କୋଭିଡ୍ ଫଣ୍ଡ୍କୁ ୩,୫୧,୧୧୧ ଟଙ୍କା ପ୍ରଦାନ: ଚେକ୍ ଗ୍ରହଣ କଲେ ଗଞ୍ଜାମ ଜିଲାପାଳ
ଶେରଗଡ଼,୧୩ା୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ସମ୍ମୁଖରେ ସୋମବାର ସକାଳେ ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ପହଞ୍ଚି ୩ଲକ୍ଷ ୫୧ ହଜାର ୧ ଶହ ୧୧ ଟଙ୍କାର ଏକ ଚେକ୍ ଗ୍ରହଣ କରିଛନ୍ତି। ଉକ୍ତ ଚେକ୍ ଶେରଗଡ଼ ବ୍ଲକର ସମସ୍ତ…
ତେନ୍ତୁଳିଖୁଣ୍ଟି ପଞ୍ଚାୟତ ଦୋକାନୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ସହାୟତା
ଗୁଡଭେଲା, ୧୩।୪(ଡି.ଏନ୍.ଏ.): କରୋନା ମୁକାବିଲାକୁ ଦୃଷ୍ଟିରେ ରଖି ବଲାଙ୍ଗୀର ଜିଲା ଗୁଡ଼ଭେଲା ବ୍ଲକ ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ପଞ୍ଚାୟତ ଡାହିମାଳ ଛକର ଦୋକାନୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ସୋମବାର ୫ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି। ତୁଷୁରା ତହସିଲଦାର…
ଶ୍ରୀମନ୍ଦିରରେ ପଣାସଂକ୍ରାନ୍ତି ନୀତି: ଆଜିଠୁ ନୂତନ ପାଞ୍ଜି ପ୍ରଚଳନ
ପୁରୀ ଅଫିସ,୧୩ା୪: ଶ୍ରୀମନ୍ଦିରରେ ପଣା ସଂକ୍ରାନ୍ତି ବା ମେଷ ସଂକ୍ରାନ୍ତି ଅବସରରେ ମହାପ୍ରଭୁଙ୍କ ନୀତି ସମ୍ପନ୍ନ ହୋଇଛି। ଦୈନନ୍ଦିନ ନୀତି ଅନୁଯାୟୀ, ଦ୍ୱାରଫିଟା, ମଙ୍ଗଳ ଆଳତି, ଅବକାଶ ବେଶ, ରୋଷହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳପୂଜା, ଗୋପାଳବଲ୍ଲଭ ନୀତି ହୋଇ ସକାଳ ଧୂପ ପଣାସଂକ୍ରାନ୍ତି…
କରୋନା ପ୍ରଭାବ: କିଆରୀରେ ସଢୁଛି କାକୁଡ଼ି, ଚିନ୍ତାରେ ଚାଷୀ
ବରଗଡ଼ ଅଫିସ,୧୩।୪: କରୋନା(କୋଭିଡ-୧୯) ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ଲକ୍ଡାଉନ କଟକଣା ଲାଗୁ ହୋଇଛି। ତେବେ ଏହି କଟକଣାରେ ଚାଷୀକୁଳ ଅଧିକ ପ୍ରଭାବିତ ହୋଇଛନ୍ତି। ବଜାର ବ୍ୟବସ୍ଥା ସୁଗମ ହୋଇ ପାରି ନ ଥିବା ଯୋଗୁ ଚାଷୀଙ୍କ ପରିବା କିଆରୀରେ…
କଟକଣା ନ ମାନି ଆଖଣ୍ଡଳମଣିଙ୍କ ପୀଠକୁ ଆସିଥିଲେ ଭକ୍ତ: କଡ଼ା କାର୍ଯ୍ୟାନୁଷ୍ଠାନ ନେଲା ପୋଲିସ
ଆରଡ଼ି,୧୩ା୪(ଡି.ଏନ୍.ଏ.): ଲକ୍ଡାଉନ ଯୋଗୁ ଭଦ୍ରକ ଜିଲା ଆରଡ଼ିସ୍ଥିତ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ୨୦ ଦିନ ହେଲା ବନ୍ଦ ରହିଛି। ଫଳରେ ଭକ୍ତମାନେ ଦର୍ଶନ ପାଇ ପାରୁନାହାନ୍ତି। ସୋମବାର ସକାଳେ ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ସ୍ଥାନୀୟ ଅଞ୍ଚଳର ବହୁ ଭକ୍ତ ପୀଠକୁ ଆସିଥିଲେ।…
ଲକ୍ଡାଉନ୍ ନିୟମ ଉଲ୍ଲଂଘନ: ୩୦ ବାଇକ୍ ଜବତ କଲା ପୋଲିସ
ଗୁଡଭେଲା,୧୩ା୪(ଡିଏନଏ): ସରକାରଙ୍କ କଡ଼ା ନିର୍ଦ୍ଦେଶାବଳୀ, ସ୍ଥାନୀୟ ପ୍ରଶାସନ ଓ ପୋଲିସ ବିଭାଗର କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ କେତେକ ବ୍ୟକ୍ତି ଲକ୍ଡାଉନ୍ ନିୟମ ଉଲ୍ଲଂଘନ କରୁଛନ୍ତି। ଏଭଳି ବ୍ୟକ୍ତିବିଶେଷଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରି ସେମାନଙ୍କ ବାଇକ୍ ଜବତ କରିଛି। ସକାଳ ୭ଟାରୁ…
