଇଟି (ବାଲେଶ୍ବର କଲେଜ ଅଫ ଇଞ୍ଜିନିୟରିଙ୍ଗ ଏଣ୍ଡ ଟେକ୍ନୋଲୋଜି )ର ମହିଳା ଛାତ୍ରବାସରେ ଜଣେ ଛାତ୍ରୀଙ୍କ…
ନାନା ସମସ୍ୟାରେ ଛନ୍ଦି ହୋଇଛି ବରି ହାଇସ୍କୁଲ, ମଧ୍ୟାହ୍ନଭୋଜନ ଅର୍ଥରେ କିଣାଯାଉଛି ଚକ୍ଖଡ଼ି
ସିମୁଳିଆ,୭ା୯(ସନ୍ତୋଷ ନାୟକ): ୨୦୨୪-୨୫ ଶିକ୍ଷାବର୍ଷରୁ ବାଲେଶ୍ୱର ଜିଲାରେ ପ୍ରଥମ ପିଏମ୍ଶ୍ରୀ ବିଦ୍ୟାଳୟର ମାନ୍ୟତା ପାଇଥିବା ସିମୁଳିଆ ବ୍ଲକର ବରି ହାଇସ୍କୁଲ ନାନା ସମସ୍ୟା ମଧ୍ୟରେ ଛନ୍ଦି ହୋଇରହିଛି।…
Archives

