ଆମ ଜିଲା ଖବର

ମଲିପଶି ଭଲିବଲ୍‌ ଟୁର୍ନାମେଣ୍ଟ: ପଣ୍ଡୁଆ ଚାମ୍ପିୟନ

ଢେଙ୍କିକୋଟ,୬।୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ପାଟଣା ବ୍ଲକ ମଶୁଆରୀ ପଞ୍ଚାୟତ ଅଧୀନ ମଲିପଶି ଗ୍ରାମରେ ଉଦ୍ୟେକ୍ତା ହରିହର ରଣାଙ୍କ ନେତୃତ୍ୱରେ ରବିବାର ଦିନିକିଆ ଭଲିବଲ୍‌ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ପାଟଣା ବିଧାୟକ ଜଗନ୍ନାଥ ନାଏକ, ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ନାୟକ, ସରପଞ୍ଚ ଉମାମଣି…

୧୩ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ

ବାଲିଗୁଡା,୬।୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ୧୩୫ ଏକର ଜମିରେ ଚାଷ କରାଯାଇଥିବା ବେଆଇନ ଗଞ୍ଜେଇ ଗଛକୁ ସୋମବାର ପୋଲିସ କାଟି ନଷ୍ଟ କରିଛି। କନ୍ଧମାଳ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ବାଲିଗୁଡ଼ା ପୋଲିସ ଓ ଅବକାରୀ ବିଭାଗର…

ବିହନ ନିଗମ ଅଧ୍ୟକ୍ଷଙ୍କ ଡାବୁଗାଁ ଗସ୍ତ: ବୁଲି ଦେଖିଲେ କାରଖାନା

ଡାବୁଗାଁ,୬।୧(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମାସ୍ଥିତ ଡାବୁଗାଁ ବିହନ ନିରଳୀକରଣ କାରଖାନାକୁ ଓଡ଼ିଶା ରାଜ୍ୟ ବିହନ ନିଗମର ଅଧ୍ୟକ୍ଷ ଇଂ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ ସୋମବାର ଗସ୍ତ କରିଛନ୍ତି । ଅଧ୍ୟକ୍ଷ ନିଗମର କାରଖାନା ବୁଲି ଦେଖିବା ସହ…

ବେଆଇନ ରାସ୍ତା, ଇଟାଭାଟି ନିର୍ମାଣକୁ ବିରୋଧ କଲେ ମହିଳା

ମହାକାଳପଡ଼ା,୬।୧(ଡି.ଏନ୍‌.ଏ.) : କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଉପକୂଳ ଅଞ୍ଚଳର ପାର୍ଶ୍ୱ ଗ୍ରାମ ମଧ୍ୟରେ ବେଆଇନ ରାସ୍ତା ଏବଂ ଇଟାଭାଟି ନିର୍ମାଣକୁ ସ୍ଥାନୀୟ ମହିଳାମାନେ ବିରୋଧ କରିଛନ୍ତି। ସୂଚନାଯୋଗ୍ୟ, ଖରିନାସୀ ଗ୍ରାମର ୬ ଓ ୧୪ ନଂ ଓ୍ବାର୍ଡର ୧୦୦ରୁ…

ତେଲକୋଇରେ ହାତୀ ଆତଙ୍କ

କେନ୍ଦୁଝର, ୬।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ବନାଞ୍ଚଳ ଅଧୀନସ୍ଥ ଖୁଣ୍ଟାପଡା ଗାଁରେ ହାତୀ ଉପଦ୍ରବ ଦେଖାଯାଇଛି। ୫ ଟିକିଆ ହାତୀପଲ ଗାଁରେ ପଶି ଖଳାରେ ଥିବା ଧାନକୁ ଖାଇବା ସହ ଧାନ ଜଗିବା ପାଇଁ ଥିବା ମଞ୍ଚାକୁ ଭାଙ୍ଗି ଦେଇଛନ୍ତି। ମଞ୍ଚାରେ…

ମହିଳାଙ୍କଠାରୁ ୫୨ ହଜାର ଟଙ୍କା ଝାମ୍ପି ନେଲେ ଦୁର୍ବୃତ୍ତ

କେନ୍ଦୁଝର,୬।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଟାଉନ ଥାନା ଅନ୍ତର୍ଗତ ନରଣପୁରସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆରୁ ଟଙ୍କା ନେଇ ଆସୁଥିବା ଜଣେ ମହିଳାଙ୍କଠାରୁ ଟଙ୍କା ଲୁଟ୍‌ ଅଭିଯୋଗ ହୋଇଛି। ସମ୍ପୃକ୍ତ ମହିଳା ଜଣଙ୍କ ହେଲେ ସବିତା ନାୟକ। ତାଙ୍କ ଘର ହଳଦିଆ ଟାଙ୍ଗିରି ବୋଲି…

