ଶ୍ରୀକ୍ଷେତ୍ରରେ ରହିଛି ଲାହୋର ସାଧୁଙ୍କ ମଠ

ପୁରୀ ଅଫିସ,୧୭ା୨: ଶ୍ରୀକ୍ଷେତ୍ରରେ ରହିଛି ଲାହୋର(ପାକିସ୍ତାନ) ସାଧୁଙ୍କ ମଠ। ଏକଦା ମହାପ୍ରଭୁଙ୍କ ସାନ୍ନିଧ୍ୟ ପାଇବା ପାଇଁ ଜଗନ୍ନାଥ ଧାମକୁ ଚାଲି ଆସିଥିବା ବାଳକ ରାମ ଦାସ ଆଉ ଲାହୋର ଫେରି ନ ଥିଲେ। ସେ ତିଆରି କରିଥିଲେ ଏକ ମଠ, ଯାହାକି ବାଳକ ରାମଦାସ ମଠ ନାମରେ ଏବେ ବି ତିଷ୍ଠି ରହିଛି। ଏହି ମଠ ଏବେ ପାଲଟିଛି ହରି-ହରଙ୍କ ଉପାସନାର ମିଳନ କ୍ଷେତ୍ର।
ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ର କୁହନ୍ତି, ଭାରତରେ ସାଂସ୍କୃତିକ ସଂହତିର ଭାବଧାରା ଖୁବ୍‌ ସୁଦୃଢ଼ ଥିଲା। ଅଖଣ୍ଡ ଭାରତବର୍ଷର ବିଭିନ୍ନ ପ୍ରାନ୍ତରୁ ସାଧୁସନ୍ଥ, ସନ୍ନ୍ୟାସୀ ଓ ମହାପୁରୁଷମାନେ ଜଗନ୍ନାଥ ଧାମକୁ ଆସି ମହାପ୍ରଭୁଙ୍କୁ ଇଷ୍ଟ ଭାବେ ଗ୍ରହଣ କରିଥିଲେ। ଗଜପତିଙ୍କ ଅନୁମତିକ୍ରମେ ନିଜ ନିଜର ଆସ୍ଥାନ କରି ସାଂସ୍କୃତିକ ପ୍ରବାହରେ ନିଜକୁ ସାମିଲ କରିଥିଲେ। ଏମାନଙ୍କ ମଧ୍ୟରୁ ଲାହୋରରୁ ଆସିଥିବା ବାଳକ ରାମ ଦାସ ଥିଲେ ଜଣେ ସିଦ୍ଧ ସାଧକ। ଏକ ବ୍ରାହ୍ମଣ ପରିବାରରେ ତାଙ୍କର ଜନ୍ମ ହୋଇଥିଲା। ପିଲାବେଳୁ ସଂସାର ପ୍ରତି ଅନାସକ୍ତ ହୋଇ ତାଙ୍କୁ ଘର ଛାଡ଼ିବାକୁ ପଡ଼ିଲା। ଅରଣ୍ୟରେ ବୁଲି ବୁଲି ରାମନାମ ଜପ କରି ସିଦ୍ଧି ଲାଭ ପରେ ବାଳକ ରାମ ଦାସ ରୂପେ ପରିଚିତ ହୋଇଥିଲେ। ସିଦ୍ଧ ସାଧୁ ରାମ ଦାସ ଅଖଣ୍ଡ ଭାରତବର୍ଷର ଏକାଧିକ ତୀର୍ଥ ଏବଂ ଧାମ ପରିଭ୍ରମଣ କରିଥିଲେ ମଧ୍ୟ କେଉଁଠି ତାଙ୍କ ମନ ମାନି ନ ଥିଲା। ଅନ୍ତରରେ ଅଭିଳାଷ ଥିଲା, ସେ ଥରେ ଜଗନ୍ନାଥ ଧାମକୁ ଯିବେ। ଗୁରୁଙ୍କଠାରୁ ଶୁଣିଥିଲେ ସାକ୍ଷାତ୍‌ ବ୍ରହ୍ମ କଳିଯୁଗରେ ବିଜେ କରିଛନ୍ତି ଶ୍ରୀଜଗନ୍ନାଥ ଧାମରେ। ତେଣୁ ଶିଷ୍ୟମାନଙ୍କ ସହିତ ସେ ଦିଲ୍ଲୀ ଦେଇ ଶ୍ରୀକ୍ଷେତ୍ର ଆସୁଥିଲେ। ଦିଲ୍ଲୀ ରାସ୍ତାରେ ବୈଷ୍ଣବ ବାଜା ବଜାଇ ଶିଷ୍ୟ ପଲଟନ ଧରି ଶୋଭାଯାତ୍ରା କଲାବେଳେ ମୋଗଲ ବାଦଶାହଙ୍କ ପାଖରେ କଥା ପହଞ୍ଚତ୍ଥିଲା। ମୋଗଲ ବାଦଶାହ ଫତୱା ଜାରି କରିଥିଲେ ଯେ, ଜଣେ ଫକୀର ବାଜା ବଜାଇ ଶିଷ୍ୟମାନଙ୍କୁ ନେଇ ଶୋଭାଯାତ୍ରା କରିପାରିବେ ନାହିଁ। ରାମ ଦାସଙ୍କୁ ଏହି କଥା ବହୁତ ବାଧିଥିଲା। ସେ ବାଦଶାହଙ୍କୁ ନିଜ ପରାକ୍ରମ ଦେଖାଇବା ପାଇଁ ଦିଲ୍ଲୀ ସହରକୁ ପାଣିରେ ବୁଡ଼ାଇବାକୁ ଉଦ୍ୟମ କରିଥିଲେ। ଏଥିରେ ବାଦଶାହା ଭୟଭୀତ ହୋଇ ତାଙ୍କୁ କ୍ଷମା ମାଗିଲେ ଏବଂ ଢେର ଧନରତ୍ନ ଦେଇ ଜଗନ୍ନାଥ ଧାମରେ ପହଞ୍ଚତ୍ବା ଲାଗି ସୁବନ୍ଦୋବସ୍ତ କରିଥିଲେ। ଏ ସମ୍ପର୍କରେ ପ୍ରାଚୀନ ପୁସ୍ତକ ‘ଦାର୍ଢ୍ୟତା ଭକ୍ତି’ରେ ଉଲ୍ଲେଖ ରହିଥିବା ମିଶ୍ର କହିଛନ୍ତି। ବାଳକ ରାମ ଦାସ ପୁରୀରେ ପହଞ୍ଚତ୍ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ଶ୍ରୀଦିବ୍ୟ ଦର୍ଶନ ତାଙ୍କୁ ବିମୋହିତ କଲା। ଆଉ ଛାଡ଼ି ପାରିଲେନି ଏହି କ୍ଷେତ୍ର। ରହିବା ପାଇଁ ଇଚ୍ଛା ହେଲା, ଗଜପତିଙ୍କୁ ଜଣାଇଲେ। ଗଜପତି ଆସ୍ଥାନଟିଏ ଖଞ୍ଜିଦେଲେ ଗୁଣ୍ଡିଚା ମନ୍ଦିରର ଉତ୍ତର ପଟକୁ ଶରଧାବାଲିରେ ଥିବା ହାତୀଶାଳରେ। ସେଇଠି ସେ ମଠ ଗଢ଼ି ମହାପ୍ରଭୁଙ୍କର ଏକକ ବିଗ୍ରହ ବସାଇ ଶ୍ରୀରାମଚନ୍ଦ୍ର ରୂପେ କଳ୍ପନା କରି ପୂଜା କଲେ। ଆଉ ମହାପ୍ରଭୁଙ୍କ ସିଂହାସନ ସାମ୍ନାରେ ଶ୍ରୀରାମଚନ୍ଦ୍ରଙ୍କର ଉପାସ୍ୟ ଶ୍ରୀରାମେଶ୍ୱର ଜ୍ୟୋତିର୍ଲିଙ୍ଗ ସ୍ଥାପନ କରି ଜୀବନର ଶେଷ ପର୍ଯ୍ୟନ୍ତ ଏହି ଧାମରେ ହିଁ ବିତାଇଥିଲେ। ସେହି ଆସ୍ଥାନଟି ପ୍ରସିଦ୍ଧି ଲାଭ କରିଥିଲା ଦିଲ୍ଲୀ ବାଳକ ରାମ ଦାସ ମଠ ଭାବେ। ହରି-ହର ଉପାସନାର ମିଳନ କ୍ଷେତ୍ର ପାଲଟିଗଲା ଏହି ମଠ। ଏଠାରେ ବୈଷ୍ଣବ ଓ ଶୈବ ସହାବସ୍ଥାନର ବାର୍ତ୍ତା ବ୍ୟାପିଗଲା ସମଗ୍ର ଭାରତ ବର୍ଷରେ। ଇନ୍ଦ୍ରଦ୍ୟୁମ୍ନ ତୀର୍ଥରେ ପ୍ରତ୍ୟେକ ଦିନ ସ୍ନାନ କରି ପ୍ରଭୁଙ୍କୁ ଆରାଧନା କରିଥାନ୍ତି। ମଠରେ ଏକଦା ରାମ ଦାସ ଆରାଧନା କରିବା ସମୟରେ ସମାଧିସ୍ଥ ହୋଇଗଲେ ଏବଂ ତାଙ୍କର ଦେହାବସାନ ଘଟିଥିଲା। ତାଙ୍କ ବିଷୟରେ ‘ଦାର୍ଢ୍ୟତା ଭକ୍ତି’ ପୁସ୍ତକରୁ ଅନେକ ସୂଚନା ଉପଲବ୍ଧ ହୋଇଛି। ଶ୍ରୀଜଗନ୍ନାଥ ଧାମରେ ବର୍ତ୍ତମାନ ୨୭୪ ମଠ ଓ ଆଶ୍ରମ ମଧ୍ୟରୁ ଏହି ମଠ ଏବେ ପାକିସ୍ତାନର ଜଣେ ସାଧୁଙ୍କ ସ୍ମାରକୀ ହୋଇ ରହିଛି। ବାଳକ ରାମ ଦାସ ମଠ ସ୍ଥାପନା କରିବା ପରେ ଲାହୋର ଓ ଆଖପାଖ ଅଞ୍ଚଳରୁ ଶହ ଶହ ଭକ୍ତ ଶ୍ରୀକ୍ଷେତ୍ର ଆସିଥିଲେ। ଏହାଦ୍ୱାରା ଉଭୟ ଅଞ୍ଚଳର ସାଂସ୍କୃତିକ ଭାବଧାରା ବିକାଶ ଲାଭ କରିଥିଲା ବୋଲି ଡ. ମିଶ୍ର କହିଛନ୍ତି ।

ହେମନ୍ତ ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?