ଯୋଡ଼ାରେ କୋଭିଡ୍-୧୯ ହସ୍ପିଟାଲ ଲୋକାର୍ପିତ: ୫୦ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ଆଇସିୟୁ, ଭେଣ୍ଟିଲେଟର ବ୍ୟବସ୍ଥା ଉପଲବ୍ଧ
ଯୋଡ଼ା, ୧୦।୪ (ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ପୌରପାଳିକାର ସଭାଗୃହଠାରେ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଦିନ ୧୨ଟା ବେଳେ ଅନୁଷ୍ଠିତ ଏହି ସମ୍ମିଳନୀରେ କେନ୍ଦୁଝର ଜିଲାପାଳ ଆଶିଷ ଠାକରେ, ଯୋଡ଼ା ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀ, ଟାଟାଷ୍ଟିଲ…
ଲକ୍ଡାଉନ୍ ସମୟରେ ଗ୍ରାମରକ୍ଷୀଙ୍କୁ ମାଡ଼: ଯୁବକ ଗିରଫ
ସଜନାଗଡ଼, ୧୦।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଅଧୀନ ରାଧାକିଶୋରପୁର ପଞ୍ଚାୟତ ପରିବା ମାର୍କେଟ୍ରେ ବିନା କାରଣରେ ଜଣେ ଯୁବକ ବାଇକ୍ ନେଇ ଯାଉଥିବାରୁ ପୋଲିସ ତାଙ୍କୁ ଅଟକାଇଥିଲା। ଉକ୍ତ ଯୁବକ ଏଥିରେ ଉତ୍ତେଜିତ ହୋଇ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଜଣାପଡିଛି। ରାଧାକିଶୋରପୁର…
ଜିଲା ମୁଖ୍ୟ ଚିକିତ୍ସାଳୟ ଶିଶୁ ବିଭାଗରେ ଅଗ୍ନିକାଣ୍ଡ
ବାଲେଶ୍ୱର ଅଫିସ,୧୦।୪-ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଶିଶୁ ବିଭାଗର ଦ୍ୱିତୀୟ ମହଲାରେ ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଅଗ୍ନିକାଣ୍ଡ ହୋଇଥିଲା। ସର୍ଟସର୍କିଟ୍ରୁ ଏହି ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି। ପ୍ରଥମ ଓ ଦ୍ୱିତୀୟ ମହଲାରେ ଥିବା ରୋଗୀଙ୍କୁ ତୁରନ୍ତ…
ଲୋଇସିଂହାରେ ସାମାଜିକ ଦୂରତ୍ୱକୁ ମାନୁନାହାନ୍ତି ଲୋକେ: ବ୍ୟାଙ୍କରେ ପାସ୍ବୁକ୍ ପ୍ରିଣ୍ଟ ବେଳେ ଧମ୍ବା ଧାଡ଼ି, ପ୍ରଶାସନ ଦୃଷ୍ଟି ଦେବାକୁ ଦାବି
ଲୋଇସିଂହା,୧୦।୪(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ଲୋଇସିଂହାସ୍ଥିତ ଏସ୍ବିଆଇ ବ୍ୟାଙ୍କ ପାସ୍ବୁକ ପ୍ରିଣ୍ଟର ମେଶିନ ଆଗରେ ଶୁକ୍ରବାର ପ୍ରିଣ୍ଟ ପାଇଁ ଉପଭୋକ୍ତାଙ୍କ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳିଛି। ଏଠାରେ ସାମାଜିକ ଦୂରତା ରକ୍ଷା କରାଯାଉ ନ ଥିବାରୁ କରୋନା ଭୁତାଣୁ ସଂକ୍ରମଣ…
ସୁବିଧା ଦେଇଛି ଲକ୍ଡାଉନ୍:ଭିତରକନିକାରେ ବଢୁଛି ବେଆଇନ କାର୍ଯ୍ୟ
କେନ୍ଦ୍ରାପଡ଼ା ଅଫିସ, ୧୦।୪-କରୋନା ଭୂତାଣୁ ସଂକ୍ରମଣ ପାଇଁ ସାରାଦେଶରେ ତାଲା ବନ୍ଦ ହୋଇଛି। ଯାତାୟାତ ଠପ ହୋଇଥିବାରୁ ଜାତୀୟ ଉଦ୍ୟାନ ଭିତରକନିକାକୁ ପର୍ଯ୍ୟଟକ ଆସୁନାହାନ୍ତି। ସେହିପରି ତାଲାବନ୍ଦ ଯୋଗୁ ଆଖପାଖ ଅଞ୍ଚଳବାସୀ ଘରେ ଆବଦ୍ଧ ଅଛନ୍ତି। ଏହାର ସୁବିଧା ଏବେ କେତେକ…
ମାସ୍କ ପିନ୍ଧିବାକୁ ବ୍ୟବସାୟୀ ସଂଘ ପକ୍ଷରୁ ଲୋକଙ୍କୁ କରାଯାଉଛି ସଚେତନ
ହିଳିକାଟୁ,୧୦ା୪(ଡି.ଏନ୍.ଏ): କରୋନା ସଂକ୍ରମଣରୁ ରକ୍ଷା ପାଇଁ ଲୋକଙ୍କୁ ମୁହଁ ଓ ନାକକୁ ମାସ୍କ କିମ୍ବା କପଡ଼ାରେ ଘୋଡ଼ାଇବା ପାଇଁ ବାଧ୍ୟତାମୂଳକ କରାଯାଇଛି। ବାହାରେ ମାସ୍କ ନ ଥିବା ବ୍ୟକ୍ତିଙ୍କ ଠାରୁ ଜରିମାନା ଆଦାୟ କରିବାକୁ ନିର୍ଦ୍ଦେଶ ରହିଛି। ତେବେ କେତେକ ବ୍ୟକ୍ତି…
ସାଧାରଣରେ ପରିଣତ ହେଲାଣି କରୋନା କଟକଣା ଉଲ୍ଲଂଘନ: ରାଶନ ବଣ୍ଟନ ସମୟରେ ରହୁନି ସାମାଜିକ ଦୂରତ୍ୱ, ପ୍ରଶାସନ ଦୃଷ୍ଟି ଦେବାକୁ ଦାବି
ବରଗଡ଼ ଅଫିସ୍,୧୦।୪: କରୋନା(କୋଭିଡ୍-୧୯) ଭୂତାଣୁକୁ ପ୍ରତିହତ କରିବା ପାଇଁ ସାମାଜିକ ଦୂରତା ଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଉଛି। ମାତ୍ର ବିଭିନ୍ନ ସ୍ଥାନରେ ଏହାକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବା ଦେଖିବାକୁ ମିଳିଛି । ପରିବା ବଜାର, ତେଜରାତି, ମାଛ, ମାଂସ ଦୋକାନରେ ଏହା…
ଅସହାୟଙ୍କୁ ମୁହଁରେ ହସ ଫୁଟାଉଛନ୍ତି ପୁରାତନ ଛାତ୍ର
ବରଗଡ଼ ଅଫିସ୍,୧୦।୪: ଲକ୍ ଡାଉନ୍ ପରେ ଅନେକ ଗରୀବ ପରିବାର ଅସହାୟ ହୋଇ ପଡ଼ିଛନ୍ତି । ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଭୋକିଲା କିମ୍ବା ଅର୍ଦ୍ଧାହାରରେ ରହିବାକୁ ପଡ଼ୁଛି । ଏଭଳି ସ୍ଥିତିରେ ବରଗଡ଼ ଜର୍ଜ ହାଇସ୍କୁଲ ୧୯୯୧ ମାଟ୍ରିକ ବ୍ୟାଚ୍ର ଛାତ୍ରମାନେ…
କରୋନା ମୁକାବିଲା ନିମନ୍ତେ ସହାୟତା: ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏକ ମାସର ପେନ୍ସନ ଦେଲେ ବରଗଡ଼ ପୂର୍ବତନ ବିଧାୟକ
ବରଗଡ଼ ଅଫିସ୍,୧୦।୪: କରୋନା ମୁକାବିଲାରେ ବିନିଯୋଗ ପାଇଁ ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ ତାଙ୍କ ମାସକର ପେନସନ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦାନ କରିଛନ୍ତି । ସେ ଏ ନେଇ ୩୦ହଜାର ଟଙ୍କାର ଏକ ଚେକ୍ ବରଗଡ଼ ଜିଲାପାଳ ଜ୍ୟୋତିରଞ୍ଜନ…
କରୋନା ମୁକାବିଲା: ଓଡ଼ିଶା ପାଇଁ ଅଧିକ ଅନୁଦାନ ଦାବିକଲେ ସ୍ବାସ୍ଥ୍ୟମନ୍ତ୍ରୀ
ଝାରସୁଗୁଡ଼ା ଅଫିସ,୧୦ା୪: କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ହର୍ଷବର୍ଦ୍ଧନ ଶୁକ୍ରବାର ଦେଶର ବିଭିନ୍ନ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଭିଡିଓ କନ୍ଫରେନ୍ସିଂ ଜରିଆରେ କରୋନା ମୁକାବିଲା ନେଇ ସମୀକ୍ଷା କରିଛନ୍ତି। ଏହି ପରିପ୍ରେକ୍ଷିରେ ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ଓ…
ବରଗଡ଼ର ୧,୫୨୩ ଜଣ କଳାକାରଙ୍କୁ ମିଳିଲା ଅଗ୍ରୀମ ଭତ୍ତା: ଜିଲା ସଂସ୍କୃତି ଅଧିକାରୀ
ବରଗଡ଼ ଅଫିସ୍,୧୦।୪: କରୋନା(କୋଭିଡ୍-୧୯) ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଦେଶବ୍ୟାପୀ ଲକ୍ ଡାଉନ୍ କଟକଣା ଲାଗୁ ହୋଇଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ୍ରମେ ବରଗଡ଼ ଜିଲାର ମୋଟ୍ ୧,୫୨୩ ଜଣ କଳାକାରଙ୍କୁ…
ଲକ୍ଡାଉନ୍ ବଢ଼ାଇଛି ଦାଦନ ପରିବାରର ଦୁଃଖ: କ୍ଷୀର ବଦଳରେ ଚିନି ପାଣି ପିଇ ଶିଶୁପୁତ୍ର ଅସୁସ୍ଥ, ସ୍ବେଚ୍ଛାସେବୀଙ୍କ ପ୍ରଚେଷ୍ଟା ପରେ ମାଗଣାରେ ଚିକିତ୍ସା କଲେ ଡାକ୍ତର
ବରଗଡ଼ ଅଫିସ୍,୧୦।୪: ଲକ୍ ଡାଉନ୍ ପରେ ଦାଦନ ଶ୍ରମିକଙ୍କ ସମସ୍ୟା ବଢ଼ି ଯାଇଛି । ସେମାନଙ୍କ ସାଙ୍ଗରେ ରହିଥିବା ପିଲାଛୁଆଙ୍କ ଅବସ୍ଥା ଆହୁରି ବିପନ୍ନ ହୋଇ ପଡ଼ିଛି । ଛତିଶଗଡ଼ରୁ ବରଗଡ଼କୁ ଦାଦନ ଖଟିବା ପାଇଁ ଆସିଥିବା ଜଣେ ମହିଳା ଶ୍ରମିକ…

