ଆମ ଜିଲା ଖବର

୭ ଗାଁରେ ସରକାରୀ ଯୋଜନା ଅପହଞ୍ଚ

ଫୁଲବାଣୀ ଅଫିସ, ୧୨ା୩: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକରେ ବହୁ ଦୁର୍ଗମ ଅଞ୍ଚଳ ରହିଛି। ସେସବୁ ଅଞ୍ଚଳରେ ଥିବା ଅଧିକାଂଶ ଗ୍ରାମବାସୀ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ଅଛନ୍ତି। ରାସ୍ତା ନ ଥିବାରୁ ଗାଁକୁ ବିଜୁଳି, ସ୍ବାସ୍ଥ୍ୟ ସେବା ପହଞ୍ଚି ପାରୁନାହିଁ।…

ମାଛରୁ ପୋକ ବାହାରିବା ଭିଡିଓ ଭାଇରାଲ

ଦାରିଙ୍ଗବାଡ଼ି,୧୨।୩(ଡି.ଏନ୍‌.ଏ.)-ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଦାରିଙ୍ଗବାଡି ମାର୍କେଟରୁ ମାଛ କିଣିନେବା ପରେ ତାକୁ ମସଲା ଆଦି ଦେଇ ମ୍ୟାରିନେଟ କରି ରଖିଥିଲେ। କିଛି ସମୟ ପରେ ଏକ ଲମ୍ବା ଜିଆ ଭଳି ପୋକ ମାଛ ଭିତରୁ ବାହାରୁଥିବା ସେ…

ଜମି ବିବାଦକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ: ୭ ଗିରଫ, ଜଣେ ଗୁରୁତର

କୁଜଙ୍ଗ,୧୨ା୩(ଡି.ଏନ.ଏ.): କୁଜଙ୍ଗ ଥାନା ଅଧୀନ ଫତେପୁର ଗ୍ରାମରେ ଜମି ବିବାଦକୁ କେନ୍ଦ୍ରକରି ବୁଧବାର ଗୋଷ୍ଠୀ ସଂଘର୍ଷ ଘଟିଛି। ଏନେଇ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ପୋଲିସ ଉଭୟ ପକ୍ଷରୁ ୭ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଜଣେ ଗୁରୁତର ହୋଇଛନ୍ତି।…

ନବବଧୂଙ୍କୁ ନିର୍ଯାତନା ମାମଲା: ତିର୍ତ୍ତୋଲ ପୋଲିସ ବିରୋଧରେ ଏସ୍‌ପିଙ୍କୁ ଅଭିଯୋଗ

ଜଗତ୍‌ସିଂହପୁର ଅଫିସ,୧୨ା୩: ତିର୍ତ୍ତୋଲ ଥାନା ଅଧୀନ ଦୋନ୍ଦୁଅ ଗ୍ରାମର ଜଣେ ନବ ବିବାହିତାଙ୍କୁ ତାଙ୍କ ଶାଶୁଘର ଲୋକେ ଅଧିକ ଯୌତୁକ ଦାବି କରି ନିର୍ଯାତନା ଦେଇଥିବା ସମ୍ପର୍କିତ ମାମଲା ଭିନ୍ନ ମୋଡ ନେଇଛି। ପୀଡ଼ିତା ନବ ବିବାହିତା ତଥା ଏହି ଗାଁର…

ନୀଳମାଧବ ଜୀଉଙ୍କ ଚନ୍ଦନ ଲାଗି ଆରମ୍ଭ

ଖଣ୍ଡପଡ଼ା,୧୨ା୩(ସ୍ବ.ପ୍ର.): ଜଗନ୍ନାଥ ସଂସ୍କୃତିର ଆଦି ଦେବତା କଣ୍ଟିଲୋ ଶ୍ରୀନୀଳମାଧବ ଜୀଉଙ୍କ ସର୍ବାଙ୍ଗ ଚନ୍ଦନ ଲାଗି ବେଶ ସୋମବାର ଦୋଳ ପୂର୍ଣ୍ଣମୀଠାରୁ ଆରମ୍ଭ ହୋଇଛି। ମାନବ ସମାଜରେ ଋତୁ ଚକ୍ରର ଯେପରି ପ୍ରଭାବ ପଡ଼ିଥାଏ ସେହିପରି ଦେବଦେବୀଙ୍କ ପାଇଁ ଋତୁ ଅନୁସାରେ ବିଭିନ୍ନ…

ନାବାଳିକା ବିବାହ ରୋକିଲା ଚାଇଲ୍ଡଲାଇନ ଟିମ୍‌

ଖଣ୍ଡପଡ଼ା,୧୨ା୩(ସ୍ବ.ପ୍ର.): ନୟାଗଡ଼ ଚାଲ୍ଡଲାଇନ ଟିମ୍‌ ବୁଧବାର ଖଣ୍ଡପଡା ଅଞ୍ଚଳରେ ଏକ ନାବାଳିକା ବିବାହ ବନ୍ଦ କରାଇଛି। ଖଣ୍ଡପଡା ସହରରସ୍ଥିତ ମା’ ଉମାଦେବୀଙ୍କ ମନ୍ଦିର ପରିସରରେ ୧୭ ବର୍ଷର ନାବାଳିକାଙ୍କୁ ବିବାହ ଦେବା ନିମନ୍ତେ ପ୍ରସ୍ତୁତି ଚାଲିଥିଲା। ବିଶେଷ ସୂତ୍ରରୁ ଖବର ପାଇ…

