ଆମ ଜିଲା ଖବର

ଯୁବତୀଙ୍କୁ ନେଇ ବିବାହିତ ଯୁବକ ଫେରାର: ଅଭିଯୋଗ ଆଣିଲେ ସ୍ତ୍ରୀ

ବଅଁରପାଳ,୧୧।୩(ଡିଏନ୍‌ଏ): ଅନୁଗୋଳ ଜିଲା ନାଲ୍‌କୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ ଅଞ୍ଚଳ ଜଣେ ବିବାହିତ ଯୁବକ ହିନ୍ଦୋଳ ଅଞ୍ଚଳର ଜଣେ ଯୁବତୀଙ୍କୁ ନେଇ ଫେରାର ହୋଇଯାଇଛନ୍ତି। ଏହା ନିଜେ ଯୁବକଙ୍କ ସ୍ତ୍ରୀ ବୁଧବାର ଥାନାରେ ଅଭିଯୋଗ କରିଛନ୍ତି। ୩ ବର୍ଷ ତଳେ କୈଳାସ…

୪ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ପୁରୀ ଅଫିସ, ୧୧।୩: ଶ୍ରୀମନ୍ଦିରରେ ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିପ୍ରହର ଧୂପ ସରିବା ପରେ ଦତ୍ତ ମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ। ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧନରେ…

୩ ଗାଡି ସହ ବିପୁଳ ପରିମାଣର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର

ପଟ୍ଟାଙ୍ଗି, ୧୧।୩(ଡି.ଏନ୍‌.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ୨୬ ନମ୍ବର ଜାତୀୟ ରାଜପଥଠାରୁ ସମ୍ବାଇ ପଞ୍ଚାୟତ ଅଭିମୁଖେ ଯାଇଥିବା ପ୍ରଧାନମନ୍ତ୍ରୀ ସଡ଼କ ରାସ୍ତା ଉପରୁ ତିନୋଟି ଗାଡ଼ି ସହ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି। ଏହି କାରବାରରେ ସମ୍ପୃକ୍ତ…

ବିଭିନ୍ନ ଦାବି ନେଇ କେନ୍ଦୁପତ୍ର କର୍ମଚାରୀ ସଂଘର ରାସ୍ତାରୋକୋ

ସମ୍ବଲପୁର, ୧୧।୩ (ବ୍ୟୁରୋ): ବିଭିନ୍ନ ଦାବିନେଇ ଓଡିଶା ରାଜ୍ୟ କେନ୍ଦୁପତ୍ର ସଂଘ ଡାକରାରେ ସମ୍ବଲପୁର କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ୫ଟି ସ୍ଥାନରେ ବୁଧବାର ରାସ୍ତାରୋକୋ ହୋଇଛି । ଜିଲାର ଜାତୀୟ ରାଜପଥ ଅଇଁଠାପାଲି ଛକ, ରେଢ଼ାଖୋଲ, ଯୁଯୁମୁରା, ଉଲୁଣ୍ଡା, ଭଟଲି…

ନବବିବାହିତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ, ଶାଶୁ, ଶ୍ୱଶୁର, ଦିଅର ଫେରାର

ଓଡଗାଁ, ୧୧।୩(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡଗାଁ ଆଦର୍ଶ ଥାନା ଅନ୍ତର୍ଗତ ବାଉଁଶଗାଡ଼ିଆ ଲେଙ୍କାସାହିରେ ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ନବବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର କରିଛି। ସେ ହେଲେ ସୁନୀତା ଲେଙ୍କା (୧୯)। ସୁନୀତାଙ୍କ ବାପଘର ଶିଖରପୁର ହୋଇଥିବା…

ଠେଙ୍ଗାରେ ବନ କର୍ମଚାରୀଙ୍କୁ ଆକ୍ରମଣ: ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି,୧୧।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ପଞ୍ଚାୟତ ବନମାଳୀ ଗ୍ରାମରେ ଜଣେ ବନ କର୍ମଚାରୀଙ୍କୁ ଠେଙ୍ଗାରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାରେ ସମ୍ପୃକ୍ତ ଉକ୍ତ ଗ୍ରାମର କାଳିଆ ସାହୁଙ୍କୁ କେ. ନୂଆଗାଁ ଥାନା ପୋଲିସ ଗିରଫ କରି…

ଚା’ପତି ବଦଳରେ କୀଟନାଶକ: ଚା’ ପିଇ ୧୧ ଗୁରୁତର

ଭୋଗରାଇ,୧୧।୩(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ରଣସିଙ୍ଗପୁର ଗ୍ରାମର ଏକ ବିବାହ ଭୋଜିରେ ଚା’ ପିଇ ବୁଧବାର ୧୧ ଜଣ ଗୁରୁତର ହୋଇଛନ୍ତି l ସେମାନଙ୍କୁ ପ୍ରଥମେ ଜଳେଶ୍ୱରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ…

