ଧାନ ଅମଳ ସମୟରେ ହାତୀ ଉପଦ୍ରବ: ରାତି ଉଜାଗର ହେଉଛନ୍ତି ଚାଷୀ
କେନ୍ଦୁଝର,୧।୧୨(ସ୍ବ.ପ୍ର.) : ଜିଲାରେ ବର୍ତ୍ତମାନ ବିଲରୁ ଧାନ ଫସଲ ଅମଳ କରିବାର ସମୟ ହୋଇଛି। ଏହି ସମୟରେ ହାତୀ ଉପଦ୍ରବ ଚାଷୀଙ୍କୁ ଚିନ୍ତାରେ ପକାଇଛି। ସ୍ଥାନୀୟ ସଦର ରେଞ୍ଜ ଉକୁଚାବେଡ଼ା ଗ୍ରାମ ନିକଟରେ ୫ଟି ହାତୀ ରହି ଯାଇଥିବାରୁ ଲୋକମାନେ ଭୟଭୀତ…
ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍
ନୂଆଗାଁ,୧।୧୨(ଡି.ଏନ୍.ଏ.): ନୟାଗଡ ଜିଲା ନୂଆଗାଁ ଥାନା ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ ପଞ୍ଚୁପାଣ୍ଡବ ନିକଟସ୍ଥ ଜଙ୍ଗଲ ମଧ୍ୟରେ ରବିବାର ସକାଳେ ଭାରସାମ୍ୟ ହରାଇ ଏକ ଯାତ୍ରୀବାହୀ ବସ୍ ଓଲଟିପଡ଼ିଛି। ଏଥିରେ ବହୁ ଯାତ୍ରୀ ଆହତ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି।…
ଶ୍ରାଦ୍ଧବାର୍ଷିକୀରେ ପୂର୍ବତନ ବିଧାୟକଙ୍କୁ ଶ୍ରଦ୍ଧାଞ୍ଜଳି
ବରଗଡ଼ ଅଫିସ,୧।୧୨: ବରଗଡ଼ର ପୂର୍ବତନ ବିଧାୟକ ସ୍ବର୍ଗତ ଯଦୁମଣୀ ପ୍ରଧାନଙ୍କ ଶ୍ରାଦ୍ଧବାର୍ଷିକୀ ସମାରୋହ ରବିବାର ଅନୁଷ୍ଠିତ ହୋଇଛି। ଏହି ଅବସରରେ ବରଗଡ଼ ଏସ୍ପି ଅଫିସ ସମ୍ମୁଖ ଯଦୁମଣୀ ପ୍ରଧାନ ଛକସ୍ଥିତ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଜିଲା…
ଆଜିଠୁ ୩୦ତମ କୋଣାର୍କ ଉତ୍ସବ: ନୂପୁରର ରୁଣୁଝୁଣୁ ଶବ୍ଦ ଅପେକ୍ଷାରେ ମୁକ୍ତାକାଶ ରଙ୍ଗମଞ୍ଚ
କୋଣାର୍କ, ୧ା୧୨(ଡି.ଏନ୍.ଏ.): କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ରବିବାରଠାରୁ ଆରମ୍ଭ ହେବ ୩୦ତମ କୋଣାର୍କ ଉତ୍ସବ। ଏଥିପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ମୁକ୍ତାକାଶ ରଙ୍ଗମଞ୍ଚ ପରିସରରେ ରଙ୍ଗବେରଙ୍ଗର ପଟ୍ଟଚିତ୍ର, ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା, ସୁନ୍ଦର ସାଜସଜ୍ଜା ସହିତ ପର୍ଯ୍ୟଟକଙ୍କ ବସିବା ପାଇଁ…
ଏକତରଫା ପ୍ରେମରେ ବିଫଳ ହେବା ପରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ: ମାରଣାସ୍ତ୍ରରେ ବାପା-ଝିଅଙ୍କୁ ଆକ୍ରମଣ
ଭଦ୍ରକ ଅଫିସ,୧।୧୨: ଭଦ୍ରକ ଗ୍ରାମାଞ୍ଚଳ ଥାନା କେନ୍ଦୁଆପଦା ଡାଳିମ୍ବଗଡ଼ିଆ ଛକରେ ଶନିବାର ରାତିରେ ଜଣେ ବ୍ୟକ୍ତି ଏବଂ ତାଙ୍କ ଝିଅଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଏଥିରେ ଉଭୟ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ଚିକିତ୍ସାଲାଗି କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।…
ଢେଙ୍କାନାଳ ଜିଲା ଚିଠି: ଟ୍ରାଫିକ୍ ଟେନ୍ସନ
ଢେଙ୍କାନାଳ ସମେତ ଜିଲାର ପ୍ରମୁଖ ସହରରେ ଟ୍ରାଫିକ୍ ସମସ୍ୟା ଚିନ୍ତାଜନକ ହୋଇଛି। ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ମୋଟରଯାନ ସଂଶୋଧିତ ଆଇନ ଲାଗୁ ହୋଇଛି ସତ, ହେଲେ ବାସ୍ତବ ସ୍ଥିତି ଦେଖିଲେ ଏଥିପ୍ରତି କାହାରି ଖାତିର ନ ଥିବା ଭଳି ମନେହେଉଛି। ଗାଡ଼ି…
ଝିଅ ହତ୍ୟାକାରୀ ମା’ଙ୍କୁ ଆଜୀବନ ଜେଲ
ଅନୁଗୋଳ ଅଫିସ, ୧।୧୨ – ଅନୁଗୋଳ ଜିଲା ନାଲ୍କୋ ଥାନା ବାଙ୍କିହଟିଂ ଅଞ୍ଚଳରେ ସାଢେ ୪ ବର୍ଷ ତଳେ ଜଣେ ନାବାଳିକା ହତ୍ୟା ମାମଲାର ରାୟ ଶନିବାର ପ୍ରକାଶ ପାଇଛି। ସ୍ବତନ୍ତ୍ର ପୋକ୍ସୋ ଅଦାଲତରେ ଅନୁଗୋଳ ଅତିରିକ୍ତ ଜିଲା ଦୌରାଜଜ୍ ପ୍ରଭାକର…
୨୯ରେ ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ବାର୍ଷିକ ଅଧିବେଶନ: ଯୋଗଦେବେ ସୁପ୍ରିମକୋର୍ଟ ବିଚାରପତି
ଅନୁଗୋଳ ଅଫିସ, ୧।୧୨ – ରାଜ୍ୟ ଆଇନଜୀବୀମାନଙ୍କ ସର୍ବପୁରାତନ ସଙ୍ଗଠନ ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ୪୮ତମ ବାର୍ଷିକ ଉତ୍ସବ ଅନୁଗୋଳ ଷ୍ଟାଡ଼ିୟମଠାରେ ଆସନ୍ତା ଡିସେମ୍ବର ୨୯ ଓ ୩୦ ତାରିଖରେ ଅନୁଷ୍ଠିତ ହେବ। ଏ ନେଇ ଅନୁଗୋଳ ଓକିଲ ସଂଘ…
ନାସା ଚିଠିକୁ ନେଇ ହଟୁନି ସନ୍ଦେହ: ଆଜି ରିପୋର୍ଟ ଦେବ ସାଇବର ସେଲ୍
ଅନୁଗୋଳ ଅଫିସ, ୧।୧୨ – ଅନୁଗୋଳ ହୁଲୁରିସିଂହାର ଲକ୍ଷ୍ମଣ ନାୟକଙ୍କ ପୁଅ ଶୁଭ୍ରାଂଶୁଙ୍କ ମାଭିକ୍ ଡ୍ରୋନକୁ ଉଚ୍ଚ ପ୍ରଶଂସା କରି ଆମେରିକା ଯିବାକୁ ଇମେଲ୍ରେ ଆସିଥିବା ଚିଠି ପ୍ରକୃତରେ ଆମେରିକାର ମହାକାଶ ଗବେଷଣା ସଂସ୍ଥା (ନାସା) ପଠାଇଛି କିମ୍ବା ଏହା ଫେକ୍…
ସିସିଏଙ୍କ ମାଡ଼ରେ ଛାତ୍ର ଆହତ
ଫୁଲବାଣୀ ଅଫିସ,୧ା୧୨- ଟିକାବାଲି ବ୍ଲକ ଛତିଝର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ହଷ୍ଟେଲରେ ରହି ପଢ଼ୁଥିବା ଜଣେ ଛାତ୍ର ସିସିଏ(କୁକ୍ କମ୍ ଆଟେଣ୍ଡାଣ୍ଟ)ଙ୍କ ମାଡରେ ଆହତ ହୋଇଛନ୍ତି। ଘଟଣାକୁ ୩ଦିନ ବିତିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି। ସୂଚନା ଅନୁଯାୟୀ,…
ଆଜି ବିଶ୍ୱ ଏଡ୍ସ ଦିବସ: ଗଞ୍ଜାମରେ ରାଜ୍ୟର ଏକତୃତୀୟାଂଶ ଆକ୍ରାନ୍ତ
ବ୍ରହ୍ମପୁର ଅଫିସ୍,୧ା୧୨-ଗଞ୍ଜାମ ଜିଲାରେ ଏଡ୍ସ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିଲେ ମଧ୍ୟ ସ୍ଥିତି ସଙ୍ଗିନ ରହିଛି। ରାଜ୍ୟର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଦେଖିଲେ, ସେଥିରୁ ଏକ ତୃତୀୟାଂଶ ଆକ୍ରାନ୍ତ କେବଳ ଗଞ୍ଜାମ ଜିଲାରେ ରହିଛନ୍ତି। ୪୯,୬୬୧ଜଣ ଆକ୍ରାନ୍ତ ସାରା ରାଜ୍ୟରେ ଥିବା ବେଳେ…
ବାହାଘର ୨ମାସ ପରେ ନାବାଳିକା ଉଦ୍ଧାର: ଶିକ୍ଷୟିତ୍ରୀଙ୍କ ଟୁଇଟ୍ ପରେ ଘଟଣାର ପର୍ଦ୍ଦାଫାଶ
ସୋରଡା,୧ା୧୨(ଡି.ଏନ୍.ଏ.)- ପୁରୀ ଜିଲା ପିପିଲି ଅଞ୍ଚଳର ଏକ ସରକାରୀ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ୨ ମାସ ହେଲା ସ୍କୁଲକୁ ଆସୁ ନଥିଲେ। ଶିକ୍ଷୟିତ୍ରୀ ଜାଣିଲେ ଯେ, ତାଙ୍କର ଗଞ୍ଜାମ ଜିଲା ସୋରଡା ବ୍ଲକ ବଡଗଡ ଥାନା ଅଞ୍ଚଳରେ ବିବାହ ହୋଇଯାଇଛି।…

