୧୮ରେ ୨ ବୁଥ୍‌ରେ ସାନି ମତଦାନ: ମାଲକାନଗିରି ଏମ୍‌.ପି.ଭି. ୬୫ର ୨୫୪ନଂ ବୁଥ୍‌ ଓ ବ୍ରହ୍ମପୁର ସିଟି ହାଇସ୍କୁଲ ୬୩ନଂ ବୁଥ୍‌ବ୍ରହ୍ମପୁର ସିଟି ହାଇସ୍କୁଲ ୬୩ନଂ ବୁଥ୍‌

ମାଲକାନଗିରି,(ସ୍ବ.ପ୍ର.)/ବ୍ରହ୍ମପୁର ଅଫିସ, ୧୬ା୪: ମାଲକାନଗିରି ଜିଲାର ମାଲକାନଗିରି ନିର୍ବାଚନ ମଣ୍ଡଳୀର ୨୫୪ନଂ ବୁଥରେ ସାନି ମତଦାନ ପାଇଁ କେନ୍ଦ୍ର ନିର୍ବାଚନ ଆୟୋଗ ଆସନ୍ତା ୧୮ ତାରିଖକୁ ଧାର୍ଯ୍ୟ କରିଛନ୍ତି। ଏହି ବୁଥ୍‌ ରେ ଉଭୟ ନବରଙ୍ଗପୁର ଲୋକସଭା ଏବଂ ମାଲକାନଗିରି ବିଧାନସଭା ପାଇଁ ମତଦାନ ହେବ। ଏସମ୍ପର୍କରେ ମଙ୍ଗଳବାର ମାଲକାନଗିରି ନିର୍ବାଚନ ଅଧିକାରୀ ତଥା ଜିଲାପାଳ ମନୀଷ ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି। ୧୮ ତାରିଖ ସାନି ମତଦାନ ଘୋଷଣା ପରେ ଏହି ବୁଥ୍‌ର ଭୋଟରମାନଙ୍କୁ ନିଜ ସପକ୍ଷରେ ନେବା ପାଇଁ ତିନି ପ୍ରମୁଖ ଦଳ ବିଜେଡି, କଂଗ୍ରେସ ଓ ଭାଜପା ନେତା ଓ କର୍ମୀମାନେ ଏମ୍‌.ପି.ଭି.- ୬୫ ଗ୍ରାମରେ ଭିଡ଼ ଜମାଇଛନ୍ତି। ପ୍ରଚାର ନ ହେଲେ ମଧ୍ୟ ବିଭିନ୍ନ ମାଧ୍ୟମରେ ଭୋଟରମାନଙ୍କ ସହ ଯୋଗାଯୋଗ କରିବା ପାଇଁ ଦଳୀୟ ପ୍ରାର୍ଥୀମାନେ ସେମାନଙ୍କ ଉଦ୍ୟମ ଜାରି ରଖିଛନ୍ତି। ଗତ ୧୧ ତାରିଖରେ ଏମ୍‌.ପି.ଭି.-୬୫ ଗ୍ରାମର ୨୫୪ନଂ ବୁଥ୍‌ରେ ମତଦାନ ହୋଇଥିଲା। ମତଦାନ ପରେ ପ୍ରିଜାଇଡିଂ ଅଫିସର ଇଭିଏମ୍‌ ଟ୍ୟାମ୍ପରିଂ କରୁଥିବା କେତେକ ବ୍ୟକ୍ତି ଦେଖି ଗ୍ରାମବାସୀଙ୍କୁ ଜଣାଇଥିଲେ। ଏହା ଜାଣିବା ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ସେଠାରେ ପ୍ରବଳ ଉତ୍ତେଜନା ଦେଖା ଦେଇଥିଲା। ସମ୍ପୃକ୍ତ ବୁଥ୍‌ର ପୋଲିଂ ଅଧିକାରୀ ଓ କର୍ମଚାରୀଙ୍କୁ ଗ୍ରାମବାସୀ ମାଡ ମାରି ତାଲା ପକାଇ ଦେଇ ଅଟକ ରଖିଥିଲେ। ତଦନ୍ତ ରିପୋର୍ଟକୁ ଆଧାର କରି ଜିଲା ନିର୍ବାଚନ ଅଧିକାରୀ ଅଗ୍ରଓ୍ବାଲ କେନ୍ଦ୍ର ନିର୍ବାଚନ ଆୟୋଗଙ୍କୁ ୨୫୪ନଂ ବୁଥରେ ପୁନଃ ମତଦାନ କରିବା ପାଇଁ ସୁପାରିଶ କରିଥିଲେ।
ସେହିପରି ବ୍ରହ୍ମପୁର ବିଧାନସଭା ନିର୍ବାଚନମଣ୍ଡଳୀ ତଥା ବ୍ରହ୍ମପୁର ସହରର ୬୩ନମ୍ବର ବୁଥ୍‌ରେ ପୁଣିଥରେ ଭୋଟ୍‌ଗ୍ରହଣ କରାଯିବ। ମଙ୍ଗଳବାର ଏ ନେଇ ନିର୍ବାଚନ କମିଶନ୍‌ଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଉଭୟ ବ୍ରହ୍ମପୁର ଲୋକସଭା ଏବଂ ବ୍ରହ୍ମପୁର ବିଧାନସଭା ପାଇଁ ମତଦାନ ହେବ। ୧୧ରେ ମତଦାନ ବେଳେ ୬୩ନଂ ବୁଥ୍‌ରେ ମୋଟ ୬୧୧ଜଣ ଭୋଟର୍‌ ପଞ୍ଜୀକରଣ କରିଥିବା ବେଳେ ୬୩୨ଖଣ୍ଡ ଭୋଟ୍‌ ପଡ଼ିଥିଲା। ଏହାକୁ ନେଇ ସନ୍ଦେହ ସୃଷ୍ଟି ହେବାରୁ ବ୍ରହ୍ମପୁର ଉପଜିଲାପାଳ ତଥା ରିଟର୍ନିଂ ଅଫିସର ଦିଗନ୍ତ ରାଉତରାୟ ନିର୍ବାଚନ କମିଶନ୍‌ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତେଣୁ ପୁନଃ ମତଦାନ ପାଇଁ ନିର୍ବାଚନ କମିଶନ୍‌, ଭାରତଙ୍କ ତରଫରୁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଅନ୍ୟପଟେ ରିଟର୍ନିଂ ଅଫିସର୍‌ଙ୍କ ତରଫରୁ ମଧ୍ୟ ମଙ୍ଗଳବାର ସର୍ବସାଧାରଣ ନୋଟିସ୍‌ ପ୍ରକାଶ ପାଇଛି। ୧୮ତାରିଖ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସାନି ମତଦାନ କରାଯିବ। ସିଟି ହାଇସ୍କୁଲ୍‌ରେ ଏହି ବୁଥ୍‌ ରହିଛି। ସମସ୍ତ ଭୋଟର୍‌ ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିବାକୁ ଉପଜିଲାପାଳ ତଥା ରିଟର୍ନିଂ ଅଫିସର୍‌ ରାଉତରାୟ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଟରେ ଅଟକାଇ ମୁଣ୍ଡ ଫଟାଇଲେ, ଟଙ୍କା ଲୁଟିଥିଲେ: ତୃତୀୟ ଅଭିଯୁକ୍ତ ଭୋଳାଙ୍କୁ ଗିରଫ କଲା ପାଟପୁର ପୋଲିସ

ଦାଦା ବଟି ପାଇଁ ହତ୍ୟା ଉଦ୍ୟମ ମାମଲା: ପୁଣି ଜଣେ ଅଭିଯୁକ୍ତ ଗିରଫ, ସଂଖ୍ୟା ୩କୁ ବୃଦ୍ଧି ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା…

ଗଣେଶ ପୂଜା ପାଇଁ ଗଞ୍ଜାମ ଏସ୍‌ପିଙ୍କ କଡ଼ା ନିର୍ଦ୍ଦେଶ: ରାତି ୧୦ଟା ପରେ ବାଜିବନି ଲାଉଡସ୍ପିକର, ଜୋରଜବରଦସ୍ତ ଚାନ୍ଦା ଆଦାୟ ମନା

ଛତ୍ରପୁର,୮।୯(ଦିଲ୍ଲୀପ ସାମଲ): ଆଗାମୀ ଗଣେଶ ପୂଜା ସମେତ ପୂଜା ପାର୍ବଣ ସମୟରେ ଆଇନ ଶୃଙ୍ଖଳା ରକ୍ଷା ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ନିମନ୍ତେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ଛୁଟିରେ ଘରକୁ ଆସି ଆଖି ବୁଜିଲେ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ BSF ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବାଗଡା ଗ୍ରାମର ବିଏସଏଫ୍ (BSF) ସିନିୟର ହାବିଲଦାର ବି. କାନା (୫୩)ଙ୍କ ଆକସ୍ମିକ ମୃତ୍ୟୁ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri