ଆମ ଜିଲା ଖବର

ବ୍ୟାଙ୍କ ନିକଟରୁ ଡିକି ଭାଙ୍ଗି ୧ଲକ୍ଷ ୬୦ ହଜାର ଲୁଟିନେଲେ ଦୁର୍ବୃତ୍ତ

ରସୁଲପୁର,୧୭।୨(ଡି.ଏନ୍‌.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ଅଧୀନ କୁଆଖିଆ ବଜାରରେ ଥିବା କଟକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ନିକଟରୁ ସୋମବାର ଅପରାହ୍ନରେ ଲୁଟ୍‌ ହୋଇଛି। ପ୍ରଥମାଖଣ୍ଡ ପ୍ରାଥମିକ କୃଷି ସେବା ସମବାୟ ସମିତିର ସମ୍ପାଦକ ପ୍ରଶାନ୍ତ କୁମାର ସାହାଣୀ ଟଙ୍କା ଜମା…

ପରୀକ୍ଷଣ ପରେ ବୈତରଣୀ ବ୍ୟାରେଜର ଖୋଲାଗଲା ଦୁଇଟି ଗେଟ୍‌

ଆନନ୍ଦପୁର,୧୭।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବୈତରଣୀ ନଦୀ ବ୍ୟାରେଜର ଦୁଇଟି ଗେଟ୍‌ ସୋମବାର ମଧ୍ୟାହ୍ନରେ ଖୋଲାଯାଇ ଜଳ ନିଷ୍କାସନ ପ୍ରକ୍ରିୟା ଆରମ୍ଭ ହୋଇଛି। ମାତ୍ର ୪ ଇଞ୍ଚ ଏହି ଦୁଇଟି ଗେଟ୍‌ ଖୋଲାଯାଇଥିବା ଯୋଗୁ ତଳିଆ ଅଞ୍ଚଳ ଲୋକଙ୍କ ପାଇଁ କୌଣସି…

ସ୍କୁଲ ଛାତ୍ରଙ୍କୁ ବହି ବୁହାଇବା ପଡ଼ିଲା ମହଙ୍ଗା: ପ୍ରଧାନଶିକ୍ଷକ ନିଲମ୍ବିତ

ବସ୍ତା,୧୭।୨(ଡି.ଏନ.ଏ): ସ୍କୁଲ ଛାତ୍ରଙ୍କୁ ସାଇକେଲରେ ବହି ବୁହାଇବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏ ନେଇ ବିଦ୍ୟାଳୟର ପ୍ରଧାନଶିକ୍ଷକ ହରିପଦ ଜେନାଙ୍କୁ ନିଲମ୍ବିତ କରାଯାଇଛି। ବସ୍ତା ବ୍ଲକ ମୂଳିଦା ସତ୍ୟବାଦୀ ଉ.ପ୍ରା. ବିଦ୍ୟାଳୟର ପ୍ରଧାନଶିକ୍ଷକ ହରିପଦ ଜେନା ବିଦ୍ୟାଳୟର ୩ଜଣ ପିଲାଙ୍କ…

ପାନୀୟ ଜଳ ଯୋଗାଣ ବନ୍ଦ: ଲୋକେ ହନ୍ତସନ୍ତ

କୋରୁକୋଣ୍ଡା,୧୭।୨(ଡି.ଏନ୍‌ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ସଦର ପାଞ୍ଚାୟତସ୍ଥିତ ସାରଦାଗୁଡ଼ ଗ୍ରାମର ପ୍ରାୟ ୭୦ ପରିବାରର ପାନୀୟ ଜଳ ସମସ୍ୟାର ସମାଧାନ ନିମନ୍ତେ ଦୁଇ ବର୍ଷ ପୂର୍ବେ ଗ୍ରାମରେ ସୋଲାର ପ୍ରକଳ୍ପ ନିର୍ମାଣ କରଯାଇଥିଲା। କିଛି ମାସର ବ୍ୟବହାର ପରେ ଏହା…

ଜିଲାପାଳଙ୍କ ଅଚାନକ ମୁନିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ: ଯକ୍ଷ୍ମା ରୋଗୀଙ୍କୁ ଖୁଆଇଲେ ଔଷଧ

ମୁନିଗୁଡ଼ା,୧୭।୨(ଡି.ଏନ୍‌.ଏ.): ରାୟଗଡ଼ା ଜିଲାପାଳ ପ୍ରମୋଦ କୁମାର ବେହେରା ସୋମବାର ମୁନିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ସେ ଅଚାନକ ମେଡିକାଲରେ ପହଞ୍ଚି ଡ. ସଞ୍ଜୟ କୁମାରଙ୍କୁ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିବା ସହ ସ୍ବାସ୍ଥ୍ୟକେନ୍ଦ୍ରର ବିଭିନ୍ନ ବିଭାଗ ବୁଲି ଦେଖିଥିଲେ।…

ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାରେ ପୂର୍ଣ୍ଣାଙ୍ଗ ସ୍ବାସ୍ଥ୍ୟସେବା ଦାବି: ସପ୍ତାହବ୍ୟାପୀ ଧାରଣାରେ ବସିବ ବରଗଡ଼ ଏକତା ମଞ୍ଚ

ବରଗଡ଼ ଅଫିସ,୧୭।୨: ବରଗଡ଼ ସହରରେ ରହିଥିବା ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାରେ ପୂର୍ଣ୍ଣାଙ୍ଗ ସ୍ବାସ୍ଥ୍ୟସେବା ଯୋଗାଇଦେବା ଦାବିରେ ପୁଣି ଅସନ୍ତୋଷ ପରିଲକ୍ଷିତ ହୋଇଛି। ରବିବାର ସନ୍ଧ୍ୟାରେ ବରଗଡ଼ ହସ୍ପିଟାଲ ବଞ୍ଚାଅ ଅଭିଯାନ ପକ୍ଷରୁ ଏକ ମହମବତି ଶୋଭାଯାତ୍ରା ସହର ପରିକ୍ରମା କରିଥିବା…

