ଆମ ଜିଲା ଖବର

ଆସୁଛି ନୂଆବର୍ଷ: ପୁରୀ ପ୍ୟାକ୍‌, ହୋଟେଲରେ ମିଳୁନି ରୁମ୍‌; ଜମିଲାଣି ପର୍ଯ୍ୟଟକଙ୍କ ଗହଳି

ପୁରୀ ଅଫିସ, ୨୯ା୧୨: ଆସୁଛି ନୂଆବର୍ଷ। ଏଥିପାଇଁ ପର୍ଯ୍ୟଟନ ସହର ପୁରୀରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଭିଡ଼ ଜମିଲାଣି। ସହରର ବିଭିନ୍ନ ହୋଟେଲ, ଲଜିଂ, ମଠ, ଧର୍ମଶାଳା ପ୍ୟାକ୍‌ ହୋଇଗଲାଣି। ଏବେ ଆଉ ପ୍ରାୟତଃ କେଉଁଠି ରୁମ୍‌ ମିଳୁନାହିଁ। ସରକାରୀ ଗେଷ୍ଟ…

ଅଡ଼ୁଆରେ ପୁରୀ ପୋଲିସ: ଅଜଣା ମୃତଦେହକୁ ବ୍ୟବଚ୍ଛେଦ ବିନା ପୋଡ଼ିବା ପାଇଁ ଅନୁମତି, ମୃତକଙ୍କ ନାଁରେ ନିଖୋଜ ଅଭିଯୋଗ ଆଣିଲେ ସ୍ତ୍ରୀ

ପୁରୀ ଅଫିସ, ୨୯ା୧୨: ପୁରୀ ସହରରେ ଘଟିଛି ଏକ ଅଭାବନୀୟ ଘଟଣା। ମୃତ ବ୍ୟକ୍ତିଙ୍କ ନାମରେ ଥାନାରେ ହୋଇଛି ନିଖୋଜ ଅଭିଯୋଗ। ଏକ ଅଜଣା ମୃତଦେହକୁ ବ୍ୟବଚ୍ଛେଦ ବିନା ସ୍ବର୍ଗଦ୍ୱାରରେ ପୋଡ଼ିବା ଲାଗି ଅନୁମତି ଦେଇ ଅଡୁଆରେ ଫସିଛି ପୋଲିସ। ଅନ୍ୟପଟେ…

ବିଲ୍‌ ଆଦାୟ ପାଇଁ ତତ୍ପର ସେସୁ

କଟକ ସଦର,୨୯ା୧୨(ଡି.ଏନ୍‌.ଏ.): କଟକ ସଦର ବିଦ୍ୟୁତ୍‌ ଡିଭିଜନ ନଂ.୨ ଅନ୍ତର୍ଗତ ୩ଟି ବିଦ୍ୟୁତ୍‌ ସେକ୍ସନର ଉପଭୋକ୍ତାଙ୍କ ଉପରେ ପ୍ରାୟ ୧୪କୋଟି ୫୪ଲକ୍ଷ ଟଙ୍କାର ବିଦ୍ୟୁତ୍‌ ବିଲ୍‌ ବକେୟା ରହିଛି। ଜାନୁୟାରୀ ୧୫ ସୁଦ୍ଧା ବକେୟା ବିଲ୍‌ ଆଦାୟ ପାଇଁ ସେସୁ ପକ୍ଷରୁ…

ସନ୍ଧ୍ୟା ହେଲେ ମାତୁଛନ୍ତି ହାତୀ, ଘଉଡ଼ାଇବାରେ ବିଫଳ ବନ ବିଭାଗ

ଚୌଦ୍ୱାର, ୨୯ା୧୨(ଡି.ଏନ୍‌.ଏ.): ମଙ୍ଗଳପୁର କାଜୁ ଜଙ୍ଗଲରେ ରହିଥିବା ହାତୀ ପଲ ସନ୍ଧ୍ୟା ହେଲେ ଚୌଦ୍ୱାର ପୌରପାଳିକା ଓ ଏହାର ଆଖପାଖ ଗ୍ରାମାଞ୍ଚଳ ମୁହାଁଉଛନ୍ତି। ବ୍ୟାପକ ଫସଲ ନଷ୍ଟକରୁଥିବା ବେଳେ ଲୋକମାନେ ଭୟରେ ରହୁଛନ୍ତି। ହାତୀ ଘଉଡ଼ାଇ ଧନ ଜୀବନ ସୁରକ୍ଷା ଦିଗରେ…

ବ୍ୟାଙ୍କ ମ୍ୟାନେଜରଙ୍କୁ ମାଡ଼: ୩ ଗିରଫ

କଣ୍ଟାପଡ଼ା, ୨୯ା୧୨(ଡି.ଏନ୍‌.ଏ.): ଅଡ଼ଶପୁରସ୍ଥିତ କାନାରା ବ୍ୟାଙ୍କ ଶାଖା ମ୍ୟାନେଜରଙ୍କୁ ଗାଳିଗୁଲଜ ସହ ମାଡ଼ ମାରିବା ଅଭିଯୋଗରେ ଓଲଟପୁର ପୋଲିସ ଶନିବାର ୩ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ଅଡ଼ଶପୁର ଗ୍ରାମର ସ୍ମୃତିରଞ୍ଜନ ସାହୁ ଓରଫ ରମଣ, କଟକ ସଦର…

ପାଇକ ବିଦ୍ରୋହକୁ ମନେପକାଇଲା ସାମରିକ କଳାପ୍ରଦର୍ଶନ

ବୋଲଗଡ,୨୯ା୧୨(ଡି.ଏନ.ଏ): ବୋଲଗଡ ଷୋଡଶତମ ବୋଲଗଡ ମହୋତ୍ସବ ଆଶା ୨୦୧୯ ଶନିବାର ତୃତୀୟ ସଂନ୍ଧ୍ୟାରେ ପ୍ରବଳ ଶୀତ ସ୍ବତ୍ୱେ ଅଧିକ ସଂଖ୍ୟାରେ ଦର୍ଶକ ମାନଙ୍କର ସମାଗମ ହୋଇଥିଲା । ଏହି ସଂନ୍ଧ୍ୟାରେ ମହୋତ୍ସବର ମୁକ୍ତାକାଶ ମଂଚଞ୍ଚରେ ପରିବେଷିତ ସଂସ୍କୃତିକ କାର୍ଯ୍ୟକ୍ରମ ନୃତ୍ୟଗୀତ ,ମଡର୍ଣ୍ଣଡ୍ୟାନ୍ସ,ଲୋକନୃତ୍ୟ,ପାଇକ…

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବଢୁଛି ଦୁର୍ନୀତି: ସ୍ବଚ୍ଛଳଙ୍କୁ ମିଳୁଛି, ଗୃହହୀନଙ୍କୁ ନାହିଁ

ଖୋର୍ଦ୍ଧା ଅଫିସ,୨୯ା୧୨: ଖୋର୍ଦ୍ଧା ଜିଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ବଢ଼ିବାରେ ଲାଗିଛି। ବେଗୁନିଆ ବ୍ଲକର ଗଡମାଣତୀର, ପୋଡାଡିହ ପଞ୍ଚାୟତରେ ଆବାସ ଦୁର୍ନୀତି ପର୍ଦ୍ଦାଫାଶ ହେବା ପରେ ମଧ୍ୟ ପୂର୍ବବତ କାର୍ଯ୍ୟାଦେଶ ପ୍ରଦାନ ବେଳେ ସବୁ ନିୟମକୁ ଅଣଦେଖା କରାଯାଉଛି। ସ୍ବଚ୍ଛଳଙ୍କୁ…

ଉଦ୍‌ଯାପିତ ହେଲା ନୟାଗଡ଼ ଜିଲା ମହୋତ୍ସବ

ନୟାଗଡ଼ ଅଫିସ,୨୯।୧୨- ୫ ଦିନ ଧରି ସ୍ଥାନୀୟ ଖେଳପଡ଼ିଆରେ ଚାଲି ଆସୁଥିବା ନୟାଗଡ଼ ଜିଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ୨୦୧୯ର ଶନିବାର ଉଦ୍‌ଯାପିତ ହୋଇଛି। ଜିଲାପାଳ ଡା. ପୋମା ଟୁଡ଼ୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ଜଙ୍ଗଲ, ପରିବେଶ ଓ…

