ଆମ ଜିଲା ଖବର

ଚାଲିଚାଲି ଯାଉଥିବା ଶ୍ରମିକଙ୍କୁ ରନ୍ଧା ଖାଦ୍ୟ

ଗଞ୍ଜାମ,୪ା୫(ଡି.ଏନ.ଏ.)- ଲକ୍‌ଡାଉନ୍‌ ପରେ ଗଞ୍ଜାମ ଜିଲା ଗୋଳନ୍ଥରାରେ ରହିଯାଇଥିବା କଟକ ଟାଙ୍ଗୀ ଅଞ୍ଚଳର ୧୨ଜଣ ଶ୍ରମିକ ୧୬ନଂ. ଜାତୀୟ ରାଜପଥ ଦେଇ ସୋମବାର ସକାଳେ ଚାଲିଚାଲି ଯାଉଥିଲେ। ଏହାଦେଖି ପୂର୍ବତନ ଏମ୍‌ପି ପ୍ରତିନିଧି ତଥା ସାମାଜିକ କର୍ମୀ ସୁଧୀର କୁମାର ପାଢ଼ୀ…

ବଲାଙ୍ଗୀର ଜିଲାର ସଂକ୍ରମିତ ଦୁଇ ଯୁବକଙ୍କ ସଂସ୍ପର୍ଶରେ ଆସିଥିବା ୫୩ ଜଣଙ୍କ ସ୍ବାବ ନେଗେଟିଭ

ବଲାଙ୍ଗୀର ଅଫିସ, ୪ା୫: ବଲାଙ୍ଗୀର ଜିଲା ଲିଖିରିଆ ଗାଁର ୨ ଯୁବକ କରୋନା ପଜିଟିଭ ଜଣାପଡିବା ପରେ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଉଭୟଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ତାଲିକା ପ୍ରସ୍ତୁତ କରାଯାଇଥିଲା । ସଂସ୍ପର୍ଶରେ ଆସିଥିବା ପ୍ରଥମ ୫୩…

ଗଞ୍ଜାମରେ ଖୋଲିବନି ମଦ ଦୋକାନ: ଜିଲାପାଳ

ଛତ୍ରପୁର, ୪।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ୨ କରୋନା ପଜିଟିଭ ରବିବାର ଚିହ୍ନଟ ହୋଇଛନ୍ତି। ଏହାଫଳରେ ଗଞ୍ଜାମ ଜିଲା ଗ୍ରୀନ୍‌ ଜୋନରୁ ତଳକୁ ଖସି ଅରେଞ୍ଜ ଜୋନକୁ ଆସିଛି। ଅପରପକ୍ଷରେ ଜିଲାରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ ଲାଗୁ ହୋଇଛି। ଫଳରେ କୌଣସି ଅଫ…

ଦିଗପହଣ୍ଡି କ୍ୱାରାଣ୍ଟାଇନ ସେଣ୍ଟରରେ ଅବ୍ୟବସ୍ଥା ଅଭିଯୋଗ: ସୁରଟ ଫେରନ୍ତାଙ୍କ ହୋହଲ୍ଲା

ଦିଗପହଣ୍ଡି,୪।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଆଦିବାସୀ ହଷ୍ଟେଲ କ୍ୱାରାଣ୍ଟାଇନ ସେଣ୍ଟରରେ ଅବ୍ୟବସ୍ଥା ପ୍ରତିବାଦରେ ସୋମବାର ସକାଳେ ବହୁସଂଖ୍ୟକ ସୁରଟ ଫେରନ୍ତା ହୋହଲ୍ଲା କରିଥିଲେ। ତଦାରଖ ଦାୟିତ୍ୱରେ ଥିବା ପୂର୍ବତନ ସରପଞ୍ଚ ଅସିତ କୁମାର ସାହୁ ଓ ସ୍ବେଚ୍ଛାସେବୀବୃନ୍ଦ ସେଠାରେ…

କୋଟାରୁ ଫେରିଲେ ୨୧ ଛାତ୍ରୀଛାତ୍ର

କେନ୍ଦୁଝର,୪ା୫(ସ୍ବ.ପ୍ର.) : କେନ୍ଦୁଝର ଜିଲାରୁ ରାଜସ୍ଥାନର କୋଟାରେ ଯାଇ ପାଠ ପଢ଼ୁଥିବା ୨୧ ଛାତ୍ରୀଛାତ୍ର ସୋମବାର ସ୍ବତନ୍ତ୍ର ବସ୍‌ରେ କେନ୍ଦୁଝରକୁ ସୁରକ୍ଷିତ ଫେରିଛନ୍ତି। ସେମାନଙ୍କ ସହିତ ୬ ଜଣ ଅଭିଭାବକ ଫେରିଛନ୍ତି। ସେମାନଙ୍କୁ ପୁରୁଣା ସହରସ୍ଥିତ ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରର ଏକ କ୍ଲିନିକ୍‌ରେ…

ପୋଲିସ, ପ୍ରଶାସନିକ ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କଲେ ମନ୍ତ୍ରୀ

ଭଞ୍ଜନଗର,୪ା୫(ଡି.ଏନ୍‌.ଏ.): ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୋମବାର ଭଞ୍ଜନଗର ଉପଖଣ୍ଡର ପୋଲିସ ପ୍ରଶାସନିକ ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଭଞ୍ଜନଗର ଉପଜିଲାପାଳ ରାଜେନ୍ଦ୍ର ମିଞ୍ଜ, ଭଞ୍ଜନଗର ତହସିଲଦାର ଆଲୋକ ପ୍ରଧାନ, ଭଞ୍ଜନଗର ବିଡିଓ…

ଏମ୍‌କେସିଜିରେ ୩ କରୋନା ସନ୍ଦିଗ୍ଧ ଭର୍ତ୍ତି

ବ୍ରହ୍ମପୁର ଅଫିସ,୪।୫: ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି (ଏମ୍‌କେସିଜି) ମେଡିକାଲର ସଂଘରୋଧ କକ୍ଷରେ ସୋମବାର ୩ କରୋନା ସନ୍ଦିଗ୍ଧ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ସ୍ବାବ ସଂଗ୍ରହ କରାଯାଇ ଏମ୍‌କେସିଜି ମେଡିକାଲର ମାଇକ୍ରୋବାୟୋଲୋଜି ପରୀକ୍ଷା କେନ୍ଦ୍ର ଓ ଭୁବନେଶ୍ୱର ଆର୍‌ଏମ୍‌ଆରସିକୁ ପଠାଯାଇଥିବା…

ସୁରଟରୁ ଦ୍ୱିତୀୟ ଟ୍ରେନ୍‌ ୩ ଘଣ୍ଟା ବିଳମ୍ବରେ ଆସିଲା: ଏଥିରେ ଅଛନ୍ତି ଗଞ୍ଜାମର ୧୧୮୮ ଜଣ

ଛତ୍ରପୁର,୪ା୫(ଡି.ଏନ୍‌.ଏ.) : ସୁରଟରୁ ଆଉ ଏକ ଟ୍ରେନ୍‌ ସୋମବାର ୧୨୦୦ରୁ ଊର୍ଦ୍ଧ୍ୱ ପ୍ରବାସୀ ଓଡ଼ିଆଙ୍କୁ ନେଇ ଜଗନ୍ନାଥପୁର ଷ୍ଟେଶନରେ ପହଞ୍ଚିଛି। ସେଥିରେ ଗଞ୍ଜାମ ଜିଲାର ୧୧୮୮ ଜଣ ଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଉକ୍ତ ଟ୍ରେନ ୩ ଘଣ୍ଟା…

ଟିକ୍‌ଟକ୍‌, ଚିତ୍ରକଳାରେ କରୋନା ସଚେତନତା: ଯୁକ୍ତ ଦୁଇ ଛାତ୍ରୀ ଅଙ୍କିତାଙ୍କ ନିଆରା ପ୍ରୟାସ

ପୁରୀ ଅଫିସ, ୪ା୫: ମହାମାରୀ କରୋନା ବିରୋଧରେ ଲଢୁଛି ସମଗ୍ର ବିଶ୍ୱ। ଏହି ଲଢେଇ ମଇଦାନରେ କିଏ ଆଗ ଧାଡ଼ିରେ ଛିଡ଼ା ହୋଇଛି ତ ପୁଣି କେହି ଘରେ ରହି ବି ଏଥିରେ ସାମିଲ ହୋଇଛି। ଏମିତି ଜଣେ କମ୍‌ ବୟସର…

ଆକ୍ରମଣ କରି ଗ୍ୟାସ ଏଜେନ୍ସି କର୍ମଚାରୀଙ୍କଠାରୁ ୧୦ ଲକ୍ଷ ୮୦ହଜାର ଲୁଟିନେଲେ ଦୁର୍ବୃତ୍ତ

ଭଦ୍ରକ ଅଫିସ, ୪।୫: ଭଦ୍ରକ ଜିଲା ତିହିଡି ବ୍ଲକରେ ସୋମବାର ଜଣେ ଗ୍ୟାସ ଏଜେନ୍ସି କର୍ମଚାରୀ ଲୁଟ୍‌ର ଶିକାର ହୋଇଛନ୍ତି। ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରିବା ସହ ତାଙ୍କ ନିକଟରୁ ୧୦ ଲକ୍ଷ ୮୦ ହଜାର ନେଇଯାଇଥିବା ଜଣାପଡ଼ିଛି। ଲୁଟ୍‌ର ଶିକାର…

କୋଟାରୁ ଆସିଲେ ୨୬ ପ୍ରବାସୀ ଓଡ଼ିଆ, ୬ଟି ବସ୍‌ ଯୋଗେ ଝାରଖଣ୍ଡ ଯିବେ ୧୪୨ ଜଣ

ଭଦ୍ରକ ଅଫିସ, ୪।୫: ରାଜସ୍ଥାନର କୋଟାରେ ଫସିଥିବା ଛାତ୍ରଛାତ୍ରୀ ସୋମବାର ଭଦ୍ରକ ଜିଲାରେ ପହଞ୍ଚିଛନ୍ତି। ଫେରିଛନ୍ତି। ସେଠାରେ ଫସିଥିବା ଜିଲାର ୨୧ ଛାତ୍ରଛାତ୍ରୀ ଓ ୫ ଅଭିଭାବକ ଏକ ସ୍ବତନ୍ତ୍ର ବସ୍‌ ଯୋଗେ ଭଦ୍ରକରେ ପହଞ୍ଚିଛନ୍ତି। ବିଜୁ ପଟ୍ଟନାୟକ କଲ୍ୟାଣମଣ୍ଡପ ଠାରେ…

କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ବିଶୃଙ୍ଖଳା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଜିଲାପାଳ

ଛତ୍ରପୁର,୪ା୫(ଡି.ଏନ୍‌.ଏ.) : ବାହାର ରାଜ୍ୟରୁ ବସ୍‌ ଓ ଟ୍ରେନ୍‌ରେ ଶତାଧିକ ପ୍ରବାସୀ ଓଡ଼ିଆ ଗଞ୍ଜାମ ଜିଲାକୁ ଫେରିବାରେ ଲାଗିଛନ୍ତି। ରବିବାର ଜିଲାର କେତେକ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିବା ସୁରଟ ଫେରନ୍ତାମାନେ ବିଶୃଙ୍ଖଳା କରିଛନ୍ତି। ଏପରିକି ଆଉ କେତେକ କ୍ୱାରାଣ୍ଟାଇନ୍‌ କେନ୍ଦ୍ରରୁ ଚମ୍ପଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?