କଟକରେ ପ୍ରଥମ କରୋନା ଆକ୍ରାନ୍ତ : ପଟାପୋଲ ଅଞ୍ଚଳ ସିଲ କଲା ସିଏମସି

କଟକ ଅଫିସ,୪। ୪- କଟକ ସହରର ପଟାପୋଲ ଅଞ୍ଚଳକୁ ସିଲ କରିଛି କଟକ ମହାନଗର ନିଗମ(ସିଏମସି )। ଶନିବାର ସନ୍ଧ୍ୟାରେ ସିଏମ୍ସି ପକ୍ଷରୁ ଏହା ଘୋଷଣା କରାଯାଇଛି। ପ୍ରଥମ କରୋନା ଆକ୍ରାନ୍ତ ଚିନ୍ହଟ ହେବା ପରେ ଏହି ପଦକ୍ଷେପ ନିଆଯାଇଛି। ଶନିବାର ଦିନ ତମାମ ଆକ୍ରାନ୍ତ ଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ମାନଙ୍କୁ ଚିନ୍ହଟ କରାଯାଇଥିଲା। ଏହି ଅଞ୍ଚଳକୁ ଏକ ସଂକ୍ରମିତ ଜୋନ୍ ଭାବେ ଘୋଷଣା କରାଯାଇଛି। ଜୋନ୍ ଭିତରକୁ ଯିବା ଏବଂ ବାହାରକୁ ବାହାରିବା ଉପରେ କଟକଣା ଜାରି କରାଯାଇଛି। ବକ୍ସି ବଜାର ଠାକୁ ଷ୍ଟୁଆର୍ଟ ସାଇନ୍ସ କଲେଜ, ଷ୍ଟୁଆର୍ଟ ସାଇନ୍ସ କଲେଜରୁ ସୁତାହାଟ ମସଜିଦ ଛକ, ସୁତାହାଟ ମସଜିଦ ଠାରୁ ତିନି କୋଣିଆ ବାଗିଚା ଛକ ଏବଂ ସେଠାରୁ ବକ୍ସି ବଜାର ଛକ ପର୍ଯ୍ୟନ୍ତ ଏହି ଅଞ୍ଚଳକୁ ସିଲ କରାଯାଇଛି। ସମସ୍ତ ଯାନବାହାନ ଚଳାଚଳ, ଜନସାଧାରଣଙ୍କ ଯିବା ଆସିବା ଏବଂ ଗତିବିଧି ବନ୍ଦ କରାଯାଇଥିବା ସିଏମସି କମିଶନର ଅନନ୍ୟା ଦାସ ଘୋଷଣା କରିଛନ୍ତି। ଏହି ଅଞ୍ଚଳର ନିବାସୀଙ୍କୁ ଜୋନ୍ ଘରେ ରହିବାକୁ କୁହାଯାଇଛି। | ସିଏମସିଦ୍ୱାରା ଗଠିତ ବିଭିନ୍ନ ଦଳ ମାଧ୍ୟମରେ ଜରୁରୀ ଏବଂ ଚିକିତ୍ସା ଆବଶ୍ୟକତା ଯୋଗାଇ ଦିଆଯିବ। ପରିମଳ ଦାୟିତ୍ବରେ ଡେପୁଟି କମିଶନର ସଞ୍ଜୀବିତା ରାୟ, (9437187888), ଜରୁରୀ ସାମଗ୍ରୀ ଯୋଗାଣ ପାଇଁ ଆସିଷ୍ଟଣ୍ଟ ଏନଫୋର୍ସମେଣ୍ଟ ଅଫିସର ପ୍ରଦିପ କୁମାର ସାହା, (9437315152) ଏବଂ ସ୍ୱାସ୍ଥ୍ୟ ସେବା ପାଇଁ ଡା. ପ୍ରକାଶ ଚନ୍ଦ୍ର ସାହୁ (9692978579) ଏବଂ ଜିତେନ୍ଦ୍ର କୁମାର ପାଲ (9439999083)ଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ପ୍ରଶଂସାରେ ପୋତିଲେ ପୁଟିନ: ଦେଲେ ସବୁ ଶ୍ରେୟ

ମସ୍କୋ,୨୪।୮: ମସ୍କୋରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି। ଏଠାରେ ଉଭୟ ପକ୍ଷ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଗଭୀର…

କାନିଜ୍‌ସା ଓପନ୍‌ ଚେସ୍‌ ଟାଇଟଲ ହାସଲ କଲେ ପ୍ରଣେଶ

କାନିଜ୍‌ସା(ହଙ୍ଗେରୀ),୨୪ା୮: ଜର୍ମାନୀର ଭାଦିମ ପେତ୍ରୋଭସ୍କିଙ୍କ ବିପକ୍ଷରେ ଏକ ରୋମାଞ୍ଚକ ବିଜୟ ହାସଲ କରି ଭାରତୀୟ ଗ୍ରାଣ୍ଡମାଷ୍ଟର ପ୍ରଣେଶ ଏମ୍‌ ସମ୍ମାନଜନକ କାନିଜ୍‌ସା ଓପନ ଚେସ୍‌ ଟାଇଟଲ ହାସଲ…

Viral Video! ସେଲଫି ନେବା ବେଳେ ମଞ୍ଚ ଉପରେ ରାହୁଲଙ୍କୁ କିସ୍ କରିଦେଲେ ଯୁବତୀ, ଆଉ ତାପରେ…

ମୁମ୍ବାଇ,୨୪।୮: ମହାରାଷ୍ଟ୍ରର ପୁଣେରେ କଂଗ୍ରେସ ଏମପି ତଥା ଲୋକ ସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଏକ କାର୍ଯ୍ୟକ୍ରମର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି…

ସ୍କୁଲ ଛାତ୍ରୀଛାତ୍ରଙ୍କୁ ନେଉଥିଲେ, ମାଡ଼ି ବସିଲା ପରିବହନ ବିଭାଗ

ବାଙ୍କୀ, ୨୪/୮ (ଶୁଭେନ୍ଦୁ ମହାପାତ୍ର): ଅସୁରକ୍ଷିତ ବସ୍‌ରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଯାତାୟାତ କରାଯାଉଥିବା ଅଭିଯୋଗରେ କଟକ ପରିବହନ ବିଭାଗ ବାଙ୍କୀ ଅଞ୍ଚଳରୁ ୩ଟି ଗାଡ଼ି ଜବତ କରିଛି।…

ମଙ୍ଗଳବାର ପନିପରିବା ମାର୍କେଟ ବନ୍ଦ ଡାକରା ଦେଲା ଉଠାଦୋକାନୀ ସଂଘ: ସମସ୍ୟା ସମାଧାନ ଦାବି

ଛତ୍ରପୁର, ୨୪।୮ (ଦିଲ୍ଲୀପ ସାମଲ) : ଛତ୍ରପୁର ସହରର ସମସ୍ତ ପନିପରିବା ଦୋକାନ ମଙ୍ଗଳବାର ବନ୍ଦ ନିମନ୍ତେ ଡାକରା ଦିଆଯାଇଛି। ଛତ୍ରପୁର ଉଠାଦୋକାନୀ ସଂଘ ପକ୍ଷରୁ ଦୋକାନୀମାନଙ୍କ…

ନିଶାମୁକ୍ତ ଓଡ଼ିଶା ସହ ସାଇବର ସୁରକ୍ଷା: ଛାତ୍ରୀଛାତ୍ରଙ୍କୁ ପୋଲିସର…

ଛତ୍ରପୁର, ୨୪।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ପ୍ରତିଭା ଆବାସିକ ବିଶ୍ୱବିଦ୍ୟାଳୟ ପରିସରରେ ସୋମବାର ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ସହ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ମୁନିରଙ୍କୁ ଫୋନ କଲେ ଟ୍ରମ୍ପ: ଯୁଦ୍ଧ ସମ୍ପର୍କରେ ହେଲା ଏମିତି ଆଲୋଚନା

ଓ୍ବାଶିଂଟନ୍‌,୨୪।୮: ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ସାମରିକ ଏବଂ ରାଜନୈତିକ ଉତ୍ତେଜନା ମଧ୍ୟରେ ପାକିସ୍ତାନର ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ସୋମବାର ତେହେରାନ…

ଏୟାର ବ୍ୟାଗରେ ଗଞ୍ଜେଇ: ବଲାଙ୍ଗୀର ରେଲୱେ ଷ୍ଟେଶନରେ ଅପେକ୍ଷା କରିଥିବା ଯୁବକଙ୍କୁ…

ବଲାଙ୍ଗୀର, ୨୪/୭ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରେଲୱେ ଷ୍ଟେଶନରୁ ୧୦ କେଜି ଗଞ୍ଜେଇ ରେଲୱେ ସୁରକ୍ଷା ବଳ (ଆରପିଏଫ) ଜବତ କରିଛି। ଏହି ଘଟଣାରେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri