୧୮ରେ ୨ ବୁଥ୍‌ରେ ସାନି ମତଦାନ: ମାଲକାନଗିରି ଏମ୍‌.ପି.ଭି. ୬୫ର ୨୫୪ନଂ ବୁଥ୍‌ ଓ ବ୍ରହ୍ମପୁର ସିଟି ହାଇସ୍କୁଲ ୬୩ନଂ ବୁଥ୍‌ବ୍ରହ୍ମପୁର ସିଟି ହାଇସ୍କୁଲ ୬୩ନଂ ବୁଥ୍‌

ମାଲକାନଗିରି,(ସ୍ବ.ପ୍ର.)/ବ୍ରହ୍ମପୁର ଅଫିସ, ୧୬ା୪: ମାଲକାନଗିରି ଜିଲାର ମାଲକାନଗିରି ନିର୍ବାଚନ ମଣ୍ଡଳୀର ୨୫୪ନଂ ବୁଥରେ ସାନି ମତଦାନ ପାଇଁ କେନ୍ଦ୍ର ନିର୍ବାଚନ ଆୟୋଗ ଆସନ୍ତା ୧୮ ତାରିଖକୁ ଧାର୍ଯ୍ୟ କରିଛନ୍ତି। ଏହି ବୁଥ୍‌ ରେ ଉଭୟ ନବରଙ୍ଗପୁର ଲୋକସଭା ଏବଂ ମାଲକାନଗିରି ବିଧାନସଭା ପାଇଁ ମତଦାନ ହେବ। ଏସମ୍ପର୍କରେ ମଙ୍ଗଳବାର ମାଲକାନଗିରି ନିର୍ବାଚନ ଅଧିକାରୀ ତଥା ଜିଲାପାଳ ମନୀଷ ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି। ୧୮ ତାରିଖ ସାନି ମତଦାନ ଘୋଷଣା ପରେ ଏହି ବୁଥ୍‌ର ଭୋଟରମାନଙ୍କୁ ନିଜ ସପକ୍ଷରେ ନେବା ପାଇଁ ତିନି ପ୍ରମୁଖ ଦଳ ବିଜେଡି, କଂଗ୍ରେସ ଓ ଭାଜପା ନେତା ଓ କର୍ମୀମାନେ ଏମ୍‌.ପି.ଭି.- ୬୫ ଗ୍ରାମରେ ଭିଡ଼ ଜମାଇଛନ୍ତି। ପ୍ରଚାର ନ ହେଲେ ମଧ୍ୟ ବିଭିନ୍ନ ମାଧ୍ୟମରେ ଭୋଟରମାନଙ୍କ ସହ ଯୋଗାଯୋଗ କରିବା ପାଇଁ ଦଳୀୟ ପ୍ରାର୍ଥୀମାନେ ସେମାନଙ୍କ ଉଦ୍ୟମ ଜାରି ରଖିଛନ୍ତି। ଗତ ୧୧ ତାରିଖରେ ଏମ୍‌.ପି.ଭି.-୬୫ ଗ୍ରାମର ୨୫୪ନଂ ବୁଥ୍‌ରେ ମତଦାନ ହୋଇଥିଲା। ମତଦାନ ପରେ ପ୍ରିଜାଇଡିଂ ଅଫିସର ଇଭିଏମ୍‌ ଟ୍ୟାମ୍ପରିଂ କରୁଥିବା କେତେକ ବ୍ୟକ୍ତି ଦେଖି ଗ୍ରାମବାସୀଙ୍କୁ ଜଣାଇଥିଲେ। ଏହା ଜାଣିବା ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ସେଠାରେ ପ୍ରବଳ ଉତ୍ତେଜନା ଦେଖା ଦେଇଥିଲା। ସମ୍ପୃକ୍ତ ବୁଥ୍‌ର ପୋଲିଂ ଅଧିକାରୀ ଓ କର୍ମଚାରୀଙ୍କୁ ଗ୍ରାମବାସୀ ମାଡ ମାରି ତାଲା ପକାଇ ଦେଇ ଅଟକ ରଖିଥିଲେ। ତଦନ୍ତ ରିପୋର୍ଟକୁ ଆଧାର କରି ଜିଲା ନିର୍ବାଚନ ଅଧିକାରୀ ଅଗ୍ରଓ୍ବାଲ କେନ୍ଦ୍ର ନିର୍ବାଚନ ଆୟୋଗଙ୍କୁ ୨୫୪ନଂ ବୁଥରେ ପୁନଃ ମତଦାନ କରିବା ପାଇଁ ସୁପାରିଶ କରିଥିଲେ।
ସେହିପରି ବ୍ରହ୍ମପୁର ବିଧାନସଭା ନିର୍ବାଚନମଣ୍ଡଳୀ ତଥା ବ୍ରହ୍ମପୁର ସହରର ୬୩ନମ୍ବର ବୁଥ୍‌ରେ ପୁଣିଥରେ ଭୋଟ୍‌ଗ୍ରହଣ କରାଯିବ। ମଙ୍ଗଳବାର ଏ ନେଇ ନିର୍ବାଚନ କମିଶନ୍‌ଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଉଭୟ ବ୍ରହ୍ମପୁର ଲୋକସଭା ଏବଂ ବ୍ରହ୍ମପୁର ବିଧାନସଭା ପାଇଁ ମତଦାନ ହେବ। ୧୧ରେ ମତଦାନ ବେଳେ ୬୩ନଂ ବୁଥ୍‌ରେ ମୋଟ ୬୧୧ଜଣ ଭୋଟର୍‌ ପଞ୍ଜୀକରଣ କରିଥିବା ବେଳେ ୬୩୨ଖଣ୍ଡ ଭୋଟ୍‌ ପଡ଼ିଥିଲା। ଏହାକୁ ନେଇ ସନ୍ଦେହ ସୃଷ୍ଟି ହେବାରୁ ବ୍ରହ୍ମପୁର ଉପଜିଲାପାଳ ତଥା ରିଟର୍ନିଂ ଅଫିସର ଦିଗନ୍ତ ରାଉତରାୟ ନିର୍ବାଚନ କମିଶନ୍‌ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତେଣୁ ପୁନଃ ମତଦାନ ପାଇଁ ନିର୍ବାଚନ କମିଶନ୍‌, ଭାରତଙ୍କ ତରଫରୁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଅନ୍ୟପଟେ ରିଟର୍ନିଂ ଅଫିସର୍‌ଙ୍କ ତରଫରୁ ମଧ୍ୟ ମଙ୍ଗଳବାର ସର୍ବସାଧାରଣ ନୋଟିସ୍‌ ପ୍ରକାଶ ପାଇଛି। ୧୮ତାରିଖ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସାନି ମତଦାନ କରାଯିବ। ସିଟି ହାଇସ୍କୁଲ୍‌ରେ ଏହି ବୁଥ୍‌ ରହିଛି। ସମସ୍ତ ଭୋଟର୍‌ ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିବାକୁ ଉପଜିଲାପାଳ ତଥା ରିଟର୍ନିଂ ଅଫିସର୍‌ ରାଉତରାୟ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri