ପିଏମ୍‌ଜିଏସ୍‌ୱାଇ ମହୁ

ଗ୍ରାମାଞ୍ଚଳରେ ଲୋକଙ୍କ ଗମନାଗମନ ଅସୁବିଧାକୁ ଦୃଷ୍ଟିରେ ରଖି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ୱାଇ) ଆରମ୍ଭ କରିଥିଲେ। ଲୋକେ କିପରି ଭଲରେ ଯାତାୟାତ କରିବେ ଏବଂ ଯୋଗାଯୋଗ ଭଲ ହେବ ଏହାର ମୂଳ ଲକ୍ଷ୍ୟ ଥିଲା। ଏହି ରାସ୍ତା ପାଇଁ ଅତିକମ୍‌ରେ କୋଟିଏ ଟଙ୍କାରୁ ଊର୍ଦ୍ଧ୍ୱ ମଞ୍ଜୁର ହୋଇଥାଏ। ତେବେ ଠିକାଦାର ଏବଂ ବିଭାଗୀୟ ଅଧିକାରୀ ଯଥା ଯନ୍ତ୍ରୀଙ୍କ କଳୁଷିତ ମନୋବୃତ୍ତି ଯୋଗୁ ଉକ୍ତ ରାସ୍ତାର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହୋଇ ପାରୁନାହିଁ। ସରକାରଙ୍କ ନିୟମକୁ କନ୍ଧମାଳ ଜିଲାରେ ସବୁଠି ଉଲ୍ଲଂଘନ କରାଯାଉଛି। ଯେତିକି ସମୟ ସୀମା ମଧ୍ୟରେ କାର୍ଯ୍ୟ ସରିବା କଥା ତାହା ହେଉନାହିଁ। ଠିକାଦାରମାନେ ସମୟ ଗଡାଇ ଚାଲୁଥିବା ବେଳେ ଯନ୍ତ୍ରୀମାନେ ସେମାନଙ୍କୁ ଏଥିରେ ସହାୟତା କରୁଛନ୍ତି। ପିଏମ୍‌ଜିଏସ୍‌ୱାଇରେ ରାସ୍ତା କାମ ପାଇଁ ଟେଣ୍ଡର ଡକାଯିବା ପରେ ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ତାରିଖ ଧାର୍ଯ୍ୟ ହୋଇଥାଏ। କାମ ସରିବା ପରେ ୫ ବର୍ଷ (ଗ୍ୟାରେଣ୍ଟି ପିରିୟଡ) ପର୍ଯ୍ୟନ୍ତ ରାସ୍ତାରେ କିଛି ତ୍ରୁଟି ପରିଲକ୍ଷିତ ହେଲେ ଠିକାଦାର ବିନା ଟଙ୍କାରେ ସେହି କାମ କରିବାକୁ ବାଧ୍ୟ। ନଚେତ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନିୟମ ରହିଛି। ତେବେ ଜିଲାରେ କୌଣସି ଗୋଟିଏ ବି ପିଏମ୍‌ଜିଏସ୍‌ୱାଇ କାମ ନିର୍ଦ୍ଧାରିତ ସମୟରେ ସରୁନାହିଁ। ଆଜି ପର୍ଯ୍ୟନ୍ତ କୌଣସି ବି ଜଣେ ଠିକାଦାରଙ୍କ ବିରୋଧରେ ସେଭଳି କିଛି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଅର୍ଥାତ୍‌ କାହାକୁ ବ୍ଲାକ ଲିଷ୍ଟେଡ କିମ୍ବା ଜରିମାନା କରାଯାଇନାହିଁ। ଯନ୍ତ୍ରୀମାନେ ନିଜର ଫାଇଦା ପାଇଁ ଠିକାଦାରମାନଙ୍କୁ ଜାଣିଶୁଣି ସମୟ ଗଡାଇବାକୁ ପ୍ରୋତ୍ସାହନ କରୁଛନ୍ତି। ଠିକାଦାରମାନେ ନିର୍ଦ୍ଧାରିତ ସମୟରେ କାମ ନ ସାରି ଗ୍ୟାରେଣ୍ଟି ପିରିୟଡ଼ ଶେଷ ହେବା ପର୍ଯ୍ୟନ୍ତ ମୂଳ କାମକୁ ଗଡାଇ ନେଉଛନ୍ତି। ସେପଟେ କାମ ଠିକ୍‌ ହୋଇଛି ବୋଲି ସେମାନଙ୍କ ବିଲ୍‌ କରି ଦିଆଯାଉଛି। କାମ ଅତ୍ୟନ୍ତ ନିମ୍ନମାନର ହେଉଛି। ଚାଲାଖି କରି ବୋର୍ଡରେ ୫ ବର୍ଷ ପୂର୍ବେ କାମ ସରିଛି ବୋଲି ଉଲ୍ଲେଖ କରାଯାଉଛି। ଏଥିରେ ଯନ୍ତ୍ରୀ, ଏସ୍‌ଡିଓ ଏବଂ ନିର୍ବାହୀ ଯନ୍ତ୍ରୀ ବ୍ୟାପକ ମୁନାଫା ଉଠାଉଛନ୍ତି। ଗତ ୧୫ ତାରିଖରେ ଜିଲା ପରିଷଦର ଏକ ସ୍ବତନ୍ତ୍ର ବୈଠକ ଡକାଯାଇ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା-୩ ବାବଦରେ ଆଲୋଚନା ହୋଇ ୧୨୬ଟି ପ୍ରକଳ୍ପ ଅନୁମୋଦିତ ହୋଇଛି। ପିଏମ୍‌ଜିଏସ୍‌ୱାଇ-୧ ଓ ୨ ପରେ ଏବେ ୩ ଆସୁଥିବାରୁ ଯନ୍ତ୍ରୀ ଏବଂ ବିଭାଗୀୟ ଅଧିକାରୀଙ୍କ ଓଠରୁ ଖାଲି ମହୁ ଝରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମଦ୍ୟପଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଅଭିଯାନ, ୨୦ରୁ ଉର୍ଦ୍ଧ୍ବ ଅଟକ

ହାଟଡିହୀ/ଛେନାପଦୀ,୧୮।୫(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପୋଲିସ ସର୍ବସାଧାରଣ ସ୍ଥାନରେ ଖୋଲାଖୋଲି ମଦ୍ୟପାନ କରୁଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଏକ କାର୍ଯ୍ୟାନୁଷ୍ଠାନ ଅଭିଯାନ ଆରମ୍ଭ କରିଛି…

କେବେ ବାହାରିବ ଯୁକ୍ତ ଦୁଇ ରେଜଲ୍ଟ? ବଡ଼ ଘୋଷଣା କଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର,୧୮।୫: ଆସନ୍ତା ୨୦ ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ ରେଜଲ୍ଟ  । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି ।…

ପୁଇଁତୋଳାରୁ ତାଇଓ୍ବାନ, ଦେବାଶିଷଙ୍କ ସଫଳତାର ଯାତ୍ରା, ଏମିତି କାମ କରି…

ଗଞ୍ଜାମ,୧୮ା୫(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ଦେବାଶିଷ ତରାଇ।। ପୁଇଁତୋଳା ଭଳି ଏକ ଗାଁରୁ ଅନ୍ତର୍ଜାତୀୟ ଶିକ୍ଷା ଓ ଗବେଷଣା ମଞ୍ଚ ପର୍ଯ୍ୟନ୍ତ ଦେବାଶିଷ…

ନ୍ୟାୟ ମାଗିବାକୁ ଥାନାକୁ ଯାଇଥିଲେ ନାବାଳିକା; ଥାନା ଅଧିକାରୀଙ୍କ ଧମକରେ ଅଚେତ ହୋଇଗଲେ, ତାପରେ…

ବାରିପଦା/ମୋରଡ଼ା,୧୮।୫ (ନୀଳାଦ୍ରି ବିହାରୀ ଦଣ୍ଡପାଟ/ସ୍ମାରକ ମାଜୀ): ମା’ବାପାଙ୍କ ସହିତ ଅଭିଯୋଗ ପତ୍ର ନେଇ ଥାନାକୁ ଯାଇଥିବା ଜଣେ ନାବାଳିକା ଥାନା ଅଧିକାରୀଙ୍କ ଧମକପୂର୍ଣ୍ଣ ବ୍ୟବହାରରେ ଚେତାଶୂନ୍ୟ ହୋଇ…

ବାଂଲାଦେଶରେ ମିଳିମିଳାରେ ୪୫୦ ଶିଶୁଙ୍କ ମୃତ୍ୟୁ; ୟୁନୁସ ସରକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଢାକା,୧୮।୫: ମାର୍ଚ୍ଚ ମାସରୁ, ବାଂଲାଦେଶରେ ମିଳିମିଳା ରୋଗରେ ୪୫୦ ରୁ ଅଧିକ ପିଲାଙ୍କ ମୃତ୍ୟୁ ହୋଇଛି। ଏହାକୁ ଦୃଷ୍ଟିରେ ରଖି, ପୂର୍ବତନ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା…

ଯାନ୍ତ୍ରିକ ମାୟାଜାଲ

ଆଧୁନିକ ସଭ୍ୟତାର ଏକ କ୍ଷୁଦ୍ର ଯନ୍ତ୍ର ଆଜି ମାନବ ସମାଜର ଜୀବନଶୈଳୀକୁ ଏମିତି ବଦଳାଇ ଦେଇଛି ଯେ ସୂର୍ଯ୍ୟୋଦୟଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଆମର ପ୍ରତିଟି ପଦକ୍ଷେପ ମୋବାଇଲ…

ପାହାଡ଼ ପାଦଦେଶରେ ବେଆଇନ ଗୃହ ନିର୍ମାଣ ଅଭିଯୋଗ: ତଦନ୍ତ ନିର୍ଦ୍ଦେଶ ଦେଲେ ତହସିଲଦାର

ଦାରିଙ୍ଗବାଡ଼ି,୧୮ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ହାତୀମୁଣ୍ଡା ପଞ୍ଚାୟତରେ ରହିଥିବା ଐତିହ୍ୟ ତୀର୍ଥକ୍ଷେତ୍ର ଋଷିମାଳରେ ସଂରକ୍ଷିତ ଜଙ୍ଗଲକୁ ସାଧାରଣ ଲୋକଙ୍କ ପକ୍ଷରୁ ଜବରଦଖଲ କରାଯାଉଥିବା ନେଇ…

ଶପଥ ନେଲେ କେରଳର ନୂଆ ମୁଖ୍ୟମନ୍ତ୍ରୀ

ଥିରୁଭାନନ୍ତପୁରମ,୧୮।୫: ସୋମବାର (୧୮ ମଇ, ୨୦୨୬) ତିରୁଭାନନ୍ତପୁରମର କେନ୍ଦ୍ରୀୟ ଷ୍ଟାଡିୟମରେ କଂଗ୍ରେସ ନେତା ଭି.ଡି. ସାଥୀସାନ୍‌ କେରଳର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ଏବଂ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri