ସାକ୍ଷୀଗୋପାଳ ବ୍ୟାଙ୍କ, ବଜାର ବୁଲି ଲକ୍ଡାଉନ ସ୍ଥିତି ପରଖିଲେ ସ୍ବତନ୍ତ୍ର ଅଧିକାରୀ
ସାକ୍ଷୀଗୋପାଳ, ୧୭।୪(ଡି.ଏନ୍.ଏ): କରୋନା ସଂକ୍ରମଣ ରୋକିବାକୁ ସାରା ରାଜ୍ୟରେ ଲକ୍ଡାଉନ ଜାରିରହିଛି। ଏହି ଅବସରରେ କରୋନା ଅଧିକାରୀ ସୂର୍ଯ୍ୟବଂଶୀ ମୟୂର ପୁରୀ ଜିଲା ସାକ୍ଷୀଗୋପାଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ବିଶେଷକରି ବ୍ୟାଙ୍କ ଓ ବଜାରରେ ଲୋକମାନେ ସାମାଜିକ ଦୂରତା ରକ୍ଷା…
ଟ୍ରକ ଧକ୍କାରେ ଗଲା ଜୀବନ
ବଅଁରପାଳ, ୧୭ା୪(ଡି.ଏନ.ଏ.)- ବଅଁରପାଳ ଥାନା ୧୪୯ ନଂ. ଜାତୀୟ ରାଜପଥର ବଅଁରପାଳ ଓଭରବ୍ରିଜ ନିକଟରେ ଏକ ଟ୍ରକ ଧକ୍କାରେ ଶୁକ୍ରବାର ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତକ ତାଳଚେର ବଡଦାଣ୍ଡସାହିର ଅଶୋକ ଦାସ ବୋଲି…
ଲୋକଙ୍କୁ ମାସ୍କ, ସାନିଟାଇଜର ବାଣ୍ଟିଲା ଏମ୍ସିଏଲ୍
ସମ୍ବଲପୁର, ୧୭।୪ (ବ୍ୟୁରୋ)- ମହାନଦୀ କୋଇଲା କମ୍ପାନୀ (ଏମସିଏଲ) ତାଳଚେର ଜଗନ୍ନାଥ କ୍ଷେତ୍ର ପକ୍ଷରୁ ପଦ୍ମାବତୀପୁର ଗ୍ରାମବାସୀଙ୍କୁ ମାସ୍କ ଓ ସାନିଟାଇଜର ବଣ୍ଟନ କରାଯାଇଛି । କୋଭିଡ- ୧୯ ସଂକ୍ରମଣକୁ ପ୍ରତିରୋଧ କରିବା ଲାଗି କମ୍ପାନୀ ପକ୍ଷରୁ ବିବିଧ କାର୍ଯ୍ୟକ୍ରମ ହାତକୁ…
ଶେରଗଡ଼ରେ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ ପାଳିତ
ଶେରଗଡ,୧୭।୪(ଡି.ଏନ୍.ଏ.): ପ୍ରବାଦ ପୁରୁଷ ତଥା ବିଶିଷ୍ଟ ଜନନାୟକ, ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କର ଶୁକ୍ରବାର ୨୩ତମ ଶ୍ରାଦ୍ଧବାର୍ଷିିକୀ। ଗଞ୍ଜାମ ଜିଲା ଶେରଗଡ଼ରେ ବିଜୁ ବାବୁଙ୍କୁ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ପ୍ରଥମେ ଚାରିଛକରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ…
୯୦ ବାଉଁଶ କାରିଗର ପରିବାର ପ୍ରଭାବିତ
ସମ୍ବଲପୁର,୧୭ା୪(ବ୍ୟୁରୋ): ମହାମାରୀ କରୋନା ଯୋଗୁ ସରକାରଙ୍କ କଟକଣା ଓ ଲକ୍ ଡାଉନ୍ ଘୋଷଣା ଅନେକ ଲୋକଙ୍କ ହାତରୁ ରୋଜଗାର ଛଡାଇ ନେଇଛି । ଏଥିରେ ଅଧିକ ପ୍ରଭାବିତ ହୋଇଛନ୍ତି ବୁଣାକାର, ଶିଳ୍ପୀ, ଦିନମଜୁରିଆ, ବାଉଶଁ କାରିଗର ଭଳି କାରିଗର ପରିବାର ।…
ଗଞ୍ଜାମ ଜିଲାପାଳଙ୍କ ଆଉ ଏକ ପଦକ୍ଷେପ: ନିଜେ ରକ୍ତ ଦେବାପରେ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଗାଡ଼ିର କଲେ ଶୁଭାରମ୍ଭ
ଶେରଗଡ,୧୭।୪(ଡି.ଏନ୍.ଏ.): ବିଭିନ୍ନ ଯୋଜନାର ସଫଳ ରୁପାୟନ ଠାରୁ ଆରମ୍ଭ କରି କରୋନା ମୁକାବିଲା ପର୍ଯ୍ୟନ୍ତ ସବୁଥିରେ ଆଗରେ ରହିଛି ଗଞ୍ଜାମ ଜିଲା। ଏ ନେଇ ଦୁଇ ଦିନ ତଳେ ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଧୁବାଦ…
ବନାରସରୁ ଫେରି କ୍ବାରାଣ୍ଟାଇନରେ ରହିଲେ ୪୩ ତୀର୍ଥଯାତ୍ରୀ
ସରଣ୍ଡା,୧୭।୪(ଡି.ଏନ.ଏ): ଲକ୍ ଡାଉନ୍ କଟକଣା ଯୋଗୁ ବନାରସରେ ବରଗଡ଼, ସମ୍ବଲପୁର, ଢ଼େଙ୍କାନାଳ ଅଞ୍ଚଳର ସମୁଦାୟ ୪୩ଜଣ ତୀର୍ଥଯାତ୍ରୀ ଫସି ରହିଥିଲେ । ତେବେ ଗୁରୁବାର ରାତ୍ରିରେ ସେମାନେ ଏକ ବସ୍ ଯୋଗେ ଅତାବିରା ପହଞ୍ଚିଥିଲେ । ସେମାନେ ଏଠାକୁ ପହଞ୍ଚିବା ପରେ…
ସ୍ବାସ୍ଥ୍ୟ କ୍ୟାମ୍ପରେ ୫୦ ଜଣଙ୍କ ସ୍ବାବ ସଂଗ୍ରହ
ବଇଣ୍ଡା, ୧୭ା୪(ଡି.ଏନ.ଏ.)- କରୋନା ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ନମୁନା ସଂଗ୍ରହ ଓ ପରୀକ୍ଷାକୁ ବ୍ୟାପକ କରିବାକୁ ବିଭିନ୍ନ ସ୍ଥାନରେ ଅସ୍ଥାୟୀ ସ୍ବାସ୍ଥ୍ୟ କ୍ୟାମ୍ପ କରାଯାଇଛି। କିଶୋରନଗରରେ ବ୍ଲକ ବଇଣ୍ଡା ରାମଦେଓ ଉଚ୍ଚ ବିଦ୍ୟାଳୟଠାରେ ହୋଇଥିବା ଅସ୍ଥାୟୀ ସ୍ବାସ୍ଥ୍ୟକ୍ୟାମ୍ପରେ ଅନୁଗୋଳ ଜିଲା…
ପାରିଶ୍ରମିକ କାଟ୍ କଲା କାରଖାନା, ଜିଲାପାଳଙ୍କୁ ଫେରାଦ ହେଲା ଠିକା ଶ୍ରମିକ ସଂଘ
ବରଗଡ଼ ଅଫିସ୍,୧୭।୪: ଏସିସି ପରିଚାଳିତ ବରଗଡ଼ ସିମେଣ୍ଟ କାରଖାନା କର୍ତ୍ତୃପକ୍ଷ ଏଠାରେ କାର୍ଯ୍ୟରତ ଠିକା ଶ୍ରମିକଙ୍କ ମଜୁରୀ ତଥା ପାରିଶ୍ରମିକ କାଟ୍ କରିଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ନେଇ ଶୁକ୍ରବାର ବରଗଡ଼ ସିମେଣ୍ଟ ଠିକା ଶ୍ରମିକ ସଂଘ ଜିଲାପାଳଙ୍କୁ…
ଧରିତ୍ରୀ ଖବରକୁ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍ କଲେ ସାମାଜିକ କର୍ମୀ, ଖବରକାଗଜ ବିତରକଙ୍କ ପାଇଁ ପ୍ୟାକେଜ ଦାବି କଲେ
ବରଗଡ଼ ଅଫିସ୍,୧୭।୪: ଘାତକ କରୋନା(କୋଭିଡ୍-୧୯) ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଦେଶବ୍ୟାପୀ ଲକ୍ ଡାଉନ କଟକଣା ଲାଗୁ କରାଯାଇଛି । ଏଭଳି ସ୍ଥିତିରେ ଖବରକାଗଜ ବିତରକଙ୍କ ରୋଜଗାର ଠପ୍ ପଡ଼ି ଯାଇଛି । ଖବରକାଗଜ ବିତରଣ ଭଳି ଜୀବିକା ହରାଇ…
ଛାତ୍ରୀଛାତ୍ରଙ୍କ ପାଖକୁ ପୁସ୍ତକ ପହଞ୍ଚାଇଲେ ଶିକ୍ଷୟିତ୍ରୀ
ଭଟଲି,୧୭।୪(ଡି.ଏନ.ଏ): ଲକ୍ ଡାଉନ୍ କଟକଣା ଯୋଗୁ ଛାତ୍ରୀଛାତ୍ରଙ୍କ ପାଖକୁ ସେମାନଙ୍କ ପାଠ୍ୟ ପୁସ୍ତକ ପଠାଇବା ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି । ଏହି କ୍ରମରେ ଶୁକ୍ରବାର ବରଗଡ଼ ଜିଲା ଭଟଲିର ଶାନ୍ତି ସରକାରୀ ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ…
ସହଯୋଗର ହାତ ବଢ଼ାଇଲେ ଶିଳ୍ପପତି, ଖବରକାଗଜ ବିତରକଙ୍କୁ ମିଳିଲା ଚାଉଳ
ବରଗଡ଼ ଅଫିସ୍,୧୭।୪-ଲକ୍ ଡାଉନ କଟକଣା ଯୋଗୁ ଖବରକାଗଜ ବିତରକଙ୍କ ରୋଜଗାର ବନ୍ଦ ହୋଇଯାଇଛି । ଫଳରେ ସେମାନଙ୍କୁ କିଛି ସହାୟତା ପ୍ରଦାନ ଦାବିରେ କିଛିଦିନ ତଳେ ଖବରକାଗଜ ବିତରକମାନେ ଜିଲା ପ୍ରଶାସନକୁ ଫେରାଦ ହୋଇଥିଲେ । ମାତ୍ର ଏ ପର୍ଯ୍ୟନ୍ତ ଜିଲା…

