ଅଙ୍ଗନଓ୍ବାଡ଼ି କର୍ମୀଙ୍କ ଆନ୍ଦୋଳନ
ପୁରୁଷୋତ୍ତମପୁର,୮।୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଭାରତ ବନ୍ଦର ସମ୍ପୂର୍ଣ୍ଣ ପ୍ରଭାବ ଦେଖାଦେଇଛି। ସହରର ବିଭିନ୍ନ ସ୍ଥାନରେ ଅଙ୍ଗନୱାଡ଼ି କର୍ମୀ, ବିଭିନ୍ନ ବିଦ୍ୟାଳୟର ମଧ୍ୟାହ୍ନଭୋଜନରେ ନିୟୋଜିତ ପାଚିକା,ସହାୟିକା ରାସ୍ତା ଅବରୋଧ କରି ଆନ୍ଦୋଳନ ଚଳାଇଛନ୍ତି। ଏହି ଆନ୍ଦୋଳନ ଯୋଗୁ ଗାଡ଼ିମୋଟର ଚଳାଚଳ ସମ୍ପୂର୍ଣ୍ଣ…
ଡଗରପଡା ଓ ଅଚ୍ୟୁତପୁରରୁ ସିରିଏଲ୍ ଚୋରି
ଖଇରା,୮।୧(ଡି.ଏନ୍.ଏ): ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ଡଗରପଡା ଓ ଅଚ୍ୟୁତପୁର ପଞ୍ଚାୟତର ବିଭିନ୍ନ ଗାଁରୁ ମଙ୍ଗଳବାର ରାତିରେ ଚୋରି ହୋଇଛି। ୪ଟି ମନ୍ଦିରରୁ ଦୁର୍ବୃତ୍ତମାନେ ୫ଲକ୍ଷ ଟଙ୍କାର ଅଳଙ୍କାର ଚୋରି କରିନେଇଥିବା ଅଭିଯୋଗ ହୋଇଛି। ଏଥିସହ ମନ୍ଦିରର ସମସ୍ତ ହୁଣ୍ଡି…
ଭାରତ ବନ୍ଦକୁ ସମର୍ଥନ: ସତ୍ୟବାଦୀରେ ଅଙ୍ଗନଓ୍ବାଡି କର୍ମୀ ସଂଘର ଧାରଣା
ସାକ୍ଷୀଗୋପାଳ, ୮।୧(ଡି.ଏନ୍.ଏ.)- ଟ୍ରେଡ୍ ୟୁନିୟନର ଭାରତ ବନ୍ଦ ଆନ୍ଦୋଳନକୁ ସମର୍ଥନ ଜଣାଇ ନିଖିଳ ଓଡ଼ିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ସତ୍ୟବାଦୀ ଶାଖାର ଶତାଧିକ କର୍ମୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ବୁଧବାର ସେମାନେ କାର୍ଯ୍ୟ ବନ୍ଦ କରିବା ସହ ସ୍ଥାନୀୟ ମହିଳା…
ସଦରରେ ଭାରତ ବନ୍ଦ ପ୍ରଭାବ: ରାସ୍ତାରେ ଅଟକି ରହିଛି ଗାଡ଼ି, ଯାତ୍ରୀ ହନ୍ତସନ୍ତ
ରାଇସୁଆଁ, ୮।୧(ଡି.ଏନ୍.ଏ.): କେନ୍ଦୁଝର ଜିଲା ସଦର ଅଞ୍ଚଳରେ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ରାସ୍ତାରେ ବହୁ ଯାନବାହନ ଛିଡ଼ା ହୋଇ ରହିଥିବା ବେଳେ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି। ଗାଡ଼ିଗୁଡ଼ିକ ଯୋଗୁ ସାଧାରଣ ଜନତା ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି…
ଖୋର୍ଦ୍ଧାରେ ବନ୍ଦ ସଫଳ
ଖୋର୍ଦ୍ଧା ଅଫିସ,୮।୧: ୧୨ ଦଫା ଦାବିରେ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ପକ୍ଷରୁ ଦିଆଯାଇଥିବା ବନ୍ଦ ପାଳନ ଡାକରା ଖୋର୍ଦ୍ଧାରେ ସଫଳ ହୋଇଛି। କଂଗ୍ରେସ,ସିପିଆଇଏମ୍, ଏସ୍ଆଇଟିୟୁ ସମେତ ବଭିନ୍ନ ଟ୍ରେଡ୍ ୟୁନିଅନ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ବିକ୍ଷୋଭ କରାଯାଇଛି। ସେହିଭଳି ଅଞ୍ଚଳରେ…
ମଣ୍ଡିରେ ଧାନବସ୍ତା ପଡ଼ି ଚାଷୀ ମୃତ
ସଜନାଗଡ଼,୮।୧(ଡି.ଏନ୍.ଏ.): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅନ୍ତର୍ଗତ ରାଜ ବରମପୁରଠାରେ ମାଟିଆଳି ଲ୍ୟାମ୍ପ୍ ସମିତିକୁ ଜନୈକ ଚାଷୀ ଟଲିରେ ଧାନ ବସ୍ତା ନେଇ ବୁଧବାର ପୂର୍ବାହ୍ନରେ ଆସିଥିଲେ।ଧାନବସ୍ତା ତଳକୁ କାଢ଼ୁଥିବା ବେଳେ ଅସାବଧାନତା ଯୋଗୁ ଏହା ଚାଷୀଙ୍କ ଉପରେ ପଡ଼ିଯିବାରୁ ଘଟଣାସ୍ଥଳରେ…
ହାତୀ ଆକ୍ରମଣରେ ମାମୁ, ଭାଣିଜୀ ଗୁରୁତର
ପରଜଙ୍ଗ,୮।୧(ଡି.ଏନ୍.ଏ.): ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନ ଆମ୍ବପଳାସ ଯୋଗୀ ସାହିରେ ବୁଧବାର ଭୋର୍ରୁ ଏକ ଦନ୍ତାହାତୀ ପଶିଥିଲା। ସେହି ସମୟରେ ଗ୍ରାମର ଗନ୍ଧର୍ବ ନାଥଙ୍କ ପରିବାର ଲୋକେ ଘର ପାଖ ଖଳାରେ ମେଶିନ ସାହାଯ୍ୟରେ ଧାନ…
ବାରିପଦା ଜଗନ୍ନାଥ ମନ୍ଦିରକୁ ୫ କୋଟି ଟଙ୍କା ଅନୁଦାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ବାରିପଦା ଅଫିସ,୮।୧- ବାରିପଦା ଜଗନ୍ନାଥ ମନ୍ଦିରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି। ବାରିପଦା ବାଙ୍କୀସୋଲଠାରେ ଅଦାନି-କିସ ଆବାସିକ ବିଦ୍ୟାଳୟ ଉଦ୍ଘାଟନ ଅବସରରେ ଅନୁଷ୍ଠିତ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ଏଥିସହ ମୟୂରଭଞ୍ଜ…
ଗାଡ଼ି ଚଳାଚଳ ବନ୍ଦ, ଖୋଲା ରହିଛି ଦୋକାନ ବଜାର
ପାଟଣା,୮।୧(ସ୍ବ.ପ୍ର.): କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ପକ୍ଷରୁ ୧୨ଦଫା ଦାବିରେ ବୁଧବାର ବନ୍ଦ ଡାକରା ଦିଆଯାଇଥିବା ପରିପ୍ରେକ୍ଷୀରେ କେନ୍ଦୁଝର ଜିଲା ପାଟଣା ଓ ତୁରୁମୁଙ୍ଗା ଥାନା ଅଞ୍ଚଳରେ ଥିବା ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କ, ସ୍କୁଲ ଜଲେଜ, ସରକାରୀ କାର୍ଯ୍ୟାଳୟ,ବସସେବା ବନ୍ଦ ରହିଥିବା ବେଳେ…
କଟକରେ ଭାରତ ବନ୍ଦର ଆଶିଂକ ପ୍ରଭାବ
କଟକ ଅଫିସ,୮।୧: ୧୨ ଦଫା ଦାବିରେ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ପକ୍ଷରୁ ବୁଧବାର ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। କଟକରେ ଏହାର ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି। ସରକାରୀ କାର୍ଯ୍ୟାଳୟ, ବଡ ବଡ ଶପିଂ ମଲ ବନ୍ଦ ରହିଛି। ସହରର…
କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିଲା ଶ୍ରମିକ ସଂଘ
ବନ୍ତ,୮।୧(ସ୍ବ.ପ୍ର.): କେନ୍ଦ୍ରୀୟ ଶ୍ରମିକ ସଂଘ, ଫେଡେରେଶନ ଓ ଆସୋସିଏଶନ ପକ୍ଷରୁ ଭଦ୍ରକ ଜିଲା ଆଗରପଡ଼ା ବଜାରରେ ବୁଧବାର ସକାଳୁ ବନ୍ଦ ପାଳନ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି। ଏହି ପ୍ରତିବାଦ ସଭାରେ ଶ୍ରମିକ ନେତାମାନେ କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ…
ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ବନ୍ଦ ପାଳନ
ତିହିଡ଼ି,୮।୧(ଡି.ଏନ୍.ଏ.): ଭଦ୍ରକ ଜିଲା ତିହିଡ଼ି ବ୍ଲକରେ ସିପିଏମ୍ ସମେତ ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ବୁଧବାର ବନ୍ଦ ପାଳନ କରାଯାଇଛି। ଆନ୍ଦୋଳନକାରୀମାନେ ଶୋଭାଯାତ୍ରାରେ ତିହିଡ଼ି ବଜାର ପରିକ୍ରମା କରି ଦୋକାନ ବଜାର ସହିତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ବନ୍ଦ କରିଥିଲେ। ଏଥିସହିତ…
Archives


