ଜଙ୍ଗଲରେ ରହୁଥିବା ଅସହାୟ ବୃଦ୍ଧ ଦମ୍ପତ୍ତିଙ୍କ ଉପରେ ବ୍ଲକ ପ୍ରଶାସନର ଦୃଷ୍ଟି ପଡ଼ିଲା

କୋକସରା-୫।୪ (ଡି.ଏନ.ଏ.) : କଳାହାଣ୍ଡି ଜିଲା କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ଖଲିଗଡ ଗ୍ରାମର ଦମ୍ପତ୍ତି ଘେନୁ ମାଝୀ (୬୨) ଓ ମଙ୍ଗଳ ଦେଇ (୬୦) ଦୀର୍ଘ ୧୦ ବର୍ଷ ହେବ ସାହାଜଖୋଲ ଜଙ୍ଗଲ ଗୁଡହାଣ୍ଡି ଡୋକରୀ ଚଞ୍ଚରାରେ ଏକ କୁଡିଆ କରି ରହୁଛନ୍ତି । ବୟସର ଅପରାହ୍ନରେ ଏହି ଦମ୍ପତ୍ତି ପହଞ୍ଚି ସାରିଥିବା ବେଳେ ଏମାନଙ୍କୁ ସରକାରୀ ଯୋଜନାରେ କିଛି ମଧ୍ୟ ମିଳୁ ନ ଥିଲା । ଏହି ବୃଦ୍ଧ ଦମ୍ପତ୍ତି ଜଙ୍ଗଲରେ ମିଳୁଥିବା ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରି ପେଟ ପୋଷୁଥିଲେ କିମ୍ବା ଡୋକରୀ ଚଞ୍ଚରା କୁ ପର୍ଯ୍ୟଟକ ଆସିଲେ ସେମାନଙ୍କୁ କିଛି ରନ୍ଧା ଖାଦ୍ୟ ମିଳୁଥିଲା । ଏମାନେ ପଞ୍ଚାୟତ ପ୍ରତିନିଧିଙ୍କ ନିକଟରେ ଅନେକ ଥର ଆବାସ , ବାର୍ଦ୍ଧକ୍ୟ ଭତ୍ତା, ଖାଦ୍ୟ ସୁରକ୍ଷା ଯୋଜନାରେ ରାସନ ସାମଗ୍ରୀ ପାଇଁ ପୂର୍ବରୁ ଆବେଦନ କରିଥିଲେ ମଧ୍ୟ ମିଳୁ ନ ଥିଲା । କରୋନା ଯୋଗୁ ଲକ୍ ଡାଉନ୍ ହେବା ଫଳରେ ଡୋକରୀ ଚଞ୍ଚରାକୁ ପର୍ଯ୍ୟଟକ ଆଉ ଆସି ନ ଥିଲେ । ଏହା ଫଳରେ ଦୁଇ ପ୍ରାଣୀ ଭୋକ ଉପାସରେ ଦିନ କାଟୁଥିଲେ । ତେବେ କିଛି ଗଣମାଧ୍ୟମ ପ୍ରତିନିଧି ଏହି ବୃଦ୍ଧ ଦମ୍ପତ୍ତିଙ୍କ ସମସ୍ୟାକୁ ନେଇ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରାଙ୍କୁ ଜଣାଇଥିଲେ । ଏହାକୁ ଗୁରୁତ୍ୱ ଦେଇ ବ୍ଲକ ପ୍ରଶାସନ ଡୁଡୁକାଠେଙ୍ଗା ସରପଞ୍ଚ ଓ ପଞ୍ଚାୟତ ପିଇଓ ସହଦେବ ଭଏଁସାଲଙ୍କୁ ନିର୍ଦ୍ଦେଶ ଦେବା ସହ ବୃଦ୍ଧ ଦମ୍ପତ୍ତିଙ୍କ ଆବଶ୍ୟକ କାଗଜ ପତ୍ର ଆଣି ତୁରନ୍ତ ଭତ୍ତା ଓ ରାସନ ସାମଗ୍ରୀ ଦେବାକୁ କହିଥିଲେ । ପଞ୍ଚାୟତ ପିଇଓ ସହଦେବ ଭଏଁସାଲ ଓ ସରପଞ୍ଚଙ୍କ ପ୍ରତିନିଧି ଗଙ୍ଗାରାମ ବାଣୁଆ ଡୋକରୀ ଚଞ୍ଚରା ପହଞ୍ଚି ବୃଦ୍ଧ ଦମ୍ପତ୍ତିଙ୍କୁ ଭତ୍ତା ବାବଦରେ ୫ ହଜାର ଟଙ୍କା, ୩୦ କେଜି ଚାଉଳ ଓ ସାବୁନ ଦେଇ ସରକାରଙ୍କ “ମୋ ଜୀବନ” କାର୍ଯ୍ୟକ୍ରମରେ ଶପଥ କରାଇଥିଲେ । । ବ୍ଲକ ପ୍ରଶାସନର ସହାୟତା ପାଇ ଏବେ ବୃଦ୍ଧ ଦମ୍ପତ୍ତିଙ୍କ ଖୁସି କହିଲେ ନ ସରେ । ଏହା ସହ ଗଣମାଧ୍ୟମ ପ୍ରତିନିଧିଙ୍କୁ ସେମାନେ କୃତଜ୍ଞତା ଜଣାଇଥିଲେ । ବ୍ଲକ ପ୍ରଶାସନର ଏଭଳି ତୁରନ୍ତ ପଦକ୍ଷେପକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକମାନେ ସ୍ୱାଗତ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

‘ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବାକୁ ସରକାରୀସ୍ତରରେ ଯୋଜନା ଚାଲିଛି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ଛାତ୍ର ସଂସଦ ନିର୍ବାଚନରେ ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସରକାରୀ ସ୍ତରରେ ଯୋଜନା ଚାଲିଛି। ଭାଜପା ବିଧାୟକ, ମନ୍ତ୍ରୀ କଲେଜ ଅଧ୍ୟକ୍ଷ, ଅଧ୍ୟାପକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

ଗଞ୍ଜାମ କଲେଜ ଛାତ୍ର ସଂସଦ ନିର୍ବାଚନ: ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଗଞ୍ଜାମ, ୯।୧୦ (ବିଦ୍ୟାଧର ସାହୁ): ଆସନ୍ତା ୧୫ ତାରିଖରେ ଗଞ୍ଜାମ କଲେଜରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ କଲେଜ ପରିସର ଚଳଚଞ୍ଚଳ ହୋଇଉଠିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?