ଆମ ଜିଲା ଖବର

ସ୍ବର୍ଗଦ୍ୱାରର ହଟିଲା ବିଜୁ ବାବୁଙ୍କ ସମାଧିପୀଠ

ପୁରୀ ଅଫିସ,୧୯।୧୨: ପୁରୀ ସ୍ବର୍ଗଦ୍ୱାରରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସମାଧି ପୀଠକୁ ହଟାଇ ଦିଆଯାଇଛି। ବୁଧବାର ରାତିରେ ପ୍ରଶାସନ ପକ୍ଷରୁ ଏହି ସ୍ମୃତିପୀଠକୁ ଉଚ୍ଛେଦ କରାଯାଇଛି। ସ୍ବର୍ଗଦ୍ୱାରର ପୁନରୁଦ୍ଧାର କାମ ପାଇଁ ସରକାରଙ୍କ ପକ୍ଷରୁ ୫ କୋଟି ଟଙ୍କା…

ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌: ଉଚ୍ଛେଦ ପ୍ରକ୍ରିୟା ଜାରି, ବାସେଳିସାହି ମୌଜାରେ ଭଙ୍ଗା ଯାଉଛି କୋଠା

ପୁରୀ ଅଫିସ,୧୯।୧୨: ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ବୁଧବାର ଗଡ଼ନ୍ତି ଛକରେ ଥିବା ଦୁଇଟି ଲଜ୍‌ ଓ ଗୋଟିଏ ବ୍ୟକ୍ତିଗତ କୋଠା ଭଙ୍ଗା ଯାଇଥିବା ବେଳେ ଗୁରୁବାର ଶ୍ରୀମନ୍ଦିର ପଶ୍ଚିମ ପାର୍ଶ୍ୱସ୍ଥିତ ବାସେଳିସାହି ମୌଜାର ଏକ ତିନି…

ହାତୀ ଗୋଡ଼ାଇବା ବେଳେ କୂଅରେ ପଡ଼ି ବୃଦ୍ଧଙ୍କ ଜୀବନଗଲା

ଠାକୁରମୁଣ୍ଡା,୧୯।୧୨(ଡି.ଏନ୍‌.ଏ.) : ହାତୀମାନଙ୍କ କବଳରୁ ରକ୍ଷା ପାଇବାକୁ ଯାଇ ଜଣେ ବୃଦ୍ଧ ଦୌଡ଼ିବା ବେଳେ କୂଅରେ ପଡ଼ି ମୃତ୍ୟୁ ଘଟିଛି। ମୃତ ବୃଦ୍ଧ ଜଣକ ହେଉଛନ୍ତି ମୟୂରଭଞ୍ଜ ଜିଲା କରଞ୍ଜିଆ ବ୍ଲକ ଅନ୍ତର୍ଗତ ବାଟଗୌଡ଼ଗାଁର ଦ୍ୱାରୀ ନାଏକ (୬୫)। କରଞ୍ଜିଆ ବନଖଣ୍ଡ…

କଟକରେ ଭାଇଚାରା ସବୁବେଳେ ମିଳିବ

କଟକ ସହ ସମ୍ପର୍କ ଯୋଡ଼ିବା ଲୋକେ ଖୁବ୍‌ କମ୍‌। ହେଲେ ଯିଏ ସମ୍ପର୍କ ଯୋଡ଼ିଛି ସେ ଏହାର ଅସଲି ମଜା ପାଇଛି। ଏହି ସହର ଓ ସହରବାସୀଙ୍କୁ ଭୁଲିବାର ପ୍ରଶ୍ନ ଉଠେନି। ଏ ମାଟିର ବାସ୍ନାରେ ଭରି ରହିଥିବା ଭାଇଚାରାକୁ ନିଭେଇବା…

ରାଜ୍ୟ ସ୍ବାର୍ଥ ଲାଗି ପଦଯାତ୍ରାରେ ସତ୍ୟବ୍ରତ, ଭଟଲି ବିଡିଓଙ୍କୁ ଭେଟି ପ୍ରଦାନ କଲେ ଦାବିପତ୍ର

ଭଟଲି,୧୯।୧୨(ଡି.ଏନ୍‌.ଏ.): ବରଗଡ଼-ଭଟଲି ମୁଖ୍ୟରାସ୍ତାରେ ପହଞ୍ଚିଛନ୍ତି ରାଜ୍ୟର ସ୍ବାର୍ଥ ଲାଗି ପଦଯାତ୍ରାରେ ବାହାରିଥିବା ଜଗତସିଂହପୁର ଜିଲା ବାଲିକୁଦା ବ୍ଲକ୍‌ ଅନ୍ତର୍ଗତ ଭଗବାନସିନ୍ଧୋଳ ଗ୍ରାମର ସତ୍ୟବ୍ରତ ଦାସ(୨୮)। ସେ ଗତ ଜୁଲାଇ ୧୦ ତାରିଖରୁ ଯାଜପୁର ଜିଲା ବଡ଼ଚଣା ବ୍ଲକ୍‌ରୁ ନିଜର ପଦଯାତ୍ରା ଆରମ୍ଭ…

ସିଏଏକୁ ବିରୋଧ, ସମ୍ବଲପୁରରେ ବିକ୍ଷୋଭ

ସମ୍ବଲପୁର,୧୯।୧୨(ବ୍ୟୁରୋ): ସଂଶୋଧିତ ନାଗରିକତ୍ୱ ଆଇନ ସିଏଏ ଓ ଏନ୍‌ଆରସିକୁ ବିରୋଧ କରି ସମ୍ବଲପୁରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଭୀମ ଆର୍ମି ପକ୍ଷରୁ ଏହି ବିକ୍ଷୋଭ କରାଯାଉଛି। ଧନୁପାଲି ଥାନା ସୁନାପାଲି ଅଞ୍ଚଳରୁ ଏକ ରାଲି ବାହାରି ବୁଥାପଡ଼ାରେ ପହଞ୍ଚତ୍ଥିଲା। ବିନା ଅନୁମତିରେ…