ନଦୀରେ ବୁଡି ୨ ନାବାଳିକା ଭଉଣୀ ମୃତ

କୋଷାଗୁମୁଡ଼ା, ୧୧।୩(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ପଞ୍ଚାୟତ ରୁନିଗୁଡ଼ା ଗ୍ରାମର ଦୁଇ ନାବାଳିକାକା ଭଉଣୀଙ୍କର ଭାଷ୍କେଲ ନଦୀରେ ବୁଡ଼ି ମୃତ୍ୟୁ ଘଟିଛି। ସେମାନେ ହେଲେ ସମଦୁ ପୂଜାରୀ ଏବଂ ଭାଇ ଡମ୍ବରୁଧର ପୂଜାରୀଙ୍କର ଦୁଇ ଝିଅ ଜୟମଣି (୬) ଏବଂ ହେମବତୀ(୭)।…

ଝାଡ଼ଖଣ୍ଡରୁ ଆସିଥିବା ପର୍ଯ୍ୟଟକ ଅଜଣା ଗାଡ଼ି ଧକ୍କାରେ ଗୁରୁତର

କୋଣାର୍କ, ୧୧।୩(ଡି.ଏନ୍‌.ଏ.): ପୁରୀ ଜିଲା କୋଣାର୍କ ଅର୍ବାନ ହାଟ ସମ୍ମୁଖରେ ବୁଧବାର ସକାଳେ ଏକ ଅଜଣା କାର ଧକ୍କାରେ ପର୍ଯ୍ୟଟକ ଗୁରୁତର ହୋଇଛନ୍ତି। ସେ ହେଲେ ରାକି ପଣ୍ଡିତ(୬୦)। ତାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାରକରି…

ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ, ସ୍ବାମୀ ଗିରଫ

ନୂଆଗାଁ, ୧୧।୩ (ଡି.ଏନ୍‌.ଏ.): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର କଇଁଆ ସାହିରେ ମଙ୍ଗଳବାର ସ୍ବାମୀଙ୍କ ଆକ୍ରମଣରେ ସ୍ତ୍ରୀ ଗୁରୁତର ହୋଇଛନ୍ତି। ଗୁରୁତର ହେଲେ ଲକ୍ଷ୍ମୀ ନାୟକ। ମିଳିଥିବା ସୂଚନା ଅନୁଯାୟୀ, ମହିପୁର ଗ୍ରାମର ବସନ୍ତ ନାୟକ ମଦ୍ୟପାନକରି ସ୍ତ୍ରୀ ଲକ୍ଷ୍ମୀଙ୍କୁ…

ଓଲଟିଲା ଛତିଶଗଡ଼ରୁ ଆସିଥିବା ତୀର୍ଥଯାତ୍ରୀ ବସ୍‌, ୩ ଗୁରୁତର

ନୂଆଗାଁ,୧୧।୩ (ଡି.ଏନ୍‌.ଏ): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଡିମିରିଝରୀ ଗ୍ରାମ ନିକଟ ଖୋର୍ଦ୍ଧା- ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ତୀର୍ଥଯାତ୍ରୀ ବସ୍‌ ଓଲଟି ପଡ଼ିଛି। ଫଳରେ ବସ୍‌ରେ ଥିବା ୪୧ ଯାତ୍ରୀଙ୍କ ମଧ୍ୟରୁ ୧୯…

ଚାଉଳ, ଗହମ ହେର୍‌ଫେର ମାମଲା: ସରପଞ୍ଚଙ୍କ ଗିରଫ ପ୍ରତିବାଦରେ ଭାଜପାର ଶୋଭାଯାତ୍ରା, ଉପଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଭଞ୍ଜନଗର,୧୦ା୩(ଡି.ଏନ.ଏ)- ଚାଉଳ ଓ ଗହମ ହେର୍‌ଫେର ମାମଲାରେ ପୋଲିସ ଭଞ୍ଜନଗର ବ୍ଲକ ମୁଜାଗଡ଼ ସରପଞ୍ଚ ଶିବଶଙ୍କର ପ୍ରଧାନଙ୍କୁ ରବିବାର ଗିରଫ କରି କୋର୍ଟଚାଲାଣ କରିଥିଲା। ଏହାର ପ୍ରତିବାଦରେ ମଙ୍ଗଳବାର ଅପରାହ୍ନରେ ଭାଜପା ପକ୍ଷରୁ ଏକ ଶୋଭାଯାତ୍ରା କରାଯାଇ ଗଞ୍ଜାମ ଜିଲାପାଳଙ୍କ ଉଦ୍ଦେଶ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?