ଟୋକନ ବିବାଦ: ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲେ ଚାଷୀ
ବରଗଡ଼ ଅଫିସ,୨୦।୧୧: ଚଳିତ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ଆରମ୍ଭ ହୋଇଥିବା ଟୋକନ ବ୍ୟବସ୍ଥାକୁ ନେଇ ବିରୋଧ ବଢିବାରେ ଲାଗିଛି। ବୁଧବାର ବରଗଡ ବ୍ଲକ ଅନ୍ତର୍ଗତ କଟାପାଲି ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ଆଗରେ ଚାଷୀମାନେ ଖାଦ୍ୟ ଯୋଗାଣ ଓ…
ଓଲଟିଲା ଆଳୁ ବୋଝେଇ ଟ୍ରକ୍
ପାଟଣା, ୨୦।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଦେଇ ଯାଇଥିବା ୪୯ ନଂ. ଜାତୀୟ ରାଜପଥର ହାତୀବାରି ନିକଟରେ ଏକ ୧୪ ଚକିଆ ଆଳୁ ବୋଝେଇ ଟ୍ରକ୍ ବୁଧବାର ଭୋରରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଟ୍ରକ୍ ଚାଳକ ଓ ଖଲାସି ଆହତ…
ରେଳଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର
ଛେଣ୍ଡିପଦା,୨୦।୧୧(ସ୍ବ.ପ୍ର.): ଅନୁଗୋଳ ଜିଲା ଜରପଡ଼ା ଥାନା ତୁକୁଗ୍ରାମ ରେଳଧାରଣାରୁ ବୁଧବାର ପୋଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ କୁଣ୍ଢେଇଗୁଳା ଥାନା ସୁରୁଙ୍ଗିପାଳ ଗାଁର ଟୁଲୁ ମାହାର ବୋଲି ଜଣାପଡିଛି । ପ୍ରକାଶ ଯେ, ଟୁଲୁ ଦୀର୍ଘ ୮ ବର୍ଷ…
ଭାରସାମ୍ୟ ହରାଇ ଗଛରେ ପିଟିହେଲା ବସ୍: ୫ ଗୁରୁତର,୧୫ ଆହତ
ସଜନାଗଡ଼,୨୦।୧୧(ଡି.ଏନ୍.ଏ.): ବାଲେଶ୍ୱର ଜିଲା ନୀଳଗିରି ବରହମପୁର ଥାନା ଅଧୀନ ପିଡବ୍ଲୁ ରଜ୍ୟ ରାଜପଥ ପାର୍ଶ୍ୱ ତେଲିପାଳ ଆଶ୍ରମ ସ୍କୁଲ ନିକଟରେ ବୁଧବାର ପୂର୍ବାହ୍ନରେ ଏକ ଦୁର୍ଘଟଣା ଘଟିଛି। ଏଥିରେ ୫ ଗୁରୁତର ହୋଇଥିବା ବେଳେ ୧୫ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ବରହମପୁର…
ବିଭିନ୍ନ ଦାବିରେ ଦୁଇଦିନିଆ ବଲାଙ୍ଗୀର ବନ୍ଦ
ବଲାଙ୍ଗୀର ଅଫିସ, ୨୦।୧୧: ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପୁନଃ ପ୍ରତିଷ୍ଠା, ଲୋୟର ସୁକତେଲ ବୃହତ୍ ଜଳସେଚନ ପ୍ରକଳ୍ପ ଓ ବଲାଙ୍ଗୀର ସହରରେ ବାଇପାସ ରାସ୍ତା ନିର୍ମାଣ ଦାବିରେ ବଲାଙ୍ଗୀର ଆକ୍ସନ କମିଟି ନେତୃତ୍ୱରେ ବୁଧବାରଠାରୁ ଦୁଇଦିନିଆ ବନ୍ଦ ପାଳନ ଆରମ୍ଭ…
ଟୋକନ ବ୍ୟବସ୍ଥାକୁ ବିରୋଧ କରି ଚାଷୀ ଆନ୍ଦୋଳନ ତେଜିଲା
ସରଣ୍ଡା,୨୦।୧୧(ଡି.ଏନ.ଏ.):ବରଗଡ ଜିଲାର ଅତାବିରାରେ ଚାଷୀ ଆନ୍ଦୋଳନ ବୁଧବାର ତେଜିଛି। ତୃତୀୟ ଦିନରେ ଚାଷୀମାନେ ଅତାବିରା ଅଞ୍ଚଳର ସମସ୍ତ ଦୋକାନ ବଜାର ବନ୍ଦ କରିଛନ୍ତି। ଆନ୍ଦୋଳନ ତେଜି ଥିବାବେଳେ ସରକାର ଚାଷୀମାନଙ୍କ ସମସ୍ୟା ସମ୍ପର୍କରେ ଅଣଦେଖା ଚରମସୀମା ପହଞ୍ଚିଛି। ଆନ୍ଦୋଳନ ପାଇଁ ବିପୁଳ…
