ଆମ ଜିଲା ଖବର

୩୩୨ ଜଣଙ୍କ ହୋମ୍‌ କ୍ୱାରାଣ୍ଟାଇନ୍‌ ଅବଧି ଶେଷ: ଚାଲିଛି ସ୍ବାସ୍ଥ୍ୟ ପରୀକ୍ଷା

ଲୋଇସିଂହା,୧୨ା୪(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ସ୍ବାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ ବ୍ଲକକୁ ରାଜ୍ୟ ବାହାରୁ ୩୩୫ ଜଣ ଘରକୁ ଫେରିଛନ୍ତି। ସେମାନେ ପଞ୍ଚାୟତର ସଙ୍ଗରୋଧ କେନ୍ଦ୍ରକୁ ନ ଯାଇ ୧୪ ଦିନିଆ ହୋମ୍‌ କ୍ବାରାଣ୍ଟାଇନରେ ରହିଛନ୍ତି। ସେଥିମଧ୍ୟରୁ ୩୩୨ ଜଣଙ୍କ…

ଲୋକଙ୍କୁ ମାଗଣାରେ ମାସ୍କ ଯୋଗାଇ ଦେବାକୁ ପ୍ରସ୍ତୁତି କାର୍ଯ୍ୟରେ ଲାଗିଛନ୍ତି ଯୁବକ

ରାଇସୁଆଁ,୧୨ା୪(ଡି.ଏନ୍‌.ଏ.): ସରକାରୀସ୍ତରରେ ମହାମାରୀ କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ମାସ୍କ ପିନ୍ଧିଲେ ଏହି ସଂକ୍ରମଣକୁ ରୋକିହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ତେଣୁ ଲୋକଙ୍କ ମଧ୍ୟରେ ଏହାକୁ କିଣିବା ପାଇଁ ତତ୍ପରତା ପ୍ରକାଶ ପାଉଛି। ତେବେ ବଜାରରେ…

ଘରକୁ ଫେରିପାରୁ ନ ଥିଲେ ୩ ସନ୍ତାନ ଜନ୍ମ ଦେଇଥିବା ପ୍ରସୂତୀ: ମହିଳାଙ୍କୁ ସହଯୋଗର ହାତ ବଢାଇଲେ ପ୍ରଭାତ

କଟକ ଅଫିସ,୧୨।୪: ଏସ୍‌ସିବି ମେଡିିକାଲରୁ ଡିସଚାର୍ଜ ହୋଇଥିଲେ ମଧ୍ୟ ଘରକୁ ଫେରି ପାରୁ ନ ଥିବା ଜଣେ ମହିଳାଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ। ପ୍ରଭାତଙ୍କ ନିଃଶୁଳ୍କ ଆମ୍ବୁଲାନ୍ସ ସେବା ଜରିଆରେ ମହିଳା ଓ ତାଙ୍କ…

ଡରାଉଛି ସହରର ଶୂନ୍ୟତା

କଟକ ଅଫିସ,୧୨।୪: ଗହଳଚହଳ ଭିତରେ ଦିନରାତି କଟେ। ସେତେବେଳେ ଚୋର, ତସ୍କରଙ୍କ ଭୟ ରହୁଥିଲା। ସେଥିପାଇଁ ସବୁବେଳେ ସଜାଗ ରହୁଥିଲୁ। ମନରେ ଏତେଟା ଡର ନ ଥିଲା। ଏବେ ଯେଉଁ ଆଡେ ଚାହିଁବ ସିଆଡ଼େ ପୋଲିସ। ମାଳମାଳ ଖାକି ପୋଷାକଙ୍କ ଭିଡ଼…

ସୁନ୍ଦରଗଡ଼ ଜିଲାରେ ପ୍ରଥମ ୨ କରୋନା ଆକ୍ରାନ୍ତ ଚିହ୍ନଟ: ବିଶ୍ରାରେ ପହଞ୍ଚିଲେ ସ୍ବାସ୍ଥ୍ୟ ଅଧିକାରୀ

ସୁନ୍ଦରଗଡ଼,୧୨।୪(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲାରେ ପ୍ରଥମ ଥର ପାଇଁ ଦୁଇଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଶନିବାର ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଥିବା ନମୂନା ପରୀକ୍ଷଣ ରିପୋର୍ଟରେ ୪ଜଣ ପଜିଟିଭ୍‌ ରହିଥିଲେ। ତେବେ ସେଥିରୁ ୨ଜଣ ସୁନ୍ଦରଗଡ଼ ଜିଲା ବିଶ୍ରା…

ସଙ୍ଗରୋଧରୁ ଘରକୁ ଗଲେ ୩୬ ସଂଖ୍ୟାଲଘୁ

ଅନୁଗୋଳ ଅଫିସ, ୧୨।୪ – ଦିଲ୍ଲୀର ନିଜାମୁଦ୍ଦିନ୍‌ ମରକଜ ଧର୍ମଗୁରୁମାନଙ୍କ ସଂସ୍ପର୍ଶରେ ଆସି କ୍ୱାରାଣ୍ଟାଇନ୍‌ ବା ସଙ୍ଗରୋଧରେ ଥିବା ଅନୁଗୋଳ ଜିଲାର ୩୬ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କୁ ଘରକୁ ପଠାଇ ଦିଆଯାଇଛି। ସେମାନଙ୍କ ସ୍ବାବ ଓ ରକ୍ତ ନମୁନା ରିପୋର୍ଟ ନେଗେଟିଭ୍‌…

କୋଭିଡ-୧୯ କକ୍ଷ ପରିଦର୍ଶନ

ତାଳଚେର/ଅନୁଗୋଳ ଅଫିସ,୧୨ା୪(ନି.ପ୍ର.) – ତାଳଚେରସ୍ଥିତ ଏମ୍‌ସିଏଲ୍‌ର ନେହେରୁ ଶତାବ୍ଦୀ ସେଣ୍ଟ୍ରାଲ ହସ୍ପିଟାଲର କୋଭିଡ-୧୯ କକ୍ଷକୁ ଭୁବନେଶ୍ୱର ସମ୍‌ ହସ୍ପିଟାଲର ଏକ ଟିମ୍‌ ଶନିବାର ପରିଦର୍ଶନ କରିଛନ୍ତି। ଏହାପରେ ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ତାଳଚେର ଉପଜିଲାପାଳ ରଜନୀକାନ୍ତ ସ୍ବାଇଁ,…

କରୋନା ବିଗାଡୁଛି ବେଉସା, ହାତବାନ୍ଧି ବସିଛନ୍ତି କୁମ୍ଭକାର

ନୂଆପଡା ଅଫିସ,୧୨ା୪- ଚାରିଆଡେ କରୋନା ଆତଙ୍କିତ କରି ରଖିଛି। ଏହାକୁ କିପରି ମୁକାବିଲା କରାଯାଇ ପାରିବ ସେଥିପାଇଁ ଉଭୟ ସରକାରୀ ଏବଂ ବେସରକାରୀସ୍ତରରେ ଯୁଦ୍ଧକାଳୀନ ଭିତ୍ତିରେ ଅଣ୍ଟା ଭିଡିଛନ୍ତି ଲୋକେ। ଏଥିପାଇଁ ସରକାର ଲକଡାଉନ ଭଲି କଡା ପଦକ୍ଷେପ ମଧ୍ୟ ନେବାକୁ…

ହୋମ୍‌ କ୍ୱାରାଣ୍ଟାଇନ୍‌ରେ ୨୩୮

ଢେଙ୍କାନାଳ ଅଫିସ, ୧୨।୪ – ଢେଙ୍କାନାଳ ସହରର ଜଣେ ମହିଳାଙ୍କ ସ୍ବାବ୍‌ରୁ କରୋନା ଭୂତାଣୁ ଚିହ୍ନଟ ହେବା ପରେ ପୌରାଞ୍ଚଳରେ ଘର ଘର ବୁଲି ସ୍ବାସ୍ଥ୍ୟ ସର୍ଭେ କରାଯାଉଛି। ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଏହି ସର୍ଭେ ରବିବାର ସୁଦ୍ଧା ଶେଷ ହେବ…

ଏସ୍‌ଏଚ୍‌ଜି ବାଣ୍ଟିଲା ଶୁଖିଲା ଖାଦ୍ୟ

ଢେଙ୍କାନାଳ ଅଫିସ, ୧୨।୪ – ଢେଙ୍କାନାଳ ସଦର ବ୍ଲକ ଗୋବିନ୍ଦପୁରର ମଝିସାହି ଶକ୍ତି ଓମ୍‌ ସାଇ ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ଲକ୍‌ଡାଉନ୍‌ ସମୟରେ ଦିନମଜୁରିଆମାନେ କାମଧନ୍ଦା ପାଉନାହାନ୍ତି। ସେମାନଙ୍କ ଚଳିବା କଷ୍ଟକର ହୋଇପଡ଼ିଛି। ଏହାକୁ…

ରୋଜଗାର ମାଗିଲେ ଯାଯାବର

(ଅଜିତ ଧଳ) ଛେଣ୍ଡିପଦା,୧୨ା୪ – ଲକ୍‌ଡାଉନ୍‌ ସମୟରେ ସରକାରୀ ସହାୟତା ନେବାକୁ ବହୁ ଥିଲାବାଲାଙ୍କ ହାତ ଲମ୍ବି ଆସୁଥିବା ବେଳେ ଖାଦ୍ୟ ସାମଗ୍ରୀ ଧରି ଘରଦୁଆରେ ପହଞ୍ଚିଥିବା ପ୍ରଶାସନକୁ ଫେରାଇ ଦେଇଛନ୍ତି ୧୩ ଯାଯାବର ପରିବାର। ୨୧ ଦିନିଆ ଲକ୍‌ଡାଉନ୍‌ ପାଇଁ…

ବାରଣ ସତ୍ତ୍ୱେ ଘରକୁ ଫେରୁଛନ୍ତି ବହିରାଗତ:  ୭ ଭୁବନେଶ୍ୱର ଫେରନ୍ତା କ୍ୱାରାଣ୍ଟାଇନ୍‌ରେ

ଦାରିଙ୍ଗବାଡ଼ି,୧୨।୪(ଡି.ଏନ.ଏ)- କରୋନା ପାଇଁ ସମସ୍ତ ଜିଲାର ସୀମାକୁ ସିଲ୍‌ କରାଯାଇଛି। ଜିଲା ପ୍ରଶାସନର ବାରଣ ସତ୍ତ୍ୱେ ବିଭିନ୍ନ ସ୍ଥାନରୁ ପାସ ହାସଲ କରି ଭଡ଼ାଗାଡ଼ି ନେଇ ଲୋକେ ଘରକୁ ଫେରୁଛନ୍ତି। ଏଭଳି ଏକ ଘଟଣା ଘଟିଛି ଦାରିଙ୍ଗବାଡ଼ି ଅଞ୍ଚଳରେ। ଭୁବନେଶ୍ୱର ଅଞ୍ଚଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?