ଆମ ଜିଲା ଖବର

ଟଙ୍କା ଠକେଇ ଘଟଣା: ମିଳିଛି ଫୁଟେଜ୍‌, ଅଭିଯୁକ୍ତଙ୍କୁ ଧରିପାରୁନି ପୋଲିସ

ବ୍ରହ୍ମପୁର ଅଫିସ,୧୮ା୧୨- ବ୍ରହ୍ମପୁର ଟାଉନ ଥାନା ମିଲିଟାରୀ ଲାଇନ୍‌ରେ ଥିବା କାନାରା ବ୍ୟାଙ୍କରୁ ଦୁର୍ବୃତ୍ତମାନେ ଜୁଲାଇ ୬ରେ ଜଣେ ଜମାକାରୀଙ୍କଠାରୁ ୧୮ ହଜାର ଟଙ୍କା ଠକି ନେଇଥିଲେ। ଜମାକାରୀ ଶିବରାମ ସାହୁ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ…

ଲମ୍ବୁଛି ଜାଲ ଶିକ୍ଷକଙ୍କ ତାଲିକା,ପୁଣି ଧରାପଡ଼ିଲେ ଆଉ ୫ ନକଲି ଶିକ୍ଷକ

ବ୍ରହ୍ମପୁର ଅଫିସ,୧୮ା୧୨- ଗଞ୍ଜାମ ଜିଲାରେ ଲମ୍ବିବାରେ ଲାଗିଛି ନକଲି ଶିକ୍ଷକଙ୍କ ତାଲିକା। ନିଯୁକ୍ତି ବେଳେ ନକଲି ଶିକ୍ଷାଗତ ସାର୍ଟିଫିକେଟ୍‌ ଦାଖଲ କରିଥିବା ଶିକ୍ଷୟିତ୍ରୀ ଶିକ୍ଷକ ଏବେ ଶିକ୍ଷା ବିଭାଗ ପକ୍ଷରୁ ଯାଞ୍ଚ ବେଳେ ଧରାପଡୁଛନ୍ତି। ଗତ ଏକ ମାସ ମଧ୍ୟରେ ୧୬…

ନିମ୍ନମାନର ଛତୁଆ ଯୋଗାଣ ପ୍ରସଙ୍ଗ: ତଦନ୍ତ ରିପୋର୍ଟକୁ ଅପେକ୍ଷା, ନୋଟିସ୍‌ ଜାରି

ଛତ୍ରପୁର,୧୮ା୧୨(ଡି.ଏନ.ଏ)- ବେଗୁନିଆପଡ଼ା ବ୍ଲକର ଗର୍ଭବତୀ, ଶିଶୁଙ୍କୁ ନିମ୍ନମାନର ଛତୁଆ ଯୋଗାଣ ଅଭିଯୋଗ ଘଟଣା ଭିନ୍ନମୋଡ ନେଇଛି। ଜିଲାପାଳଙ୍କ ନିର୍ଦ୍ଦେଶରେ ଗଠିତ କମିଟି ବେଗୁନିଆପଡା ବ୍ଲକକୁ ଛତୁଆ ଯୋଗାଣ ଦାୟିତ୍ୱ ଦିଆଯାଇଥିବା ଖଲ୍ଲିକୋଟ ବ୍ଲକର ସ୍ବୟଂ ସହାୟିକା ଗୋଷ୍ଠୀ (ଏସ୍‌ଏଚଜି)ର ଛତୁଆ ପ୍ରସ୍ତୁତି…

ଢେଙ୍କିକୋଟ ଲ୍ୟାମ୍ପରେ ଧାନକିଣା ଆରମ୍ଭ

ଢେଙ୍କିକୋଟ, ୧୮ା୧୨(ଡି.ଏନ୍‌.ଏ.)- ଘଟଗାଁ ବ୍ଲକର ଅଗ୍ରଣୀ ଢେଙ୍କିକୋଟ ଲ୍ୟାମ୍ପରେ ମଙ୍ଗଳବାର ପୂର୍ବାହ୍ନ ୧୧ଟାବେଳେ ଚାଷୀମାନଙ୍କଠାରୁ ଧାନ କିଣା ଆରମ୍ଭ ହୋଇଛଇ। ଲ୍ୟାମ୍ପର ସଭାପତି ଈଶ୍ୱର ଚନ୍ଦ୍ର ନାୟକ, ଧାନକଣ୍ଟାକୁ ଧୂପଦୀପ ଜାଳିବା ସହ ନଡ଼ିଆ ବାଡ଼େଇ ଧାନକିଣା ଆରମ୍ଭ କରିଛନ୍ତି। ଏହି…

ଧନଞ୍ଜୟଙ୍କ ରାଜ୍ୟାଭିଷେକ

କେନ୍ଦୁଝର, ୧୮ା୧୨(ଡି.ଏନ୍‌.ଏ.)-ପିତା ଅନନ୍ତ ନାରାୟଣ ଭଞ୍ଜଦେଓଙ୍କ ପରଲୋକ ପରେ କେନ୍ଦୁଝରର ୪୯ତମ ନୂତନ ରାଜା ଭାବେ ଅଭିଷେକ ହୋଇଥିବା ଧନଞ୍ଜୟ ନାରାୟଣ ଭଞ୍ଜଦେଓ ସୋମବାର ଠାକୁରଙ୍କୁ ଦର୍ଶନ କରିବା ସହ ଅଭିଷେକ ଶୋଭାଯାତ୍ରା କରିଛନ୍ତି। କେନ୍ଦୁଝର ପୁରୁଣା ରାଜବାଟୀଠାରେ ପୂଜା ପାଉଥିବା…

ମିଳିଲାନି ଆମ୍ବୁଲାନ୍ସ, ଚାଲିଗଲା ନାବାଳିକାଙ୍କ ଜୀବନ

ଘସିପୁରା, ୧୮।୧୨ (ଡି.ଏନ.ଏ.)-ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଆମ୍ବୁଲାନ୍ସ ନ ଆସିବାରୁ ମଙ୍ଗଳବାର ଜଣେ ଗରିବ ଆଦିବାସୀ ନାବାଳିକାଙ୍କ ମୃତ୍ୟୁ ହୋଇଛି। ମୃତ ନାବାଳିକା ଜଣକ ହେଲେ ଘସିପୁରା ଥାନା ରେକୁଟିଆ ଗ୍ରାମର ଇନ୍ଦ୍ରମଣୀ ଦେହୁରୀଙ୍କ ଝିଅ ରଚନା ଦେହୁରୀ (୧୧)। ନାବାଳିକା…

ବିରଳ ବୋଡ଼ା ସାପ ଉଦ୍ଧାର

ପଦ୍ମପୁର,୧୮ା୧୨(ଡି.ଏନ୍‌.ଏ.)- ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ରାଜଘରପୋଖରୀ ପଞ୍ଚାୟତର ବୁଢ଼ା ନାୟକ ନାମକ ଜଣେ ବ୍ୟକ୍ତିଙ୍କ ବାଡ଼ିରୁ ଏକ ବିରଳ ଜାତିର ବୋଡ଼ା ସାପ ମଙ୍ଗଳବାର ଉଦ୍ଧାର କରାଯାଇଛି। ସାପଟି ବାଡ଼ିରେ ବୁଲୁଥିବାବେଳେ ଘରଲୋକେ ଦେଖି ତାକୁ କୌଶଳକ୍ରମେ ଜାଲ…

‘ଗ୍ରାମାଞ୍ଚଳ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ କରାଯିବ’

ଭଦ୍ରକ ଅଫିସ, ୧୮ା୧୨- ଗ୍ରାମାଞ୍ଚଳରେ ଶିକ୍ଷା ଭିତ୍ତିଭୂମିକୁ ଅଧିକ ସୁଦୃଢ କରାଯିବ। ଏଥିଲାଗି ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଗ୍ରାମାଞ୍ଚଳ ଶିଶୁଙ୍କୁ ଶିକ୍ଷାଭିମୁଖୀ କରିବା ସକାଶେ ଅଧିକ ସ୍କୁଲ ଖୋଲିବା ସହ ଗରିବ ପିଲାଙ୍କ ପାଇଁ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା…

ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ଜୟନ୍ତୀକୁ ସରକାରୀ ଛୁଟି ଘୋଷଣା ଲାଗି ଦାବିପତ୍ର

ବାରିପଦା ଅଫିସ,୧୮ା୧୨- ଓଡ଼ିଆ ଭାଷାକୁ ସମୃଦ୍ଧ କରିବା ସହ ଭାଷା ଭିତ୍ତିକ ଉତ୍କଳ ପ୍ରଦେଶ ଗଠନରେ ମୟୂରଭଞ୍ଜ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ଅବଦାନ ଅତୁଳନୀୟ। ଏହା ସହିତ ରାଜ୍ୟବାସୀଙ୍କୁ ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗାଇଦେବା ଲକ୍ଷ୍ୟରେ କଟକରେ ଏସସିବି ମେଡିକାଲ…

ମଧ୍ୟାହ୍ନଭୋଜନ ପାଚିକା ସଂଘର ବିକ୍ଷୋଭ

ବାରିପଦା ଅଫିସ,୧୮ା୧୨- ମଧ୍ୟାହ୍ନଭୋଜନ ପାଚିକା ସଂଘର କର୍ମକର୍ତ୍ତାମାନେ ମଙ୍ଗଳବାର ୭ ଦଫା ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସିଆଇଟିୟୁ ଜିଲା ସାଧାରଣ ସମ୍ପାଦକ ଅମଲ ଦେଙ୍କ ନେତୃତ୍ୱରେ ଶତାଧିକ ପାଚିକା ବାରିପଦା ରେଳ ଷ୍ଟେଶନରୁ ଏକ…

ଦରଜି ଗାଁ ଗୋବର୍ଦ୍ଧନପୁର

ଜଳେଶ୍ୱର, ୧୮।୧୨-ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ କୋଟସାହି ପଞ୍ଚାୟତର ଦରଜି ଗଁା ଭାବେ ପରିଚିତ ଗୋବର୍ଦ୍ଧନପୁର। ଏଠାରେ ପାଖାପାଖି ୪୦୦ ପରିବାର ବସବାସ କରନ୍ତି। ଆଉ ସମସ୍ତେ ଯୋଗୀ ସମ୍ପ୍ରଦାୟର। ସିଲେଇ ସେମାନଙ୍କ କୁଳ ବେଉସା। ଏବେ ଗାଁର ୩୦୦ ପରିବାର…

ଗୁଡ଼ି ସୂତାରେ ଯୁବକଙ୍କ ଗଳା କଟିଲା

କଟକ ଅଫିସ, ୧୭ା୧୨: କଟକ ସହରରେ ପ୍ରଶାସନ ପକ୍ଷରୁ କିଛିବର୍ଷ ହେବ ମାଞ୍ଜାସୂତା ଉପରେ କଟକଣା ଲଗାଯାଇଛି। ହେଲେ ଏହି କଟକଣାକୁ ଲୋକେ ମାନୁ ନାହାନ୍ତି। ଖୁଲମଖୁଲା ମାଞ୍ଜାସୂତାରେ ଗୁଡ଼ି ଉଡ଼ା ଚାଲିଛି। ଫଳରେ ଲୋକେ ମାଞ୍ଜାସୂତାର ଶିକାର ହେଉଛନ୍ତି। ମଙ୍ଗଳବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?