ସାରସ୍ବତ ବାତାୟନର ସାହିତ୍ୟ ଆସର: ପାଠାଗାର ଗରିଷ୍ଠ ହେଲେ ବିଭେଦକାରୀ ଶକ୍ତି ଦୁର୍ବଳ ହେବ

ଜଗତସିଂହପୁର ଅଫିସ,୨୯ା୧୨: ସମ୍ପ୍ରତ୍ତି ପାଠାଗାର ଆନ୍ଦୋଳନକୁ ଗଣ ଆନ୍ଦୋଳନରେ ପରିଣତ କରିବାକୁ ପଡିବ। କାରଣ ପାଠାଗାର ଗରିଷ୍ଠ ହେଲେ ବିଭେଦକାରୀ ଶକ୍ତିଗୁଡିକ ଦୁର୍ବଳ ହେବ। ଯେଉଁ ଦେଶର ସଂସ୍କୃତି ଯେତେ ପରିପୃଷ୍ଠ ସେ ଦେଶ ସେତିକି ସମୃଦ୍ଧ। ଜର୍ମାନୀର ସଂସ୍କୃତି ପାଠାଗାର…

ଦିଲ୍ଲୀ ରାଜପଥ ପରେଡରେ ଯୋଗଦେବେ ଓଡ଼ିଶାର ୧୧୧ ଛାତ୍ରୀଛାତ୍ର, ଜଗତ୍‌ସିଂହପୁର ଜିଲାରୁ ୪ ଛାତ୍ରୀ ସାମିଲ

ପାରାଦୀପ,୨୯ା୧୨(ସ୍ବ.ପ୍ର.): ୨୦୨୦ ଜାନୁୟାରୀ ୨୬ ସାଧାରଣ ତନ୍ତ୍ରଦିବସ ଉପଲକ୍ଷେ ହେବାକୁ ଥିବା ରାଜପଥ ପରେଡ ଓ ଗାର୍ଡ ଅଫ ହନର ପାଇଁ ଓଡ଼ିଶାରୁ ୧୧୧ଜଣ ଛାତ୍ରୀଛାତ୍ର ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ସେଥିରେ ଜଗତ୍‌ସିଂହପୁର ଜିଲାରୁ ୪ଜଣ ଛାତ୍ରୀଙ୍କୁ ସାମିଲ କରାଯାଇଛି।…

ଶିଆଳି ବେଳାଭୂମିକୁ ପ୍ରଦୂଷିତ କରୁଛି କଇଁଛଙ୍କ ମୃତଦେହ, ନିରାଶ ହୋଇ ଫେରୁଛନ୍ତି ପର୍ଯ୍ୟଟକ

ଏରସମା,୨୯ା୧୨(ସ୍ବ.ପ୍ର.): ଏରସମା ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତସ୍ଥିତ ଶିଆଳି ସମୁଦ୍ର ବେଳାଭୂମିରେ ଏବେ ଶତାଧିକ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳୁଛି। ଶିଆଳି ସମୁଦ୍ର ବେଳାଭୂମି ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇବା ପରେ ବିଭିନ୍ନ ସ୍ଥାନରୁ ପର୍ଯ୍ୟଟଙ୍କ ସୁଅ ଛୁଟୁଛି। ହେଲେ…

ସୁନ୍ଦରଗଡ଼ରେ ତୁଷାରପାତ

ସୁନ୍ଦରଗଡ଼,୨୯।୧୨(ଡି.ଏନ୍‌.ଏ.) – ସୁନ୍ଦରଗଡ଼ ଜିଲାରେ ଶୀତର ପ୍ରକୋପ ବୃଦ୍ଧି ପାଇଛି। ରାତିରେ ପାରଦ ଖସୁଥିବା ଯୋଗୁ ଶୀତ ବଢୁଛି। ଶୁକ୍ରବାର ରାତିରେ ଜିଲାର କୋଇଡା, ଟେନସା ଓ ସୁନ୍ଦରଗଡଠାରୁ ୫କି.ମି ଦୂର ସବ୍‌ଡେଗା ବ୍ଲକର କରମଡିହିଠାରେ ତୁଷାରପାତ ହୋଇଥିବାର ଦେଖିବାକୁ ମିଳିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri