ଆମ ଜିଲା ଖବର

ମହିଳାଙ୍କୁ ସ୍ବାବଲମ୍ବୀ ଲାଗି ସାପ୍ତାହିକ ହାଟ ଉଦ୍‌ଘାଟନ କଲେ ଜିଲାପାଳ

ମୁନିଗୁଡ଼ା,୨୬।୨(ଡି.ଏନ୍‌.ଏ.): ରାୟଗଡା ଜିଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ମୁନିଖୋଲ ଗ୍ରାମପଞ୍ଚାୟତର ସ୍ବାବଲମ୍ବୀ ସାପ୍ତାହିକ ହାଟ ବୁଧବାର ଉଦ୍‌ଘାଟନ ହୋଇଛି। ଅଞ୍ଚଳର ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟରେ ଓଏଲ୍‌ଏମ୍‌ ଓ ଓଆରଏମ୍‌ଏସ୍‌ର ମିଳିତ ଆନୁକୂଲ୍ୟରେ ଏବଂ ପଞ୍ଚାୟତ ସମିତି ସହାୟତାରେ ଏହା ଉଦ୍‌ଘାଟିତ…

ବାଲୁକାକଳାରେ ‘ଶାନ୍ତିର ବାର୍ତ୍ତା’ ଦେଲେ ସୁଦର୍ଶନ

ପୁରୀ ଅଫିସ,୨୬।୨: ଦିଲ୍ଲୀରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ବିରୋଧୀ ହିଂସା ଉଗ୍ରରୂପ ଧାରଣ କରିଥିବା ବେଳେ ଏଥିରେ ୨୦ଜଣ ପ୍ରାଣ ହରାଇଛନ୍ତି। ଏଭଳି ପରିସ୍ଥିତିକୁ ନେଇ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକାକଳାରେ ଶାନ୍ତିର ବାର୍ତ୍ତା ଦେଇଛନ୍ତି। ‘ଲିଭ୍‌ ଉଇଥ୍‌ ପିସ୍‌’ ଅର୍ଥାତ…

ଯୁକ୍ତ ଦୁଇ ବିଜ୍ଞାନ ପ୍ରାକ୍ଟିକାଲ ପରୀକ୍ଷାରୁ ବଞ୍ଚିତ ଛାତ୍ରୀଛାତ୍ର: ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ

ପାଟଣା,୨୬।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟ ସ୍ବାମପାଟଣା ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଯୁକ୍ତ ୨ ବିଜ୍ଞାନର ୫ ପରୀକ୍ଷାର୍ଥୀ ବୁଧବାର ପୂର୍ବାହ୍ନରୁ ଧାରଣାରେ ବସିଛନ୍ତି। ସୂଚନାଯୋଗ୍ୟ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଭୁବନେଶ୍ୱରଙ୍କ ଦାରା ପରିଚାଳିତ ଯୁକ୍ତ ୨ବିଜ୍ଞାନ…

ବିବାହିତ ମହିଳାଙ୍କୁ ଗଣବଳାତ୍କାର: ବ୍ରାହ୍ମଣୀତରଙ୍ଗ ଥାନାରେ ମାମଲା ରୁଜୁ

ବେଦବ୍ୟାସ,୨୬।୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବ୍ରାହ୍ମଣୀତରଙ୍ଗ ଥାନା ଅଧୀନ କଲୁଙ୍ଗା ଫାଣ୍ଡି ଅନ୍ତର୍ଗତ ଗୁଟିଦରହ ଏକ କ୍ରସର ପରିସରରେ ଗତ ରବିବାର ରାତିରେ ଜଣେ ବିବାହିତା ମହିଳାଙ୍କୁ ଗଣବଳାତ୍କାର ହୋଇଥିବା ବୁଧବାର ଲିଖିତ ଅଭିଯୋଗ ହୋଇଛି। ବ୍ରାହ୍ମଣୀତରଙ୍ଗ ଥାନା ପୋଲିସ ପ୍ରାଥମିକ ତଦନ୍ତ…

ପରଲୋକରେ ପୂର୍ବତନ ବିଧାୟକ ବିଜୟ ନାୟକ

ଜଗତସିଂହପୁର ଅଫିସ,୨୬।୨: ପୂର୍ବତନ କଂଗ୍ରେସ ବିଧାୟକ ବିଜୟ କୁମାର ନାୟକଙ୍କର ବୁଧବାର ପରଲୋକ ଘଟିଛି। ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। ଅସୁସ୍ଥତା ଯୋଗୁ ବିଜୟଙ୍କୁ ଭୁବନେଶ୍ୱରର ଏକ ଘରୋଇ…

ଭବାନୀପାଟଣା ଅର୍ବାନ ୟୁପି ଏଚ୍‌ସିକୁ ଏମ୍‌କ୍ୱାସ୍‌ ଟିମ୍‌ର ପରିଦର୍ଶନ

ଭବାନୀପାଟଣା,୨୬।୨(ଡି.ଏନ୍‌.ଏ.): ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ପରିଚାଳିତ ଭବାନୀପାଟଣାସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର (ଅର୍ବାନ ୟୁପି ଏଚ୍‌ସି)କୁ ଏମ୍‌କ୍ୱାସର ଦୁଇ ଜଣିଆ ସମୀକ୍ଷା ଟିମ୍‌ ପହଞ୍ଚତ୍ ଛନ୍ତି। ୟୁପି ଏଚ୍‌ସିକୁ ଜାତୀୟସ୍ତରର ଏମ୍‌କ୍ୱାସ ପୁରସ୍କାର ଲାଗି ଏହି ସମୀକ୍ଷା କରାଯାଇଛି। ଡା.…