ନିଖୋଜ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର, ପରିବାର ଲୋକଙ୍କ ହତ୍ୟା ଅଭିଯୋଗ

ପାରାଦ୍ୱୀପ, ୬।୧(ସ୍ବ.ପ୍ର): ପାରାଦ୍ୱୀପ ମାଛଧରା ବନ୍ଦର ପୋତାଶ୍ରୟରେ ସୋମବାର ଜଣେ ନିଖୋଜ ମତ୍ସଜୀବୀଙ୍କ ମୃତଦେହ ଉଦ୍ଧାର କରିଛି ମେରାଇନ୍‌ ପୋଲିସ୍‌ । ସେ ହେଲେ ଭଦ୍ରକ ଜିଲାର ଉପେନ୍ଦ୍ର ପରିଜା(୪୦)। ଗତ ୧ ତାରିଖରୁ ସେ ନିଖୋଜ ଥିଲେ ବୋଲି ଅଭିଯୋଗ…

ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ

ପୁରୀ ଅଫିସ୍‌, ୬।୧: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟମାନେ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ସହ ଆଲୋଚନା କରିଛନ୍ତି। ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ନେତୃତ୍ୱରେ କମିଟି ସଦସ୍ୟ ଗୋବର୍ଦ୍ଧନ ମଠରେ ପହଞ୍ଚି…

୨୧ରେ ସିଏଏ ସପକ୍ଷରେ ରାଲି

କେନ୍ଦୁଝର,୬।୧(ସ୍ବ.ପ୍ର.): ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ପରିପ୍ରେକ୍ଷୀରେ କେନ୍ଦୁଝର ଭାଜପା ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ସୋମବାର ଅନୁଷ୍ଠିତ ହୋଇଯାଇଛି। ଜିଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାସ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି,…

ବରିଷ୍ଠ କଂଗ୍ରେସ ନେତା ଅରୁଣ ରାଉତ ଦଳରୁ ବହିଷ୍କୃତ

ରାଜନଗର, ୬।୧(ଡି.ଏନ.ଏ): କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକ କଂଗ୍ରେସ କମିଟିର ବରିଷ୍ଠ ନେତା ତଥା ପୂର୍ବତନ ଜିଲା ପରିଷଦ ସଭ୍ୟ ଅରୁଣ କୁମାର ରାଉତଙ୍କୁ ଦଳରୁ ବହିଷ୍କୃତ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟରେ ସମ୍ପୃକ୍ତ ଥିବାରୁ ପ୍ରଦେଶ କଂଗ୍ରେସ କମିଟି ସଭାପତି…

ସିଏଏ ସମର୍ଥନରେ ବାହାରିଲା ପଦଯାତ୍ରା

ଅନୁଗୋଳ ଅଫିସ୍‌, ୬।୧: ସଂଶୋଧିତ ନାଗରିକତ୍ୱ ଆଇନ(ସିଏଏ)କୁ ସମର୍ଥନ କରି ଅନୁଗୋଳ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଗାନ୍ଧୀ ଛକରୁ ଏହି ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଛି। ଅନୁଗୋଳର…

ରାସ୍ତାକଡରୁ ମିଳିଲା ଟିଫିନ୍‌ ବୋମା

ନବରଙ୍ଗପୁର,୬।୧(ବି.ପ୍ର): ନବରଙ୍ଗପୁର ଜିଲା ରାଇଘର ଥାନା ସରଗୁଲି ଗ୍ରାମର ରାସ୍ତାକଡରୁ ଦୁଇଟି ଜୀବନ୍ତ ଟିଫିନ ବୋମା ଉଦ୍ଧାର କରାଯାଇଛି। ପୋଲିସ ବୋମା ନିଷ୍କ୍ରିୟକାରୀ ଦଳ ସହ ଘଟଣାସ୍ଥଳରେ ପହଞ୍ଚିଛି। ସେଠାରେ ଏବେ ବୋମା ନିଷ୍କ୍ରିୟ ପାଇଁ ଉଦ୍ୟମ ଜାରି ରହିଛି। ଟିଫିନ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?