ଆମ ଜିଲା ଖବର

ଗଣିତରେ କପି କରି ଧରାପଡ଼ିଲେ ୨୮ ପରୀକ୍ଷାର୍ଥୀ

ଢେଙ୍କାନାଳ ଅଫିସ, ୨୬ା୨: ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳିତ ମାଟ୍ରିକ ପରୀକ୍ଷାରେ ବୁଧବାର ଗଣିତ ବିଷୟରେ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଢେଙ୍କାନାଳ ଜିଲାରେ ୨୮ ଜଣ ପରୀକ୍ଷାର୍ଥୀ କପି କରି ଧରାପଡ଼ିଛନ୍ତି। ଜିଲା ଶିକ୍ଷା ଅଧିକାରୀଙ୍କ ସ୍ବତନ୍ତ୍ର ସ୍କ୍ବାଡ୍‌ ହାତରେ…

ବେପରୁଆ ଗାଡି ଚାଳକଙ୍କୁ ଧରି ଥାନା ଜିମାଦେଲେ ଲୋକେ

ଲାଠୋର, ୨୬ା୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲାଠୋର ଥାନା ସଦର ଗ୍ରାମ ଲାଠୋରରେ ବୁଧବାର ବେପରୁଆ ଗାଡି ଚାଳନା କରୁଥିବା ଜଣେ ଚାଳକଙ୍କୁ ଆମ୍ବେଦକର କଲୋନୀର ଯୁବକମାନେ ଧରି ଥାନା ଜିମା ଦେଇଛନ୍ତି। ସୂଚନା ଅନୁଯାୟୀ ମଧ୍ୟାହ୍ନରେ ଏକ ମାଲ ବୋଝେଇ ଟ୍ରକ…

ମଦବିରୋଧୀ ସ୍ଲୋଗାନ ଦେଇ ଗାଁ ବୁଲିଲେ

ବନ୍ତ,୨୬।୨(ଡି.ଏନ.ଏ./ସ୍ବ.ପ୍ର.): ଭଦ୍ରକ ଜିଲା ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ଅଧୀନ ମଙ୍ଗୁଲି ଗ୍ରାମର ସମସ୍ତ ମହିଳା ମହାସଂଘର ସଭାନେତ୍ରୀ, ସମ୍ପାଦକଙ୍କ ସମେତ ସଦସ୍ୟ ବୁଧବାର ମଦବିରୋଧୀ ବିଭିନ୍ନ ସ୍ଳୋଗାନ ଦେଇ ଗ୍ରାମ ପରିକ୍ରମା କରିଥିଲେ। ଗ୍ରାମରେ ଚୋରାମଦ ବିକ୍ରି ହେବା ଫଳରେ…

କରୋନା ସଚେତନ ଲାଗି ସାଇକେଲ୍‌ରେ ଭୁବନେଶ୍ବର-ପୁରୀ

ସାକ୍ଷୀଗୋପାଳ,୨୬।୨(ଡି.ଏନ୍‌.ଏ): ସୁସ୍ଥ ସମାଜ ଗଠନ ଲାଗି ସଚେତନତା ଅଭିଯାନରେ ସାଇକେଲ୍‌ରେ ଭୁବନେଶ୍ବର ପୁରୀ ବାହାରିଥିବା ଫିଟ୍‌ ଇଣ୍ଡିଆ ସିଇକ୍ଲୋଥନ ଟିମ୍‌ର ଯୁବକମାନଙ୍କୁ ବୁଧବାର ସାକ୍ଷୀଗୋପାଳ ମନ୍ଦିରରେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। କୋରନା ଭାଇରସଠାରୁ ଦୂରେଇ ରହିବା ସମ୍ପର୍କରେ ଏହି ୧୯ ଜଣିଆ…

ଯୁବ ବିକାଶ ପରିଷଦ ପକ୍ଷରୁ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ଘେରାଉ

ରାୟଗଡ଼ା ଅଫିସ,୨୬।୨: ରାୟଗଡ଼ା ଯୁବ ବିକାଶ ପରିଷଦ ପକ୍ଷରୁ ବୁଧବାର ରାୟଗଡ଼ା ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ଘେରାଉ କରାଯାଇଛି । ରାୟଗଡ଼ାବାସୀଙ୍କ ସୁରକ୍ଷା ନିମନ୍ତେ ଦୀର୍ଘ ବର୍ଷ ଧରି ସରକାରଙ୍କ ପକ୍ଷରୁ ସାଇ ଇଣ୍ଟର ନ୍ୟାଶନାଲ ଛକରୁ ବାରିଝୋଲା, ସିରିକଣା ପିତାମହଲ…

ରାସ୍ତାରେ ଫାଟିଲା ସାଇକେଲ୍‌ ଚକା: ବିଳମ୍ବରେ ପହଞ୍ଚିବାରୁ ମାଟ୍ରିକ୍‌ ପରୀକ୍ଷା ଦେଇପାରିଲେନି ଛାତ୍ର

