ଆମ ଜିଲା ଖବର

ନିରାକାରପୁର ଅଞ୍ଚଳରେ ଭୁବନେଶ୍ୱର ଫେରନ୍ତାଙ୍କୁ ନେଇ ଚିନ୍ତା: ପ୍ରଶାସନ ନିକଟରେ ଅଭିଯୋଗ କଲେ ଅଞ୍ଚଳବାସୀ

ନିରାକାରପୁର, ୮।୪(ଡି.ଏନ୍‌.ଏ.): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ କେବଳ ରାଜଧାନୀ ଭୁବନେଶ୍ୱରରେ ୩୦ରୁ ଅଧିକ ଆକ୍ରାନ୍ତ ରହିଛନ୍ତି। ଏପରିକି ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାପରେ ଭୁବନେଶ୍ୱରରେ ଥିବା ଖୋର୍ଦ୍ଧା ଜିଲା ନିରାକାରପୁର ଏବଂ ତାର ଆଖପାଖ…

ପଶୁସେବା ସଂଘ ପକ୍ଷରୁ କୁକୁରଙ୍କୁ ଆହାର ପ୍ରଦାନ

ପୋଲସରା,୮ା୪(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ପୋଲସରା ସହରରେ ପଶୁସେବା ସଂଘ ପକ୍ଷରୁ ବୁଲା କୁକୁର, ଗୋରୁ ଏବଂ ଅନ୍ୟାନ୍ୟ ଜୀବଜନ୍ତୁଙ୍କୁ ଖାଦ୍ୟ ବଣ୍ଟନ କରାଯାଉଛି। ଦୈନନ୍ଦିନ ଭାତ, ପନିପରିବା, ଚୁଡ଼ା, କ୍ଷୀର, ବିସ୍କୁଟ ଆଦି ନିଜସ୍ବ ଖର୍ଚ୍ଚରେ ପଶୁସେବା ସଂଘ ପକ୍ଷରୁ…

ବିଭିନ୍ନ ସ୍ଥାନରେ ଚଢ଼ାଉ: ୧୪ ଗାଡି ଜବତ, ୩୧ ହଜାର ଜରିମାନା ଆଦାୟ

ଭଣ୍ଡାରିପୋଖରୀ,୮।୪(ଡି.ଏନ୍‌.ଏ): କରୋନା (କୋଭିଡ-୧୯)ର ମୁକାବିଲା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲକ୍‌ଡାଉନ୍‌ ଠାରୁ ଆରମ୍ଭକରି ସଟ୍‌ଡାଉନ୍‌ ଭଳି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି। ମାତ୍ର ଏହି ସମୟରେ ବାଇକ୍‌ ଚଳାଇବାକୁ ବାରଣ କରାଯାଉଥିବା ବେଳେ ଅମାନିଆମାନେ ଏହାକୁ ମାନୁ…

ଆନ୍ଧ୍ରରୁ ଆସିଥିବା ମା’-ପୁଅଙ୍କ କରାଗଲା ସ୍ବାସ୍ଥ୍ୟ ପରୀକ୍ଷା: ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପ୍ରଶାସନର ନିର୍ଦ୍ଦେଶ

ଦିଗପହଣ୍ଡି,୮ା୪(ଡି.ଏନ୍‌.ଏ.) : ରାଜ୍ୟ ପୋଲିସ ପ୍ରଶାସନ ପକ୍ଷରୁ ଆନ୍ଧ୍ର -ଓଡ଼ିଶା ସୀମାନ୍ତକୁ ସିଲ୍‌ କରାଯାଇଥିବା ବେଳେ ଗଳା ବାଟ ଦେଇ ପୂର୍ବରୁ ସେଠାରେ ରହୁଥିବା ଜଣେ ମହିଳା ଓ ତାଙ୍କ ପୁଅ କୌଶଳ କ୍ରମେ ଦିଗପହଣ୍ଡି ବ୍ଲକ ବି.ତୁରୁବୁଢ଼ି ପଞ୍ଚାୟତ ଅଧୀନ…

ଲକ୍‌ଡାଉନ୍‌ କଟକଣାକୁ ଫୁ: ବ୍ୟାଙ୍କ ସମ୍ମୁଖରେ ଗ୍ରାହକଙ୍କ ପ୍ରବଳ ଭିଡ଼

ନିରାକାରପୁର,୮ା୪(ଡି.ଏନ୍‌.ଏ.): ରାଜ୍ୟରେ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଫଳରେ ସଂକ୍ରମଣ ରୋକିବା ପାଇଁ ପ୍ରଶାସନ ପକ୍ଷରୁ କଟକଣା ସହିତ ସତର୍କତା ଅବଲମ୍ବନ କରାଯାଉଛି। ହେଲେ ଗାଁ ଗହଳିରେ ଅନେକ ଶିକ୍ଷିତ ଅମାନିଆ ସରକାରଙ୍କ ଲକ୍‌ଡାଉନ୍‌ କଟକଣାକୁ ଫୁ କରି ଗୋଟିଏ…

କରୋନା ମୁକାବିଲା: ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ଦିନକର ଦରମା ଦେଲେ ସମବାୟ ବ୍ୟାଙ୍କ କର୍ମଚାରୀ

ବରଗଡ଼ ଅଫିସ୍‌,୮।୪: କରୋନା ମୁକାବିଲା ଲାଗି ସହାୟତାର ହାତ ବଢ଼ାଇଛନ୍ତି ସମ୍ବଲପୁର ଜିଲା ସମବାୟ କେନ୍ଦ୍ର ବ୍ୟାଙ୍କର କର୍ମଚାରୀବୃନ୍ଦ। ସେମାନେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦିନକର ଦରମା ପ୍ରଦାନ କରିଛନ୍ତି । ଏ ନେଇ ୨ଲକ୍ଷ ୬୮ହଜାର ୯୨୫ ଟଙ୍କାର ଏକ…

