ଆମ ଜିଲା ଖବର

‘ଜୀବନରେ ଶାନ୍ତି ଆଣେ ସଙ୍ଗୀତ’

ରେମୁଣା, ୫।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ରେମୁଣାସ୍ଥିତ କ୍ଷୀରଚୋରା ସଂଗୀତ ମହାବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ ରବିବାର ସନ୍ଧ୍ୟାରେ ରେମୁଣା ମନ୍ଦିର ଛକ ନିକଟରେ ଅନୁଷ୍ଠିତ ହୋଇଛି ା କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସମାରୋହକୁ ଉଦ୍‌ଘାଟନ କରି ସଂଗୀତ ମଣିଷ ଜୀବନରେ ଶାନ୍ତି…

ତେନ୍ତୁଳିଆ ଗ୍ରାମ ନିକଟ ଜଙ୍ଗଲରୁ ଛେଳି ଉଭାନ: ପୁଣି ବାଘ ଆତଙ୍କ, ଲାଗିବ ଟ୍ରାପ କ୍ୟାମେରା

ଭଞ୍ଜନଗର/ଜଗନ୍ନାଥପ୍ରାଦ,୪।୧୧(ଡି.ଏନ.ଏ)-ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଜଗନ୍ନାଥପ୍ରସାଦ ରେଞ୍ଜ ଅଞ୍ଚଳରେ ପୁଣି ବାଘ ଆତଙ୍କ ଦେଖାଦେଇଛି। ତେନ୍ତୁଳିଆ ଗ୍ରାମ ନିକଟସ୍ଥ ଲଣ୍ଡେଇହିଲ୍‌କୁ ବିଭିନ୍ନ ସମୟରେ ଚରିବାକୁ ଯାଉଥିବା ଛେଳିଙ୍କ ମଧ୍ୟରୁ କେତୋଟି ଉଭାନ ହୋଇଯାଇଥିଲେ। ସୋମବାର ୨ଟି ଛେଳି କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର…

ବସ୍‌ କର୍ମଚାରୀଙ୍କୁ ଆକ୍ରମଣ, ୨ ଅଟକ

ଭଞ୍ଜନଗର,୪।୧୧(ଡି.ଏନ.ଏ)-ଭଞ୍ଜନଗର ବସ୍‌ଷ୍ଟାଣ୍ଡରେ ଦିନକୁ ଦିନ ଅସାମାଜିକ କାର୍ଯ୍ୟାକଳାପ ବଢ଼ୁଛି। କେତେବେଳେ ଘରୋଇ ବସ୍‌ ଆଗପଛ ଯିବାକୁ ନେଇ କର୍ମଚାରୀ- କର୍ମଚାରୀ ମଧ୍ୟରେ ବିବାଦ ହେଉଛି ତ ଆଉ କେତେବେଳେ ବସ୍‌ରୁ ଅତ୍ୟଧିକ ଚାନ୍ଦା ଆଦାୟକୁ ନେଇ ମାଲିକ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି…

ଆର୍‌ଡିସି ଅଫିସ ଦାବି

ତାଳଚେର,୪ା୧୧(ନି.ପ୍ର.)- ତାଳଚେରଠାରେ ଆର୍‌ଡିସିଙ୍କ ଏକ ନୂତନ ଅଫିସ ଖୋଲାଯିବାକୁ ବ୍ରାହ୍ମଣୀ ଅଞ୍ଚଳ ସୁରକ୍ଷା ପରିଷଦ ସଭାପତି ବିଭୁଧେନ୍ଦ୍ର ପ୍ରତାପ ଦାସ ଦାବି କରିଛନ୍ତି। ତାଳଚେରରେ ଏମ୍‌ସିଏଲ୍‌, ଏନ୍‌ଟିପିସି, ରେଙ୍ଗାଳି ଡ୍ୟାମ୍‌, ସମଲ ବ୍ୟାରେଜ ଦ୍ୱାରା ଅନେକ ଲୋକ ବିସ୍ଥାପିତ ହୋଇଛନ୍ତି। ନିଯୁକ୍ତି,…

ଆକ୍ରମଣ ଅଭିଯୁକ୍ତ ଗିରଫ

ତାଳଚେର,୪ା୧୧(ନି.ପ୍ର.)- ତାଳଚେର ସୁରକ୍ଷା ମଞ୍ଚ ସଭାପତି ମୁରଲୀଧର ସାହୁଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ କଲିୟାରୀ ପୋଲିସ ତାଳଚେର ବ୍ଲକ ଘଣ୍ଟପଡା ଗ୍ରାମର ଅବିନାଶ ସାହୁଙ୍କୁ ରବିବାର ସନ୍ଧ୍ୟାରେ ଗିରଫ କରି କୋର୍ଟଚାଲାଣ କରିଛି। ଗତ ଅକ୍ଟୋବର ୧୫ରେ ଡେରା ଛକଠାରେ ସୁରକ୍ଷା…

କୋହଲି ପାଳିବେ ୩୧ତମ ଜନ୍ମଦିନ

ନୂଆଦିଲ୍ଲୀ,୪।୧୧- ଭାରତୀୟ ଅଧିନାୟକ ବିରାଟ କୋହଲି ମଙ୍ଗଳବାର ୩୧ତମ ଜନ୍ମଦିନ ପାଳିବାକୁ ଯାଉଛନ୍ତି। ଏହି ମହାନ ବ୍ୟାଟ୍ସମ୍ୟାନ ୧୯୮୮ ମସିହା ନଭେମ୍ବର ୫ ତାରିଖରେ ଦିଲ୍ଲୀର ଏକ ପଞ୍ଜାବୀ ପରିବାରରେ ଜନ୍ମ ନେଇଥିଲେ। ୨୦୦୮ରେ ତାଙ୍କ ନେତୃତ୍ୱରେ ୧୯ ବର୍ଷରୁ କମ୍‌…