ଧାନ କିଣାବିକାରେ ଟୋକନ ବ୍ୟବସ୍ଥାକୁ ବିରୋଧ: ଅତାବିରାରେ ୧୨ ଘଣ୍ଟିଆ ବନ୍ଦ ଆରମ୍ଭ
ବରଗଡ ଅଫିସ,୨୦।୧୧: ଚଳିତ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ରାଜ୍ୟ ସରକାର ଟୋକନ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରିଛନ୍ତି। ସରକାରଙ୍କ ଏହି ବ୍ୟବସ୍ଥାକୁ ଚାଷୀମାନେ ଦୃଢ ବିରୋଧ କରିଛନ୍ତି। ଫଳରେ ଗତ ୧୫ ତାରିଖରୁ ମଣ୍ତି ଖୋଲିଥିଲେ ସୁଦ୍ଧା ଧାନ କିଣାବିକା ଅଚଳ…
ଆଜି ସରିବ ବାଲିଯାତ୍ରା
ଐତିହାସିକ କଟକ ବାଲିଯାତ୍ରାର ମଙ୍ଗଳବାର ଥିଲା ଅଷ୍ଟମ ଦିନ। ବିଭିନ୍ନ ସ୍ଥାନରୁ ଆସିଥିବା ଲୋକମାନେ ବାଲିଯାତ୍ରାରେ ବିଭିନ୍ନ ଷ୍ଟଲ ବୁଲିବା ସହ ଚାଟ୍, ଗୁପ୍ଚୁପ୍, ଠୁଙ୍କାପୁରୀ ଓ ଫାଷ୍ଟଫୁଡ ଖାଦ୍ୟର ମଜା ନେଇଥିଲେ। ତେବେ ପୂର୍ବଦିନ ଅପେକ୍ଷା ମଙ୍ଗଳବାର ଭିଡ କମ୍…
କେକେଙ୍କ ଗୀତରେ ଦର୍ଶକ ମତୁଆଲା
କଟକ ଅଫିସ, ୨୦-୧୧:‘ୟାରୋ ଦୋସ୍ତି ବଡିହି ହସିନ୍ ହେ, ୟେ ନା ହୋ ତୋ କ୍ୟା ଫିର ବୋଲୋ ୟେ ଜିନ୍ଦେଗି ହେ’ ଗୀତରେ ମତୁଆଲା ହୋଇଛନ୍ତି ଦର୍ଶକ। ବାଲିଯାତ୍ରା ପଡିଆର ଗଣକବି ବୈଷ୍ଣବ ପାଣି ମଞ୍ଚରେ ବଲିଉଡ କଣ୍ଠଶିଳ୍ପୀ କ୍ରିଷ୍ଣାକୁମାର…
ମହାନଦୀ ବସ୍ ଦୁର୍ଘଟଣାକୁ ବର୍ଷେ ପୂରିଲା: ସାର୍ବଜନୀନ ହୋଇନି ତଦନ୍ତ ରିପୋର୍ଟ
କଟକ ଅଫିସ, ୨୦-୧୧:୨୦୧୮ ନଭେମ୍ବର ୨୦। ସେଦିନ ଥାଏ ମଙ୍ଗଳବାର। ସନ୍ଧ୍ୟା ପାଖାପାଖି ସାଢେ ୬ଟା। ବଡ଼ଓଷା ପାଇଁ ଲୋକେ ପ୍ରସ୍ତୁତ ହେଉଥିବାବେଳେ ଆସିଲା ଅତ୍ୟନ୍ତ ଦୁଃଖଦାୟକ ଖବର। ତାଳଚେରରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଏକ ଯାତ୍ରୀବାହୀ ବସ୍ (ନଂ. ଓଡି୩୫ଏ-୦୨୧୧)…
ବିଦ୍ୟୁତ୍ ତାର ବିଛାଇ ଦନ୍ତାହାତୀ ଶିକାର
ଅମରପାଲି, ୨୦-୧୧ (ଡି.ଏନ.ଏ):ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ରେଞ୍ଜ ଅନ୍ତର୍ଗତ କୋଟସମଲାଇ ପଞ୍ଚାୟତ ସାରସଦାଦର ସଂରକ୍ଷିତ ଜଙ୍ଗଲରେ ଏକ ଦନ୍ତାହାତୀ ଶିକାର କରାଯାଇଛି। ଶିକାର ପରେ ହାତୀର ଦାନ୍ତକୁ ଦୁର୍ବୃତ୍ତ ଲୁଟି ନେଇଛନ୍ତି। ଦନ୍ତାକୁ ପ୍ରାୟ ୭ଦିନ ପୂର୍ବରୁ ହତ୍ୟା କରାଯାଇଥିବା ଅନୁମାନ…
ପୁଣି ଚର୍ଚ୍ଚାରେ ଏସପି ସାରା ଶର୍ମା:ଅଧିକାରୀ, ଜନସାଧାରଣଙ୍କୁ ଦେଲେ ବ୍ୟାୟାମ ତାଲିମ
ପାରଳାଖେମୁଣ୍ଡି,୨୦-୧୧ (ସ୍ବ.ପ୍ର.):ପୁଣି ଚର୍ଚ୍ଚାରେ ଗଜପତି ଏସପି ସାରା ଶର୍ମା। ପୂର୍ବରୁ ମହିଳାଙ୍କ ସୁରକ୍ଷା ପାଇଁ ସି-ଟିମ୍ ଗଠନ କରିବା ସହ ଏଥିପାଇଁ ଗୀତଗାଇ ଚର୍ଚ୍ଚାକୁ ଆସିଥିଲେ। ଏବେ ପୁଣି ସେ ଫିଟ୍ନେସ ଶିବିର ‘ଜୁମ୍ବା ଏରୋବିକ୍ସ’ ଆୟୋଜନ କରି ଚର୍ଚ୍ଚାକୁ ଆସିଛନ୍ତି।…