ଅମରପାଲି,୨୬।୨(ଡି.ଏନ୍‌.ଏ.): ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାରେ ସାମାନ୍ୟ ବିଳମ୍ବ ହେବାରୁ ଜଣେ ଛାତ୍ର ମାଟ୍ରିକ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଲୁତୁରପଙ୍କ କେନ୍ଦ୍ରରେ। ସେ ହେଲେ ଅମରପାଲି ହାଇସ୍କୁଲର ଛାତ୍ର…

ଗଣିତରେ କପି କରି ଧରାପଡ଼ିଲେ ୬ ପରୀକ୍ଷାର୍ଥୀ

ହାଟଡିହୀ,୨୬।୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ଚଳିତବର୍ଷ ୧୩ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଚାଲୁରହିଛି। ବୁଧବାର ଗଣିତ ପରୀକ୍ଷାରେ କପି କରି କେନ୍ଦୁଝର ଓ ବାଲେଶ୍ୱର ସ୍କ୍ବାଡ ହାତରେ ୬ଜଣ ଧରାପଡ଼ିଛନ୍ତି। ନନ୍ଦୀପଦା ମୁକୁନ୍ଦ ଚରଣ ବିଦ୍ୟାପୀଠରେ ୨ ଜଣ,ସୋସୋ କାନପୁର…

ପୂର୍ବତନ ବିଧାୟକ ଅନାମଙ୍କୁ ଜାମିନ

କଟକ ଅଫିସ, ୨୬।୨: ଭବାନୀପାଟଣା ପୂର୍ବତନ ବିଧାୟକ ଅନାମ ନାଏକଙ୍କୁ ବୁଧବାର ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଏଥିସହ ତଦନ୍ତରେ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଅନାମଙ୍କୁ ଗିରଫ କରିଥିଲା।

ଛାଡିଲା ବର୍ଷା, ଆସୁଛି କୁହୁଡ଼ି: ପାଣିପାଗ ବିଭାଗ ପକ୍ଷରୁ ଓ୍ବାର୍ଣ୍ଣିଂ ଜାରି

ଭୁବନେଶ୍ୱର, ୨୬।୨(ବ୍ୟୁରୋ): ରାଜ୍ୟର ବିଭିନ୍ନ ସ୍ଥାନରେ ଗତ ଦୁଇ ଦିନ ହେବ ଲାଗିରହିଥିବା ବର୍ଷା ଏବେ ଛାଡ଼ିଯାଇଛି। ଆଗକୁ କୁହୁଡ଼ି ଆସୁଛି। ଏ ନେଇ ବିଭିନ୍ନ ଜିଲା ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ଗୁରୁବାରଠାରୁ ସୁନ୍ଦରଗଡ଼, ଅନୁଗୋଳ, ଢେଙ୍କାନାଳ, ଖୋର୍ଦ୍ଧା,…

କାର୍ଯ୍ୟଦିବସରେ ପୋଷ୍ଟ ଅଫିସ ବନ୍ଦ, ନିରାଶରେ ଫେରିଲେ ଲୋକେ

ହାଟଡିହୀ,୨୬।୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ହାଟଡିହୀ ସବ୍‌ ପୋଷ୍ଟ ଅଫିସ ବୁଧବାର ବନ୍ଦ ରହିଛି। ଫଳରେ ବିଭିନ୍ନ କାର୍ଯ୍ୟରେ ଆସିଥିବା ଲୋକେ ନିରାଶ ହୋଇ ଫେରି ଯାଇଛନ୍ତି। ପୋଷ୍ଟ ଅଫିସ ବନ୍ଦ ବାବଦରେ ନୋଟିସ ବୋର୍ଡରେ କୌଣସି ସୂଚନା ଉଲ୍ଲେଖ…

ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବ: ରୋଗୀଙ୍କୁ ଭାରରେ ବୋହିଲେ ପରିବାର ଲୋକେ

ରାୟଗଡା ଅଫିସ, ୨୬।୨: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ପାର୍ଶାଲି ପଞ୍ଚାୟତ ଟାମକଶିଳା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବ ହେବାରୁ ରୋଗୀଙ୍କୁ ଭାରରେ ବୋହିବାକୁ ପଡ଼ିଛି। ମଙ୍ଗଳବାର ସନ୍ଧ୍ୟାରେ ନିଲାଈ କାଡ୍ରାକା(୨୨)ନିଜ ଘରେ ରୋଷେଇ କରୁଥିବା…

ସୌନ୍ଦର୍ଯ୍ୟ ହରାଉଛି ଗୋପାଳବନ୍ଧ: ରକ୍ଷଣାବେକ୍ଷଣ ଲାଗି ଦାବି

ପୁରୁଷୋତ୍ତମପୁର,୨୬।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରର ମଧ୍ୟଭାଗରେ ଥିବା ଐତିହାସିକ ଗୋପାଳବନ୍ଧ ପୋଖରୀ ହୁଡ଼ାକୁ କେତେକ ବ୍ୟକ୍ତି ଜବରଦଖଲ କରିଛନ୍ତି। ଏଥିସହ ପୋଖରୀଟି ଅଳିଆ ଆବର୍ଜନାରେ ପୋତିହେବାକୁ ବସିଲାଣି । ପୋଖରୀ ଜଳ ସମ୍ପୂର୍ଣ୍ଣ ଦୂଷିତ ହୋଇ ବ୍ୟବହାର ଅନୁପଯୋଗୀ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?