ରୋଗପୋକ ଉଜାଡିଲା ଚାଷ : କୃଷି ଅଧିକାରୀଙ୍କୁ ଦେଖାଇଲେ ଧାନକେଣ୍ଡା

ଜାମଟିକ୍ରା, ୪।୧୧ (ଡି.ଏନ.ଏ): ଅତାବିରା ବ୍ଲକ ଅଞ୍ଚଳରେ ଧାନ ଫସଲରେ ଲାଗିଥିବା ରୋଗପୋକ ଯୋଗୁ ଚାଷ କ୍ଷତିଗ୍ରସ୍ତ ହୋଇଛି। ବଜାରରେ ମିଳୁଥିବା କୀଟନାଶକ ପ୍ରୟୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଫଳରେ ସୋମବାର ଚାଷୀମାନେ ଅତାବିରା କୃଷି ଓ ପରାମର୍ଶ…

ଫସଲ ଉଜାଡ଼ିଲେ ୬ ହାତୀ: ଚାଷୀକୁଳ ହତାଶ

ସଜନାଗଡ଼, ୪।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଞ୍ଚଳରେ କୁଲଡ଼ିହା ଅଭୟାରଣ୍ୟର ୬ଟି ହାତୀ ପଶି ଉପଦ୍ରବ ଚଳାଇଛନ୍ତି। ହାତୀପଲ ଯେତିକି ଫସଲ ଖାଉଛନ୍ତି ତାହାଠାରୁ ଅଧିକ ଦଳିଚକଟି ନଷ୍ଟ କରୁଛନ୍ତି। ୩ ମାସରୁ ବେଶୀ ହେଲାଣି ହାତୀପଲ ବିଭିନ୍ନ ଗ୍ରାମରେ ପଶି…

ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିସ୍ଥାପିତଙ୍କ ଆମରଣ ଅନଶନ

ଲଖନପୁର,୪।୧୧(ଡି.ଏନ୍‌.ଏ): ହୀରାକୁଦ ନଦୀବନ୍ଧ ଯୋଜନାରେ ବିସ୍ଥାପିତ ଲୋକଙ୍କୁ ୧୦ ଡିସିମିଲ ଘରଡ଼ିହ ଜମି ଯୋଗାଇ ଦେବା ପାଇଁ ସରକାର ଘୋଷଣା କରିଥିଲେ। ମାତ୍ର ସରକାରଙ୍କ କାଳବିଳମ୍ବ ଯୋଗୁ ଲୋକେ ଏଥିରୁ ବଞ୍ଚିତ ହେଉଛନ୍ତି । ଏହାର ପ୍ରତିବାଦରେ ଲଖନପୁର ତହସିଲ ଅଞ୍ଚଳର…

ତହସିଲ ସମ୍ମୁଖରେ ବିକ୍ଷୋଭ: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଲଖନପୁର,୪।୧୧(ଡି.ଏନ୍‌.ଏ): ଝାରସୁଗୁଡ଼ା ଜିଲା ଲଖନପୁର ତହସିଲ ସମ୍ମୁଖରେ ସୋମବାର ହୀରାକୁଦ ବୁଡି ଅଞ୍ଚଳ ସମିତି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସମିତିର ସଭାପତି ବାସୁଦେବ ଭୋଇ, ସମ୍ପାଦକ ଗୋପୀନାଥ ମାଝି, ଉପଦେଷ୍ଟା ବିରଞ୍ଚି ସାହୁଙ୍କ ନେତୃତ୍ୱରେ ୧୪ ଦଫା ସମ୍ବଳିତ…

ସ୍କୁଲ ପାଣିଟାଙ୍କିରେ ପଡ଼ି ନାବାଳିକା ମୃତ

ଲଖନପୁର,୪।୧୧(ଡି.ଏନ୍‌.ଏ): ଝାରସୁଗୁଡ଼ା ଜିଲା ବନହରପାଲି ଥାନା ଅଧୀନ ବନ୍ଧବାହାଲ ଶାନ୍ତିନଗରସ୍ଥିତ ଏକ ପ୍ଲେ ସ୍କୁଲ ପାଣିଟାଙ୍କିରେ ପଡ଼ି ସୋମବାର ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି । ସେ ହେଲେ ଶାନ୍ତିନଗରର ରାଜକୁମାର ନାଏକଙ୍କ ଝିଅ ଲିଜା (୬)। ଖବରପାଇ ସ୍ଥାନୀୟ ବନ୍ଧବାହାଲ…

ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ‘ଫନୀ’ କ୍ଷତିଗ୍ରସ୍ତ ପରିବାର: ଭାଜପା ପ୍ରତିନିଧି ଦଳର ଆଲୋଚନା

ପୁରୀ ଅଫିସ,୪।୧୧: ମେ’ ୩ରେ ହୋଇଥିବା ପ୍ରଳୟଙ୍କରୀ ବାତ୍ୟା ‘ଫନୀ’ରେ ପୁରୀ ଜିଲା ବ୍ୟାପକ କ୍ଷତିଗ୍ରସ୍ଥ ହୋଇଥିଲା। ତେବେ ଏହା ଭିତରେ ବାତ୍ୟାକୁ ୬ ମାସ ବିତିଥିଲେ ସୁଦ୍ଧା ଅଧିକାଂଶ କ୍ଷତିଗ୍ରସ୍ତ ପରିବାର ସହାୟତାରୁ ବଞ୍ଚିତ ରହିଛନ୍ତି । ବାରମ୍ବାର ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?