ଆମ ଜିଲା ଖବର

୪୮ ଦିନ ପରେ ବ୍ରହ୍ମପୁର ଫେରିଲେ ଶିବାଶିଷ: କହିଲେ ‘ମୁଁ ପୁନର୍ଜନ୍ମ ପାଇଛି’

ବ୍ରହ୍ମପୁର ଅଫିସ, ୧୪।୩- ସମ୍ପ୍ରତି ବିଶ୍ୱରେ ଭୟଙ୍କର କରୋନା ଭାଇରସ୍‌ ଆତଙ୍କ ଜାରି ରହିଥିବା ବେଳେ ଜାପାନ ଜଳଜାହାଜରେ ଫସି ରହିଥିବା ଶିବାଶିଷ ନାୟକ ଫେବୃୟାରୀ ୨୭ରେ ଭାରତ ଫେରିଥିଲେ। ୧୫ ଦିନ ଧରି ମିଲିଟାରି ଶିବିରରେ ରହିବା ପରେ ବ୍ରହ୍ମପୁରର…

ଚିନିକଳର ୮ କର୍ମଚାରୀଙ୍କ ବିରୋଧରେ ମାମଲା

ଆସିକା,୧୪।୩ (ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଆସିକା ସମବାୟ ଚିନିକଳରେ ଜାଲ୍‌ ସାର୍ଟିଫିକେଟ ଦେଇ ଚାକିରି କରିଥିବା ଅଭିଯୋଗରେ ୮ଜଣ କର୍ମଚାରୀଙ୍କ ବିରୋଧରେ ଶୁକ୍ରବାର ଆସିକା ଥାନାରେ ମାମଲା ରୁଜୁ ହୋଇଛି। ଚିନିଶିଳ୍ପର ସମ୍ପାଦକ ଆର୍‌. ଚନ୍ଦ୍ରଶେଖର ରେଡ୍ଡୀ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ…

‘ସତର୍କ ରହିଲେ ମୁକାବିଲା କରିହେବ’

କଟକ ଅଫିସ, ୧୪।୩: ରାଜ୍ୟରେ କରୋନା ଭୂତାଣୁର ମୁକାବିଲା ପାଇଁ ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଶେଷକରି ବାଟାଲିୟନ୍‌, ବାରାକ୍ସ ଓ ବିଭିନ୍ନ ପୋଲିସ ପ୍ରତିଷ୍ଠାନକୁ କରୋନା ଭୟ ରହିଥିବାରୁ ଏଥିପାଇଁ ସତର୍କ ହୋଇପଡିଛି ପୋଲିସ ବିଭାଗ।…

ଦ୍ୱନ୍ଦ୍ୱରେ ଚାଷୀ

ଧାନ ଉତ୍ପାଦନରେ ବଳକା ଜିଲା ସୁବର୍ଣ୍ଣପୁର। ଆଧୁନିକ ଉପାୟରେ ଚାଷ କରି ସ୍ଥାନୀୟ କୁଶଳୀ ଚାଷୀ ଅଧିକ ଉତ୍ପାଦନ କରୁଛନ୍ତି। ବାହାର ଜିଲା ଓ ରାଜ୍ୟକୁ ଏଠାରୁ ଚାଉଳ ଯୋଗାଣ ହେଉଛି। ଧାନ ଚାଷରେ ସୁନାମ ମିଳିଛି। ଜିଲାର ଦୁଇ ମହିଳା…

ଟିଟିଲାଗଡରେ କରୋନା ସନ୍ଦିଗ୍ଧଙ୍କୁ ନେଇ ଚର୍ଚ୍ଚା

ବଲାଙ୍ଗୀର ଅଫିସ/ଟିଟିଲାଗଡ,୧୪।୩ (ଡି.ଏନ୍‌.ଏ.): କାନାଡାରୁ ଟିଟିଲାଗଡ ଆସିଥିବା ଯୁବ ଇଞ୍ଜିନିୟର ଦମ୍ପତିଙ୍କୁ କରୋନା ସନ୍ଦେହରେ ଶୁକ୍ରବାର ସନ୍ଧ୍ୟାରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ଆଇସୋଲେସନ୍‌ ୱାର୍ଡରେ ଭର୍ତ୍ତି କରାଯାଇଛି। ଗତ ୧୦ ତାରିଖରେ ଟିଟିଲାଗଡର ମୂଳ ନିବାସୀ ତଥା କାନାଡାରେ…

ଫେସ୍‌ବୁକ ଷ୍ଟାଟସରେ କରୋନା ଗୁଜବ

ରାୟଗଡ଼ା ଅଫିସ,୧୪।୩: ସୋସିଆଲ ମିଡିଆରେ କରୋନା ଭାଇରସ ସମ୍ପର୍କିତ ମିଥ୍ୟା ଖବର ପ୍ରଚାର କରିବା ଅଭିଯୋଗରେ ଶୁକ୍ରବାର ଜଣଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ। ଅଭିଯୁକ୍ତ ଜଣକ ହେଲେ କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକ ନୂଆ ସାହିର ସତ୍ୟନାରାୟଣ ସାମଲ (୩୨)।…

କସର୍ଦା ଫାଣ୍ଡିକୁ ବୋମା ମାଡ଼, ଅଭିଯୁକ୍ତ ଗିରଫ

ନିଆଳି,୧୪।୩(ଡି.ଏନ୍‌.ଏ.): ନିଆଳି ଥାନା ଅନ୍ତର୍ଗତ ଦେବୀ-କନ୍ଦଳ ଦ୍ୱୀପାଞ୍ଚଳର କସର୍ଦା ଫାଣ୍ଡି ଉପରକୁ ବୋମାମାଡ଼ କରିବା ଅଭିଯୋଗରେ ଶୁକ୍ରବାର ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ କର୍ସଦା ଗ୍ରାମର ଦିଲୀପ ପ୍ରଧାନ। ପୋଲିସ ସୂଚନା ଅନୁଯାୟୀ, ଗୁରୁବାର ରାତିରେ ଦୋପଟି…

ମଙ୍ଗୁଳି ଜେନା ହତ୍ୟା ଘଟଣା ଫାଇଲରେ ଡୋରି

ଖୋର୍ଦ୍ଧା ଅଫିସ, ୧୪।୩: ଖୋର୍ଦ୍ଧା ଜିଲା ସଦର ମହକୁମାରେ ଗତ ୨୦୧୯ ଏପ୍ରିଲ ୧୪ରେ ଭାଜପା ନେତା ମଙ୍ଗୁଳି ଜେନାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ତେବେ ଏହି ଘଟଣା ଆଜକୁ ୧୧ ମାସ ବିତି ଯାଇଥିଲେ ମଧ୍ୟ ପୋଲିସ…

ଅହରହ ଗର୍ଜୁଛି ବେଆଇନ ବ୍ଲାଷ୍ଟିଂ

ଖୋର୍ଦ୍ଧା ଅଫିସ,୧୪।୩: ଖୋର୍ଦ୍ଧା ଜିଲାରେ ବଢି ଚାଲିଛି ବେଆଇନ ଖଣି ମାଫିଆଙ୍କ ଉତ୍ପାତ। ପାହାଡରେ ଅହରହ ଗର୍ଜୁଛି ବେଆଇନ ବ୍ଲାଷ୍ଟିଂ। ଧ୍ୱଂସ ପାଉଛି ପାହାଡ। ଏଥିଯୋଗୁ ବାୟୁମଣ୍ଡଳ ପ୍ରଦୂଷିତ ହେବାରେ ଲାଗିଛି। ପାହାଡରେ ଥିବା ଔଷଧୀୟ ବୃକ୍ଷ ଲୋପ ପାଇବାକୁ ବସିଛି।…

ସିନେମା ହଲ୍‌, ଜିମ୍‌ରେ କରୋନା ପ୍ରଭାବ

କଟକ ଅଫିସ,୧୪।୩: କରୋନା ଭୂତାଣୁ ସଂକ୍ରମଣର ଭୟ ଏବେ ସମଗ୍ର ବିଶ୍ୱକୁ ଚିନ୍ତିତ କରିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଶୁକ୍ରବାର ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଜନସମାଗମକୁ ଏଡାଇବା ଏହି ପଦକ୍ଷେପର ମୂଳଲକ୍ଷ୍ୟ। ଇତିମଧ୍ୟରେ…

ମହାପ୍ରଭୁଙ୍କୁ ସମ୍ପତ୍ତି ଦାନ ଦେବେ ଆସାମ ଭକ୍ତ

ପୁରୀ ଅଫିସ,୧୪।୩: ମହାପ୍ରଭୁଙ୍କ ସମ୍ପତ୍ତିକୁ ନେଇ ଏବେ ଚାଲିଛି ଟଣାଓଟରା। କିଏ ଠାକୁରଙ୍କ ଅମୃତମଣୋହି ସମ୍ପତ୍ତି ମାଡ଼ି ବସିଛନ୍ତି ତ ଆଉ କେହି ବ୍ୟକ୍ତିଗତ ଫାଇଦା ହାସଲ କରି ମହାପ୍ରଭୁଙ୍କ ଟଙ୍କାଙ୍କୁ ଅନିଶ୍ଚିତତା ଭିତରକୁ ଠେଲି ଦେଇଛନ୍ତି। ସେହିପରି ଅନେକ ବଡ଼ବଡ଼ିଆ…

ବିଚାର ହେବନି ଏକକାଳୀନ ୧୦ରୁ ଊର୍ଦ୍ଧ୍ୱ ମାମଲା

କଟକ ଅଫିସ୍‌,୧୪।୩: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମ୍‌କୋର୍ଟ ଏବଂ ରାଜ୍ୟର ଅନ୍ୟ କେତେକ ହାଇକୋର୍ଟ ଭଳି ଓଡ଼ିଶା ହାଇକୋର୍ଟ ମଧ୍ୟ ଶୁକ୍ରବାର ସ୍ବତନ୍ତ୍ର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ହାଇକୋର୍ଟ ପରିସରରେ ଅଯଥା ଗହଳି ନ କରିବା ଏବଂ ଏକକାଳୀନ ୧୦ରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?