କଳାହାଣ୍ଡିର ୨ ଆନ୍ତଃରାଜ୍ୟ ଗଞ୍ଜେଇ ବ୍ୟବସାୟୀ ରାଜସ୍ଥାନରେ ଗିରଫ

ଭବାନୀପାଟଣା,୨୬।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାର ୨ ଜଣ ଆନ୍ତଃରାଜ୍ୟ ଗଞ୍ଜେଇ ବ୍ୟବସାୟୀ ରାଜସ୍ଥାନର ଜୟପୁରରୁ ଗିରଫ ହୋଇଛନ୍ତି। ସେମାନେ ହେଲେ ଭବାନୀପାଟଣା ସହରର ଅଭିଷେକ ଦାଶ ଓ ସମ୍ବିତ ପାଣିଗ୍ରାହୀ। ସେମାନଙ୍କଠାରୁ ୮କେଜି ୧୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି। ଉଭୟ ଓଡ଼ିଶାରୁ…

କୋରିଆରୁ ଫେରିଥିବା ଯୁବକ ଭୀମସାରରେ ଭର୍ତ୍ତି: କରୋନା ଭାଇରସ୍‌ ସନ୍ଦେହ

ସମ୍ବଲପୁର, ୨୬।୨(ବ୍ୟୁରୋ): ବୁର୍ଲା ଭିମସାର ମେଡିକାଲରେ କରୋନା ଭାଇରସ୍‌ ସନ୍ଦେହରେ ଜଣେ ଭର୍ତ୍ତି ହୋଇଛନ୍ତି। ସେ ସୁନ୍ଦରଗଡ଼ ଜିଲା ହେମଗିରୀ ଅଞ୍ଚଳର ବୋଲି ଜଣାପଡ଼ିଛି। ଉକ୍ତ ଯୁବକ କୋରିଆରେ ଚାକିରି କରୁଥିଲେ। ତେବେ ଗତ କିଛି ଦିନ ହେବ ସେ ଭାରତ…

ଗୋଟିଏ ଘରୁ ୩ ମୃତଦେହ ଉଦ୍ଧାର: ସ୍ତ୍ରୀ, ଝିଅଙ୍କୁ ହତ୍ୟା ପରେ ସ୍ବାମୀଙ୍କ ଆତ୍ମହତ୍ୟା

ଛତ୍ରପୁର, ୨୬।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧୀନ ପାଲିଆ ଛତ୍ରପୁର ମଝି ସାହିରେ ବୁଧବାର ଏକ ଦୁଃଖଦ ଘଟଣା ଘଟିିଛି। ଗୋଟିଏ ଘରୁ ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକମାନେ ହେଲେ ବୃନ୍ଦାବନ ବେହେରା ସ୍ତ୍ରୀ ଉର୍ମିଳା ଓ…

୪ବର୍ଷର ପୁଅକୁ ଛାଡ଼ି ମା’ ଫେରାର, ସ୍ବାମୀ ଥାନାର ଦ୍ୱାରସ୍ଥ

ଯାଜପୁର ଅଫିସ,୨୬ା୨: ପ୍ରେମକରି ବିବାହ କରିବାର ୫ବର୍ଷ ପରେ ଜଣେ ମହିଳା ନିଜର ୪ବର୍ଷର ପୁଅକୁ ଛାଡ଼ି ଫେରାର ହୋଇଯାଇଛନ୍ତି। ଏନେଇ ସମ୍ପୃକ୍ତା ମହିଳାଙ୍କ ସ୍ବାମୀ ମଙ୍ଗଳପୁର ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଛି।…

ନଦୀବନ୍ଧ କାଟିଦେଲେ କାଠ ମାଫିଆ :ଜଳସମ୍ପଦ ବିଭାଗ ପକ୍ଷରୁ ଥାନାରେ ଏତଲା

ବରୀ, ୨୬।୨ (ସ୍ବ.ପ୍ର.): ବରୀ ଥାନା ଅଞ୍ଚଳରେ ଏବେ କାଠ ମାଫିଆ ବେଶ୍‌ ସକ୍ରିୟ ହୋଇଛନ୍ତି। ଅନେକ ସମୟରେ କାଠ ଚୋରା ଚାଲାଣ ହେଉଥିବା ବେଳେ କାଠ ନେବା ପାଇଁ କେତେଜଣ ଅସାଧୁ ବ୍ୟବସାୟୀ ନଦୀବନ୍ଧ କାଟି ଦେଇଥିବା ନେଇ ଜଳସମ୍ପଦ…

ରୋଗୀ ଚିକିତ୍ସାରେ ଅବହେଳା: ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଉତ୍ତେଜନା

ରସୁଲପୁର,୨୬।୨(ଡି.ଏନ୍‌.ଏ.): ରସୁଲପୁର ବ୍ଲକ ଅନ୍ତର୍ଗତ ପ୍ରମୁଖ ଡାକ୍ତରଖାନା ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତର ରୋଗୀ ଚିକିତ୍ସାରେ ଅବହେଳା ଯୋଗୁ ରୋଗୀ ଅଭିଭାବକ ଓ ଡାକ୍ତର ମୁହାଁମୁହିଁ ହୋଇଛନ୍ତି। ଏହାକୁ ନେଇ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ଦେଖାଦେଇଛି। ଏ ସଂପର୍କରେ ଡାକ୍ତରଙ୍କ ପକ୍ଷରୁ ଥାନାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?