ସ୍ଥଗିତ ରହିଲା ପାଣି ପଞ୍ଚାୟତ ନିର୍ବାଚନ

ହାଟଡିହୀ,୧୭।୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବିଦ୍ୟାଧରପୁର ବ୍ୟାରେଜ୍‌ ସବ୍‌ ଡିଭିଜନ ଅଧୀନରେ ଛେନାପଦି, ବିଦ୍ୟାଧରପୁର ଓ ଆଗରପଡ଼ାରେ ମିଶି ମୋଟ ୪ଟି ସେକ୍ଟର ରହିଛି। ଏହି ସମସ୍ତ ସେକ୍ଟରରେ ପାଣି ପଞ୍ଚାୟତ ନିର୍ବାଚନ ପାଇଁ ବିଦ୍ୟାଧରପୁର ବ୍ୟାରେଜ୍‌ ସବ୍‌ ଡିଭିଜନ…

ଗ୍ୟାସରୁ ନିଆଁ ଲାଗି ମହିଳାଙ୍କ ସମେତ ୬ ବଖରା ଜଳିଗଲା

ଚାନ୍ଦବାଲି,୧୭।୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଚଡ଼ଦିଆ ଗ୍ରାମରେ ଏକ ରନ୍ଧନ ଗ୍ୟାସ୍‌ ଟାଙ୍କି ଲିକ୍‌ ହୋଇ ଜଣେ ମହିଳାଙ୍କ ଜୀବନ ଯାଇଥିବା ବେଳେ ପଡ଼ୋଶୀଙ୍କ ଘର ସମେତ ୬ ବଖରା ଜଳିଯାଇଛି। ଖବର ପାଇ ଚାନ୍ଦବାଲି ତହସିଲଦାର ଘଟଣାସ୍ଥଳରେ ପହଞ୍ଚି…

ରାଜନଗର ବ୍ଲକରେ ୧୪ଟି ପରୀକ୍ଷା କେନ୍ଦ୍ର: ୬ଟି ସେଣ୍ଟରରେ ସିସିଟିଭି

ରାଜନଗର,୧୭।୨: କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକରେ ମାଟ୍ରିକ ପରୀକ୍ଷା ପାଇଁ ୧୪ଟି ସେଣ୍ଟର କରାଯାଇଛି। ରାଜନଗର, ନାଉକଣା, ହାତିନା, ଗୋଜ ଗୋପାଳପୁର, ଚାନ୍ଦିବାଉଁଶମୂଳ, ଦିଘି, ଡାଙ୍ଗପାଳ, କେରଡାଗଡ, ମଦନପୁର, ବଡପଲ୍ଲୀ, ବନ୍ଦୀପଡା, ମଧ୍ୟପଡା ଓ ବାଘମାରୀ ସ୍କୁଲରେ ପରୀକ୍ଷା କେନ୍ଦ୍ର କରାଯାଇଛି।…

କାଠଫାଳିଆରେ ପିଟି ଶାଶୁଙ୍କୁ ହତ୍ୟା

କଟକ ଅଫିସ,୧୭ା୨: କଟକ ସହରର ଓଏମ୍‌ପି ଛକ ନିକଟସ୍ଥ ଗୋର୍ଖା କଲୋନୀରେ ରବିବାର ସକାଳେ ଜଣେ ବୃଦ୍ଧାଙ୍କୁ ହତ୍ୟା କରାଯାଇଛି। ମଦ ପିଇବା ପାଇଁ ଟଙ୍କା ନ ଦେବାରୁ ଜ୍ୱାଇଁ ତାଙ୍କ ଶାଶୁଙ୍କୁ କାଠଫାଳିଆରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ…

ଶ୍ରୀମନ୍ଦିରରେ ପାନ, ଗୁଟ୍‌ଖା କଟକଣା ଜୋର ଧରିଲା

ପୁରୀ ଅଫିସ,୧୭ା୨: ଶ୍ରୀମନ୍ଦିର ପରିସରକୁ ସ୍ବଚ୍ଛ ଏବଂ ପରିଷ୍କାର ରଖିବା ଲାଗି ଏକାଧିକ ନିଷ୍ପତ୍ତି ହେଉଛି। ଏଥିପାଇଁ ସ୍ବତନ୍ତ୍ର ଭାବେ ସ୍କ୍ବାଡ୍‌ ଗଠନ କରାଯାଇଥିବା ବେଳେ ଜରିମାନା ଆଦାୟର ବ୍ୟବସ୍ଥା ରହିଛି। ଏହାସତ୍ତ୍ବେ ବିଭିନ୍ନ ସମୟରେ ମନ୍ଦିର ପରିସରରେ ପାନଛେପ, ଗୁଟ୍‌ଖା…

ଶ୍ରୀଲୋକନାଥ ପୀଠ: ରାତି ୩ରେ ଉଠିବ ମହାଦୀପ

ପୁରୀ ଅଫିସ,୧୭ା୨: ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ଶୈବପୀଠ ଲୋକନାଥ ମନ୍ଦିରରେ ଆସନ୍ତା ୧୯ ତାରିଖ ପଙ୍କୋଦ୍ଧାର ଏକାଦଶୀ ଏବଂ ୨୧ ତାରିଖ ଜାଗର ଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ଲାଗି ଶନିବାର ସର୍କିଟ ହାଉସ ପରିସରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?