ଯୁବକଙ୍କ ତଣ୍ଟି କାଟିବା ପରେ ପଥରରେ ଛେଚି ହତ୍ୟା

ବଣାଇଁ,୧୯।୧୨(ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା ବଣାଇଁ ଥାନା ଅନ୍ତର୍ଗତ କେନ୍ଦ୍ରୀକଳା ନିକଟରେ ଗୁରୁବାର ସକାଳେ ଜଣେ ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ମିଳିବା ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ମୃତ ଯୁବକ ହେଲେ ଅନିଲ ମୁଣ୍ଡା ଓ ତାଙ୍କ ଘର…

ଆସନ୍ତା ୨୨ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ଦିନିକିଆ: କାଉଣ୍ଟରରେ ଚାଲିଛି ଟିକେଟ ବିକ୍ରି, ରାତିରୁ ଲାଗିଛି ଲମ୍ବା ଲାଇନ

କଟକ ଅଫିସ,୧୯।୧୨: ଆସନ୍ତା ୨୨ ତାରିଖରେ ବାରବାଟୀରେ ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ୩ୟ ଏକଦିବସୀୟ ତଥା ନିର୍ଣ୍ଣାୟକ କ୍ରିକେଟ ମ୍ୟାଚ୍‌ ଅନୁଷ୍ଠିତ ହେବ। ଏଥିପାଇଁ ଉଭୟ ଦଳ ଗୁରୁବାର ମଧ୍ୟାହ୍ନରେ ଭୁବନେଶ୍ୱରରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି। ଅପରପକ୍ଷେ ସକାଳୁ ଷ୍ଟାଡିୟମର…

ଇତିହାସ ଅଧ୍ୟାପକ ପରୀକ୍ଷା ବାତିଲ୍‌ କଲେ ହାଇକୋର୍ଟ: ସାନି ପରୀକ୍ଷା ପାଇଁ ଆଦେଶ

କଟକ ଅଫିସ, ୧୯।୧୨ : ଅଣଅନୁଦାନପ୍ରାପ୍ତ କଲେଜଗୁଡ଼ିକ ନିମନ୍ତେ ୮୧ଟି ଇତିହାସ ଅଧ୍ୟାପକ ପଦବୀ ପାଇଁ ଗତ ମାର୍ଚ୍ଚ ୧୦ ତାରିଖରେ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ମାତ୍ର ପ୍ରଶ୍ନପତ୍ରରେ ବ୍ୟାପକ ତ୍ରୁଟି ରହିଥିଲା। ଏ ନେଇ ଅଭିଯୋଗ ହୋଇଥିଲେ ମଧ୍ୟ…

୨ ସେବା ସମବାୟ ସମିତିରେ ଖୋଲିଲା ଧାନମଣ୍ଡି: ଚାଷୀଙ୍କୁ ହଇରାଣ ନ କରିବାକୁ ନିର୍ଦ୍ଦେଶ

ବଡମ୍ବା,୧୯।୧୨(ଡି.ଏନ୍‌.ଏ): ବଡମ୍ବା ବ୍ଲକ୍‌ ଅନ୍ତର୍ଗତ ଗୋପପୁର ଓ ବଡମ୍ବା ସେବା ସମବାୟ ସମିତି ଆନୁକୂଲ୍ୟରେ ବୁଧବାର ଧାନମଣ୍ଡି ଉଦ୍‌ଘାଟିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବଡମ୍ବା ଓ ଗୋପପୁରରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥିଭାବେ ବଡମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର ଯୋଗଦେଇଥିଲେ ।…

ହାତୀ ଉପଦ୍ରବ, ଲୋକେ ଆତଙ୍କିତ

ଖୁଣ୍ଟୁଣୀ/ ଚୌଦ୍ୱାର, ୧୯।୧୨(ଡି.ଏନ୍‌.ଏ.):ଖୁଣ୍ଟୁଣୀ ଥାନା ଅଧୀନ ଡାଳଭାଗ ଓ ତଳଗଡ଼ ଗ୍ରାମରେ ହାତୀପଲ ପଶି ଫସଲ ନଷ୍ଟ କରିବା ସହ ଧାନ, ପନିପରିବା ଖାଇଦେଇଛନ୍ତି। ଡାଳଭାଗ ଗ୍ରାମର ନିଧି ମହାନ୍ତିଙ୍କ ବାରିରୁ ୬୦ ହଳା ଓ ଲକ୍ଷ୍ମୀଧର ମହାନ୍ତିଙ୍କ ବାରିରୁ ୪୦…

କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ରି-ବିଡିଂ ବୈଠକ: ‘କମ୍ପାନୀ ହାତକୁ ଯିବାକୁ ଲାଗିବ ୨ ମାସ’

କଟକ ଅଫିସ,୧୯।୧୨: କଟକ ମହାନଗର ନିଗମ(ସିଏମ୍‌ସି)ର କଠିନ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଆହୁତ ଗ୍ଲୋବାଲ ଟେଣ୍ଡରର ବୁଧବାର ପ୍ରି-ବିଡିଂ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୭ଟି କମ୍ପାନୀର ପ୍ରାୟ ୧୨ଜଣ ପ୍ରତିନିଧି ଯୋଗଦେଇଥିଲେ। ଆସନ୍ତା ୧୪ତାରିଖରେ ଟେକ୍ନିକାଲ ବିଡ୍‌ ବୈଠକ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?