ଆମ ଜିଲା ଖବର

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ତହସିଲ କାର୍ଯ୍ୟାଳୟର ବରିଷ୍ଠ କିରାଣି

ମହାକାଳପଡ଼ା,୨୪।୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ତହସିଲ କାର୍ଯ୍ୟାଳୟର ବରିଷ୍ଠ କିରାଣି ସୋମବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ହେଲେ ଚନ୍ଦ୍ରଶେଖର ହାଁସଦା । ନୀଳକଣ୍ଠପୁରର ଦିଲୀପ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡିରୁ ୨୦ ହଜାର ଟଙ୍କାର ଚେକ୍‌ ଆସିଥିଲା। ଏହି ଚେକ୍‌…

ବାର୍‌ହା ଆକ୍ରମଣରେ ୨ ଗୁରୁତର

ମହାକାଳପଡ଼ା,୨୪।୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଖରିନାସୀ ହରିଆବାଙ୍କ ଗାଁରେ ବାର୍‌ହା ଆକ୍ରମଣରେ ଦୁଇ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ଚିକିତ୍ସା ପାଇଁ କେନ୍ଦ୍ରାପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି। ଧାନଖଳାରେ କାମ କରୁଥିବା ବେଳେ ଜଙ୍ଗଲୀ ବାର୍‌ହା ତାଙ୍କୁ ଆକ୍ରମଣ କରିଥିଲା। ଗୁରୁତର…

କଡ଼ା ସୁରକ୍ଷାରେ ମାଟ୍ରିକ ପରୀକ୍ଷା: କାମାକ୍ଷାନଗରର ୧୧ଟି ବିଦ୍ୟାଳୟରେ ୧୪୪ ଧାରା ଜାରି

କାମାକ୍ଷାନଗର,୨୪।୨(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଖଣ୍ଡରେ ସୋମବାର ମାଟ୍ରିକ ପରୀକ୍ଷା ସୁରକ୍ଷା ଦୃଷ୍ଟିରୁ ୧୧ଟି ବିଦ୍ୟାଳୟରେ ୧୪୪ ଧାରା ଜାରି କରାଯାଇଛି। ସେଗୁଡିକ ହେଲା କାମାକ୍ଷାନଗର ବ୍ଲକର ରାୟନୃସିଂହପୁର ସିଦ୍ଧେଶ୍ବରୀ ବିଦ୍ୟାପୀଠ, ଅଁଳାବେରଣୀ କୁସୁମଯୋଡ଼ି ଉଚ୍ଚ ବିଦ୍ୟାଳୟ, ମହୁଲପାଳ ନିଗମାନନ୍ଦ ଉଚ୍ଚ…

ଜଳିଗଲା ୨୦୦ରୁ ଊର୍ଦ୍ଧ୍ୱ କାଜୁଗଛ

ମହାକାଳପଡ଼ା,୨୪।୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବାହାକୁଦ କାଜୁ ଜଙ୍ଗଲରେ ରବିବାର ବିଳମ୍ବିତ ରାତିରେ ନିଆଁ ଲାଗି ୨୦୦ରୁ ଊର୍ଦ୍ଧ୍ୱ କାଜୁ ଗଛ ଜଳିଯାଇଛି। ଖବର ପାଇ ମହାକାଳପଡ଼ା ଅଗ୍ନିଶମ ବିଭାଗର ୨ଟି ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଅଗ୍ନିକାଣ୍ଡର…

ଶିକାରୀ ଗିରଫ: ଶମ୍ବର ମାଂସ, ବନ୍ଧୁକ ଜବତ

ଉଦଳା, ୨୪।୨: ମୟୂରଭଞ୍ଜ ଜିଲା ଉଦଳା ବନବିଭାଗ ପକ୍ଷରୁ ସୋମବାର ଆଠପଡ଼ା ଗ୍ରାମ ନିକଟରେ ଚଢ଼ାଉ କରାଯାଇ ଜଣେ ଶିକାରୀଙ୍କୁ ଗିରଫ କରାଯାଇଛି। ସେ ହେଲେ ଗ୍ରାମର ମୋହନ ହାଁସଦା। ତାଙ୍କ ନିକଟରୁ ୫୦ କେଜି ସମ୍ବର ମାଂସ, ଗୋଟିଏ ଦେଶୀ…

କୁଡୁପାତିଆରୁ କୁହୁଡ଼ିକୁ ଗଞ୍ଜେଇ ଚାଲାଣ: ୨ ଗିରଫ

ସୋରଡ଼ା,୨୪।୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା କଣାସ ନୂଆଗାଁ ଥାନ କୁଡୁପାତିଆରୁ ଖୋର୍ଦ୍ଧା କୁହୁଡ଼ିକୁ ଗଞ୍ଜେଇ ଚାଲାଣ ବେଳେ ପୋଲିସ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ କଣାସ ନୂଆଗାଁର ସୁଦାମ ପ୍ରଧାନ ଓ ଖଗେଶ୍ୱର ପ୍ରଧାନ। ଜବତ…

ସ୍ବର୍ଗଦ୍ୱାରରୁ ଜବରଦଖଲ ଉଚ୍ଛେଦ ଆରମ୍ଭ

ପୁରୀ ଅଫିସ, ୨୪।୨: ପୁରୀ ସ୍ବର୍ଗଦ୍ୱାରରୁ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ସୋମବାର ପୂର୍ବାହ୍ନରେ ପୌରସଂସ୍ଥା ପକ୍ଷରୁ ଏହି ଉଚ୍ଛେଦ କରାଯାଉଛି। ସମୂଦ୍ର କୂଳ ପାର୍ଶ୍ୱରେ ଥିବା ୩ଟି ଦୋକାନ ଉଚ୍ଛେଦ ସରିଛି। ତେବେ ଏକ ଧର୍ମଶାଳାର ଉଚ୍ଛେଦକୁ ନେଇ…

ବିଜେଡି ନେତ୍ରୀଙ୍କ ଆତ୍ମହତ୍ୟା ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜି

କଟକ ଅଫିସ,୨୪।୨: ବ୍ରହ୍ମପୁର ଏସ୍‌ପିଙ୍କ କାର୍ଯ୍ୟାଳୟ ପରିସରରେ ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ର ଗତ ୧୨ ତାରିଖରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଗତ ୧୯ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାର…

ମହିଳାଙ୍କୁ ଅପହରଣ ଅଭିଯୋଗ: ଥାନାରେ ୫ ଅଟକ

ଆନନ୍ଦପୁର,୨୪।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଥାନା ଶାଳପଡ଼ା ବସଷ୍ଟପ୍‌ ନିକଟରୁ ଜଣେ ମହିଳାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଆଧାର କରି ଘସିପୁରା ପୋଲିସ ୫ ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି। ଅପହୃତା ମହିଳା ଜଣକ ଯାଜପୁର ଅଞ୍ଚଳର…

ବଣାଇମୁଣ୍ଡା ହାଇସ୍କୁଲରୁ ହିନ୍ଦୀ ପ୍ରଶ୍ନପତ୍ର ଭାଇରାଲ

ପାଟଣାଗଡ଼, ୨୪।୨(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଲକ ବଣାଇମୁଣ୍ଡା ହାଇସ୍କୁଲରୁ ସୋମବାର ମାଟ୍ରିକ ହିନ୍ଦୀ ପ୍ରଶ୍ନପତ୍ର ଭାଇରାଲ ହୋଇଛି। ସୋମବାର ହିନ୍ଦୀ/ସଂସ୍କୁତ ପରୀକ୍ଷା ଚାଲିଥିଲା। ବଣାଇମୁଣ୍ଡା ହାଇସ୍କୁଲ ସେଣ୍ଟର ଉକ୍ତ ବ୍ଲକ ମରୁଆ ହାଇସ୍କୁଲରେ ପଡ଼ିଛି। ବଣାଇମୁଣ୍ଡା ସ୍କୁଲର ପିଅନ କାର୍ତ୍ତିକ…

ପିପିଲିରେ ଉପଦ୍ରବ ଘଟାଇବା ପରେ ଭୁବନେଶ୍ୱରରେ ପହଞ୍ଚିଲା ଦନ୍ତା

ଭୁବନେଶ୍ୱର, ୨୪।୨(ବ୍ୟୁରୋ): ପୁରୀ ଜିଲା ପିପିଲି ଓ ବଳଙ୍ଗା ଅଞ୍ଚଳରେ ଗତ ୩ ଦିନ ଧରି ତାଣ୍ଡବ ରଚିଥିବା ଦନ୍ତା ଏବେ ଭୁବନେଶ୍ୱରରେ। ରବିବାର ରାତିରେ ପିପିଲିରୁ ଚନ୍ଦକା ଯିବା ରାସ୍ତାରେ କଳିଙ୍ଗ ବିହାରରେ ଥିବା ଏମ୍‌ସିଏଲ ଗାର୍ଡେନ ଭିତରେ ହାତୀଟି…

ଶର୍ଟସର୍କିଟରୁ ଜଳିଗଲା କୁକୁଡ଼ା ଫାର୍ମ, ୫ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ

ମହାକାଳପଡ଼ା,୨୪।୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅଧୀନ ବଉଳକଣି ପଞ୍ଚାୟତର ଛପାଲି-ବଡ଼ତୋଟା ଗ୍ରାମର ଏକ କୁକୁଡ଼ା ଫାର୍ମରେ ସୋମବାର ସକାଳେ ଶର୍ଟସର୍କିଟି ଯୋଗୁ ନିଆଁ ଲାଗି ୫ ଲକ୍ଷ ଟଙ୍କାର ସମ୍ପତ୍ତି ଜଳିଯାଇଛି। ଏହି ଅଗ୍ନିକାଣ୍ଡରେ ୪ ହଜାର ୮୦୦ କୁକୁଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?