ଏବେବି ଆର୍‌ଟିଓରେ ଆବେଦନକାରୀଙ୍କ ଭିଡ଼

ଭଦ୍ରକ ଅଫିସ,୧୨।୩-ଏବେ ସବୁଠି ମୋଟରଯାନ ଆଇନ କଡ଼ାକଡ଼ି। ନିୟମ ଉଲ୍ଲଂଘନ କଲେ ଗଣିବାକୁ ପଡୁଛି ଜରିମାନା। ଏଥିସହ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ରଦ୍ଦ କରିଦିଆଯାଉଛି। ଏହି ଆଇନ କଡ଼ାକଡ଼ି ହେବା ପରଠାରୁ ଫେବୃୟାରୀ ଶେଷ ସୁଦ୍ଧା ଭଦ୍ରକ ପରିବହନ ଅଧିକାରୀଙ୍କ ଦ୍ୱାରା…

ସଫେଇ କର୍ମଚାରୀଙ୍କ ବିକ୍ଷୋଭ

ବାରିପଦା ଅଫିସ, ୧୨ା୩- ବାରିପଦା ପୌର ପରିଷଦ କାର୍ଯ୍ୟାଳୟ ଆଗରେ ବୁଧବାର ସଫେଇ କର୍ମଚାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଜାନୁୟାରୀ, ଫେବୃୟାରୀ ମାସର ଦରମା ନ ମିଳିବା, ସରକାରୀଙ୍କ ଧାର୍ଯ୍ୟ ମଜୁରୀଠାରୁ କମ୍‌ ଦରମା ମିଳିବା, ଠିକା ସଂସ୍ଥା ଇଫିଏଫ ବାବଦରେ…

ପଥର ଶିଳ୍ପକଳାର ନିଖୁଣ କାରିଗର ଭରତ

ବାହାନଗା,୧୨।୩(ଡି.ଏନ.ଏ.)-କୌଳିକ ବୃତ୍ତିକୁ ଆଦରି କାଠକାମ କରୁ କରୁ ସେ ପାଲଟିଗଲେ ଜଣେ ପଥର ଶିଳ୍ପୀ। ପାରମ୍ପରିକ କଳା ସହିତ ନିଜ ସୃଜନଶୀଳତାକୁ ମିଶାଇ ସେ ଆଜି ନଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। ବାଲେଶ୍ୱର ଜିଲା ପୋଲିସ୍‌ ଲାଇନ୍‌…

ଦେବଗିରି ବୁଦ୍ଧ ବିହାର ବିକାଶ ପରିଷଦ ଗଠିତ

ଔପଦା,୧୧।୩(ଡି.ଏନ.ଏ.)- ବାଲେଶ୍ୱର ଜିଲା ଔପଦା ବ୍ଲକ ବଡ଼ଗୋପଖରୀ ପଞ୍ଚାୟତର ଦେବଗିରି ପର୍ବତମାଳା ପାଦଦେଶରେ ଅବସ୍ଥିତ ଚମ୍ପାଗଡ଼ ଠାରେ ଗତ ୧୦ ତାରିଖ ମଧ୍ୟାହ୍ନରେ ଦେବଗିରି ବିକାଶ ପରିଷଦ ଗଠନ ଲାଗି ଏକ ସାଧାରଣ ବୈଠକ ବସିଥିଲା। ବିଶିଷ୍ଟ ସାମାଜିକ କର୍ମୀ ବ୍ରଜକିଶୋର…

ଡେକାନ ୱାରିୟର୍ସ ଚାମ୍ପିୟନ, ସି ଟାଇଗର୍ସ ରନର୍ସଅପ୍‌: ବାଲେଶ୍ୱର ପ୍ରିମିୟର ଲିଗ୍‌ ୧୧ ଉଦ୍‌ଯାପିତ

ବାଲେଶ୍ୱର ଅଫିସ,୧୧।୩- ବାଲେଶ୍ୱର ପ୍ରିମିୟର ଲିଗ୍‌-୧୧ର ଫାଇନାଲ ମ୍ୟାଚ୍‌ ଡେକାନ ୱାରିୟର୍ସ ଓ ସି ଟାଇଗର୍ସ ମଧ୍ୟରେ ସ୍ଥାନୀୟ ପରମିିଟ୍‌ ପଡ଼ିଆରେ ଅନୁଷ୍ଠିତ ହୋଇଥିଲା। ନିର୍ଦ୍ଧାରିତ ୨୦ ଓଭରରେ ଡେକାନ ୱାରିୟର୍ସ ବ୍ୟାଟିଂ କରି ୧୨୦ ରନ୍‌ ସଂଗ୍ରହ କରିଥିବାବେଳେ ସି…

ଅଟୋ-ବାଇକ୍‌ ମୁହାଁମୁହିଁ, ଯୁବକ ମୃତ

ଫିରିଙ୍ଗିଆ, ୧୧ା୩- ଫିରିଙ୍ଗିଆ ବ୍ଲକ କେଳାପଡ଼ା ପଞ୍ଚାୟତ ଉରକିଆ ଛକ ନିକଟରେ ବୁଧବାର ବାଇକ ଓ ଅଟୋରିକ୍ସା ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି । ସେ ହେଲେ ଫିରିଙ୍ଗିଆ ଥାନା ଜଜେଶପଙ୍ଗା ଗ୍ରାମ ଓଡ଼ିଆ ସାହିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?