ବନ ବିଭାଗର ଚଢ଼ାଉ: କାଠ ମାଫିଆ ଫେରାର; କାଠ ଗଣ୍ଡି, ୭ ସାଇକେଲ, ୧୦ କଟୁରୀ ଜବତ
ଓଡଗାଁ, ୧୩।୪(ସ୍ବ. ପ୍ର. ): ନୟାଗଡ଼ ଜିଲା ଓଡ଼ଗାଁ ରେଞ୍ଜ ଓ ବାହାଡ଼ାଝୋଲା ସେକ୍ସନ ଅନ୍ତର୍ଗତ ସଂରକ୍ଷିତ ଜଙ୍ଗଲରୁ କାଠ ମାଫିଆମାନେ ସୋମବାର କାଠ କାଟି ସାଇଜ କରୁଥିଲେ। ବିଶେଷ ସୂତ୍ରରୁ ଖବର ପାଇ ବନ କର୍ମଚାରୀ ସେଠାରେ ଚଢ଼ାଉ କରିଥିଲେ।…
କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ କଳାହାଣ୍ଡିବାସୀ ଆଶ୍ୱସ୍ତ
ଧର୍ମଗଡ଼,୧୩ା୪(ଡି.ଏନ୍.ଏ.) : କଳାହାଣ୍ଡି ଜିଲାର ଜଣେ କୋଭିଡ୍ ପଜିଟିଭ ଆକ୍ରାନ୍ତ ବର୍ତ୍ତମାନ ସୁସ୍ଥ ହୋଇଥିବା ଜଣାପଡ଼ିଛି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟୁଇଟ୍ ମାଧ୍ୟମରେ ସୂଚନା ଦିଆଯାଇଛି। ଏନେଇ ଜିଲାବାସୀଙ୍କୁ କିଛିଟା ଆଶ୍ୱସ୍ତି ମିଳିଛି। ଗୋଲାମୁଣ୍ଡା ବ୍ଲକ…
ରାଜନଗରରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ-୧୯ ସେଣ୍ଟର ନିର୍ମିତ
ରାଜନଗର,୧୩।୪(ଡି.ଏନ୍.ଏ.): ମହାମାରୀ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। କରୋନା ସଂକ୍ରମଣରେ କେହି ଆକ୍ରାନ୍ତ ହେଲେ ସେମାନଙ୍କୁ କୋଭିଡ-୧୯ ଆଇସୋଲେଶନ ସେଣ୍ଟରରେ ରଖାଯାଉଛି। ଏ ନେଇ…
କରୋନା ସହାୟତା: ଜକର ପଞ୍ଚାୟତର ୩୭ ଏସ୍ଏଚ୍ଜି ଗ୍ରୁପ୍ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦେଲେ ୪୦ହଜାର
ପୋଲସରା, ୧୩।୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୋଲସରା ବ୍ଲକ ଜକର ପଞ୍ଚାୟତର ୩୭ଟି ଏସଏଚ୍ଜି ଗ୍ରୁପ୍ ମିଶି ସୋମବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୪୦ହଜାର ଟଙ୍କା ପ୍ରଦାନ କରିଛନ୍ତି। ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ବିଡିଓ ଶମ୍ଭୁନାଥ ନନ୍ଦି ଓ ଅନ୍ୟାନ୍ୟ ସରକାରୀ…
ଅନ୍ଲାଇନ୍ରେ ମଦ ବିକ୍ରି ନାଁରେ ଲକ୍ଷାଧିକ ଠକେଇ
ଭୁବନେଶ୍ୱର,୧୩ା୪(ବ୍ୟୁରୋ): ଅନ୍ଲାଇନ୍ରେ ମଦ ବିକ୍ରି ପାଇଁ ବିଜ୍ଞାପନ ଦେଇ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି। ଏନେଇ ଲକ୍ଷ୍ମୀସାଗର, ନୟାପଲ୍ଲୀ ଓ ଖଣ୍ଡଗିରି ଥାନାରେ ଏକାଧିକ ଅଭିଯୋଗ ହୋଇଛି। ସହରର ବିଭିନ୍ନ ମଦ ଦୋକାନର ଫଟୋ ନେଇ ଦୁର୍ବୃତ୍ତ ତାହାକୁ ଏଡିଟ୍…
କଣ୍ଟେନ୍ମେଣ୍ଟ ଜୋନ୍ରୁ ହଟିଲା ପଟାପୋଲ
କଟକ ଅଫିସ୍,୧୩ା୪: କଟକ ସହରର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଗତ ୪ ତାରିଖରେ ପଟାପୋଲ ଅଞ୍ଚଳକୁ କଣ୍ଟେନ୍ମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଥିଲା। ସଂକ୍ରମଣ ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଇଥିଲା। ତେବେ ପ୍ରଥମ ଆକ୍ରାନ୍ତ ସୁସ୍ଥ…