ଆସନ୍ତା ୨୬ରୁ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା: ନରେନ୍ଦ୍ର ପୁଷ୍କରିଣୀରୁ କଢ଼ାଗଲା ଡଙ୍ଗା

ପୁରୀ ଅଫିସ, ୮।୪: ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚନ୍ଦନ ଯାତ୍ରା। ବାହାର ଚନ୍ଦନ ଯାତ୍ରାରେ ପବିତ୍ର ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବେ ମହାପ୍ରଭୁ। ଏଥିସହ ଶ୍ରୀକ୍ଷେତ୍ରର ପଞ୍ଚ ମହାଦେବ ମଧ୍ୟ ଜଳକ୍ରୀଡ଼ା କରିବେ। ଏହି ଉପଲକ୍ଷେ…

ଭୁବନେଶ୍ୱର ଫେରନ୍ତାଙ୍କୁ ନେଇ ଦିଗପହଣ୍ଡିରେ ବଢୁଛି ଅସନ୍ତୋଷ: ସ୍ଥିତି ଅନୁଧ୍ୟାନ କଲା ପ୍ରଶାସନ

ଦିଗପହଣ୍ଡି,୮ା୪(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବୋମୋକେଇ ପଞ୍ଚାୟତ କୁମରଡ଼ା ଗାଁକୁ ଭୁବନେଶ୍ୱର ଫେରନ୍ତା ଶ୍ରମିକଙ୍କୁ ନେଇ ଚାପା ଉତ୍ତେଜନା ଲାଗି ରହିଛି। ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ସନ୍ଧ୍ୟାରେ ଦିଗପହଣ୍ଡି ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ ତଥା…

ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ନ ଦେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ: ବରଗଡ଼ ଜିଲାପାଳ

ବରଗଡ଼ ଅଫିସ୍‌,୮।୪: କରୋନା(କୋଭିଡ୍‌-୧୯) ସଂକ୍ରମଣ ପ୍ରତିହତ ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍‌ କଟକଣା ଲାଗୁ ହୋଇଛି। ପ୍ରଶାସନ ପକ୍ଷରୁ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଉଛି । ଅତ୍ୟାବଶୀୟ ସାମଗ୍ରୀ ଔଷଧ, ଗ୍ରୋସରୀ, ମାଛ, ମାଂସ, ଅଣ୍ଡା, କ୍ଷୀର, ଫଳ ଦୋକାନ ଆଦି ଖୋଲା…

୩୨ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ: ବାଇକ୍‌ ଛାଡ଼ି ଅଭିଯୁକ୍ତ ଫେରାର

ଭଦ୍ରକ ଅଫିସ,୮ା୪: ବନ୍ତ ଛକ ପୋଲ ନିକଟରୁ ବୁଧବାର ପୂର୍ବାହ୍ନରେ ପୋଲିସ ଯାଞ୍ଚ କରୁଥିବା ବେଳେ ବାଇକ୍‌ ଡିକିରୁ ୩୨୦ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୩୨ ଲକ୍ଷ ଟଙ୍କା ହେବ। ତେବେ ଅଭିଯୁକ୍ତ ଜଣକ…

ଲକ୍‌ଡାଉନ୍‌ : ହିତାଧିକାରୀଙ୍କ ଘରେ ଭତ୍ତା ପ୍ରଦାନକଲା ବ୍ଲକ ପ୍ରଶାସନ

ପାପଡ଼ାହାଣ୍ଡି,୮ା୪(ଡି.ଏନ୍‌.ଏ.) : କରୋନା ଭୂତାଣୁ ଯୋଗୁ ଚାରିଆଡ଼େ ଲକ୍‌ଡାଉନ୍‌। ଗାଁଠୁ ସହର ଯାଏ ସମସ୍ତେ ଘରେ। ଗାଁରେ କଟକଣା ଯୋଗୁ ଲୋକେ ବାହାରକୁ ବାହାରି ପାରୁନାହାନ୍ତି। ପ୍ରଶାସନ ପକ୍ଷରୁ ଲୋକଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ବିତରଣ କରାଯାଉଛି। ସେହିପରି କାମ…

ଶହୀଦ୍‌ଙ୍କ ଅନ୍ତିମ ଦର୍ଶନ କରୁଛନ୍ତି ପରିବାର ଲୋକେ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି କଟାପାଲି ଗାଁ

ବରଗଡ଼ ଅଫିସ୍‌,୮।୪: ଚନ୍ଦକାସ୍ଥିତ ଏସ୍‌ଓଜି(ସ୍ପେଶାଲ ଅପରେଶନ ଗ୍ରୁପ) ଟ୍ରେନିଂ ସେଣ୍ଟରରେ ମଙ୍ଗଳବାର ଶହୀଦ୍‌ ହୋଇଥିବା କ୍ୟାଡର ଟ୍ରେନର ତଥା ଏସ୍‌ଓଜି ହାବିଲଦାର ପ୍ରକାଶ ସାହୁଙ୍କ ମରଶରୀର ବୁଧବାର ସକାଳେ ବରଗଡ଼ ଜିଲା ସଦର ବ୍ଲକ ଅନ୍ତର୍ଗତ କଟାପାଲି ଗ୍ରାମରେ ପହଞ୍ଚିଛି। ଗ୍ରାମକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?